ଆମ୍ବେଦକରଙ୍କ ୬୫ତମ ତିରୋଧାନ ଦିବସ ପାଳିତ।

ଢେଙ୍କାନାଳ :ଚଳିତ ମାସ ୬ ତାରିଖ ପୁର୍ବାହ୍ନ ରେ ଢେଙ୍କାନାଳ ଜିଲ୍ଲାର ସଦରମହକୁମା ରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡକ୍ଟର ଭି. ଆର. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ତାଙ୍କର ୬୫ତମ ତିରୋଧାନ ଦିବସ ଉପଲକ୍ଷେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । 
ଆଜିର ଏହି ପୁଷ୍ପମାଲ୍ୟ ଅର୍ପଣ ଉସ୍ଛବରେ ଢେଙ୍କାନାଳର ସାଂସଦ ମହେଶ ସାହୁ,ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ,ହିନ୍ଦୋଳ ବ୍ଲକ ଅଧକ୍ଷ ପ୍ରିୟ ରଞ୍ଜନ ମହାନ୍ତି,ପୂର୍ବତନ ନଗରପାଳ ଶ୍ରୀ ସୁଧାଂଶୁ କୁମାର ଦଳେଇ ଓ ଇନ୍ଦ୍ରମଣି ବେହେରା,ଜିଲ୍ଲା କଂଗ୍ରେସ ସଭାପତି ସରୋଜ କୁମାର ପଟ୍ଟନାୟକ,ଶାନ୍ତିଭୂଷଣ ପଣ୍ଡା,ସମାଜସେବୀ ସରୋଜ କୁମାର ଶତପଥୀ,ଆମ୍ବେଦକର ସୋସାଇଟି ର ସଭ୍ୟ ସଭ୍ୟା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।ମାନ୍ୟବର ସାଂସଦ ଆମ୍ବେଦକର ଙ୍କର ସ୍ମୃତିଚାରଣ କରିଥିଲେ । ଅଗାମୀପିଢି ଆମ୍ବେଦକରଙ୍କର ମାର୍ଗଦର୍ଶନ କଲେ ଦେଶ ଓ ରାଜ୍ୟର ଶାନ୍ତି ଓ ସଁହତି ବଜାୟ ରହିପାରିବ ବୋଲି ମତବ୍ୟକ୍ତ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !