Posts

ଯାଜପୁର, ପାରିବାରିକ କଳହ ପାଇଁ ଜୀବନ ହାରିଲେ ଯୁବକ l

Image
ଯାଜପୁର /ଦାନଗଦି - ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଦାନଗଦି ପୋଲିସ ଆଉଟ୍ ପୋଷ୍ଟ ଅଧୀନରେ ଥିବା ମାନଗୋବିନ୍ଦ ପୁର ଗ୍ରାମରେ ଶ୍ରୀଯୁକ୍ତ ବସନ୍ତ କୁମାର ରଣା ଙ୍କ ଘରେ ଆଜକୁ ଦୁଇବର୍ଷ ହେବ କୁଆଖିଆ ଥାନା ଅନ୍ତର୍ଗତ ଡିହକୁଆଁସ ଗ୍ରାମର ସ୍ଵର୍ଗତ କାର୍ତ୍ତିକ ରାଉତ ଙ୍କ ସାନ ପୁଅ ତ୍ରିଲୋଚନ ରାଉତ (୪୬) ଭଡ଼ାନେଇ ରହୁଥିଲେ l କୌଣସି କାରଣରୁ ତାଙ୍କର ସ୍ତ୍ରୀ ତାଙ୍କୁ ଏକୁଟିଆ ଛାଡି ଯାଜପୁର ରୋଡ଼ ଅଞ୍ଚଳରେ ତାଙ୍କ ନିଜ ବାପା ଘରେ ରହୁଛନ୍ତି ଏବଂ ତ୍ରିଲୋଚନ ଏକୁଟିଆ ଭଡାଘରେ ରହି ନିକଟସ୍ଥ କାରଖାନାରେ କାମକରୁଥିବା ଜଣାଯାଏ l ପାରି ବାରିକ କ୍ରୋଧ ରେ ଆଜି ସକାଳ ପ୍ରାୟ ସାଢ଼େ ନଅଟା ସମୟରେ ରହିଥିବା ଭଡ଼ାଘରେ ଭିତରକୁ ପଟୁ କବାଟ କିଳି ବେକରେ ରସି ଲଗାଇ ଆତ୍ମହତ୍ଯା କରିଥିବା ଖବର ପାଇ ଘର ମାଲିକ ପୋଲିସ କୁ ଖବର ଦେଇଥିଲେ l ଦାନଗଦି ପୋଲିସ୍ ଘଟଣା ସ୍ଥଳରେ ପହଂଚି ତାଙ୍କର ଘର ଲୋକଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଶବ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l 

ଯାଜପୁର, ସୁକିନ୍ଦା ରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିମ୍ନ ମାନର କାର୍ଯ୍ୟ କୁ ସାଧାରଣରେ ବିରୋଧ l..

Image
ଯାଜପୁର /ସୁକିନ୍ଦା - ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିୟୋଜିତ ଠିକାଦାର ଙ୍କ ମନମୁଖୀ ଓ ନିମ୍ନ ମାନର କାର୍ଯ୍ଯ କୁ ସ୍ଥାନୀୟ ଲୋକଙ୍କ ବିରୋଧ l ସରକାରୀ ଜେଇଇ ଙ୍କ ବାରଣ ସତ୍ତ୍ୱେ ଠିକାଦାର ଜବରଦସ୍ତ କାମ କରି ଚାଲିଛନ୍ତି l ଅଶୋକ ଝର ର ଆମ୍ବଦୁଲ୍ ଠାରୁ କୋଇଲ ରାସ୍ତା ନିର୍ମାଣ ପାଇଁ ୨୦୧୮ ମସିହାରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ୩.୩୧୦ କିମି ଦୂର ରାସ୍ତା ନିର୍ମାଣ ପାଇଁ ୧୮୦.୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି l  ଏହି ରାସ୍ତା ର ପାଞ୍ଚ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୫.୯୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି l ଏହି କାର୍ଯ୍ୟ ଟି ଓଡିଶା ସରକାରଙ୍କ ଗ୍ରାମଉନ୍ନୟନ ତଦାରଖ ଦାୟିତ୍ଵରେ ଥିବା ବେଳେ ଲୋକମାନଙ୍କ ଅଭିଯୋଗ ନିମ୍ନ ମାନର କାମ ହେଉଛି l ଏ ବିଷୟରେ ଆମ ପ୍ରତିନିଧି ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଙ୍କୁ ଅନୁପସ୍ଥିତ ନେଇ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ହେଁ ସେ କହିଥିଲେ କି ସେ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି l ତେଣୁ କାର୍ଯ୍ୟକୁ ବନ୍ଦ ରଖିବାକୁ ଅନୁମତି ମିଳିଛି l କିନ୍ତୁ ବିଡ଼ମ୍ବନା ର ବିଷୟ ହେଉଛି ସମ୍ପୃକ୍ତ ଠିକାଦାର ନିଜ ମନମାନି ଚଳାଇଛନ୍ତି l ନିମ୍ନ ମାନର କାମ କରି ବିଲ୍ ହାତେଇ ବାକୁ ପ୍ରୟାସ ଜାରି ରଖିଛନ୍ତି l ଏ ବିଷୟରେ ସଠିକ ଭାବେ ଯାଞ୍ଚ କରି ଠିକାଦାର ଙ୍କ ବିରୋଧରେ କାର୍ଯ୍

ବ୍ୟୁରୋ, ସୁନ୍ଦରଗଡ଼ ଜିଲ୍ଲା ପଯ୍ୟବେକ୍ଷକ ଇ. ପ୍ରିତିରଞ୍ଜନ ଘଡାଇ ବଣାଇ ରେ ବିଜେଡିର ସଭ୍ୟ ସଂଗ୍ରହ ଅବସରରେ....

Image
ଯାଜପୁର (ବ୍ୟୁରୋ) - ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ପଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡାଇ ବଣାଇ ନିର୍ବାଚନ ମଣ୍ଡଳୀ ରେ ବିଜେଡିର ସଭ୍ୟ ସଂଗ୍ରହ ଅବସରରେ ବିଭିନ୍ନ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଗଠିତ ସଭାରେ ଉଦବୋଧନ ଦେଇଥିଲେ l ଏହି ଅବସରରେ ସେ କିପରି ସାଧାରଣ ଲୋକ ବିଜେଡି ରେ ଯୋଗଦାନ କରିବେ ସେ ବିଷୟରେ ଅଧିକ ପରାମର୍ଶ ଦେଇଥିଲେ l Rita vision News. 

ଢେଙ୍କାନାଳ, କୋମାରେ ଭୁବନ ପ୍ରାଣୀ ଚିକିତ୍ସା କେନ୍ଦ୍ର...

Image
ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟକାରୀ ହେଉନାହିଁ ପ୍ରାଣୀ ଚିକିତ୍ସା କେନ୍ଦ୍ର ଏହା ଅଭିଯୋଗ କରିଛନ୍ତି ଭୁବନ ସମ୍ବାଦିକ ସଙ୍ଘ l ଘଟଣା ରୁ ପ୍ରକାଶ ଯେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପାଖରେ ବହୁଦିନରୁ ଏକ ଷଣ୍ଢ ରୋଗୀଣା ହୋଇ ପଡ଼ି ରହିଥିଲା l ଏହା ସ୍ଥାନୀୟ ଗାଡ଼ିଚାଳକ ସଂଘ ର କର୍ମକର୍ତ୍ତାମାନେ ଦେଖି ଭୁବନ ସମ୍ବାଦିକ ସଙ୍ଘ କୁ ଜଣାଇଥିଲେ l ସାମ୍ବାଦିକ ସଂଘ ର କର୍ମକର୍ତ୍ତାମାନେ ଆସି ଭୁବନ ପ୍ରାଣୀ ଚିକିତ୍ସା କେନ୍ଦ୍ର କୁ ଜଣାଇଥିଲେ l ବିଡ଼ମ୍ବନା ର ବିଷୟ ହେଉଛି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା l ଶେଷରେ ଦୁଇ ସଂଘ ପକ୍ଷରୁ ଏହି ରୋଗୀଣା ଷଣ୍ଢ କୁ ନିଜର ପ୍ରଚେଷ୍ଟା ଫଳରେ ଚିକିତ୍ସା କରିଥିଲେ l ଏଠି ପ୍ରଶ୍ନ ଉଠେ ସରକାରଙ୍କ ପକ୍ଷରୁ ମିଳିଥିବା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡି କି କାମରେ ଲାଗୁଛି l ଦୁଇ ସଂଘ ର କର୍ମକର୍ତ୍ତା ମାନଙ୍କୁ ଅଞ୍ଚଳ ବାସୀ ପ୍ରସଂଶା କରିଛନ୍ତି l RITA vision News 

କଟକ, ଶୁଦ୍ଧାନନ୍ଦ ଆବାସିକ ବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା....

Image
ଭୁବନେଶ୍ବର - (ବ୍ୟୁରୋ) କଟକ ଜିଲ୍ଲାର ବାରଙ୍ଗ ବ୍ଳକ ରେ ଆଜକୁ ପ୍ରାୟ ୧୧ ବର୍ଷ ଧରି ଗଢିଉଠିଥିବା ଶୁଦ୍ଧାନନ୍ଦ ଆବାସିକ ବିଦ୍ୟାଳୟ ରେ ନୂତନ ଶିକ୍ଷାବର୍ଷ ନିମନ୍ତେ( ୨୦୧୯-୨୦୨୦)  ପାଇଁ ବିଭିନ୍ନ ଜିଲ୍ଲାରୁ ୧୫ ଜଣ ଛାତ୍ର ଓ ୭୦ ଜଣ ବାଳିକା ଉଚ୍ଚ ଶିକ୍ଷା ନିମନ୍ତେ +2( science)  ବିଜ୍ଞାନ ଦିତୀୟ ବର୍ଷ ପାଇଁ ଯୋଗଦେଇଛନ୍ତି l ଏହି ଅବସରରେ କଲେଜ ର principal (ଅଧ୍ୟକ୍ଷ) ସୁଶୀଲ ଚନ୍ଦ୍ର ପ୍ରଧାନ ଙ୍କ ତରଫରୁ ଏକ ସ୍ଵତନ୍ତ୍ର ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି କଲେଜ୍ ର ର ବ୍ୟବସ୍ଥା ବିଷୟ ରେ ଅବଗତ ହୋଇଥିଲେ l କଲେଜ୍ ର ଅନ୍ୟ( lecture)   ଲେକଚର ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l RITA vision News 

ବ୍ୟୁରୋ, ରାମ ମନ୍ଦିର ହେବ ଅଯୋଧ୍ୟାରେ

Image
ବ୍ୟୁରୋ - ବହୁ ପ୍ରତୀକ୍ଷିତ ରାମ ମନ୍ଦିର ପ୍ରସଙ୍ଗଟି ଶୁଣାଣି କରିଛନ୍ତି ସୁପ୍ରିମ କୋର୍ଟ ନିଜ ରାୟରେ, l ସେହି ସ୍ଥାନରେ ହେବ ରାମ ମନ୍ଦିର ନିର୍ମାଣ, ସୁପ୍ରିମକୋର୍ଟ ର ପଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହିି ରାୟ ଦେଇଛନ୍ତି l ଦୀର୍ଘଦିନ ୪୦ ଦିନ ଧରି ଚାଲିଥିବା ଆଲୋଚନାକୁ କୁ ଆଜି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି l ସେଥିପାଇଁ ସାରାଦେଶରେ ହାଇ ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଉତ୍ତରପ୍ରଦେଶ ରେ ହାଇଆଲର୍ଟ ସାଙ୍ଗକୁ ମୋବାଇଲ୍ ଓ ଇଣ୍ଟରନେଟ୍ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି l RITA vision News 

ଯାଜପୁର, ସମ୍ଭାବ୍ଯ ବାତ୍ଯା କୁ ନେଇ ବିଦ୍ୟୁତ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ...

Image
ଯାଜପୁର /ବ୍ୟାସନଗର - ସମ୍ଭାବ୍ଯ ବାତ୍ଯା 'ବୁଲବୁଲ' କୁ ମୁକାବିଲା କରିବା ପାଇଁ ପ୍ରୟାସ ଜାରି ରଖିଛି ଯାଜପୁର ଜିଲ୍ଲାର ବିଦ୍ୟୁତ୍ ଯୋଗାଣ ବିଭାଗ l ଜିଲ୍ଲାର ଆରକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଗତ ଗୁରୁବାର ଦିନ ଏ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ମାନଙ୍କୁ ସର୍ବଦା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜରୁରୀକାଳୀନ ପରିସ୍ଥିତି କକ୍ଷ ମଧ୍ଯ ଖୋଲା ରହିବ, କୁଆଖାଇ ପାଇଁ ୯୪୩୮୯୦୬୧୦୭,ଯାଜପୁର ରୋଡ଼ ପାଇଁ ୯୪୩୮୯୦୬୧୦୫, ଯାଜପୁର ଟାଉନ ପାଇଁ ୯୪୩୮୯୦୬୧୦୬ ଓ ଯାଜପୁର ଡିଭିଜନ ବିଦ୍ୟୁତ ନିୟନ୍ତ୍ରଣ କକ୍ଷ ପାଇଁ ୯୪୩୮୯୦୬୦୯୩ ଫୋନ୍ ନମ୍ବର ଜାରୀ କରାଯାଇଛି ଏହି ସେବା ୨୪ ଘଣ୍ଟା କାଯ୍ୟକାରୀ କରିବା ସହିତ ଜନସାଧାରଣ ଉପକୃତ ହେବେ l