ଝାଡେଶ୍ୱର ଜୁନିୟର କଲେଜରେ ଅଧ୍ୟାପକ - କର୍ମଚାରୀଙ୍କ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ l
ଯାଜପୁର ୧୬/୦୧ :- ଦାନଗଦୀ ବ୍ଲକ ଟୋଲକାନୀ ସ୍ଥିତ ଝାଡେଶ୍ୱର ଜୁନିୟର କଲେଜରେ ଅଧ୍ୟାପକ ଓ କର୍ମଚାରୀମାନେ ଓଡ଼ିଶା ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ତାଙ୍କ ସୁକିନ୍ଦା ସ୍ଥିତ ବାସ ଭବନରେ ଭେଟି ୪୮୮ବର୍ଗ ଅଧ୍ୟକ୍ଷ ଓ କର୍ମଚାରୀ ମାନଙ୍କ ଚାକିରୀ ସର୍ତ୍ତାବଳୀ ଓ ପେନସନ ପ୍ରମୁଖ ଦାବୀ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅଧ୍ୟାପକ ରଞ୍ଜନ କୁମାର ସାହୁ, ଖଗେଶ କୁମାର ଜେନା, ତୋଫାନ ଜେନା, କର୍ମଚାରୀ ବିଜୟ କୁମାର ସାହୁ ପ୍ରମୁଖ ମନ୍ତ୍ରୀଙ୍କୁ ଦେଖାକରି ମହାବିଦ୍ୟାଳୟର ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ୪୮୮ବର୍ଗ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଦୁର୍ଦ୍ଦିନ କଥା ବର୍ଣ୍ଣନା କରି ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଏସଂପର୍କରେ ମନ୍ତ୍ରୀ ଶ୍ରୀଯୁକ୍ତ ବଳ ସାମନ୍ତ ନିଶ୍ଚିତ ଦୃଷ୍ଟି ଦେବେ ବୋଲି ଅଧ୍ୟାପକ ମାନଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.