Posts

ଧାରଣାରେ ବସିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର l

Image
ବ୍ୟୁରୋ ରିପୋର୍ଟ (Rita vision News) - ବଗଲା ଧର୍ମଶାଳା ନେଇ ଜୋର୍‌ ଧରିଲା ରାଜନୀତି, ବଗଲା ଧର୍ମଶାଳା ଆଗରେ ଧାରଣାରେ ବସିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବଗଲା ଧର୍ମଶାଳା ୧୧୫ ବର୍ଷ ଧରି ଐତିହାସିକ ସ୍ଥାନ ଥିଲା, ଗରିବ ତୀର୍ଥ ଯାତ୍ରୀଙ୍କ ପାଇଁ ଥିଲା ବଗଲା ଧର୍ମଶାଳା, ଏ ଜମି ରାତାରାତି ହଡ଼ପ କରାଯାଇଛି: ସମ୍ବିତ ଏବେ ବେଆଇନ ଭାବେ ତାକୁ ବିକ୍ରି କରାଯାଇଛି, ଏହା ପଛରେ ରହିଛି ବିଜେଡି ର କିଛି ନେତା ଓ ପ୍ରଶାସକଙ୍କ ଷଡ଼ଯନ୍ତ୍ର l ବଗଲା ଧର୍ମଶାଳା ୧୧୫ ବର୍ଷ ଧରି ଐତିହାସିକ ସ୍ଥାନ ଥିଲା । ପ୍ରସାଦ ଯୋଜନାରେ ବଗଲା ଧର୍ମଶାଳା ପାଇଁ କେନ୍ଦ୍ର ୨୦ କୋଟି ଦେଇଥିଲା, ୩ କୋଟି ଟଙ୍କା ଖର୍ଚ୍ଚ ପରେ କାମ ବନ୍ଦ କରାଯାଇଥିବା ଅଭିଯୋଗ । ପ୍ଲଟିଂ ବନ୍ଦ ସହ ଧର୍ମଶାଳା କାମ ଚାଲୁ ରଖିବାକୁ ଦାବି କଲେ ସମ୍ବିତ  ଶ୍ରୀମନ୍ଦିରର ୭୫ ମିଟରରେ ଜମି ହରାଇଥିବା ସେବାୟତଙ୍କୁ ଥଇଥାନ କରାଯାଇଛି । ମୋଟ ଜମି ପରିମାଣର ୧୨% ସେବାୟତଙ୍କୁ ଦିଆଯାଇଛି l ପୁରୀ ବଗଲା ଧର୍ମଶାଳା ଜମି ନେଇ ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ । ନକ୍ସା ଜାରି ସହ ଜମି ବିକ୍ରି ହେବା ଘଟଣାକୁ ବିଭ୍ରାନ୍ତିକର କହିଲା ପ୍ରଶାସନ । ବଗଲା ଧର୍ମଶାଳା ୨ଟି ପ୍ଲଟ ଉପରେ ରହିଛି, ଧର୍ମଶାଳା ପ୍ଲଟ ସୁରକ୍ଷିତ । ଶ୍ରୀମନ୍ଦିର ସେବାୟତଙ୍କ ଥଇଥାନ ପାଇଁ ଅନ୍ୟ ଅଂଶଟି ଦିଆଯାଇଛି ।

ସାମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମହିଳା ଚାଷୀ.. l

Image
ବ୍ୟୁରୋ ରିପୋର୍ଟ (Rita vision News) - ଆଜିର ଯୁବ ସମାଜ ପାଠ ପଢ଼ି ଚାକିରି ପଛରେ ଧାଇଁ ସମୟ କୁ ନଷ୍ଟ କରି ଶେଷରେ ମାନସିକ ଚିନ୍ତାରେ ଦିନ କାଟୁଛନ୍ତି l କିନ୍ତୁ ଜଣେ ନାରୀ ସମାଜରେ ସୁଖ ଶାନ୍ତି ରେ ବଞ୍ଚିରହିବା କୁ ନିଜେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ତାର ଉଦାହରଣ ପାଲଟିଛନ୍ତି l ଆଜିର ଯୁଗରେ ନାରୀମାନେ ପୁରୁଷ ମାନଙ୍କର ସମକକ୍ଷ ହୋଇପାରିଛନ୍ତି । ସେମାନଙ୍କ ପାଖରେ ଅସମ୍ଭବ ବୋଲି କିଛି ନାହିଁ । ସେମାନେ ଆଜି ସମାଜରେ ସଶକ୍ତ ଓ ପ୍ରତିଷ୍ଠିତ ମଧ୍ୟ ହୋଇପାରିଛନ୍ତି। ଭଦ୍ରକ ଜିଲ୍ଲାର ଛାୟାରାଣୀ ସାହୁ ପୁରୁଷଙ୍କ ଉପରେ ନିର୍ଭର ନକରି ନିଜେ ପାୱାରଟିଲର ଚଳାଇ ଜମି ହଳ କରିଛନ୍ତି । ସେ ତାଙ୍କ ଜମିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ ସାଙ୍ଗକୁ ସୁନ୍ଦର ପୁଲ ଓ ଫଳ ବଗିଚା ମଧ୍ୟ କରିଛନ୍ତି l ଏବେ ତାଙ୍କର ଜମିରେ ୩୨ କେଜି ଓଜନ ର ଓଲୁଅ ମଧ୍ୟ ଫଳାଇ ପାରିଛନ୍ତି l ସମସ୍ତ କୃଷକ ମାନଙ୍କୁ ସମ୍ମାନ ଦେବା କଥା ଟା ଠିକ, କିନ୍ତୁ ଦେହରେ ମିଛରେ ଖାଲି କାଦୁଅ ବୋଳିପକେଇକି ଫୋଟୋ ଉଠେଇଦେଲେ କେହି କୃଷକ ହେଇଯାଏନି, କୃଷକ ହେବାକୁ ହେଲେ ଚାଷ କାମ କରିବା ପାଇଁ ଇଛାଶକ୍ତି ସହିତ ଦୃଢ ମନବଳ ଆବଶ୍ୟକ।  ତେଣୁ ଚାଷୀ ମାନଙ୍କୁ ସରକାରୀ ସ୍ତରରେ ସମ୍ମାନୀତ ଓ ଉଚିତ ସହାୟତା ଜରୁରୀ l Umakanta Mohapatra 

