୧୨ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର I


ବଲାଙ୍ଗୀର :- ପାଟଣାଗଡ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ସୋମବାର ଦିନ ସକାଳ ୧୦ ଟା ବେଳେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଏଏସଆଇ ସେୱାନ କେରକେଟା ତାଙ୍କ ଟିମ ସହିତ ଖପ୍ରାଖୋଲରୁ କନ୍ଦେନଝୁଲା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସେମାନଙ୍କୁ କନ୍ଦେନଝୁଲା ଛକଠାରୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣା ଯାଇଥିଲା,ତାଙ୍କୁ ପଚରାଉଚରା କରିବାରୁ ଜଣାପଡିଲା ଯେ ସେମାନେ ଦାଦନ ଖଟିବାକୁ ବାହାରକୁ ଚାଲାଣ ହେଉଥିଲେ l ସୂଚନା ଅନୁଯାୟୀ ଭରୁଆମୁଣ୍ଡା ଗ୍ରାମର ୮ ଜଣ  ପୁରୁଷ ଓ ମହିଳା ସମେତ ୪ ଜଣ ଶିଶୁ ରହିଥିବା ବେଳେ ଏମାନଙ୍କୁ  କଣ୍ଟାବାଞ୍ଜିରେ ରହୁଥିବା ଥିବା ଶ୍ରମିକ ଦଲାଲ ଅମରେନ୍ଦ୍ର କୁମାର ବାଗ(୪୨) ଏବଂ କନ୍ଦେନଝୁଲା ଗ୍ରାମର ଦାଦନ ସର୍ଦାର ଗୋପ ରାୟ(୫୭) ବିଜୟନଗରମ(ଆନ୍ଧ୍ର ପ୍ରଦେଶ) କୁ ପଠାଉଥିବା ଜଣାପଡିଥିଲା କିନ୍ତୁ ଦୁର୍ଭାଗ୍ୟର କଥା ଦୁଇ ଜଣ ଅଭିଯୁକ୍ତ ପୋଲିସ ହାତରେ ଧରାପଡି ନାହାନ୍ତି l ପୋଲିସ ଦୁଇ ଅଟୋ ଡ୍ରାଇଭର ବିରଞ୍ଚି ବାଗ(୪୧) ଓ ପୂର୍ଣ୍ଣ ବଗର୍ତ୍ତୀ(୩୦) ଙ୍କୁ  ଗିରଫ କରି ଖପ୍ରାଖୋଲ ଥାନା କେସ ନଂ. ୨୧୧/୨୧, ଧାରା ୪୨୦/୩୭୦/୩୭୪/୩୪ ଆଇପିସି /୨୫ ଅନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟ ମ ଅନୁଯାୟୀ କେସ ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏବଂ କେସ୍‌ ଇନଚାର୍ଜ ଅଧିକାରୀ ଏଏସଆଇ ନାରାୟଣ ସାହୁ ସୂଚନା ଦେଇଛନ୍ତି l (ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !