ଚଳିତ ବର୍ଷ ଗ୍ରୀଷ୍ଣକାଳୀନ ବାତ୍ୟା ସମ୍ଭାବନାକୁ ମୁକାବିଲା କରିବା ପାଇଁ ରାଜ୍ୟ ପ୍ରଶାସନିକ ସ୍ତରରେ ବୈଠକ l
ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ବାତ୍ୟା ସମୟରେ ପାନୀୟ ଜଳ ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା ସହ ସିନଟେକ୍ସ ଯୋଗେ ପାନୀୟ ଜଳ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆବଶ୍ୟକ ଔଷଧ, ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଆପତକାଳୀନ ଯୋଜନା ପ୍ରସ୍ତୁତ ହୋଇଥିବା ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଉପସ୍ଥାପନ କରିଥିଲେ। ବାତ୍ୟା ସମୟରେ ମହିଳା ଓ ଶିଶୁ, ନିରାଶ୍ରୟମାନଙ୍କ ପ୍ରତି ଧ୍ୟାନ ଓ ଯତ୍ନ, ବନ୍ୟା ବା ବାତ୍ୟା ଆଶ୍ରୟସ୍ଥଳରେ ଜଣେ ଜଣେ ମହିଳା ଅଧିକାରୀମାନଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱରେ ରଖାଯିବା, ପ୍ରାଣୀମାନଙ୍କ ପାଇଁ ଔଷଧ ଓ ଖାଦ୍ୟ ମହଜୁଦ ରଖାଯିବା, ବାତ୍ୟାରେ ରାସ୍ତା ପ୍ରଭାବିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହେଲେ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗ ଦ୍ୱାରା ଠିକ୍ କରାଯିବା, ରାସ୍ତା ଉପରେ ଗଛ ଡାଳ ପଡିଲେ ବା ଗଛ ଉପୁଡିଲେ ତୁରନ୍ତ ଜଙ୍ଗଲ ବିଭାଗ ଦ୍ୱାରା ରାସ୍ତାରୁ ସେସବୁକୁ ତୁରନ୍ତ ଅପସାରଣ, ଜଳ ସଂପଦ ବିଭାଗ ତରଫରୁ ନିୟମିତ ନଦୀବନ୍ଧ ଯାଂଚ, ପୋଲିସ ତରଫରୁ ଆଇନଶୃଙ୍ଖଳା ରକ୍ଷା ଆଦି ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଥିଲା।ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଆହୂତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଏସଆରସି ଶ୍ରୀ ସତ୍ୟବ୍ରତ ସାହୁ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡଙ୍ଗୀଙ୍କ ସହ ଶକ୍ତି ତଥା ଅର୍ଥ ବିଭାଗ, ପୂର୍ତ୍ତ ବିଭାଗ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ପାଳନ ବିଭାଗ ସମେତ ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ୍ ଆଦି ୧୮ ଟି ବିଭାଗ ଓ ସଂସ୍ଥାର ପ୍ରମୁଖ ଶାସନ ସଚିବ, ସଚିବ ଓ ଉଚ୍ଚ କର୍ତ୍ତୃପକ୍ଷ ମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.