ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସ୍ଥିରିକୃତ ।
ଯାଜପୁର, ତା ୩୧/୦୮ :- ଚଳିତ ବର୍ଷ ୨୦୨୪ ସେପ୍ଟେମ୍ବର ମାସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ପି. ଅନ୍ଵେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଛି । ଜନ ସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକୁ ଜିଲ୍ଲାର ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଅଧ୍ୟକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଆରକ୍ଷୀ ଅଧିକ୍ଷକ ମିଳିତ ଭାବେ ଅଭିଯୋଗ ଗୁଡିକର ତତ୍କାଳ ସମାଧାନ କରିବେ । ଚଳିତ ସେପ୍ଟେମ୍ବର ମାସରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଗୁଡିକର କାର୍ଯ୍ୟସୂଚୀ ଅନୁଯାୟୀ ତା ୦୨. ୦୯. ୨୦୨୪ ରିଖ (ସୋମବାର) ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି, ତା ୧୦.୦୯.୨୦୨୪ ରିଖ (ମଙ୍ଗଳବାର) ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହ,ତା ୧୭. ୦୯.୨୦୨୪ ରିଖ(ମଙ୍ଗଳବାର) କେ. ଏନ. ଡି. ଏ ସମ୍ମିଳନୀ ଗୃହ, ତା୨୩.୦୯.୨୦୨୪ରିଖ (ସୋମବାର) ଦଶରଥପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ଏବଂ ତା ୩୦.୦୯.୨୦୨୪ ରିଖ (ସୋମବାର) ବରୀ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଯଥାକ୍ରମେ ପୂର୍ବାହ୍ନ ୧୦ ଘଟିକା ସମୟରୁ ଅପରାହ୍ନ ୨ଘଟିକା ସମୟ ପର୍ଯ୍ୟନ୍ତ ଅଭିଯୋଗ ଶୁଣା...