୧୫ ଅଗଷ୍ଟ କୁ ବିଭାଜିତ ଭାରତର ଦୂତୀୟସ୍ୱାଧୀନତା ଦିବସ ଭାବେ ଦାବି କଲା ନେତାଜୀ ସୁବାଷ ସେନା l

Image
ବ୍ୟୁରୋ ରିପୋର୍ଟ (Rita vision News) - କଟକ ନୂଆବଜାର ସ୍ଥିତ ନେତାଜୀ ସୁବାଷ ସେନା ଅଗଷ୍ଟ ୧୫ କୁ ବିଭାଜିତ ଭାରତ ର ଦୂତୀୟ ସ୍ୱାଧୀନତା ଦିବସ ଭାବେ ଦାବି କରି,୧୯୪୪ ମସିହା ଏପ୍ରିଲ ୧୪ ତାରିଖ କୁ ପ୍ରଥମ ଅଖଣ୍ଡ ଭାରତ ର ସ୍ୱାଧୀନତା ଦିବସ,ଯାହାକି ନେତାଜୀ ଙ୍କ ନେତୃତ୍ତ୍ୱ ରେ ଆଜାଦହିନ୍ଦ ଫୌଜ କରିଥିଲା ବୋଲି ପ୍ରଥମଥର ପାଇଁ ସ୍ୱରଉତଳନ କରିଛି ସୁବାସ ସେନା। ନୂଆ ଇତିହାସ ଲେଖିବା ଉଦେଶ୍ୟ ରେ ସହରରେ ବୃକ୍ଷ ରୋପଣ ଓ ଭୁଲ ଇତିହାସ ହଟେଇବା ପାଇଁ ସହରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିଥିଲା ସୁବାସ ସେନା।କିଛି କୁଚକ୍ରି ନେତା ଙ୍କ ଶାସ୍ତା ରାଜନୀତି ପାଇଁ ଅଗଷ୍ଟ ୧୫କୁ ସରକାରୀ ସ୍ତରରେ ସ୍ୱାଧୀନତା ଦିବସ ର ମାନ୍ୟତା ଦିଆ ଯାଇଛି ବୋଲି ସେନା କହିଛି I ୧୯୪୪ ମସିହା ଏପ୍ରିଲ ୧୪ କୁ ପ୍ରଥମ ଅଖଣ୍ଡ ଭାରତ ର ସ୍ୱାଧୀନତା ଦିବସ ଭାବେ ସରକାରୀ ସ୍ତର ରେ ମାନ୍ୟତା ଦେବା ପାଇଁ ସୋସିଆଲ ମିଡିଆ ମାଧ୍ୟମ ରେ ମୋଦି ସରକାର ଙ୍କୁ ଅନୁରୋଧ କରିଛି ସୁବାସ ସେନା, ଏଥସହ ନୂଆ ଇତିହାସ ଆଗନ୍ତୁକ ଅପେକ୍ଷା ରେ ନେତାଜୀ ଙ୍କ ଜନ୍ମ ସ୍ଥାନ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ ରେ ନେତାଜୀ ଙ୍କୁ ସ୍ମରଣ କରି ସମୂହ ଦୀପ ଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସେନା ର ସଭାପତି ଅଜିତ ଦାସ ଓ ସୁନୀଲ ବେହେରା, ଅନିଲ ପ୍ରଧାନ, ବୁବୁନ କୁମାର ପଣ୍ଡା, ଅନନ୍ତ ନାରାୟଣ ବାରିକ, ଦେବେନ୍ଦ୍ର ସୁନ୍ଦ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବିଜୟ ମହାନ୍ତି ଙ୍କ ଶେଷକୃତ୍ୟ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ...

Image
ବ୍ୟୁରୋ ରିପୋର୍ଟ (Rita vision News) - ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଗତକାଲି ଆଖି ବୁଜିଥିବା ବେଳେ ଆଜି ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ । ସକାଳ ୮ଟାରେ କେୟାର ହସ୍ପିଟାଲରୁ ମର ଶରୀରକୁ ବମିଖାଲସ୍ଥିତ ବାସଭବନକୁ ନିଆଯିବ । ସେଠାରେ ଆତ୍ମୀୟସ୍ୱଜନ ଓ ପ୍ରଶଂସକ ଶେଷ ଦର୍ଶନ କରିବେ । ଏହାପରେ ବିଜୟଙ୍କ ମରଶରୀରକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟକୁ ନିଆଯିବ । ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେବ ବୋଲି କୁହାଯାଇଛି।

ରାଜସ୍ଥାନ ରାଜନୀତି, ଦୁଇ ନେତାଙ୍କ ବିରୋଧରେ ମାମଲା ରୁଜୁ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ l

Image
ରାଜସ୍ଥାନ ରାଜନୈତିକ ସଡଯନ୍ତ୍ର ରେ, ଗଜେନ୍ଦ୍ର ସିଂହ ଶେଖାୱତ ଓ ବିଜେପି ନେତା ସଞ୍ଜୟ ଜୈନଙ୍କ ବିରୋଧରେ ମାମଲା ରୁଜୁ କଲା ଜୟପୁର ପୁଲିସର ଏସଓଜି, ରାଜସ୍ଥାନ ସରକାର ଭାଙ୍ଗିବା ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ l

ଦେଶରେ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ଅଭିଯାନ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ବ୍ୟୁରୋ ରିପୋର୍ଟ :- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରେସ୍‌ମିଟ୍‌: ଜୁନ୍‌ ୨୦ରୁ ଦେଶରେ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ଅଭିଯାନ । ଓଡ଼ିଶା ସମେତ ୬ଟି ରାଜ୍ୟର ୧୧୬ ଗ୍ରାମୀଣ ଜିଲ୍ଲାରେ ଚାଲିବ ଅଭିଯାନ । ୧୨୫ ଦିନିଆ ଅଭିଯାନରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ ନିଯୁକ୍ତି କୁଶଳୀ ଶ୍ରମିକମାନଙ୍କର ଦକ୍ଷତା ଓ ତାଲିମ ଭିତ୍ତିରେ ମିଳିବ ନିଯୁକ୍ତି । ଭିତ୍ତିଭୂମି ସହ ସଂପୃକ୍ତ ୨୫ଟି ଯୋଜନାରେ କାର୍ଯ୍ୟ କରିବେ ଶ୍ରମିକ । ଅଭିଯାନ ପାଇଁ ବ୍ୟୟ ବରାଦ ହୋଇଛି ୫୦ ହଜାର କୋଟି ଟଙ୍କା । ୬ ରାଜ୍ୟ-ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ୟୁପି, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ l

ବିଜେପି ର ମହିଳା ଜନ ସମ୍ବାଦ ଭର୍ଚୁଆଲ ରାଲି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଆଜି ବିଜେପି ପକ୍ଷରୁ ଭିଡ଼ିଓ କନଫରେନ୍ସିଂ ଯୋଗେ ଆୟୋଜିତ ମହିଳା ଜନ ସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡ଼ି ହୋଇଥିବା ଓଡ଼ିଆ ପାଇଲଟ୍ ମଧୁସ୍ମିତା ପଟ୍ଟନାୟକଙ୍କୁ ଭେଟିବାର ସୁଯୋଗ ପାଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ l ମୋଦି ସରକାର ପୂର୍ବ ଭାରତକୁ ବିକାଶର ପ୍ରୟୋଗଶାଳା କରିବା ପାଇଁ କାର୍ଯ୍ୟ କରୁଥିବା ବେଳେ ଓଡିଶାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଆତ୍ମନିର୍ଭର ଭାରତ ସେବେ ସମ୍ଭବ ଯେବେ ଆତ୍ମନିର୍ଭର ଓଡିଶା ହେବ । ଏଥିପାଇଁ ଆମେ ସମସ୍ତେ ଏ ଦିଗରେ କାର୍ଯ୍ୟ କରିବା ଦରକାର । ଓଡିଶାରେ ମୋଦିଙ୍କ ବିକାଶର କାମକୁ ଆଗେଇ ନେବା ପାଇଁ ମହିଳା ଜନପ୍ରତିନିଧି ମାନେ କାମ କରନ୍ତୁ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ମହିଳା ମୋର୍ଚ୍ଚାର ମାଆ ଭଉଣୀ ମାନଙ୍କୁ ରାଜ୍ୟର ୩୭ ହଜାର ବୁଥକୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ପାଇଁ କାମ କରିବାକୁ ଆହ୍ୱାନ କରିଥିଲେ ।  'ମହିଳା ଜନସମ୍ବାଦ ରାଲି'କୁ ଭିଡିଓ କନ୍ଫରେସିଂ ମାଧ୍ୟମରେ ସମ୍ବୋଧିତ କରି ଥିଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସୁଶ୍ରୀ ସରୋଜ ପାଣ୍ଡେ ଏବଂ ରା