Posts

ଘୁନସର ଆଦିଶକ୍ତି ପୀଠରେ ନିଶାନ ଯାତ୍ରା ଉଦଯାପିତ l

Image
ବଲାଙ୍ଗୀର (ସଇଁନ୍ତଲା) :- ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଆଦିଶକ୍ତି ପୀଠରେ ଜିଲ୍ଲା ଆଦିବାସୀ କଲ୍ୟାଣ ତରଫରୁ ନିଶାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଦୀମାତା ଧରନି ପେନୁଙ୍କୁ ପୂଜାର୍ଚ୍ଚନା ପରେ ଆଦିବାସୀମାନେ ପାରମ୍ପାରିକ ନୃତ୍ୟ, ବାଦ୍ୟ, ଗୀତ ତାଳେ ତାଳେ ଘୁନସର ଗାଁରେ ସଂସ୍କୃତିକ ଶୋଭାଯାତ୍ରା କରିଥିଲେ । ନାରେନ ଢାପ ଦଳ, ପିପିଲକାନି ଡ଼କାଦଳ, ସୁରଡ଼ା ଡ଼କା ପାଟି, ସହିତ ସଇଁନ୍ତଲା ବ୍ଳକର ଡ଼କାଦଳ ଯୋଗଦେଇ ଥିଲେ । ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ପରେ ଆଦିଶକ୍ତି ପୀଠଠାରେ ନିଶାନ ଯାତ୍ରା ଅବସରରେ ପ୍ରାଚୀନ ଆଦିବାସୀ ଢାପ ନୃତ୍ୟ, ଡ଼କା ନୃତ୍ୟ, ଲୋକ ନୃତ୍ୟ, ଲୋକ ସଙ୍ଗୀତ, ଲୋକ ବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନିଶାନ ଯାତ୍ରା ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହା ସଂଘର ମହାସଚିବ ନିରଞ୍ଜନ ବିଶି, ଉପଦେଷ୍ଟା ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କାର୍ଯ୍ୟକାରୀ ସଭାନେତ୍ରୀ ବନଲତା ମାଝୀ, ଥବିର ପୁଝାରୀ, ଈଶ୍ୱର ମିର୍ଦ୍ଧା, ସରୋଜ ପୁଝାରୀ, ପୀଠର ମୁଖ୍ୟ ପୂଜକ ହୀରା ବାବା ଉପସ୍ଥିତ ଥିଲେ । ଆଦିବାସୀ ସାଂସ୍କୃତିକ, ଭାଷା, ଧର୍ମ, ଦେବାଦେବୀ ପୂଜା ପାଳିତ ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ବିଦ୍ୟା, ଶିକ୍ଷା, ଦୀକ୍ଷାର ପୁନଃଉଦ୍ଧାର କରି ଆଦିବାସୀଙ୍କ ଆଦି ପରମ୍ପରାକୁ ଉଦ୍‌ଜାପିତ କରିବାକୁ ଆଦିବାସୀ

ସୁକିନ୍ଦା ପ୍ରେସ ଫୋରମ ପକ୍ଷରୁ ପଦ୍ମଶ୍ରୀ ନନ୍ଦମାଷ୍ଟ୍ରେଙ୍କୁ ସମ୍ବର୍ଦ୍ଧନା I

Image
ଯାଜପୁର :- ପଲ୍ଲୀ ରୁ ଦିଲ୍ଲୀ, ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ପଞ୍ଚାୟତର କନ୍ତି୍ରା ଗ୍ରାମ ନିବାସୀ ୧୦୪ ବର୍ଷ ବୟସ୍କ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି (ନନ୍ଦ ମାଷ୍ଟ୍ରେ)ଚାଟଶାଳୀ ପରମ୍ପରାକୁ ବଜାୟ ରଖି ଦୀର୍ଘ ୭୫ବର୍ଷ ଧରି ଗ୍ରାମର କୋମଳମତି ଶିଶୁମାନଙ୍କୁ ବିନା ପାରିଶ୍ରମିକରେ ଶିକ୍ଷାଦାନ କରି ଆସୁଥିବାରୁ ଭାରତର ରାଷ୍ଟ୍ରପତି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି l  ଦିଲ୍ଲୀ ଠାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇ ଗାଁ ମାଟିରେ ପାଦ ଥାପିବା ପରେ ପ୍ରତ୍ୟେହ ରାଜ୍ୟର ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାପାଇଁ କନ୍ତି୍ରା ଗ୍ରାମରେ ପହଞ୍ଚୁଥିବା ଦେଖାଯାଉଛି l ଶନିବାର ଦିନ ସୁକିନ୍ଦା ପ୍ରେସ ଫୋରମ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ପ୍ରେସ ଫୋରମର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଫୋରମର କର୍ମକର୍ତ୍ତା ଓ ସଦସ୍ୟମାନେ ଶନିବାର ତାଙ୍କ ଚାଟଶାଳୀରେ ପହଞ୍ଚି ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନକରି ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ l ନନ୍ଦ ମାଷ୍ଟ୍ରେ ତାଙ୍କର ଦିଲ୍ଲୀ ଯାତ୍ରା ଓ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାରର ଅନୁଭୂତି ବର୍ଣନା କରି ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ l  (ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

କେ. ବି. ଏନ. ଗ୍ରୁପ ର ପାଞ୍ଚ ସଦସ୍ୟଙ୍କୁ ରିମାଣ୍ଡ ରେ ନେଲା ପୋଲିସ I

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ ):- କଥାରେ ଅଛି ଅତିରୁ ଇତି, ଏହି ମର୍ମରେ ବୁଝିବାକୁ ହେଲେ ଆଇନ କାନୁନ କୁ ଖାତିର ନକରି କେବଳ ବେପରୁଆ ମନୋଭାବ ରେ ମାତି କିଛି ଦିନ ପୂର୍ବେ କେତେକ ଯୁବକ ବିଲମ୍ବିତ ରାତ୍ରିରେ ଆଗ୍ନେୟାସ୍ତ୍ର ଓ ବିଭିନ୍ନ ମାରଣାସ୍ତ୍ର ରେ ସଜ୍ଜିତ ହୋଇ ରାଜଧାନୀ ଭୁବନେଶ୍ୱର ର ରାଜରାସ୍ତାରେ ଉଦ୍ଧଣ୍ଡ ନୃତ୍ୟ କରି ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରି ଥିଲେ l ଏହିସବୁ ଘଟଣା କୁ ପୋଲିସ କିନ୍ତୁ ହଜମ କରିପାରିଲା ନାହିଁ l ଚାଲିଲା ଜୋରଦାର ଚଢ଼ାଉ l ପୋଲିସ ଦ୍ୱାରା ଗିରଫ ହୋଇନଥବା କେବିଏନ୍  ଗ୍ରୁପ୍ନ ର ନରେନ୍ଦ୍ର କୁମାର ସାହୁ ,ରାହୁଲ ଜେନା ,ସନାତନ ବେହେରା ,ରାଜେଶ ବେହେରା ,ଓ ସୁମନ ପରିଡା ନାମକ ପାଞ୍ଚ ଜଣ ଯୁବକଙ୍କୁ ନାୟପଲ୍ଲୀ ପୋଲିସ ଆଜି ଦୁଇ ଦିନିଆ ରିମାଣ୍ଡ ରେ ନେଇଛି। ପୋକିଛ ପକ୍ଷରୁ ମାନ୍ୟବର ଅଦାଲତ ଙ୍କୁ ସାତ ଦିନ ରିମାଣ୍ଡ ପାଇଁ ଅନୁମତି ମଗା ଯାଇଥିବା ବେଳେ ଅଦାଲତ ଦୁଇଦିନ ପାଇଁ ଅନୁମତି ଦେଇଥିଲେ।

ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ, କାର ଓ ବାଇକ ନଷ୍ଟ ୩ ବ୍ୟକ୍ତି ଆହତ l

