ଇମାମି ସିମେଣ୍ଟ କାରଖାନା କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ ଓ ବିରୋଧ I


ଯାଜପୁର :- ଜିଲ୍ଲା ର କଳିଙ୍ଗନଗର ଅନ୍ତର୍ଗତ ମାଣତିରା ପଞ୍ଚାୟତରେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ବର୍ଷ ଧରି ୬୬ ଏକର ଜମିରେ ଇମାମି ସିମେଣ୍ଟ କାରଖାନା ଗଢି ଉଠିଥିବା ବେଳେ ବର୍ତ୍ତମାନ କାରଖାନାର ମାଲ ପରିବହନ ନିମନ୍ତେ ରେଲୱେ ଲାଇନ ଓ ସାଇଡିଂ ନିର୍ମାଣ ପାଇଁ ଇଡ଼କୋ ପକ୍ଷରୁ ଉକ୍ତ ଜମିକୁ ଲିଜ ସୂତ୍ରରେ ନେବାପାଇଁ ଆବେଦନ କରାଯାଇଛି l ତେଣୁ ଏଥି ସମ୍ବଦ୍ଧରେ ସ୍ଥାନୀୟ ରାବଣା ଓ ମାଣତିରା ପଞ୍ଚାୟତ ବାସୀଙ୍କ ଆପତ୍ତି ଅଭିଯୋଗଥିଲେ ୩0 ଦିନ ମଧ୍ୟରେ ଲିଖିତଭାବେ ଜଣାଇବାକୁ ଦାନଗଦୀ ତହସିଲଦାର ସର୍ବସାଧାରଣରେ ନୋଟିସ ଜାରୀ କରିଥିଲେ l 
ଅନ୍ୟପଟେ ଏହି ନୋଟିସକୁ ମାଣତିରା ଓ ରାବଣାର ଗ୍ରାମବାସୀ ବିରୋଧ କରି ଦାନଗଦୀ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l 
ସୂଚନା ଥାଉକି ଇମାମି ସିମେଣ୍ଟ କାରଖାନା ପ୍ରାରମ୍ଭରୁ ସ୍ଥାନୀୟ ଜମିହରା ମାଲିକଙ୍କ ଠାରୁ ଜମି ଅଧିଗ୍ରହଣ ବେଳେ ସ୍ଥାୟୀ ନିଯୁକ୍ତି ଓ ଅଞ୍ଚଳର ପାରିପାର୍ଶ୍ଵିକ ବିକାଶ କରିବାକୁ ପ୍ରତିଶୃତି ଦେଇଥିଲେ l ଯାହା ଏଯାଏଁ କୌଣସି ପ୍ରତିଶୃତିକୁ ପୂରଣ କରିନାହାନ୍ତି ବରଂ ସ୍ଥାନୀୟ ଅଞ୍ଚଳରେ ପ୍ରଦ୍ୟୁଷଣ ବଢ଼ି ଅଞ୍ଚଳବାସୀ ବିଭିନ୍ନ ରୋଗଗ୍ରସ୍ତ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି I ଏବଂ କମ୍ପାନୀ ପ୍ରତି କୌଣସି ବିଶ୍ୱାସ ଆଉ ନାହିଁ ବୋଲି ସିଧାସଳଖ କହିଛନ୍ତି ଗ୍ରାମବାସୀ I 
ଅଗାମୀଦିନରେ ଯଦି ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟ ଓ ଜମିହରାଙ୍କୁ ନିଯୁକ୍ତି ନ ମିଳେ ତେବେ ଇମାମି କାରଖାନାକୁ ଦୃଢ଼ ବିରୋଧ କରାଯିବ ଏବଂ ଏହାର ପ୍ରତିବାଦରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ l 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !