Posts

Showing posts from September, 2023

ରସାୟନ ବିଜ୍ଞାନ ବିଭାଗ ଦ୍ବାରା ଆୟୋଜିତ "ନିକୋଟିନ୍ ଆଧାରିତ ଔଷଧର ସିନ୍ଥେଟିକ୍ସ ଏବଂ ସେମାନଙ୍କର ପ୍ରୟୋଗ" ଉପରେ ରାଜ୍ୟ ସ୍ତରୀୟ ସେମିନାର |

Image
ଯାଜପୁର (ବ୍ୟାସନଗର) :- ଚଳିତ ମାସ ୨୫ତାରିଖ ଦିନ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ରସାୟନ ବିଭାଗ ତରଫରୁ " ସିନ୍ଥେସିସ୍ ଅଫ ନିକୋଟିନ୍ ବେସଡ୍ ଡ୍ରଗ ଆଣ୍ଡ ଦେୟାର ଆପ୍ଲିକେସନସ୍ " ବିଷୟ ଉପରେ ଏକ ରାଜ୍ୟସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ପାଠଚକ୍ରକୁ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ | କେମେଷ୍ଟ୍ରୀ ବିଭାଗର ବିଭାଗୀୟ ମୁଖ୍ୟ ତଥା ସଂଯୋଜିକା ଡ଼. ସୁଜାତା ଓତା ସର୍ବ ପ୍ରଥମେ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସଂପ୍ରତି ସିନ୍ଥେସିସ୍ ଅଫ ନିକୋଟିନ୍ ବେସଡ୍ ଡ୍ରଗ ଏବଂ ତାର ପ୍ରୟୋଗ ଧାରା ସମ୍ପର୍କରେ ଛାତ୍ର - ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | ମୁଖ୍ୟବକ୍ତା ଭାବେ ଡ଼. ଦିବ୍ୟଲୋଚନ ସିଂ ଆସିଷ୍ଟାଣ୍ଟ ପ୍ରଫେସର ପି. ଜି. ଡିପାର୍ଟମେଣ୍ଟ ଏନ :ସି: ସ୍ୱୟଂଶାସିତ ମହାବିଦ୍ୟାଳୟ, ଯାଜପୁର, ଯୋଗଦେଇ ସଂପ୍ରତି ଯୁବ ସମାଜ ଡ୍ରଗ ଆଡିକଟେଡ ଦ୍ୱାରା କିଭଳି ଯୁବ ସମାଜ ଉପରେ କୁପ୍ରଭାବ ପଡୁଛି ସେ ବିଷୟରେ ଅଧିକ ସୂଚନା ଦେଇଥିଲେ | ପ୍ରୋଜେକଟର ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ କରି ସିନ୍ଥେସିସ୍ ଅଫ ନିକୋଟିନ୍ ବେସଡ୍ ଡ୍ରଗ ଏବଂ ଏହାର ପ୍ରୟୋଗ ଧାରା ସମ୍ପର୍କରେ ଉଦବୋଧନ ଦେଇଥିଲେ | ଏହି ଅବସରରେ ଡ଼. ଦଶରଥ ସାହୁ, ଲୀନା ମ

କିଲିମାଞ୍ଜୋରୋ ଆରୋହଣ କରିଥିବା ଦୁଇ ଓଡିଆ ପର୍ବତାରୋହୀଙ୍କୁ ଟାଟା ଷ୍ଟିଲ୍ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା l

Image
ଯାଜପୁର (କଳିଙ୍ଗନଗର) : - ନିକଟରେ ଆଫ୍ରିକାର ସର୍ବୋଚ୍ଚ ଗିରୀଶୃଙ୍ଗ ମାଉଂଟ୍ କିଲିମାଞ୍ଜୋରୋକୁ ଆରୋହଣ କରିଥିବା ଦୁଇ କର୍ମଚାରୀଙ୍କ ଉଲ୍ଲେଖନୀୟ ସଫଳତାକୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଅଭିଯାନରୁ ଫେରିବା ପରେ ପର୍ବତାରୋହୀ ସତ୍ୟବ୍ରତ ଦାସ ଓ ନାକମଣି ନୀଲିମା ହେମ୍ବ୍ରମଙ୍କୁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡେଇ ଭୁବନେଶ୍ବରସ୍ଥିତ ତାଙ୍କ ବାସଭବନରେ ସୋମବାର ଦିନ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍ (ଟିଏସ୍ଏଫ୍)ର ସିଏସ୍ଆର୍ ଓଡ଼ିଶା ମୁଖ୍ୟ ଡ. ଅମ୍ବିକା ପ୍ରସାଦ ନନ୍ଦ, କଳିଙ୍ଗନଗର ଟାଟା ଷ୍ଟିଲ୍‌ ଫାଉଣ୍ଡେସନର ୟୁନିଟ୍ ମୁଖ୍ୟ ଆଲେନ୍ କିମ୍ ଜୋସେଫ୍‌ଙ୍କ ସମେତ ଟିଏସ୍ଏଫର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ନାକମଣି ନୀଲିମା ଏବଂ ସତ୍ୟବ୍ରତ ଆଫ୍ରିକାର ତାଞ୍ଜାନିଆରେ ଥିବା ୫,୮୯୫ ମିଟର (୧୯,୩୪୦ ଫୁଟ) ଉଚ୍ଚତାର କିଲିମାଞ୍ଜୋରୋ ଗିରୀଶୃଙ୍ଗକୁ ଆରୋହଣ କରିଛନ୍ତି । ଟିଏସ୍ଏଫ୍‌ର ଦୁଗ୍ଧ ଉନ୍ନୟନ ସଂଯୋଜକ ଭାବେ କାର୍ଯ୍ୟରତ ସତ୍ୟବ୍ରତ ଦାସ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ କୁମ୍ଭୀର ଗଡ଼ିଆ ଗ୍ରାମର ଓ ଟିଏସ୍ଏଫ୍ ମ୍ୟାନେଜର ଭାବେ କାର୍ଯ୍ୟରତ ନାକମଣି ନୀଳିମା ହେମ୍ବ୍ରମ ରାଉରକେଲାର ଅଧିବାସୀ ଅଟନ୍ତି । ପର୍ବତାରୋହୀମାନଙ୍କୁ ହାର୍

ପାରାଦୀପ ବନ୍ଦରରେ କଣ୍ଟେନର ଟର୍ମିନାଲ୍ ବିକାଶ ଓଡ଼ିଶାକୁ ଆଣିପାରେ ୨୦,୦୦୦ କୋଟିର ବ୍ୟବସାୟ l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - ଓଡିଶାର ପାରାଦୀପ ବନ୍ଦରରେ ଏକ ଉତ୍ସର୍ଗୀକୃତ କଣ୍ଟେନର ଟର୍ମିନାଲର ବିକାଶରେ ରାଜ୍ୟକୁ ୨୦,୦୦୦ କୋଟି ଟଙ୍କାର ବ୍ୟବସାୟ ଆଣିବାର କ୍ଷମତା ରହିଛି ବୋଲି ଜିନ୍ଦଲ ଷ୍ଟେନଲେସର ଲଜିଷ୍ଟିକ୍ସ ମୁଖ୍ୟ, ଶ୍ରୀ ଭେଙ୍କଟେଶ୍ଵର ରାଓ ଗତକାଲି ଲଜିଷ୍ଟିକ୍ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ କହିଛନ୍ତି। ବର୍ତ୍ତମାନ, ଏହି ବ୍ୟବସାୟ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଯାଉଅଛି। କାର୍ଗୋ ଭଲ୍ୟୁମ୍ ଅନୁସାରେ ଓଡ଼ିଶା, ଦେଶର ତୃତୀୟ ବୃହତ୍ତମ ବନ୍ଦର ପ୍ରଦେଶ ହୋଇଥିଲେ ମଧ୍ୟ ଏକମାତ୍ର ରାଜ୍ୟ ହୋଇ ରହିଛି ଯାହାର ଏକ ଉତ୍ସର୍ଗୀକୃତ କଣ୍ଟେନର ଟର୍ମିନାଲ୍ ନାହିଁ ଏବଂ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛି।ବର୍ତ୍ତମାନ, ବିଶାଖାପାଟଣା ବନ୍ଦର ଓଡିଶାର ୪୦-୪୫% ମାଲଗୁଡିକର ନିୟନ୍ତ୍ରଣ କରୁଛି। ଷ୍ଟେନଲେସ ଷ୍ଟିଲ ଇଣ୍ଡଷ୍ଟ୍ରିର ଅଗ୍ରଣୀ ସଂସ୍ଥା, ଜିନ୍ଦଲ ଷ୍ଟେନଲେସ ଲିମିଟେଡ ତରଫରୁ ଶ୍ରୀ ଭେଙ୍କଟେଶ୍ଵର ରାଓ ଓ ତାଙ୍କର ଟିମ, କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII) ଦ୍ୱାରା ଆୟୋଜିତ ଲଜିଷ୍ଟିକ୍ ସମ୍ମିଳନୀରେ ଅଂଶଗ୍ରହଣ କରି ଏହି ଚ୍ୟାଲେଞ୍ଜ ଉପରେ ଆଲୋକପାତ କରିଥିଲେ। ସେପ୍ଟେମ୍ବର ୨୨, ୨୦୨୩ ରେ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀରେ ବାଣିଜ୍ୟ ଓ ପରିବହନ ମୁଖ୍ୟ ସଚିବ, ଶ୍ରୀମତୀ ଉଷା ପାଢୀ; ଗତିଶକ୍ତି ବିଭାଗର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (P

ଯାଜପୁର କେନ୍ଦୁଝରରୋଡ ରେଳ ବିଭାଗ ପକ୍ଷରୁ ଯାତ୍ରୀ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l

Image
ଯାଜପୁର - ଯାତ୍ରୀ ମାନଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ,ଟ୍ରେନ ଚାଲୁଥିବା ସମୟରେ ନ ଚଢିବା, ଟ୍ରେନ କୌଣସି ନିଶା ସେବନ ନ କରିବା, ଟ୍ରେନ ର ଦ୍ଵାର ପାଖରେ ଓହଳି ନ ଯିବା,ଅଯଥା ରେ ଯାତ୍ରୀ ମାନଙ୍କୁ ହଇରାଣ ନ କରିବା, ଫାଟକ ପଡ଼ିଥିବା ସମୟରେ ରାସ୍ତା ଅତିକ୍ରମ ନ କରିବା, କୌଣସି କାରଣ ନ ଥାଇ ଟ୍ରେନ ର ଚେନ କୁ ଟାଣିବା,କୌଣସି ଜାଗାରେ ରେଳ ଲାଇନ ପାର ନ ହେବା ଟ୍ରେନ ରେ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ସହଯୋଗ କରିବା, ପ୍ଲାଟଫର୍ମ ଭିତରେ ପରିଷ୍କାର ପରିଚ୍ଛନ୍ନ ରଖିବା, ଟ୍ରେନ ରେ କୌଣସି ଅସୁବିଧା ହେଲେ ରେଳ ବିଭାଗ ତରଫରୁ ଦିଆଯାଇଥିବା ଟୋଲ ଫ୍ରି ନମ୍ବର (୧୯୩)139 ରେ ଯୋଗା ଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅବଗତ କରାଇ ଥିଲେ l ଯାଜପୁର କେନ୍ଦୁଝର ରୋଡ ରେଳ ବିଭାଗ ଅଧିକାରୀ ପ୍ରବୀନ କୁମାର ଙ୍କ ତତ୍ଵାବଧାନ ରେ ଏ ଏସ ଆଇ ଆର. କେ. ସାମଲ, ଏସ. କେ. ଦାସ କନଷ୍ଟେବଲ ଏସ. ସି. ବେହୁରା ପି. ଏନ. ସେଠି, ସୁଜନ ପରିଡା ପ୍ରମୁଖ ସାମିଲ ହୋଇଥିଲେ l ଯାଜପୁର କେନ୍ଦୁଝର ରୋଡ ରେଳ ବିଭାଗ ତରଫରୁ ଯାତ୍ରୀ ମାନଙ୍କ ପାଇଁ ଏଭଳି ସଚେତନତା କାର୍ଯ୍ୟକ୍ରମ କୁ ସାଧାରଣ ରେ ପ୍ରଶଂସା କରାଯାଇଛି l

ବସୁନ୍ଧରା ଯୋଜନାରେ କେଳେଙ୍କାରୀ, ଅନୁପ୍ରବେଶକାରୀ ସାମିଲ l

Image
କେନ୍ଦ୍ରାପଡ଼ା(ବ୍ୟୁରୋ ରିପୋର୍ଟ) : - ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ଶେଷ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲାର ୫୭୯ ଜଣ ଗୃହହୀନ ବ୍ୟକ୍ତିଙ୍କୁ ବସୁନ୍ଧରା ଯୋଜନାରେ ମୋଟ ୧୩.୩୮୦ ଏକର ପତିତ ଜମି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ତଥ୍ୟ ଅନୁଯାୟୀ ଏହି ଯୋଜନାରେ ଜିଲ୍ଲାରେ ଅଦ୍ୟାବଧି ଆଳି ତହସିଲ ଅଞ୍ଚଳର ୪୫୦ ଜଣ ଭୂମିହୀନଙ୍କୁ ୧୫.୯୭୧ ଏକର ଜମି ପ୍ରଦାନ କରାଯାଇଛି। ସେହିପରି ଡେରାବିଶ ତହସିଲ ଅଞ୍ଚଳରେ ୧୫୧ ଜଣଙ୍କୁ ୫.୬୮୦ ଏକର, ଗରଦପୁରରେ ୨୧୭ ଜଣଙ୍କୁ ୮.୬୮୦ ଏକର, ରାଜକନିକାରେ ୫୮୩ ଜଣଙ୍କୁ ୧୯୮.୬୯୦ ଏକର, କେନ୍ଦ୍ରାପଡ଼ାରେ ୪୦୨ ଜଣଙ୍କୁ ୨୬.୮୬୧ ଏକର, ମାର୍ଶାଘାଇରେ ୭୫୯ ଜଣଙ୍କୁ ୨୭.୨୬୨ ଏକର, ମହାକାଳପଡ଼ାରେ ୧୪୬୫ ଜଣଙ୍କୁ ୧୧୧.୨୯୦ ଏକର, ପଟ୍ଟାମୁଣ୍ଡାଇରେ ୮୨୪ ଜଣଙ୍କୁ ୩୧.୭୮୮ ଏକର ଓ ରାଜନଗର ତହସିଲ ଅଞ୍ଚଳରେ ୫୭୦ ଜଣଙ୍କୁ ୨୨.୭୪୦ ଏକର ଜମି ପଟ୍ଟା ପ୍ରଦାନ କରାଯାଇଛି। ୨୦୧୧ ଜନଗଣନା ସମୟରେ ଜିଲ୍ଲାରେ ମୋଟ ୨୫୧୨ ଭୂମିହୀନ ଥିବାବେଳେ ଗତ ଜୁଲାଇ ସୁଦ୍ଧା ଏହି ଯୋଜନାରେ ମୋଟ ୫୪୨୧ ଜଣ ୪୪୮.୯୬୨ ଏକର ଜମି ପାଇଛନ୍ତି। ଏହାସତ୍ତ୍ୱେ ଅଦ୍ୟାବଧି ଜିଲ୍ଲାରେ ୧୩୦୦ରୁ ଅଧିକ ଏହି ଯୋଜନାରେ ସାମିଲ ପାଇଁ ଆବେଦନ ପତ୍ର ପଡି ରହିଛି। ବହୁ ସଂଖ୍ୟକ ଅନୁପ୍ରବେଶକାରୀ ଏହି ଯୋଜନାରେ ହିତାଧିକାରୀ ସାଜିଥିବା ବେଳେ କେତେକ ମଧ୍ୟସ୍ଥି ଏଥିରେ ସହାୟକ ହୋଇଥିବା ଅଭିଯୋଗ ଆସୁଛି। ଅନୁପ୍ରବେଶ ସମସ୍ୟା ଜିଲାରେ ଅହେ

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ; ଡିସେମ୍ବର ଯାଏ ସମୟ ନେଲେ ସରକାର l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ପୁଣି ସମୟ ନେଲେ ସରକାର, ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ। ଆନ୍ଦୋଳନକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି। ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଶିକ୍ଷକ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ବୈଠକରେ ଦାବୀ ପୂରଣ ପାଇଁ ସରକାର ଡିସେମ୍ବର ଯାଏ ସମୟ ମାଗିଛନ୍ତି। ଏହି ସମୟ ଅବଧି ମଧ୍ୟରେ ଦାବୀ ପୂରଣ ହେବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିବା ମହାସଚିବ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ର ଲାଭ ଉଠାନ୍ତୁ... କେମିତି କରିବେ ଆବେଦନ?

Image
ବ୍ୟୁରୋ ରିପୋର୍ଟ :- ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ, ଘୋଷିତ ୧୮ ପ୍ରକାର କାମ ସହିତ ସମ୍ପୃକ୍ତ ବ୍ୟକ୍ତି ବିଶେଷ ମାନେ, ଯଥାଶୀଘ୍ର ନିକଟସ୍ଥ ଜନସେବା କେନ୍ଦ୍ରକୁ ନିମ୍ନୋକ୍ତ ସର୍ବନିମ୍ନ କାଗଜପତ୍ର ସହିତ ଯାଇ ପଞ୍ଜିକରଣ କରିନେବା ଦରକାର। ଏହି ଯୋଜନା ୧୭ ସେପ୍ଟେମ୍ବର ୨୨୦୩ ଠାରୁ କାର୍ଯ୍ୟକ୍ଷମ ହୋଇଛି। ପଞ୍ଜିକରଣ ସମ୍ପୂର୍ଣ୍ଣ ମାଗଣା, ଏଣୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଲାଭ ଉଠେଇବା ପାଇଁ ୧୮ ବର୍ଷରୁ ତଦୁର୍ଦ୍ଧ ବ୍ୟକ୍ତି ମାନେ ପଞ୍ଜିକରଣ କରିପାରିବେ।  =ଆବଶ୍ୟକୀୟ ଦସ୍ତାବିଜଗୁଡ଼ିକ = ୧- ଆଧାର କାର୍ଡ ୨- ବ୍ୟାଙ୍କ ପାସବୁକ ୩- ପାସପୋର୍ଟ ସାଇଜ ଫଟୋ  ୪- ଜାତି ପ୍ରମାଣପତ୍ର ୫- ଆବାସିକ ପ୍ରମାଣପତ୍ର 6- ଆୟ ପ୍ରମାଣପତ୍ର ୭- ଆଧାରକାର୍ଡ ସହିତ ଜଡ଼ିତ ମୋବାଇଲ ନମ୍ବର =କଣ କଣ ସୁବିଧା ସୁଯୋଗ ହାସଲ କରି ପାରିବେ = ୧-ପଞ୍ଜିକରଣ, ଯାଞ୍ଚ ଓ ଯୋଜନା ପ୍ରମାଣପତ୍ର ମିଳିବା ପରେ, ସମସ୍ତ ହିତାଧିକାରୀଙ୍କୁ ₹ ୧୫୦୦୦/- ଟଙ୍କାର ଆର୍ଥିକ ସହାୟତା ଦିଆଯିବ ଯନ୍ତ୍ରପାତି କିଣିବା ନିମିତ୍ତ। ୨- ବିନା ସିକ୍ୟୁରିଟରେ ପ୍ରଥମଥର ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ ଯାହାକୁ ୧୮ ମାସ ମଧ୍ୟରେ ସୁଝିବାକୁ ପଡ଼ିବ। ୩- ପ୍ରଥମ ଋଣ ପରିଶୋଧ ପରେ ଦ୍ବିତୀୟ ଋଣ ୨ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଦେବ। ପରବର୍ତ୍ତୀ ସମୟରେ ଏହା ଅଧିକ ହେବ।  ୪-ମାଗ

ବନବିଭାଗ ପକ୍ଷରୁ ଚଢ଼ାଉ, ବିପୁଳ ପରିମାଣର କାଠ ଜବଦ ସହିତ ଜଣେ ଗିରଫ l

Image
ଯାଜପୁର(ବ୍ୟୁରୋ ରିପୋର୍ଟ ):- କଟକ ଭିଜିଲାନ୍ସ ଓ ଯାଜପୁରରୋଡ ବନ ବିଭାଗ ପକ୍ଷରୁ ହାଟଡିହ ଗାଁ ଛକରେ ଚଢ଼ାଉ କରି ୫୦ ସିଫ୍ଟ କାଠ ଗାଡି ଜବତ କରିବା ସହିତ ଜଣେଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ କଟକ ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଧେଶ କଟକ ଭିଜିଲାନ୍ସ ରେଞ୍ଜର ବବିତା ସୋରେନ ଓ ଯାଜପୁର ରୋଡ ବନ ବିଭାଗ ରେଞ୍ଜର ଜ୍ୟୋତି ରଂଜନ ମହାପାତ୍ର ଦଶରଥପୁର ଥାନା ହାଟଡିହ ଗାଁ ଛକରେ ଚଢ଼ାଉ କରିଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ଗାଡ଼ିରେ କାଠ ଆଣିଥିବା ଦେଖି ଗିରଫ କରିନେଇଥିଲେ । ତେବେ ଏହି ଗିରଫ ଅଭିଯୁକ୍ତ ଜଣଙ୍କ ଭଦ୍ରକ ଜିଲ୍ଲା ଅଂଚଳର ଏସ.କେ ସାଉଦିନ ବୋଲି ଜଣାପଡିଛି । ସେପଟେ ବନ ବିଭାଗ ପକ୍ଷରୁ ଆଜି ଏହି ଅଭିଯୁକ୍ତକୁ ଗିରଫ କରିବା ପରେ କେଶ ନମ୍ବର OR 52JR /2023-24ରେ ଗୋଟିଏ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ବନ ବିଭାଗ ପକ୍ଷରୁ ଏହି ଚଢ଼ାଉ କରି ୫୦ ସିଫ୍ଟ କାଠ ସମେତ ଗାଡି ଜବତ କରିଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ଫରେଷ୍ଟର ଦୁର୍ଯ୍ୟଧାନ ବେଜ, ସ୍କ୍ୱାର୍ଡ ତ୍ରିଲୋଚନ ଦାଶ, ଅଜୟ କୁମାର ମଲ୍ଲିକ, ଦେବେନ୍ଦ୍ର ସେଠି, ସରୋଜ ସୋରୂପ ନାୟକ, ନିର୍ମଳ କୁମାର ମଲ୍ଲିକ ସାମିଲ ଥିଲେ । ବନ ବିଭାଗ ଦ୍ୱାରା ଜବତ ଗାଡିକୁ ଯାଜପୁରରୋଡ ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇ ତଦନ୍ତ କରାଯାଉଛି । 

ଏଣିକି ଓମଫେଡ ଘିଅରେ ପ୍ରସ୍ତୁତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ l

Image
ପୁରୀ (ବ୍ୟୁରୋ ରିପୋର୍ଟ) : - ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ କୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅଭିଯୋଗ ହୋଇଆସୁଛି l କେତେବେଳେ ମହାପ୍ରସାଦ କୁ ବାହାରେ ରୋଷେଇ କରୁଥିବା କରି ଭକ୍ତର ଭକ୍ତିଭାବ କୁ ବିଶୃଙ୍ଖଳିତ କରାଯାଉଛି l ଶ୍ରୀମନ୍ଦିରରେ ଆନନ୍ଦ ବଜାର ଶୃଙ୍ଖଳା ନେଇ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା । ଶ୍ରୀମନ୍ଦିର ସ୍ଵତନ୍ତ୍ର ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି। ତେବେ ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇନାହିଁ। ସେହିପରି ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇନାହିଁ। ଆନନ୍ଦ ବଜାରରେ ଅଣ ସୁଆରଙ୍କୁ ଚିହ୍ନଟ କରି ବାହାର କରି ଦିଆଯାଇଛି। କେବଳ ସୁଆର ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ରହିବେ। ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ , ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ , ଆନନ୍ଦ ବଜାରରେ ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ଵ ଦେବା , ଜରି କାଢି ଶେଡ୍ ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭଲ ଘିଅ ଅର୍ଥାତ୍ ଓମଫେଡ୍ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଆଜିର ବୈଠକରେ ଆଲୋଚନା ହୋଇଛି। ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା ହ

ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ଯୁ l

Image
ଯାଜପୁର (କୋରାଇ) : - ଜିଲ୍ଲାର କୋରାଇ ବ୍ଲକ ଅନ୍ତର୍ଗତ ଆଲିଆ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା l ଅଜଣା ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମେତ୍ୟୁ ଘଟିଛି l ସୂଚନା ମୁତାବକ ଆଜି ସକାଳ ୧୦ ଟା ବେଳେ ଜଣେ ବାଇକ ଆରୋହୀ ଯାଜପୁର ରୋଡ଼ରୁ ପାଣିକୋଇଲି ଅଭିମୁଖେ ଯାଉଥିବାବେଳେ ହଠାତ ଏକ ଟ୍ରକ ତାଙ୍କ ପଛପଟୁ ଶକ୍ତ ଧକ୍କା ଦେଇଥିଲା l ଫଳରେ ଘଟଣାସ୍ଥଳରରେ ଯୁବକ ଜଣକ ଗୁରୁତ୍ତର ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଯୁବକକୁ ଶହେ ଆଠ ଆମ୍ବୁଲାନ୍ସ ଯୋଗେ ଯାଜପୁର ରୋଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ମାତ୍ର ଡାକ୍ତର ତାଙ୍କୁ ମୃତ୍ଯୁ ଘୋଷଣା କରିଥିଲେ l ଅନ୍ୟପଟେ ଦୁର୍ଘଟଣା ଘଟଇଥିବା ଟ୍ରକଟି ଫେରାର ହୋଇ ଯାଇଥିବା ଜଣାପଡିଛି l ସୂଚନା ପାଇ କୋରାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଲସର ବାଇକକୁ ଜବତ କରିବାସହ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରିଛି ଏବଂ ଶବ ବ୍ୟବଛେଦ ନିମନ୍ତେ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି l ମୃତ ଯୁବକକ ଜଣକଙ୍କ ନାମ ସଞ୍ଜୟ କୁମାର ଶିଅଳ ହୋଇଥିବା ବେଳେ ତାଙ୍କ ଘର କାଚରାସାହି ପଞ୍ଚାୟତ ଅନ୍ତର୍ଗତ ରଗଡି ସ୍ଥିତ ରାଉତରାୟ ପୁର ବୋଲି ଜଣାପଡିଛି l ଯୁବକ ଜଣଙ୍କର କିଛି ଦିନତଳେ ନିର୍ବନ୍ଧ ହୋଇଥିଲା ଓ ତାଙ୍କର ୨ ମାସ ଭିତରେ ବିବାହ ହୋଇଥାନ୍ତା କିନ୍ତୁ ବିବାହ ପୂର୍ବରୁ ଉଜୁଡିଗଲା ଦାମ୍ପତ୍ୟ ଜୀବନର ଅଭୁଲା ସ୍ବ

ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ମାହାଙ୍ଗା ପଡ଼ିଲା, ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ଏଏସ୍ ଆଇ ନିରଞ୍ଜନ ମହାନ୍ତି ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଏଏସ୍ ଆଇ ନିରଞ୍ଜନ ମହାନ୍ତି ଙ୍କୁ ନିଲମ୍ବନ କରିଛନ୍ତି ଖୋର୍ଦ୍ଧା ଏସପି । ରବିବାର ଅପରାହ୍ନରେ ଏକ ମାମଲା ସମ୍ପର୍କରେ ବୁଝିବା ପାଇଁ ଜଙ୍କିଆ ପଞ୍ଚାୟତର ୱାର୍ଡ ମେମ୍ବର ନବ କିଶୋର ହରିଚନ୍ଦନ ଜଙ୍କିଆ ଥାନାକୁ ଯାଇଥିଲେ। ଥାନାର ଭାରପ୍ରାପ୍ତ ଅଧିକାରୀ ନ ଥିବାରୁ ନବ କିଶୋର ଥାନା ଫାଟକ ପାଖରେ ଠିଆ ହୋଇ ମୋବାଇଲରେ କଥା ହେଉଥିଲେ ।ଏହି ସମୟରେ ଏଏସ୍ଆଇ ନିରଞ୍ଜନ ମହାନ୍ତି  ୱାର୍ଡ ମେମ୍ବରଙ୍କୁ ଡାକିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଏହାପରେ ଉତ୍ତ୍ୟକ୍ତ ହୋଇ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ଏଏସ୍‌ଆଇଙ୍କ ଆକ୍ରମଣରେ ୱାର୍ଡ ମେମ୍ବରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଥାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା।ପରେ ଜଙ୍କିଆ ଥାନାର ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ସହିତ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଏତଲା ଗ୍ରହଣ କରିଥିଲେ। ଏସମ୍ପର୍କରେ ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ।  ଏଏସଆଇ ଥାନାରେ ନିଶାସକ୍ତ ଥିବା ବେଳେ  ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ତେବେ ଅଫିସ ଡ୍ୟୁଟି ସମୟରେ କିପରି ଅଧିକାରୀଜଣକ ନିଶାସକ୍ତ ହୋଇ କାମ କରୁଛନ୍ତି

ବ୍ରାଉନ ସୁଗାର ଜବତ ଜଣେ ଅଭିଯୁକ୍ତ ଗିରଫ l

Image
ଯାଜପୁର(ବ୍ୟାସନଗର) :- ଗତ କିଛିଦିନ ହେବ ଯାଜପୁର ରୋଡ ଏବଂ ଏହାର ଆଖପାଖ ଅଂଚଳ ରେ ଚୋରା ନିଶା ବେପାରୀ ଙ୍କ ଦୌରାତ୍ମ ବଢ଼ି ବାରେ ଲାଗିଛି l ତାକୁ ସାମ୍ନା କରିବା ପାଇଁ ଆକ୍ସନ ମୁଡ଼ ରେ ଡୋଲୀପୁର ଅବକାରୀ ବିଭାଗ l ଚୋରା ନିଶା ବେପାରୀ ଙ୍କ ନିଦ ହଜେଇଦେଲାଣି ଡୋଲୀପୁର ଅବକାରୀ ବିଭାଗ l ଗୋଟେ ପରେ ଗୋଟେ ଆସାମୀ କୁ ଧରିବାରେ ସଫଳ ହେଉଛି ଅବକାରୀ ପୋଲିସ l ଖବର ମୁତାବକ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନା ଙ୍କ ନିର୍ଦେଶ କ୍ରମେ ଇନ୍ସିପେକ୍ଟର ସମୀର କୁମାର ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଡୋଲୀପୁର ଅବକାରୀ ବିଭାଗର ଅଧିକାରୀ ଶ୍ରୀକାନ୍ତ ପଣ୍ଡା, ସୁକିନ୍ଦା ଅବକାରୀ ବିଭାଗ ଅଧିକାରୀ ଭରତ କୁମାର ମିଶ୍ର, ଜିଲ୍ଲା ମୋବାଇଲ ସ୍କାର୍ଡ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ, ଖିରୋଦ କୁମାର ସାହୁ, ବିପିନ କୁମାର ପ୍ରଧାନ, ବିଭୁ ସାହୁ ପ୍ରମୁଖ ଯାଜପୁର ରୋଡ ଚୂନ ଭାଟି ପ୍ଲଟ ନିକଟରେ ଚଢ଼ାଉ କରି ୫୩ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସଂଗେ ସଂଗେ ଆସାମୀ ସେଠାକାର ଶଙ୍କର୍ଷଣ ରାଉତ (୪୫)ଙ୍କୁ ଗିରଫ କରି କେଶ ନମ୍ବର ୧୨୦/୨୩-୨୪ରେ ମାମଲା ୠଜୁକରି କୋର୍ଟ ଚାଲାଣ କରିଛି l ଅବକାରୀ ବିଭାଗ ର ଏପରି ଗୋଟେ ପରେ ଗୋଟେ ସଫଳତା କୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି l ଆଗକୁ ଏହି ଚଢ଼ାଉ ଆହୁରି ଜୋରଦାର କରାଯିବା ନେଇ ଅବକାରୀ ବିଭାଗ ଅଧିକାରୀ ଶ୍ରୀକାନ୍ତ ପଣ୍ଡା ସୂଚନା ଦେଇଛନ୍ତି l 

ପୁଣି ତେଜିଛି ଇଣ୍ଡିଆ ବନାମ ଭାରତ ବିବାଦ ।

Image
ବ୍ୟୁରୋ ରିପୋର୍ଟ :- ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଥିବା ବିଶ୍ୱସ୍ତରୀୟ ନେତାଙ୍କ ନିମନ୍ତେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ନିମନ୍ତ୍ରଣପତ୍ରରେ ‘ଭାରତ ରାଷ୍ଟ୍ରପତି’ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ତାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଏବେ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ନେମପ୍ଲେଟ୍‌ ଏହି ନିଆଁରେ ଘିଅ ଢାଳିଛି। କାରଣ ମୋଦିଙ୍କ ନେମପ୍ଲେଟରେ ଇଣ୍ଡିଆ ପରିବର୍ତ୍ତେ ଲେଖାଯାଇଛି ଭାରତ । ଅର୍ଥାତ ବିଶ୍ୱ ସମୁଦାୟ ସମ୍ମୁଖରେ ମୋଦି ନିଜକୁ ଭାରତର ପ୍ରଧାନମନ୍ତ୍ରୀ ରୂପେ ପରିଚିତ କରାଇଛନ୍ତି। ବିରୋଧୀଙ୍କ ମେଣ୍ଟର ନାଁ ‘ଇଣ୍ଡିଆ’ ହୋଇଥିବାରୁ କେନ୍ଦ୍ର ସରକାର ତାହା ବଦଳରେ ‘ଭାରତ’ ଶବ୍ଦର ପ୍ରୟୋଗକୁ ବଢ଼ାଇ ଦେଇଛନ୍ତି। ଚଳିତ ମାସ ଶେଷ ଆଡ଼କୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ‘ଭାରତ’ ନାମର ପ୍ରୟୋଗକୁ ଔପଚାରିକ ଭାବେ ବିଧିବଦ୍ଧ କରିବା ଉକ୍ତ ଅଧିବେଶନର ମୂଳ ଲକ୍ଷ୍ୟ ବୋଲି ଆଲୋଚନା ହେଉଛି। ମାତ୍ର ଏହାକୁ ଏକ ନାଟକ କହିଛନ୍ତି ବିରୋଧୀ ଗୋଷ୍ଠୀ।କେନ୍ଦ୍ର ସରକାର ‘ଇଣ୍ଡିଆ’ ନାଁକୁ ପୂରା ହଟାଇ ଦେଇ କେବଳ ‘ଭାରତ’ ରଖିବାକୁ ଚକ୍ରାନ୍ତ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।  ମାତ୍ର ଭାରତ’ ଶବ୍ଦ ପୂର୍ବରୁ ସମ୍ବିଧାନରେ ସାମିଲ ଥିବା ବେଳେ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ କେନ୍ଦ୍ର ସରକାର ଏପରି ଖେଳ ଖେଳି ଚାଲିଥିବା ଅଭିଯୋଗ ହୋଇଛି।  ବିଦେଶ ପ୍ରତିନିଧୀଙ୍କ ପାଇଁ ପ୍

ସର୍ଚ୍ଚିଙ୍ଗ ସୋଲ୍ ଫାଉଣ୍ଡେସନ୍ ଦ୍ୱାରା “ଆମ ଶିକ୍ଷାଦାତା” କାର୍ଯ୍ୟକ୍ରମ ଆୟୋଜିତ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଗୁରୁ ଦିବସ ଅବସରରେ ଗୁଗୁଲ୍ ମିଟ୍ ରେ ସର୍ଚ୍ଚିଙ୍ଗ ସୋଲ୍ ଫାଉଣ୍ଡେସନ୍ ଦ୍ୱାରା “ଆମ ଶିକ୍ଷାଦାତା” ନାମକ ଏକ ଭର୍ଚୁଆଲ୍ ଇଭେଣ୍ଟ ଆୟୋଜିତ ହୋଇଥିଲା । ପ୍ରତିଷ୍ଠିତ ସମାଜସେବୀ ନିବେଦିତା ସତପଥି ଏବଂ ବିଶିଷ୍ଟ ଶିକ୍ଷାବିତ୍ ସିଦ୍ଧାନ୍ତ ସେଖର ବିଶୋଇ ଏବଂ ସଞ୍ଜୟ ଦଳଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ "ଶିକ୍ଷା: ବର୍ତ୍ତମାନ ଏବଂ ଆସନ୍ତାକାଲି" ପ୍ରସଙ୍ଗରେ ସେମାନଙ୍କର ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଆଦ୍ୟାଶା ସାହୁ ସଂଗୀତ ପରିବେଷଣ କରିଥିଲେ । ସର୍ଚ୍ଚିଙ୍ଗ ସୋଲ୍ ଫାଉଣ୍ଡେସନ୍ ର ମୁଖ୍ୟ ପ୍ରଭାସିନୀ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସୁଭୋଜିତ ପଣ୍ଡା ଉପସ୍ଥାପନା କରିଥିଲେ । ସୁଚନାଯୋଗ୍ୟ, ସର୍ଚ୍ଚିଙ୍ଗ ସୋଲ୍ ଫାଉଣ୍ଡେସନ୍ ଗତ ଦୁଇ ବର୍ଷ ଧରି ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ମୋଡ୍ ରେ ଆୟୋଜନ କରିଆସୁଛି।

କଳିଯୁଗରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ ଦେଖିବାକୁ ମିଲୁଛି l

Image
ଭଦ୍ରକ(ବ୍ୟୁରୋ ରିପୋର୍ଟ) : - କଳିଯୁଗରେ କିଛି ଅସମ୍ଭବ ନୁହେଁ ସବୁ ସମ୍ଭବ। ଯାହାକୁ ଆଖିରେ ନିଜେ ନଦେଖିଲେ ସହଜରେ ବିଶ୍ୱାସ କରିହେବନି । ପ୍ରତିଦିନ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟୁଛି ଆମ ଆଖପାଖରେ । ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଆଜ୍ଞା ୧୩ ମାସର ବାଛୁରୀ ସାଜିଛି କାମଧେନୁ। ଦିନକୁ ଦୁଇ ବେଳା ୩ ଲିଟର କ୍ଷୀର ଦେଉଛି । ଛୁଆ ଜନ୍ମ ଦେଇନି କି ଗର୍ଭବତୀ ହୋଇନି । ମାତ୍ର ୧୩ ମାସର ବାଛୁରୀଟିଏ ସକାଳେ ଓ ସଂଧ୍ୟାରେ ଦେଢ ଲିଟର ଲେଖାଏଁ ୩ ଲିଟର କ୍ଷୀର ଦେଉଛି । କଣ ଶୁଣିକି ଚକିତ ହୋଇଗଲେ କି? ତେବେ ଯାହା ସୂଚନା ମିଳିଛି ସେହି କ୍ଷୀରକୁ କୁଆଡେ ମନ୍ଦିରରେ ଭୋଗଲାଗି କରାଯାଉଥିବା ସହିତ ପରିବାର ଲୋକେ ମଧ୍ୟ ଖାଉଛନ୍ତି । ଆଜି କି କାଲି କଥା ନୁହେଁ ବିଗତ ଦୁଇ ମାସ ହେଲା ଏପରି କ୍ଷୀର ଦେଉଛି ବାଛୁରୀଟି । ଯାହାକୁ ନେଇ ଲୋକେ ଏହି ବାଛୁରୀକୁ କାମଧେନୁ ବୋଲି କହୁଛନ୍ତି । ବିଭିନ୍ନ ପଶୁ ଡାକ୍ତର ଉକ୍ତ ବାଛୁରୀକୁ ପରୀକ୍ଷା ନୀରିକ୍ଷା କରିଥିଲେ ମଧ୍ୟ ଷୀର ଦେବାର କୌଣସି ସଠିକ୍ କାରଣ ମିଳିପାରୁନାହିଁ । ସେପଟେ କାମଧେନୁ ବୋଲି କହି ଗାଁ ସମେତ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ବାଛୁରୀଟିକୁ ଦେଖିବାକୁ ଭିଡ ଜମୁଛି । ବାଛୁରୀକୁ ଦର୍ଶନ କରି ପ୍ରଣାମ କରିବା ସହିତ ସାନିଧ୍ୟ ଲାଭ କରୁଛନ୍ତି ଆଖପାଖର ଲୋକେ । ଏଭଳି ଏକ ଅଲୌକିକ ତଥା ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି

ଦାନଗଦୀ ତହସିଲ ଅଧିନରେ ଥିବା ଜମି ମାଲିକଙ୍କୁ ମିଳିବ ଜମିପଟ୍ଟା l

Image
ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ଦାନଗଦୀ ବ୍ଳକରେ ଜମି ବନ୍ଦୋବସ୍ତ (ସେଟେଲମେଣ୍ଟ) ୧୯୨୮ ମସିହାରୁ ସ୍ଥଗିତ ରହିଥିଲା । ଆଜି ପଙ୍କପାଳରୁ ଆରମ୍ଭ ହୋଇଥିବା ବନ୍ଦୋବସ୍ତ ଦ୍ବାରା ଦାନଗଦୀ ବ୍ଲକର ୨୨ଟି ମୌଜାର ଜମି ମାଲିକମାନେ ଉପକୃତ ହୋଇପାରିବେ । ବନ୍ଦୋବସ୍ତ କାର୍ଯ୍ୟ ହୋଇଗଲେ ଲୋକଙ୍କୁ ଜମିପଟ୍ଟା ମିଳିବ ।ଯାହା କି ଭବିଷ୍ୟତ ପାଇଁ ଯୋଗ୍ୟ ବ୍ୟକ୍ତି ଜମିପଟ୍ଟା ଦେଖାଇ ସରକାରୀ ଯୋଜନାର ସୁବିଧା ସୁଯୋଗ ନେଇପାରିବେ । ଜମିର ମାଲିକାନା ସରୁ ମିଳିବା ଫଳରେ ଜମିର ମାଲିକମାନେ ନିଜର ଦରକାର ସମୟରେ ଜମି କିଣା- ବିକା କରି ପାରିବେ । ଯାହାକି ଲୋକେ ବହୁଦିନ ଧରି ଦାବି କରି ଆସୁଥିଲେ। ଗତ ୯୫ବର୍ଷ ହେବ ଦାନଗଦୀ ତହସିଲ ରେ ଥିବା ଲୋକ ମାନଙ୍କ ଜମିଜମା ରେ ହେଉଥିବା ଅସୁବିଧା ଦୂର ହେବା କୁ ଯାଉଛି।ଯାହର ଶୁଭ ଆରମ୍ଭ ପଙ୍କପାଳ ପଞ୍ଚାୟତ ରୁ ଆରମ୍ଭ କରିଛନ୍ତି ତହସିଲ କର୍ତ୍ତୃପକ୍ଷ l ଯାହା କୁ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ ନଡିଆ ବାଡେଇ ଶୁଭ  ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା l 

ବଜ୍ରପାତ ଯୋଗୁଁ ଜୀବନହାନୀ ର କାରଣ... I

Image
ବ୍ୟୁରୋ ରିପୋର୍ଟ :- ସରକାରୀ ତଥ୍ଯ ରେ ୨୦୨୧-୨୨ ବର୍ଷରେ ବଜ୍ରପାତରେ ୨୮୧ ଲୋକଙ୍କ ଜୀବନ ଯାଇଛି। ଯେଉଁଥିରୁ ଅଧିକାଂଶ ହେଉଛନ୍ତି ଗ୍ରାମାଞ୍ଚଳର ଲୋକ। ତେବେ ଏଠି ପ୍ରଶ୍ନ ଉଠୁଛି, ବଜ୍ରପାତରେ କାହିଁକି ଚାଲିଯାଉଛି ଏତେ ଜୀବନ? କେମିତି ଏହାକୁ ରୋକାଯାଇପାରିବ? ପାଣିପାଗ ବିଶେଷଜ୍ଞଙ୍କ ମତରେ ବଜ୍ରପାତଜନିତ ମୃତ୍ୟୁ ଲାଗି ତାଳଗଛ ହ୍ରାସ ଏକ ବଡ଼ କାରଣ। ପୂର୍ବରୁ ଗ୍ରାମାଞ୍ଚଳରେ ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା। ସେହି ତାଳଗଛ ବଜ୍ର ସୁରକ୍ଷା ଯନ୍ତ୍ର ଭଳି କାମ କରୁଥିଲା। ବଜ୍ରପାତ ହେଲେ, ସୁଉଚ୍ଚ ହୋଇଥିବାରୁ ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା। ତାହାର ପ୍ରଭାବରେ ତାଳ ଗଛ ନଷ୍ଟ ହୋଇଯାଉଥିଲା। କିନ୍ତୁ ବିଲ ବାଡ଼ିରେ କାମ କରୁଥିବା ଲୋକେ ବର୍ତ୍ତି ଯାଉଥିଲେ। ସମୟକ୍ରମେ ତାଳଗଛ ସଂଖ୍ୟା କମିବାରେ ଲାଗିଛି। ଫଳରେ ବର୍ଷା ଓ ବିଜୁଳି ଘଡ଼ଘଡ଼ି ମାରିବା ସମୟରେ ଲୋକମାନେ ବିଲ ଆଖପାଖରେ ଥିବା ଝଙ୍କାଳିଆ ଗଛ ତଳେ ଆଶ୍ରୟ ନେଉଛନ୍ତି ଓ ବଜ୍ରପାତର ଶିକାର ହେଉଛନ୍ତି। ତେବେ ଗ୍ରାମାଞ୍ଚଳ ଲୋକଙ୍କ କହିବା କଥା, ଏବେ ଗାଁରେ ଛପର ଘର କମିଥିବାରୁ ଆବଶ୍ୟକ ପଡ଼ୁନି ତାଳଗଛ। ତେଣୁ ତାଳଗଛ ଲଗାଇବାକୁ ମନ ବଳାଉନାହାନ୍ତି ଲୋକେ। ବଜ୍ରପାତଜନିତ ମୃତ୍ୟୁ ହ୍ରାସ କରିବା ଲାଗି ୨୦୧୮ ମସିହାରେ ରାଜ୍ୟ ବନ ବିଭାଗ ଆରମ୍ଭ କରିଥିଲା ପ୍ରୟାସ। ତାଳ ଗଛ ଲଗାଇବା ନେଇ ଗ୍ରାମାଞ୍ଚଳ ଚାଷୀଙ୍କୁ ଦିଆଯାଇଥିଲା ପରାମର୍ଶ। ଏମିତିକି ବନ ବିଭାଗ

ଏସ.ପି ନନ୍ଦ ପାଠାଗାର’ର ୨୪ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି l

Image
ଯାଜପୁର (କୁଆଖିଆ ): - ଯାଜପୁର ଜିଲ୍ଲାର ବ୍ୟବସାୟିକ ପ୍ରାଣକେନ୍ଦ୍ର କୁଆଖିଆ ବଜାରର ‘କୀର୍ତି ପ୍ୟାଲେସ’ ଠାରେ ଗତ କାଲି ସନ୍ଧ୍ୟାରେ ବ୍ୟାସନଗର ପୈାର ପରିଷଦ ସ୍ଥିତ ‘ଉଦୟବଟ’ ପରିଚାଳିତ ଏସ. ପି ନନ୍ଦ ପାଠାଗାରର ୨୪ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ଓ ସମ୍ବର୍ଦ୍ଧନା ପର୍ବ ‘ଉଦୟବଟ’ ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ମୋ’ କଲେଜର ଅଧ୍ୟକ୍ଷ, ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସିନେ ତାରକା ଆକାଶଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ରକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅତିଥିମାନେ ଜଗତରନାଥ ପ୍ରଭୂ ଜଗନ୍ନାଥ ଓ ପୂର୍ବତନ ରାଷ୍ଟ୍ରପତି ଡ଼ଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ଦିବଗଂତ ପୂର୍ବତନ ବାଚସ୍ପତି ତଥା ଓଡ଼ିଶାର ବରିଷ୍ଠ ଜନନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାଇଁ ୦୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଦାସନାୟକ ତାଙ୍କ ଅବିଭାଷଣରେ କହିଥିଲେ ଯେ, ସୁସ୍ଥ ସମାଜ ଗଠନ ପାଇଁ ଏବଂ କଳୁଷିତ ସମାଜକୁ ସ୍ୱଚ୍ଛ କରିବା ପାଇଁ ସୁସାହିତ୍ୟର ଆବଶ୍ୟକତା ଅପରିହାର୍ଯ୍ୟ । ପାଠକୀୟ ଆଦୃତି ବଢ଼ାଇବା ପାଇଁ ପାଠାଗାର, ସମ୍ବାଦପତ୍ର ଓ ପତ୍ରପତ୍ରିକାମାନେ ନିରନ୍ତର ଉଦ୍ୟମ ଜାରୀ ରଖ

ସମ୍ପାଦକୀୟ. କଲମ ରୁ ... ଗୁରୁଦିବସ ଅବସରରେ..

Image
ଆସନ୍ତୁ ଆମେ ଜାଣିବା ଗୁରୁଦିବସ ଅବସରରେ ସମୀକ୍ଷ ବାର୍ତ୍ତା...  ଜଣାଶୁଣା ଶିକ୍ଷାବିତ୍ ଡ଼.ସର୍ଭେପାଲ୍ଲୀ ରାଧାକ୍ରିଷ୍ଣନ ୧ ସେପ୍ଟେମ୍ବର, ୧୮୮୮ ରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ସେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ, ତାଙ୍କର କିଛି ପୂର୍ବତନ ଛାତ୍ର ଏବଂ ବନ୍ଧୁ ତାଙ୍କ ଜନ୍ମଦିନ ପାଳନ କରି ଶିକ୍ଷକ ଭାବରେ ତାଙ୍କର ସଫଳତାକୁ ସମ୍ମାନିତ କରିବାକୁ ଚାହୁଁଥିଲେ। ତାଙ୍କ ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ଡକ୍ଟର ରାଧାକ୍ରିଷ୍ଣନ୍ ପରାମର୍ଶ ଦେଇଛନ୍ତି ଯେ ସମାଜରେ ଶିକ୍ଷକଙ୍କ ମୂଲ୍ୟବୋଧକୁ ଶ୍ରଦ୍ଧାଞ୍ଜଳି ରୂପେ ପାଳନ କରିବା ଅଧିକ ଉପଯୁକ୍ତ ହେବ। ସେ ଭାବିଥିଲେ ଯେ ଯୁବକମାନଙ୍କ ମସ୍ତିଷ୍କ ଗଠନ ତଥା ଦେଶର କଲ୍ୟାଣ ପାଇଁ ଶିକ୍ଷାବିତମାନେ ଜରୁରୀ। ତାଙ୍କର ନମନୀୟ ଚିନ୍ତାଧାରା ଫଳସ୍ୱରୂପ ଭାରତରେ ଶିକ୍ଷକ ଦିବସ ସୃଷ୍ଟି ହୋଇ ଦେଶର ଭବିଷ୍ୟତକୁ ଶିକ୍ଷା ତଥା ପ୍ରଭାବିତ କରିବାରେ ଶିକ୍ଷକଙ୍କ ପ୍ରତିବଦ୍ଧତା, ପରିଶ୍ରମ ଏବଂ ଅବଦାନକୁ ସ୍ୱୀକୃତି ଦେବା ତଥା ମୂଲ୍ୟ ଦେବା ପାଇଁ ଏକ ପଦ୍ଧତି ଭାବରେ ସୃଷ୍ଟି ହୋଇଥିଲା। ଏହି ଦିନ, ଛାତ୍ରମାନେ ସେମାନଙ୍କ ପାଇଁ କରିଥିବା ସମସ୍ତ କାର୍ଯ୍ୟ ପାଇଁ ସେମାନଙ୍କର ଶିକ୍ଷକମାନଙ୍କୁ ଧନ୍ୟବାଦ ଦିଅନ୍ତି ଏବଂ ସେମାନଙ୍କ ଜୀବନରେ ସେମାନଙ୍କର ମହତ୍ ପୂର୍ଣ୍ଣ ପ୍ରଭାବକୁ ଚିହ୍ନନ୍ତି | ସେହି ଦିନଠାରୁ ସାରା ଦେଶରେ ସେପ୍ଟେମ୍ବର ୫ ତାରିଖ ଦିନ ଅନୁଷ୍ଠିତ ହୋ

ପଶ୍ଚିମ ଓଡିଶାରେ ଠାବ କରାଯାଇଛି ଜାଲ ନୋଟ କାରଖାନା l

Image
ସୁବର୍ଣ୍ଣପୁର (ବ୍ୟୁରୋ ରିପୋର୍ଟ) :- ଏସଟିଏଫ୍ ହାତରେ ଲାଗିଛି, ଅବିକଲ୍ ଅସଲ ଦେଖାଯାଉଥିବା ଜାଲ୍ ନୋଟ୍ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରକେ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ଏହି କାରବାରରେ ସଂପୃକ୍ତ ଥିବା ଯୁବକର ଦୀପକ ମେହେର କୁ ଗିରଫ କରିଛି ଏସ୍ ଟିଏଫ୍ । ସୁବର୍ଣ୍ଣପୁର ଜିଲ୍ଲାରେ ଦୁନିଆକୁ ଦେଖାଇବା ପାଇଁ ଉପରକୁ ଲୁଗା ବ୍ୟବସାୟ କରୁଥିଲେ ଦୀପକ କିନ୍ତୁ ପରଦା ପଛରେ ଚଳାଇଥିଲେ ଜାଲ୍ ନୋଟର କାରବାର । ମାତ୍ର ସପ୍ତମ ପଢ଼ିଥିବା ଦୀପକ କେତେ ଦିନ ହେଲା ଏହି କାରବାରରେ ସଂପୃକ୍ତ ଥିଲେ? ଏବଂ ଏହି ରାକେଟ୍ କେତେଦୂର ଯାଏଁ ଲମ୍ବିଛି ସେ ନେଇ ତଦନ୍ତ ଆରମ୍ଭ କରିଛି ଏସଟିଏଫ୍ । ବଡ଼ କଥା ହେଉଛି- ୩ବର୍ଷ ଭିତରେ ୧ କୋଟି ୧୯ ଲକ୍ଷର ଜାଲ୍ ନୋଟ୍ ଜବତ କରିଛି ଏସଟିଏଫ୍ । ଆଉ ଚରାଭୂଇଁ ପାଲଟିଛି ପଶ୍ଚିମ ଓଡ଼ିଶା । ସୁବର୍ଣ୍ଣପୁର ଜିଲ୍ଲାରୁ ଜାଲ୍ ନୋଟ୍ କାରବାର ସାମ୍ନାକୁ ଆସିବା ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ସୁନ୍ଦରଗଡ଼ର ରାଉରକେଲା, ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଏବଂ ବରଗଡ଼ ଜିଲ୍ଲାରେ ଜାଲ୍ ନୋଟ୍ କାରବାର ଘଟଣା ସାମ୍ନାକୁ ଆସିଥିଲା । ତେବେ ସୁବର୍ଣ୍ଣପୁର ଜିଲ୍ଳାରୁ ଗିରଫ ହୋଇଥିବା ଏହି ଯୁବକର ଲିଙ୍କ୍ ପଡ଼ୋଶୀ ଛତିଶଗଡ଼ର ରାୟପୁର ସହର ସହ ଥିବା ଏସଟିଏଫ୍ ଆଶଙ୍କା କରୁଛି । ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ତେବେ ଘଟଣାସ୍ଥ

ଆସିଗଲା ପାର୍ବଣ ରୁତୁ, ଆରମ୍ଭ ହୋଇଛି ଖୁଦୁରୁକୁଣି ଓଷା l

Image
(ବ୍ୟୁରୋ ରିପୋର୍ଟ) :- ଓଡ଼ିଶାରେ ବାର ମାସରେ ତେର ପର୍ବ।ହିନ୍ଦୁ ଧର୍ମର ପ୍ରତ୍ୟେକଙ୍କ ଘରେ ସବୁ ମାସରେ କିଛି ନା କିଛି ପୂଜା ଉପାସନା କରାଯାଇଥାଏ। ଏହି କ୍ରମରେ ଖୁଦରକୁଣୀ ହେଉଛି ଏକ ଓଷା ଯାହାକୁ କୁମାରୀମାନେ ଭାଦ୍ରବ ମାସର ପ୍ରତି ରବିବାରେ ଜଗତ ଜନନୀ ମା’, ମଙ୍ଗଳାଙ୍କୁ ଆରାଧନା କରନ୍ତି। ଖୁଦରକୁଣୀ ଓଷା ପାଇଁ ଚଳଚଞ୍ଚଳ ଓ ଉତ୍ସବ ମୁଖରିତ ହୋଇଉଠେ ପୁରପଲ୍ଲୀ। କୁମାରୀମାନେ ଖୁଦରକୁଣୀ ଓଷାକୁ ମଙ୍ଗଳମୟୀ ମା’ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥାନ୍ତି। ବହୁତ ଭକ୍ତିଭାବର ସହ ଏ ପୂଜା କରାଯାଇଥାଏ।ଭଉଣୀମାନେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଆୟୁ କାମନା କରି ମଙ୍ଗଳମୟୀ ମା’ ମଙ୍ଗଳାଙ୍କ ନିକଟରେ ପୂଜା କରିଥାନ୍ତି। ମଙ୍ଗଳାଙ୍କର ବିଗ୍ରହକୁ ଏଥିରେ ପୂଜାର୍ଚ୍ଚନା କରାଯାଇଥାଏ। ବଢ଼ି ଭୋରରୁ କୁମାରୀ ଝିଅମାନେ ସାଙ୍ଗ ହୋଇ ନଦୀକୁ ସ୍ନାନ ପାଇଁ ଯାଆନ୍ତି। ସେଠାରେ ସ୍ନାନାଦି ନିତ୍ୟକର୍ମ ସାରି ବାଲୁକା ସ୍ଥାପନ କରି ନିଜ ଭାଇମାନଙ୍କ ମଙ୍ଗଳ କାମନା କରି ଆରାଧନା କରିଥାଆନ୍ତି। ପରେ ଯେଝା ଘରକୁ ଯେ ଲେଉଟି ଆସିଥାନ୍ତି। ପରେ ମଙ୍ଗଳାଙ୍କର ବିଗ୍ରହ ନିକଟରେ ରଙ୍ଗ ବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ। ଫୁଲରେ ତୋରଣ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାସଜାରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ । ପୂଜା ବେଳେ ଝିଅମାନେ ଗୀତ ବୋଲିଥାନ୍ତି। ଏଥିରେ ଝିଅମାନେ ତଅପୋଇ ଗ

ଭାରତୀୟ ନୌସେନା ର ନୂଆ ଯୁଦ୍ଧପୋତ, ବାହୁବଳି ‘ମହେନ୍ଦ୍ରଗିରି’ର ହେଲା ଜଳାବତରଣ l

Image
ମୁମ୍ବାଇ(ବ୍ୟୁରୋ ରିପୋର୍ଟ) : - ଭାରତୀୟ ନୌସେନାର ନୂଆ ଯୁଦ୍ଧପୋତ ଆଇଏନଏସ୍ ମହେନ୍ଦ୍ର ଗିରିର ଶୁକ୍ରବାର ଜଳାବତରଣ ହୋଇଛି। ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ ଓ ତାଙ୍କ ପତ୍ନୀ ସୁଦେଶ ଧନଖଡଙ୍କ ଉପସ୍ଥିତିରେ ମୁମ୍ବାଇର ମଝଗାଓଁ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡରେ ଏହି ଜଳାବତରଣ ହୋଇଛି। ଏହା ପ୍ରେଜେକ୍ଟ-୧୭-ଏର ସପ୍ତମ ଯୁଦ୍ଧପୋତ। ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୧୭ ତାରିଖରେ ଏହି ପ୍ରକଳ୍ପର ଷଷ୍ଠ ଯୁଦ୍ଧପୋତ ବିନ୍ଧ୍ୟଗିରିକୁ ଲୋକାର୍ପିତ କରିଥିଲେ। ପ୍ରୋଜେକ୍ଟ ୧୭-ଏରେ ନିର୍ମିତ ଏହି ଯୁଦ୍ଧପୋତରେ ଅନେକ ପ୍ରକାରର ବିଶେଷତା ରହିଛି। ଏଥିରେ ଉନ୍ନତ ଶ୍ରେଣୀର ଅସ୍ତ୍ରଶସ୍ତ୍ର ସମେତ ସେନସର ଓ ପ୍ଲାଟଫର୍ମ ମ୍ୟାନେଜମେଣ୍ଟ ସିଷ୍ଟମ ରହିଛି। ଏହା ସହିତ ଯୁଦ୍ଧପୋତର ଗୋପନୀୟତା ସମ୍ପର୍କିତ ଅନ୍ୟ ଫିଚର୍ସ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ପ୍ରୋଜେକ୍ଟ ୧୭-ଏ ଅନ୍ତର୍ଗତ ୫ଟି ଯୁଦ୍ଧପୋତକୁ ୨୦୧୯ରୁ  ୨୦୨୨ ମଧ୍ୟରେ ଲଞ୍ଚ କରାଯାଇଥିଲା। ପ୍ରଥମତଃ ଏହି ଯୁଦ୍ଧପୋତର ଆକାର ଅତି ବିଶାଳକାୟ ଓ ବହୁତ ଶକ୍ତିଶାଳୀ। ଅଧିକାରୀଙ୍କ ଅନୁସାରେ ଏହା ୧୪୯ ମିଟର ଲମ୍ବା ହୋଇଥିବା ବେଳେ ୧୭.୮ ମିଟର ଚୌଡା। ଏହାର ସର୍ବାଧିକ ବେଗ ୨୮ ନଟ୍‌ ରହିବ। ପ୍ରୋଜେକ୍ଟ ୧୭-ଏ ର ମହେନ୍ଦ୍ରଗିରି ଶେଷ ଯୁଦ୍ଧପୋତ। ପ୍ରକଳ୍ପ ଅନୁସାରେ ୪ଟି ଯୁଦ୍ଧପୋତ ମଝଗାଓଁ ଡକ୍‌ରେ ନିର୍ମିତ ହୋଇଛି। ଏହା ଛଡା ଅନ୍ୟଗୁଡିକୁ ଗାର୍ଡନରିଚ୍ ଶି

ଜଗା ଦର୍ଶନ ପାଇଁ ଭକ୍ତ ଗଣିବେ ଟଙ୍କା, ଭକ୍ତଙ୍କ ଉପରେ ବୋଝ ଲଦିବ ଶ୍ରୀମନ୍ଦିର ପ୍ରଶାସନ l

Image
ପୁରୀ(ବ୍ୟୁରୋ ରିପୋର୍ଟ) : - ଆୟ ବଢାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଉପରେ ଭାର ଲଦିଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଆଉ ଶ୍ରୀମନ୍ଦିରରେ ମାଗଣା ଦର୍ଶନ ମିଳିବନି । ପ୍ରତିଦିନର ନୀତିକୁ ଦେଖି ପ୍ରଶାସନ ଭିତରକାଠକୁ ଜଗା ଦର୍ଶନ ଲାଗି ପାରମାଣିକ ଟିକେଟ୍ ବ୍ୟବସ୍ଥା କରିବ । ଫଳରେ ନିର୍ଦିଷ୍ଟ ସମୟ ପାଇଁ ଭକ୍ତ ଦେୟଯୁକ୍ତ ଜଗା ଦର୍ଶନ କରିବେ । ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଆଉ ଶ୍ରୀମନ୍ଦିରରେ ମାଗଣା ମିଳିବନି ଦର୍ଶନ । ପ୍ରତିଦିନର ନୀତିକୁ ଦେଖି ପ୍ରଶାସନ ଭିତରକାଠରୁ ଜଗା ଦର୍ଶନ ଲାଗି ପାରମାଣିକ ଟିକେଟ ବ୍ୟବସ୍ଥା କରିବ । ଫଳରେ ନିର୍ଦ୍ଦିଷ୍ଟ ସମୟ ପାଇଁ ଭକ୍ତ ଦେୟଯୁକ୍ତ ଜଗା ଦର୍ଶନ କରିବେ । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡ଼ିକୁ ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ “ମାହାଲ’ ଦେବାକୁ ପଡ଼ିବ । ଏନେଇ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଅର୍ଥ ଓ ସଂସ୍ଥା ସବ୍‌କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ତେବେ ବୈଠକର ନିର୍ଯାସକୁ ପରିଚାଳନା କମିଟିରେ ଉପସ୍ଥାପିତ କରାଯିବ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ପାରମାଣିକ ଦର୍ଶନ ସମୟ ଓ ଟିକେଟ୍‌ ମୂଲ୍ୟ ଧାର୍ଯ୍ୟ ହେବ ବୋଲି ଶ୍ରୀ ଦାସ କହ