Image
ଯାଜପୁର :- ଗତ କାଲି ବ୍ୟାସନଗର ଅଧିନସ୍ଥ ଚୋରଦା ଛକ ନିକଟ ବରଦାବ୍ୟାଙ୍କ ସାମ୍ନାରେ ଅଘଟଣ, ବିଦ୍ୟୁତ ବିଭାଗ ପକ୍ଷରୁ ଗଛ କାଟିବା ସମୟରେ ଡାଳ ପଡି କାର ଓ ବାଇକ ଦୁର୍ଘଟଣା, ୩ ବ୍ୟକ୍ତି ଆହତ I ସୂଚନା ମୁତାବକ ଆଜି ଅପରାହ୍ନରେ ବିଦ୍ୟୁତ ବିଭାଗ ପକ୍ଷରୁ ବ୍ୟାସନଗର ସହରର ମୁଖ୍ୟ ରାସ୍ତା କଡରେ ଥିବା ଗଛ ଓ ଡାଳ କାଟି ସଫେଇ ହେଉଥିଲା l ତେବେ ଗଛ କାଟୁଥିବା ସମୟରେ କିଛି ସୂଚନା ନ ଦେଇ ଗଛ କୁ ଅଧା କାଟି କାର୍ଯ୍ୟ ସ୍ଥଳୀରୁ ଚାଲିଯାଇଥିଲେ କର୍ମଚାରୀ I  ଫଳରେ ସେହି ବାଟ ଦେଇ ଯାଉଥିବା ଗୋଲାଗାଁର ଅରୁଣ ପ୍ରଧାନଙ୍କ କାର ଉପରେ ଗଛ ପଡିବା ସହିତ ଆଉ ଏକ ବାଇକରେ ୩ ବ୍ୟକ୍ତିଙ୍କ ଉପରେ ପଡିଥିଲା। ଯାହାଫଳରେ କାର ଭିତରେ ଥିବା ଦୁଇ ଜଣ ଓ ୩ ଜଣ ବାଇକ ଚାଳକ ଆହତ ହେଇଥିଲେ। ତେବେ ବିଦ୍ୟୁତ ବିଭାଗର ଏପରି ଖାମଖିଆଲି ମନବୃତ୍ତି ଯୋଗୁ ଏଭଳି ଦୁର୍ଘଟଣା ଘଟିଥିଲା l  ଏନେଇ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହେବା ସହ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ବିଦ୍ୟୁତ ବିଭାଗ ବିରୁଦ୍ଧରେ ନାରାବାଜି କରିବା ସହିତ ଉପଯୁକ୍ତ କ୍ଷତିପୂରଣ ଦାବିକରିଥିଲେ। ତେବେ ସ୍ଥାନୀୟ ଲୋକଙ୍କ ଉତେଜନାକୁ ଦେଖି ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଆହତ ବ୍ୟକ୍ତି ଅରୁଣ ପ୍ରଧାନ, ହାଡ଼ିବନ୍ଧୁ ନାୟକ ଓ ଅରୁଣ ବେହେରାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱା

ସୁକିନ୍ଦା ସାହିତ୍ୟ ସମାଜ ପ୍ରତିଷ୍ଠାତା ସଭାପତି ଦୁର୍ଯ୍ୟୋଧନ ନାୟକଙ୍କ ସ୍ମୃତିଚାରଣ ସଭା l

Image
  ଯାଜପୁର (ସୁକିନ୍ଦା ):- ସୁକିନ୍ଦା ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି କବି ଦୁର୍ଯ୍ୟୋଧନ ନାୟକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ସାହିତ୍ୟ ସମାଜ ପକ୍ଷରୁ ଗତ 12ତାରିଖ ଅପରାହ୍ନରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁର ବିଜୁ ଗ୍ରାମୀଣ ପାର୍କଠାରେ ଏକ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥିଲା l ସାହିତ୍ୟିକ, କବି ତଥା ବହୁଳ ଆଦୃତ ସାହିତ୍ୟ ପତ୍ରିକା ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା ଅତିଥି ଭାବେ ଯୋଗଦେଇ ସୁକିନ୍ଦାରେ ସାହିତ୍ୟିକ ବାତାବରଣ ସୃଷ୍ଟିକରିବା ସହ ସୁକିନ୍ଦା ସାହିତ୍ୟ ସମାଜ ଗଠନରେ ସ୍ବର୍ଗତ ନାୟକଙ୍କ ଅନବଦ୍ୟ ଅବଦାନ ସମ୍ପର୍କରେ ଆଲୋକପାତକରି ଯଥାର୍ଥରେ ସେ ଜଣେ ସାହିତ୍ୟ ସଂଗଠକ ଥିଲେ ବୋଲି ଅବତାରଣା କରିଥିଲେ l     ସାହିତ୍ୟ ସମାଜର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ସମେତ କୁଳମଣି ଦତ୍ତ, ନାରାୟଣ ଶତପଥି, ସୁରେନ୍ଦ୍ର କୁମାର ଦାଶ, ଡ. ଦୟାନିଧି ଦାଶ, ସୁଦାମ ଚରଣ ନାୟକ, ଅଜୟ କୁମାର ଖୁଣ୍ଟିଆ, ଫକୀର ଚରଣ ଓଝା, ଅଲେଖ ପ୍ରସାଦ ପାଗଡ଼, ପ୍ରଭାତୀ ରାଉତ, କାଞ୍ଚନବାଳା ମଲ୍ଲ, ସନ୍ଧ୍ୟାରାଣୀ ଘଡ଼ାଇ, ଦିପ୍ତିମୟୀ ସାମଲ, କlଞ୍ଚନବାଳା ସାହୁ, ସନାତନ ମହାନ୍ତ, ମନୋରଞ୍ଜନ ଦାସ, ପବିତ୍ର ମୋହନ ସାହୁ ପ୍ରମୁଖ ସାହିତ୍ୟ କ୍ଷେତ୍ରରେ ସ୍ବର୍ଗତ ନାୟକଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ

କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ହାଇକୋର୍ଟଙ୍କ ଅଙ୍କୁଶ l

Image
ଯାଜପୁର :- ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ନଭେମ୍ବର ୧୨ ରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି ଏବଂ ସକାଳ ୬ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ବନ୍ଦ ପାଳନ କରିବ । ବନ୍ଦ ବେଳେ ଅତ୍ୟାବଶ୍ୟକୀୟ ସେବା ଗୁଡ଼ିକକୁ ବାଧା ଦିଆଯିବ ନାହିଁ ଓ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ବୋଲି କଂଗ୍ରେସ କହିଛି । ଅନ୍ୟପଟେ ଓଡ଼ିଶା ବନ୍ଦ ପାଳନକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏହାର ବିଚାର କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।  ହାଇକୋର୍ଟଙ୍କ ନିର୍ଦେଶାନୁସାରେ ବନ୍ଦ ବେଳେ ଦୋକାନ ବଜାର ବନ୍ଦ କରିବା ପାଇଁ କେହି ବାଧ୍ୟ କରିପାରିବେନାହିଁ, ଅଖଚକ ବନ୍ଦ ପାଳନ ସମ୍ପୂର୍ଣ୍ଣ ବେଆଇନ । ସାଧାରଣ ଜନଜୀବନ ପ୍ରଭାବିତ କଲାଭଳି କାମ ହେବା ଉଚିତ ନୁହେଁ ଓ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଇନ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ପ୍ରତିକ୍ରିୟା ରଖିଛନ୍ତି ଯାଜପୁର ଏସ୍ ପି. ରାହୁଲ ପି. ଆର୍. I 

ଇମ୍ଫା ପକ୍ଷରୁ ୨ ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯାନ ଲୋକାର୍ପିତ l

Image
ଯାଜପୁର (କାଳିଆପାଣି) :  - ସୁକିନ୍ଦା ଉପତ୍ୟକାରେ ଥିବା ଇମ୍ଫା କମ୍ପାନୀର ଖଣି ପରିସରରେ ଆଜି ୨ ଗୋଟି ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯାନ କୁ ମାନ୍ୟବର ସୁକିନ୍ଦା ବିଧାୟକ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଉଦଘାଟନ କରିଛନ୍ତି I ଇମ୍ଫାର ବରିଷ୍ଠ ଉପସଭାପତି ଶ୍ରୀ ସଂଜୀବ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସୁକିନ୍ଦା ଖଣିର  ଉପସଭାପତି ଶ୍ରୀ ସୁଧାଂଶୁ ପଟନି ଉପସ୍ଥିତ ଥିଲେ I ମୁଖ୍ୟ ଅତିଥି ଶ୍ରୀ ଘଡ଼ାଇ ନିଜ ବକ୍ତବ୍ୟରେ ଇମ୍ଫା କର୍ତ୍ତୃପକ୍ଷଙ୍କ ଏତାଦୃଶ ପଦକ୍ଷେପ ନିମନ୍ତେ ସାଧୁବାଦ ଦେବା ସହ ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଆମ୍ବୁଲାନ୍ସ ଯାନ ସେବା ସମସ୍ତ କର୍ମଚାରୀଙ୍କ ଆକସ୍ମିକ ବିପଦ ଆପଦରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ I  ପ୍ରକାଶ ଥାଉକି, ଉକ୍ତ ଦୁଇ ଗୋଟି ଆମ୍ବୁଲାନ୍ସ ରେ ଭେଣ୍ଟିଲେଟର ,ସିରିଜ ପମ୍ପ , ଡ଼ିଫେବ୍ରିଲେଟର,ପେସେଣ୍ଟ ମନିଟର ,ଫୋଲଡିଂ ଷ୍ଟ୍ରେଚର ଆଦି ଅତ୍ୟାଧୁନିକ ଡାକ୍ତରୀ ଯନ୍ତ୍ରପାତି ବ୍ୟବସ୍ଥା ମାନ ରହିଛି I  ଉକ୍ତ ଉତ୍ସବରେ ସ୍ଥାନୀୟ ଲୋକ ପ୍ରତିନିଧି ,ଶ୍ରମିକ ନେତା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ I (ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ)