Posts

ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍ ପକ୍ଷରୁ ସୁକିନ୍ଦାର ଦୁଇଟି କଲେଜକୁ ଲାଇବ୍ରେରୀ ଗୃହ ଉତ୍ସର୍ଗ l

Image
(ମାନ୍ୟବର ଗ୍ରାମ୍ୟ ଉନ୍ନଯନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତୀରଞ୍ଜନ ପଦାଇଙ୍କ ଦ୍ବାରା ଉଦ୍‌ଘାଟିତ)  ଯାଜପୁର : - ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ ଫାଉଣ୍ଡେସନ ଯାଜପୁର ଜିଲ୍ଲା ଡୁବୁରୀରେ ଏକ ସର୍ବସାଧାରଣ ଶୌଚାଳୟ ଏବଂ ସୁକିନ୍ଦା କଲେଜ ଓ ହରିପୁର ସ୍ଥିତ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଲୟରେ ଦୁଇଟି ଲାଇବ୍ରେରୀ ଗୃହକୁ ଉତ୍ସର୍ଗ କରିଛି ।ଏହି କେନ୍ଦ୍ରଗୁଡ଼ିକୁ ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ସୁକିନ୍ଦା ବ୍ଲକର ଅଧ୍ୟକ୍ଷ ଶ୍ରୀ ଦିବ୍ୟ ରଞ୍ଜନ ବରାଳ, ସୁକିନ୍ଦା ବ୍ଲକର ଉପାଧ୍ୟକ୍ଷ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଜତ, ଜୋନ-୯ର ଜିଲ୍ଲା ପରିଷଦ ଶ୍ରୀ ପ୍ରତାପ ପଟ୍ଟନାୟକ, ସୁକିନ୍ଦାଗଡ଼ ର ସରପଞ୍ଚ ଶ୍ରୀ ସ୍ବାଧୀନ ଦାସ, ଜୋନ-୩୭ର ଜିଲ୍ଲା ପରିଷଦ ଶ୍ରୀ ସାଧୁ ଚରଣ ତିୟୁ, ସଂସାଇଲୋ ସରପଞ୍ଚ ଶ୍ରୀ ମନମୋହନ ବାନରା, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ୟୁନିଟ ହେଜ୍ ଆଲେନ୍ ଜୋସେଫ୍ ଓ କମ୍ୟୁନିଟିର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ଟିଏସଏଫ୍ ଦ୍ଵାରା ନିର୍ମିତ ସର୍ବସାଧାରଣ ଶୌଚାଳୟରେ ପୁରୁଷ ଓ ମହିଳାମାନଙ୍କ ପାଇଁ ଅଲଗା ବିଭାଗ ଏବଂ ଭିନ୍ନକ୍ଷମ ପୁରୁଷ ଓ ମହିଳାମାନଙ୍କ ପାଇଁ ପୃଥକ ଚୌଚାଳୟ ରହିଛି । ସର୍ବସାଧାରଣ ଶୌଚାଳୟ ଆଗରେ ୱାଟର ଅଟୋମେଟେଡ୍‌

ମହାଗୀରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ +୨ ପ୍ରଥମ ବର୍ଷରେ ନାମଲେଖା ପାଇଁ ସଚେତନତା କାର୍ଯ୍ୟକ୍ରମ l

Image
କାଳିଆପାଣି : - ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତ କୁହିକା ମହାଗୀରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ +୨ ପ୍ରଥମ ବର୍ଷରେ ନାମଲେଖା ପାଇଁ ସଚେତନତା ବୈଠକ ଉକ୍ତ ବିଦ୍ୟାଳୟରେ ଅନୂଷ୍ଠିତ ହୋଇଛି l ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଶତପଥୀ ଙ୍କ ପୌରୋହିତରେ ଅନୂଷ୍ଠିତଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ସ୍ୱାଇଁ ଓ କୃତିବାସ ବାରିକ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୟାଧର ପରିଡା, କୁହିକା ସରପଞ୍ଚ ଅଶ୍ୱିନୀ ପରିଡା, ସମିତିସଭ୍ୟ ରଞ୍ଜନ କୁମାର ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ସତ ପ୍ରତିଶତ ସିଟରେ ନାମଲେଖା ପାଇଁ ଆବେଦନ କରିବାକୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟିପାଇଁ ଆହ୍ୱାନ ଦେଇଥିଲେ l ଉକ୍ତ ବିଦ୍ୟାଳୟ ନିକଟବର୍ତ୍ତୀ ୯ ଗୋଟି ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସଚେତନ କରାଇବା ପାଇଁ ସମ୍ପୃକ୍ତ ବିଦ୍ୟାଳୟ ଗୁଡିକର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ସମ୍ମତି ପ୍ରକାଶ କରିଥିଲେ l ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ରାଜ୍ୟର ୩୪ ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରୀକରଣ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପରିଣତ କରିବା ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା l ତନ୍ମଧ୍ୟରୁ ଯାଜପୁର ଜିଲ୍ଲାର ଏକମାତ୍ର ବିଦ୍ୟାଳୟ ଭାବେ ମହାଗୀରି ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇବା ସହ ଚଳିତ ଶିକ୍ଷାବର୍ଷରେ ପ୍ରଥମଥର ପାଇ

ଦାନଗଦୀ କଂଗ୍ରେସର ସଂକଳ୍ପସତ୍ୟାଗ୍ରହ ଓ ପ୍ରତିବାଦ l

Image
ଦାନଗଦୀ(ନି ପ୍ର) : - ଲୋକସଭା ରେ ସଭ୍ୟପଦ ରଦ୍ଦ ହେବା ପରେ ରାହୁଲ ଗାନ୍ଧୀ ଙ୍କୁ ଯେଉଁ ଅଯୋଗ୍ୟ କରାଗଲା, ସାଙ୍ଗିଆ ଟିପଣୀ କୁ ନେଇ ଜେଲ ହେବା ଘଟଣା ରେ ଘୋର ନିନ୍ଦା କରିଛି କଂଗ୍ରେସ l ଏହି ପ୍ରତିବାଦ ରେ ଦାନଗଦୀ ବ୍ଲକ କଂଗ୍ରେସ ତରଫରୁ ଦାନଗଦୀ କାର୍ଯ୍ୟଳୟ ସମ୍ମୁଖରେ ଗାନ୍ଧିଜୀ ଙ୍କ ଫଟୋ ରଖି ମାଲ୍ୟପ୍ରଣ କରି ନୀରବ ସଂକଳ୍ପ ସତ୍ୟାଗ୍ରହ ପ୍ରତିବାଦ କରିଥିଲେ l କଂଗ୍ରେସ ଦଳ ର ନେତୃମଣ୍ଡଳୀ ଓ କର୍ମୀ, ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଏପରି କାର୍ଯ୍ୟ କୁ କଡା ନିନ୍ଦା କରିବା ସହ ଗଣତନ୍ତ୍ର ଶାସନ ରେ ଏହା ଶୁଭଙ୍କର ନୁହଁ ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ l ଦେଶ ବ୍ୟାପୀ ଏହାକୁ ଘୋର ବିରୋଧ କରିବା ସହ ଆଗକୁ ମୋଦୀଜୀଙ୍କର ଏଭଳି କାର୍ଯ୍ୟ କୁ ସବୁ ସ୍ତରରେ ନିନ୍ଦା କରିବା ସହ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି କହିଥିଲେ l ଏହି ପ୍ରତିବାଦ ସଭା ରେ ବ୍ଲକ ସଭାପତି ବିଭୂଭୂଷଣ ରାଉତଙ୍କ ସମେତ ମହେନ୍ଦ୍ର କୁମାର ରାଉତ, ମଧୁସୂଦନ ସାହୁ, ସୁକୁମାର ଦେଓ, କୃପାସିନ୍ଧୁ ସାମନ୍ତରାୟ, ଦୟାନିଧି ପଲାଇ,ବିବେକାନନ୍ଦ ମହାନ୍ତି, ଦୈତାରୀ ମଲ୍ଲିକ, ବିରଞ୍ଚି ପାତ୍ର,ଏସ. କେ. ବଦ୍ରିଉଦ୍ଧନି, ବାଙ୍କ ବିହାରୀ ଜେନା, ହେମନ୍ତ ପେରାଇ,ଶରତ ଜେନା, ପର୍ଶୁରାମ ପେରାଇ,ବୀରକିଶୋର ସାହୁ, ନିଲୁଆ ଦେଓ, ଖଗେଶ୍ୱର ମଲ୍ଲିକ,ଚନ୍ଦ୍ରମଣି ଜେନା, ପ୍ରଫୁଲ୍ଲ ସାହୁ,କଳ୍ପତରୁ ଧଳ ସହ ଶତାଧିକ କର୍ମୀ ଏହି ସଂକଳ୍ପ ସତ୍ୟା

ଆଦିବାସୀଙ୍କ ହକ୍ ପାଇଁ ଲଢ଼େଇ କରିବାକୁ ପ୍ରସ୍ତୁତ ମୂଳ ନିବାସୀ ୟୁନାଇଟେଡ଼ ଫୋରମ୍ l

Image
(ବହୁ ଚର୍ଚ୍ଚିତ କଳିଙ୍ଗନଗର ଗୁଳିକାଣ୍ଡ ଘଟଣା)  ଯାଜପୁର (କଳିଙ୍ଗନଗର) :- ସରକାରୀ ସ୍ତରରେ ଦଳିତ ଓ ଆଦିବାସୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅସହଯୋଗ କାରଣରୁ ଏହି ଜନଜାତି ଓ ଅନୁସୂଚିତ ଜାତି ଧୀରେ ଧୀରେ ଆଖି ଖୋଲି ଆଗକୁ ବଢିବା ସହ ସାମ୍ବିଧାନିକ ଅଧିକାର କୁ ନେଇ ସରକାରଙ୍କ ବିରୋଧରେ ଲଢ଼େଇ ଆରମ୍ଭ କରିବାକୁ ବିଭିନ୍ନ ସଙ୍ଘଗଠନ ହାତ ମିଳାଇ ସାରିଲାଣି l ଏହି ପରିଭାଷା କୁ ଅନୁସରଣ କରି ଚଳିତ ମାସ ୨୭ ତାରିଖରେ ଆମ୍ବଗଡ଼ିଆ ଡୁବୁରି ଠାରେ ମୂଳ ନିବାସୀ ୟୁନାଇଟେଡ଼ ଫୋରମ୍ ଯାଜପୁର ଜିଲ୍ଲା ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବିଦ୍ୟାଧର ଦେହୁରୀ ରାଜ୍ୟ ସଭାପତି ମୂଳ ନିବାସୀ ୟୁନାଇଟେଡ଼ ଫୋରମ, ଗୌତ୍ତମ ଗୋପାଳ ରାଜ୍ୟ ଉପାଧ୍ୟକ୍ଷ ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ଅଶୋକ କୁମାର ନାୟକ - ଉପସାଧାରଣ ସମ୍ପାଦକ ମୂଳ ନିବାସୀ ୟୁନାଇଟେଡ଼ ଫୋରମ ଓଡିଶା, ସୁଜାତା ନାୟକ -ସାଧାରଣ ସମ୍ପାଦିକା ମୂଳନିବାସୀ ମହିଳା ମୁକ୍ତି ଅଭିଯାନ, ଅଞ୍ଜଳି ସ୍ୱାଇଁ - ଉପାଧ୍ୟଷା ମୂଳନିବାସୀ ମହିଳା ମୁକ୍ତି ଅଭିଯାନ ଓଡିଶା, ଆର୍ତ୍ତତ୍ରାଣ ମଲିକ - ସଭାପତି - ମୂଳନିବାସୀ ୟୁନାଇଟେଡ଼ ଫୋରମ ଯାଜପୁର ଜିଲ୍ଲା,ଵାପିଜେନା ସମ୍ପାଦକ ମୂଳନିବାସୀ ୟୁନାଇଟେଡ଼ ଫୋରମ ଯଜପୁର ଜିଲ୍ଲା, ଶ୍ରୀଧର ଜେନା - ଉପସଭାପତି ମୂଳନିବାସୀ ୟୁନାଇଟେଡ଼ ଫୋରମ ଯାଜପୁର ଜିଲ୍ଲା, ବସନ୍ତ ମ

ଚକୁଆରେ ଜୟ ଶ୍ରୀ ହନୁମାନ ଙ୍କ ନବମ ବାର୍ଷିକ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l

Image
ଦାନଗଦୀ :- ଏହି ବ୍ଲକ ଅନ୍ତର୍ଗତ ଖପୁରିଆପଦା ପଂଚାୟତ ର ଚକୁଆ ଗ୍ରାମ ରେ ପ୍ରତିବର୍ଷ ପରି ଚଳିତ ବର୍ଷ ଜୟ ହନୁମାନଙ୍କ ଙ୍କର ନବମ ବାର୍ଷିକ ଉତ୍ସବ ମହାଯଜ୍ଞ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି I ପ୍ରାତଃ ରୁ କଳସ ଶୋଭାଯାତ୍ରା ପରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଚଣ୍ଡୀ ପାଠ, ଗୀତା ପାଠ, ପ୍ରାଥନା, ଷୋଡଶ ଉପଚାର ପୂଜା ହୋଇଥିଲା I ଯଜ୍ଞ କାର୍ଯ୍ୟ ରେ କର୍ତ୍ତା ଭାବେ ଶିଶିର କୁମାର ଚକ୍ରବର୍ତ୍ତୀ ଓ  ଭାନୁମତୀ ଚକ୍ରବର୍ତ୍ତୀ ଥିଲେ, ଆଖ ପାଖର ବହୁତ ଶ୍ରଦ୍ଧାଳୁ ଯଜ୍ଞ କାର୍ଯ୍ୟ ରେ ଯୋଗ ଦେଇଥିଲେ I ଶତାଧିକ ଭକ୍ତ ପ୍ରସାଦ ସେବନ କରି ଥିଲେ, ଏହି ବାର୍ଷିକ ଉତ୍ସବ ର ପ୍ରତ୍ୟେକ ସନ୍ଧ୍ୟା ରେ ଭଜନ ସମାରୋହ, ପ୍ରବଚନ, ଲଉଡ଼ି ଖେଳ ହୋଇଥିଲା l ଗ୍ରାମର ସନ୍ତୋଷ ଜେନା, ପ୍ରଫୁଲ୍ଲ ସାମଲ,ଗୌରହରୀ ରାୟ, ପତିତପାବନ ଚକ୍ରବର୍ତ୍ତୀ,ବିଜୟ ଦଳାଇ, ସୁକାନ୍ତ ସାମଲ, ପ୍ରଶାନ୍ତ ବିଶ୍ୱାଳ, ନିମାଇଁ ଜେନା, ତପନ ଜେନା, ସଞ୍ଜୟ ସାମଲ, ଅଜୟ ସାମଲ, ପଦ୍ମଲୋଚନ ଜେନା ପ୍ରମୁଖ ଭକ୍ତ ଓ ଗ୍ରାମବାସୀ ଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ର ଶହ ମହାବୀର ଙ୍କର ବାର୍ଷିକ ଉତ୍ସବ ସମାପନ ହୋଇଥିଲା l 

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ରାଜନୀତି ଉଷ୍ମତା, ବିଜେଡ଼ି ର ଭିତିରି କଥା ସାମ୍ବାଦିକ ସମ୍ମିଳନୀରେ ବଖାଣିଲା ବିଜେପି l

Image
ସୁକିନ୍ଦା:- ନିର୍ବାଚନ ଆହୁରି ପାଖାପାଖି ଏକ ବର୍ଷ ଥିବା ବେଳେ ସୁକିନ୍ଦା ରାଜନୀତିରେ କିନ୍ତୁ ଉଷ୍ମତା ଦେଖୁବାକୁ ମିଳିଲାଣି l ଦୁଇଦିନ ତଳେ ସୁକିନ୍ଦା ବିଜେଡି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ବିଜେପିର ବିଧାୟକ ପ୍ରାର୍ଥୀ ଡ଼. ପ୍ରଦୀପ ବଳସାମନ୍ତ ଏବଂ ବରିଷ୍ଠ ନେତା ଅମଳେନ୍ଦୁ ବେହୁରାଙ୍କ ବିରୋଧରେ ବିଷୋଦ୍ଗାର କରାଯାଇଥିଲା l ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳଙ୍କ ନେତୃତ୍ତ୍ଵରେ କରାଯାଇଥିବା ଉକ୍ତ ସମ୍ମିଳନୀରେ ବିଜେପି ନେତାଙ୍କୁ ଗୁଣ୍ଡା, ବିକାଶ ବିରୋଧୀ, ସ୍ୱାର୍ଥ ପାଇଁ ଦଳ ଡିଆଁ ଆଦି ଆରୋପ ଲଗାଯାଇଥିଲା l ସେଠାରେ ୩୯ ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରତାପ ପଟ୍ଟନାୟକ, ଜିଲ୍ଲା ବିଜେଡି ସମ୍ପାଦକ ରଂଜିତ ବେହୁରା, ସୁକିନ୍ଦା ବ୍ଲକ ସଭାପତି ବିବେକାନନ୍ଦ ବୋଷ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ l ସେମାନଙ୍କ ଆରୋପକୁ ସୁକିନ୍ଦା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଦୃଢ ନିନ୍ଦା କରାଯିବା ସହିତ ସେମାନଙ୍କ ସମସ୍ତ ଆରୋପର ଜବାବ ଦେଇଛନ୍ତି l ସୁକିନ୍ଦା ବିଜେପି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ତରଫରୁ ସିଧା ପ୍ରଫୁଲ୍ଲ ଘଡ଼େଇ ଏବଂ ତାଙ୍କ ପୁଅ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ନିଶାଣ କରାଯାଇଥିଲା l ବିଜେପି ନେତାଙ୍କୁ ଗୁଣ୍ଡା ବୋଲି କହୁଥିବା ବିଜେଡି କର୍ମୀ ମାନଙ

ପ୍ରାଶାସନିକ ଅବହେଳା ଯୋଗୁଁ ନିର୍ଭୟରେ ଚାଲିଛି ବାଲି ଚୋରା ଚାଲାଣ l

Image
ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ର ଦାନଗଦୀ ବ୍ଲକ ପଙ୍କପାଳ ପଞ୍ଚାୟତ ଦିଗାମ୍ବରପୁର ବାଲି ଘାଟରେ ବାଲି ମାଫିଆ ଙ୍କ କବଜାରେ I ବିଗତ କିଛି ଦିନ ହେଲା ବାଲି ମାଫିଆଙ୍କ ଦୌରାତ୍ମ୍ଯ ବଢ଼ି ଚାଲିଛି l ଏହି ବାଲିଘାଟ ଟି କୃଷକ ବାଲିଘାଟ ନାମରେ ନିଲାମ ହୋଇଥିଲା l ଏହାର ଅବଧି କେତେ ଦିନ ତାହା ଜଣାନାହିଁ l କିନ୍ତୁ ବାଲି ଚାଲାଣକାରୀ ସରକାରୀ ତହସିଲ କର୍ମଚାରୀ ଙ୍କୁ ମୋଟ ଅଙ୍କରେ ବଟି ଦେଇ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ନିର୍ଭୟରେ ଲୁଟୁଥିବା ଦେଖିବାକୁ ମିଳିଛି l ଦାନଗଦୀ ତହସିଲ ଅଧିନରେ ଆସୁଥିବା ଏହି ଦିଗାମ୍ବରପୁର ବାଲି ଘାଟ ଉପରେ ତହସିଲ କାର୍ଯ୍ଯାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ l ଏଠାରେ ପ୍ରଶ୍ନ ଉଠେ ତହସିଲ କାର୍ଯ୍ଯାଳୟର ଅଜାଣତରେ ଏହା ହେଉଛି ନା ତହସିଲଦାର ଜାଣିଶୁଣି ଏହାକୁ ଘଣ୍ଟ ଘୋଡାଉଛନ୍ତି l ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କୁ ମିଳି ଭଗତ ରେ ବାଲି ମାଫିଆ ଓ ତହସିଲ କର୍ମଚାରୀ ଲୁଟୁଥିବା ବେଳେ ସ୍ଥାନୀୟ ଜନସାଧାରଣ ଆଗାମୀ ଦିନରେ କି ପରିସ୍ଥିତିର ସମ୍ମୁଖୀନ ହେବ ତାହା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l ମେସିନ୍ ଲଗାଇ ନଦୀ ରୁ ବାଲି ଉତ୍ତୋଳନ କରାଯିବା ଫଳରେ ନଦୀ କୂଳରେ ଥିବା ବଡ଼ ବଡ଼ ଗଛ ଉପୁଡି ପଡିଛି ଏବଂ ଆଡିବନ୍ଧ ସମ୍ପୂର୍ଣ୍ଣ ଭାଙ୍ଗି ଗଲାଣି l ଯାହାଦ୍ୱାରା ପାଖାପାଖି ଥିବା ପଙ୍କପାଳ, କୁମ୍ଭୀରଗାଡ଼ିଆ, ମାଣତିରା ଓ ଖପୁରିଆପଦା ଆଦି ପଞ୍ଚାୟ