Posts

ଭାଜପା ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (ସୁକିନ୍ଦା):-ସୁକିନ୍ଦା ଭାଜପା ପକ୍ଷରୁ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖରଡ଼ି ପଞ୍ଚାୟତରେ ମଙ୍ଗଳବାର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦଳର ଆଭିମୁଖ୍ୟ, ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭପାଇଁ ଦଳର ରଣନୀତି କଣହେବ ଓ ତୃଣମୂଳ ସ୍ତରରୁ ଦଳକୁ କିପରି ସଂଗଠିତ କରାଯିବ ସେ ସମ୍ପର୍କରେ  ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଅମର ନାୟକ ଓ ଗତ ସାଧାରଣ ନିର୍ବାଚନରେ ଧର୍ମଶାଳା ବିଧାୟକ ପ୍ରାର୍ଥୀ ରମେଶ ପରିଡା ପ୍ରଶିକ୍ଷଣ ଦେଇଥିଲେ l ଏହି ପ୍ରଶିକ୍ଷଣ ଶିବିରରେ ସୁକିନ୍ଦା ନଦୀକୂଳ ଅନ୍ତର୍ଗତ 9ଟି ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l

ଯାଜପୁର, ସୁକିନ୍ଦା ଇମ୍ଫା ଖଣିରେ ସ୍ୱଚ୍ଛତା ପକ୍ଷ ପାଳିତ l

Image
 ଯାଜପୁର (ସୁକିନ୍ଦା):-ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ ନିର୍ଦ୍ଦେଶ କ୍ରମେ ଚଳିତମାସ ୧୬ତାରିଖ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ସୁକିନ୍ଦାର ବିଭିନ୍ନ କ୍ରୋମାଇଟ ଖଣିରେ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି l ଏହି କ୍ରମରେ ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଓ ମହାଗିରି ଖଣିରେ ଏହି କାର୍ଯ୍ୟକ୍ରମ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି l ଏହାକୁ ଖଣି ଉପ ସଭାପତି ସୁଧାଂଶୁ ପାଟନୀ ଉଦଘାଟନ କରିଥିବାବେଳେ ଖଣି ସାଧାରଣ ପରିଚାଳକ ଲଲାଟେନ୍ଦୁ ମହାପାତ୍ର, ନିର୍ମାଣ ବିଭାଗ ମୁଖ୍ୟ ପ୍ରଦୀପ ଦେ, ଲୋକସମ୍ପର୍କ ବିଭାଗ ମୁଖ୍ୟ ଜଗନ ମୋହନ ମଲ୍ଲିକ, କାର୍ମିକ ବିଭାଗ ପରିଚାଳକ ଗିରିଶ ପଟ୍ଟନାୟକ, ଯୋଗାଣ ଶୃଙ୍ଖଳ ବିଭାଗ ମୁଖ୍ୟ ନବିତ ନନ୍ଦଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏଥରେ ଉପସ୍ଥିତ ଥିଲେ l  କୋଭିଡ କଟକଣାକୁ ପାଳନକରି ସଚେତନତା ବାର୍ତ୍ତା ପ୍ରଚାର ସହ ଶପଥ ପାଠ କରାଯାଇଥିଲା l ମୁଖ୍ୟ ପ୍ରଶାସନିଜ କାର୍ଯ୍ୟlଳୟ, ମହାଗିରି ଖଣି କାର୍ଯ୍ୟାଳୟ, ବିଶ୍ରାମସ୍ଥଳୀ, କ୍ୟାଣ୍ଟିନ, କଲୋନୀ ପରିସର ଆଦି ସ୍ଥାନରେ ସ୍ୱଚ୍ଛତା ସମ୍ପର୍କୀତ ସଚେତନତା ବାର୍ତ୍ତା ପ୍ରଚାର କରାଯିବାସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମକୁ ପରିବେଶ ବିଭାଗ ମୁଖ୍ୟ ଏମ. ମଣିନନ୍ଦନ ପରିଚାଳନା କରିଥିବା ବେଳେ ସମରେନ୍ଦ୍ର ସ୍ୱାଇଁ, ମନୀଷା ମହାନ୍ତି, ଭରତ ରାଉତ, ଦେବାଶିଷ ସାମଲ ମିଲନ ରଞ୍ଜନ କର ପ୍ରମୁ

ମିଶ୍ରିଲାଲ ପ୍ଲାଣ୍ଟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା।

Image
  ଧାରଣା ରେ ବିଜେପି ନେତା ପ୍ରଦୀପ ବଳ ସାମନ୍ତ ଙ୍କ ସହିତ କର୍ମୀ  ଯାଜପୁର (କଳିଙ୍ଗନଗର): କଳିଙ୍ଗନଗର  ଅବସ୍ଥିଅଞ୍ଚଳରେ  ମିଶ୍ରିଲାଲ ଫେରୋ ଆଲୋୟେଜ ପ୍ଲାଣ୍ଟ ସମ୍ମୁଖରେ ଜମିହରା ଓ ସ୍ଥାନୀୟ ବେକାରଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା, ମାତ୍ରାଧିକ ପ୍ରଦୂଷଣ ନିୟନ୍ତ୍ରଣ କରିବା, ଭୂତଳ ଜଳ ବ୍ୟବହାର ନିଷିଦ୍ଧ କରିବା, ପ୍ରଭାବିତ ତିନୋଟି ପଞ୍ଚାୟତର ପରିପାର୍ଶ୍ଵିକ ଉନ୍ନୟନ କରିବା ଆଦିି ୧୦ଦଫା ଦାବି ନେଇ ସୁକିନ୍ଦା ଭାଜପା ପକ୍ଷରୁ ଗତ ୨୬ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଥିଲା l ଦୀର୍ଘ ବର୍ଷ ହେବ ଏହି କାରଖାନା ଉତ୍ପାଦନକ୍ଷମ ହୋଇଥିଲେହେଁ ରାଜନୈତିକ ଚାପରେ ଏହି କାରଖାନାଦ୍ୱାରା ପ୍ରଭାବିତ ହେଉଥିବା ଦାନଗଦୀ ବ୍ଲକର ଚାନଦିଆ ଓ ପଙ୍କପାଳ, ସୁକିନ୍ଦା ବ୍ଲକର ପିଙ୍ଗଲ ଆଦି ୩ଟି ପଞ୍ଚାୟତର ପ୍ରଭାବିତ ଶତାଧିକ ମହିଳା ଓ ପୁରୁଷ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ l ସୁକିନ୍ଦା ଭାଜପା ନେତା ପ୍ରଦୀପ ବଳସlମନ୍ତ, ଯୁବନେତା ବିଶ୍ୱଜିତ ରାଜ, ପ୍ରଶାନ୍ତ ରାୟ,, ବୀରେନ ଟୁଡୁ, ରାଜେନ୍ଦ୍ର କାଲୁଣ୍ଡିଆ, ସ୍ମୃତି ରଞ୍ଜନ ଜେନା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ l ଅପରାହ୍ନରେ କଳିଙ୍ଗନଗର ଅତିରିକ୍ତ ଏସପି ଜୟରାମ ଶତପଥି ଓ ଥାନା ଆଇଆଇସି ସୁଶାନ୍ତ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭରନେତୃତ୍ୱ ନେଉଥିବା ନେତାମାନଙ୍କୁ ନେଇ କାରଖାନା କର୍ତୃପକ୍ଷଙ୍କ

ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା l

Image
           ଜାଗା କାଳିଆ ଙ୍କ ଫାଇଲ ଫୋଟ  ବ୍ୟୁରୋ ରିପୋର୍ଟ (Rita vision News) - ଯୋଡାମୁଣ୍ଡ ମୁଣ୍ଡ ଶିଶୁ କାଳିଆର ମୃତ୍ୟୁ। ଦିଲ୍ଲୀ ଏମ୍ସରେ ଅପରେସନ ପରଠୁ ସଂପୂର୍ଣ୍ଣ ସୁସ୍ଥ ହୋଇ ପାରିନଥିବା କାଳିଆର କଟକ ସ୍ଥିତ ଏସସିବି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁଙ୍କର ଦିଲ୍ଲୀ ସ୍ଥିତ ଏମ୍ସରେ ଅପରେସନ କରାଯାଇଥିଲା। ରାଜ୍ୟ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ। ଚିକିତ୍ସା ପରେ ଦିଲ୍ଲୀ ଏମ୍ସରେ ଉଭୟ ଶିଶୁ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇଥିଲେ। ଜଗାର ସ୍ଵାସ୍ଥ୍ୟ ଭଲ ଥିବା ବେଳେ କାଳିଆର ସ୍ଵାସ୍ଥ୍ୟରେ ଉତ୍ସାହଜନକ ଉନ୍ନତି ଘଟୁନଥିଲା। ପରେ ଦୁଇ ଶିଶୁଙ୍କୁ ଦିଲ୍ଲୀରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉଭୟ ଚିକିତ୍ସାଧୀନ ଥିବା ବେଳେ ବୁଧବାର ସନ୍ଧ୍ୟାରେ କାଳିଆର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତେବେ ଜଗାର ସ୍ଵାସ୍ଥ୍ୟ ଠିକ୍ ଥିବା ଜଣା ଯାଇଛି। କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆ। ସେମାନଙ୍କର ଶରୀର ଅଲଗା ଥିଲେ ବି ଜନ୍ମରୁ ଦୁହିଁଙ୍କ ମୁଣ୍ଡ ଲାଗି ରହିଥିଲା। ସେମାନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଅପରେସନ୍‌ ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୭ ମସିହା ଜୁଲାଇ ୧୪ ତାରିଖରେ ସେମାନଙ୍କୁ ଦିଲ୍ଲୀ ଏମ୍ସରେ ଭର୍

ସୁକିନ୍ଦା ସାହିତ୍ୟ ସମାଜ ସଭାପତିଙ୍କ ବିୟୋଗରେ ଶୋକ ସଭା l

Image
  ଶୋକସଭା ରେ ସୁକିନ୍ଦା ସାହିତ୍ୟ ସମାଜର ସଭ୍ଯ ବୃନ୍ଦ ଉପସ୍ଥିତ  ସୁକିନ୍ଦା ସାହିତ୍ୟ ସମାଜ ସଭାପତିଙ୍କ ବିୟୋଗରେ ଶୋକ ସଭା ଯାଜପୁର (ସୁକିନ୍ଦା) :-ସୁକିନ୍ଦା ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି ରାଜ୍ୟପାଳ ପୁରସ୍କାର ଲାଭ କରିଥିବା ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ନାୟକଙ୍କର ଗତ ୨୩ତାରିଖ ସନ୍ଧ୍ୟାରେ ତାଙ୍କ ହରିପୁର-ଜେମାଦେଇପୁର ବାସ  ଭବନରେ ଦେହାନ୍ତ ହୋଇଯାଇଛି l ତାଙ୍କ ବିୟୋଗରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ଏକ ଶୋକସଭା କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ୨୪ ତାରିଖରେ ସୁକିନ୍ଦା ବିଦ୍ୟାନିକେତନ ପରିସରରେ ଆୟୋଜିତ ହୋଇଥିଲା l  ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ଉପ ସଭାପତି ଲବଙ୍ଗଲତା ପରିଡ଼ା, ସହ ସମ୍ପାଦକ ଡ. ଦୟାନିଧି ଦାଶ, ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ, କୋଷାଧ୍ୟକ୍ଷ ମନୋରଞ୍ଜନ ଦାସ, ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ସତ୍ତାର ସ୍ମୃତି ସଂସଦ ଅଧ୍ୟକ୍ଷ ଡ. ମଞ୍ଜୁର ଅଲ୍ଲୀ, କବି ଫକୀର ଚରଣ ଓଝା, ଶ୍ରୀନିବାସ ରାଉତ, ପଣ୍ଡିତ ନାରାୟଣ ଶତପଥି, ରଞ୍ଜନ ନାୟକ, ଅଲେଖ ପାଗଡ, ବଟକୃଷ୍ଣ ସ୍ୱାଇଁ ପ୍ରମୁଖ ସ୍ୱର୍ଗତ ନାୟକଙ୍କ ଫୋଟୋଚିତ୍ରରେ ପୁଷ୍ପଗୁଚ୍ଛ ଅର୍ପଣକରି ଶ୍ରଦ୍ଧlଞ୍ଜଳି ଜ୍ଞାପନ କରିବାସହ ସୁକିନ୍ଦାରେ ସାହିତ୍ୟିକ ବାତାବରଣ ସୃଷ୍ଟି କରିବା ଓ ସୁକିନ୍ଦା ସାହିତ୍ୟ ସମାଜ ଗଠନ କରିବାରେ ତାଙ୍କର ଅବଦାନ ସମ୍

ରାମକୀ ପ୍ଲାଣ୍ଟ ସମ୍ମୁଖରେ ଭାଜପାର ବିକ୍ଷୋଭ l

Image
  ଧାରଣ ରେ ବିଜେପି ବିଧାୟକ ପାର୍ଥି ପ୍ରଦୀପ ବଳ ସାମନ୍ତ ଙ୍କ ସହିତ କର୍ମୀ  ଯାଜପୁର(ସୁକିନ୍ଦା) :ସୁକିନ୍ଦା ଭାଜପା ପକ୍ଷରୁ ୭ଦଫା ଦାବିନେଇ ପୂର୍ବ ନିର୍ଦ୍ଧlରିତ କାର୍ଯ୍ୟକ୍ରମ ଅନୁଯାୟୀ ସୋମବାର ସୁକିନ୍ଦା ତହସିଲ ଅନ୍ତର୍ଗତ କଞ୍ଚିଚୁଆଠାରେ ଅବସ୍ଥିତ ରାମକୀ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଭାଜପା ନେତା ପୁଷ୍ପକ ମହାପାତ୍ର, ସରୋଜ ବାରିକ, ସନ୍ତୋଷ ମୁଦୁଲି, ରବୀନ୍ଦ୍ର ପୁହାଣ, ଜିତେନ୍ଦ୍ର ମହାନ୍ତ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ l ଅପରାହ୍ନରେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, କଳିଙ୍ଗନଗର ଅତିରିକ୍ତ ଏସପି ଜୟରାମ ଶତପଥୀ ଓ ସୁକିନ୍ଦା ଥାନା ଆଇଆଇସି ଶିବ ଚରଣ ବେହେରାଙ୍କ ଉପସ୍ଥିତିରେ ଭାଜପା ନେତା ପ୍ରଦୀପ ବଳସlମନ୍ତଙ୍କ ନେତୃତ୍ୱରେ ପୁଷ୍ପକ ମହାପାତ୍ର, ବିଶ୍ୱଜିତ ରାଜ, ସରୋଜ ବାରିକ, ବସନ୍ତ ମୁଦୁଲି, ଶୁଭକାନ୍ତ ମହାନ୍ତି ପ୍ରମୁଖ ଏକ ପ୍ରତିନିଧିଦଳ ରାମକୀ ପ୍ରକଳ୍ପ ମୁଖ୍ୟ ପ୍ରଦୀପ୍ତ କୁମାର ଧଳ ଓ ମାନବସମ୍ବଳ ବିଭାଗର ବିଭୁତି ଭୂଷଣ ସେଠୀଙ୍କ ସହ ସ୍ଥାନୀୟ ନିଯୁକ୍ତି, ପରିପାର୍ଶ୍ଵିକ ଉନ୍ନତି ଓ ଜନମଙ୍ଗଳ କାର୍ଯ୍ୟ ସମ୍ପାଦନ, କାରଖାନାର ସମସ୍ତ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଯୋଗାଣ, ସ୍ଥାନୀୟ ଯାନବାହାନ ଗୁଡିକୁ ପରିବହନ ସୁଯୋଗ ଦେବା, କାରଖାନା ସଂଲଗ୍ନ ସୁକିନ୍ଦା ଓ ଦୁଧୁଜୋରି ପଞ୍ଚାୟତର ଦୁଇଟି ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣକରି ଗ୍ର

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ବିୟୋଗ ରେ ଶୋକସଭା l

Image
ଯାଜପୁର (କଳିଙ୍ଗନଗର) - ଯଖପୁରା ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସାରଙ୍ଗଧର ନାୟକ ଙ୍କ ବିୟୋଗରେ ଆଜି ବିଦ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ପୁରାତନ ଛାତ୍ର ସଂଘ ପକ୍ଷରୁ ଅନୁଷ୍ଠିତ ଏହି ଏହି ଶୋକ ସଭାରେ ସ୍ଵର୍ଗତ ନାୟକ ଙ୍କ ପୂର୍ବତନ ଛାତ୍ର ତଥା ସହକର୍ମୀ ଚନ୍ଦ୍ରକାନ୍ତ ଘଡାଇ ସଭାପତିତ୍ଵ କରିଥିଲେ l ଦିବଂଗତ ଆତ୍ମାର ସଦ୍ ଗତି ନିମନ୍ତେ ପ୍ରଥମେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l  ସ୍ଵର୍ଗତ ନାୟକଙ୍କ ଛାତ୍ର ବତ୍ସଳ ନୀତି, ଆଦର୍ଶ, ଏବଂ ପ୍ରତିଭା ଗଢିବାର କଳା ଉପରେ ଅନେକ ଛାତ୍ର ଆଲୋକପାତ କରିଥିଲେ l ପୂର୍ବତନ ଛାତ୍ର ମାନଙ୍କ ମଧ୍ୟରେ ତ୍ରିଲୋଚନ ଧଳ, କୁଳମଣି ଧଳ, ଅକ୍ଷୟ କୁମାର ଧଳ, ଅଶୋକ କୁମାର ନାୟକ, ସୁଦାମ ଚରଣ ସାହୁ, ପ୍ରଶାନ୍ତ କୁମାର ନାୟକ, ଆଇନୀଜୀବୀ ରାମଚନ୍ଦ୍ର ପହି, ଅନ୍ତର୍ଯ୍ୟାମୀ ନାୟକ, ସୁକାନ୍ତ କୁମାର ସାମଲ, ଜୟପ୍ରକାଶ ସାହୁ, ଶ୍ରୀକାନ୍ତ ମହାନ୍ତି ଏବଂ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ନାୟକ ଙ୍କ ସ୍ମୃତି ଚାରଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ l