Posts

ସୁକିନ୍ଦାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ୩ ଦିନିଆ ‘ସାଥୁଆ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ଶେଷ l

Image
ଯାଜପୁର (କଳିଙ୍ଗନଗର) :- ସୁକିନ୍ଦା ବ୍ଲକ ସମ୍ମିଳନୀ କକ୍ଷରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ତିନି ଦିନିଆ ‘ସାଥୁଅ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଲ୍ୟ ବିବାହ ହାର ହ୍ରାସ ଏବଂ କିଶୋର ପ୍ରଜନନ ଯୌନ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଇଚ୍ଛୁକ ଥିବା ସ୍ଥାନୀୟ ଯୁବବର୍ଗଙ୍କୁ ନେଇ ଗଠିତ ସାଥୀ ମାନଙ୍କ ପାଇଁ ଆୟୋଜନ କରାଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦାଗଡ଼, ଅମ୍ପଲୋବା ଓ ସନସାଇଲୋ ଗ୍ରାମ ପଂଚାୟତର ୩୫ ଜଣ କିଶୋର ଓ କିଶୋରୀ ଅଂଶଗ୍ରହଣ କରିଥିଲେ । ସହକର୍ମୀଙ୍କ ମଧ୍ୟରେ ବାତାବରଣ ସୃଷ୍ଟି କରି ସେମାନଙ୍କ ଅଂଚଳରେ ବାଲ୍ୟ ବିବାହ ହ୍ରାସ କରିବାରେ ସକ୍ଷମ କରିବା ପାଇଁ ସାଥୁଆମାନଙ୍କୁ ଟିଏସଏଫ ଦ୍ଵାରା ପ୍ରସ୍ତୁତ କରାଯାଏ । ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ରେକୋନା ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କର, କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ (ଡବ୍ଲ୍ୟୁଇଓ) ଶ୍ଵେତାଲିନା ରଥ, ସୁକିନ୍ଦା ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ନମ୍ରତା ମୋଦୀ ଓ ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଦକ୍ଷେପକୁ ପ୍ରଶଂସା କରି ଗ୍ରାମସ୍ତରରେ ଜ୍ଞାନର ପ୍ର...

ଭିସିଆଇ କେମିକାଲ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଜନଶୁଣାଣି କୁ ବିରୋଧ l ଜନଶୁଣାଣି ଠପ୍!

Image
ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବିଭିନ୍ନ କାରଖାନା l ଏହି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସରକାରୀ ନିୟମ ଅନୁସାରେ ସର୍ବସାଧାରଣଙ୍କ ଅନୁମତି ନିମନ୍ତେ ଏକ ଜନଶୁଣାଣି ହୋଇଥାଏ l କିନ୍ତୁ ବିଡ଼ମ୍ବନା ର ଘଟଣା ଜନସାଧାରଣ ଏହି କେମିକାଲ ପ୍ଲାଣ୍ଟ କୁ ଘୋର ବିରୋଧ କରିଥିଲେ l ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପୂର୍ବରୁ ଗଢ଼ିଉଠିଥିବା ଶିଳ୍ପ ସଂସ୍ଥା ଗୁଡିକ ଜନସାଧାରଣଙ୍କ ସହଯୋଗ ରେ ଶିଳ୍ପ ପ୍ରତିଷ୍ଠା କରିବା ପରେ ଜନସାଧାରଣଙ୍କ ମୌଳିକ ଅଧିକାର କୁ କ୍ଷୁର୍ଣ୍ଣ କରିବାକୁ ପଛାନ୍ତି ନାହିଁ l କଳିଙ୍ଗନଗର ର ସଚେତନ ନାଗରିକ ଏହାର ସଠିକ୍ ଜାବାବ ଦେଇଛନ୍ତି l ତେଣୁ ଦାନଗଦି ଭବନ ଠାରେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ହେଉଥିବା ଜନଶୁଣାଣି କୁ ସ୍ଥାନୀୟ ଲୋକେ ବିରୋଧ କରି ବନ୍ଦ କରିଦେଲେ l ଜନଶୁଣାଣି ରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀ କଳିଙ୍ଗନଗର ଅତିତିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଅଧିକାରୀ ପ୍ରମୋଦ କୁମାର ବେହେରା ଏହି ପରିବେଶ ମଞ୍ଜୁରୀ କାର୍ଯ୍ୟକ୍ରମ କୁ ବନ୍ଦ କରାଯିବା ପାଇଁ ପଦକ୍ଷେପ ନେଇଥିଲେ l

ସରପଞ୍ଚ ବହିଷ୍କୃତ ଉଦ୍ଦେଶ୍ଯରେ ଯାଜପୁର ଜିଲ୍ଲାପାଳ ଙ୍କୁ ଦାବିପତ୍ର ।

Image
    ଯାଜପୁର (ସୁକିନ୍ଦା ) :- ସୁକିନ୍ଦା ବ୍ଲକ ନୂହେଁ ଯାଜପୁର ଜିଲ୍ଲାରେ ମଧ୍ଯ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ପିମ୍ପୁଡିଆ ପଞ୍ଚାୟତ। ପଞ୍ଚାୟତ ଗଠନ ହେଲା କାଳରୁ ହାଇସ୍କୁଲ, ସାପ୍ତାହିକ ହାଟ, କମ୍ୟୁନିକେସନ ପାଇଁ ରାସ୍ତା , ଅନେକ ଚାଷି ମାନଙ୍କପାଇଁ ପୋଖରୀ , ସର୍ବସାଧାରଣ ପାଇଁ ଗାଧୁଆ ତୁଠ , ମାର୍କେଟ ବିଲ୍ଡିଙ୍ଗ୍ , ଯାତ୍ରୀ ବିଶ୍ରାମଗାର , କୋଠଘର, କ୍ଳବ୍ ଘର , ମିଶନ ଶକ୍ତି ଘର , ଆମ ଗାଁ ଆମ ବିକାଶ ଘର, ସ୍ମସାନ ପାଚେରୀ, ପିଠ, ମନ୍ଦିର, ପୋଖରୀ , ପାର୍କ, ଚାଷିଙ୍କ କ୍ଷେତକୁ ଜଳସେଚନ, ବୃକ୍ଷରୋପଣ, ସବୁ ଗାଁ କୁ ରାସ୍ତା ସଂଯୋଗ ଆଦି ଅନେକ ଗୁଡିଏ କାର୍ଯ୍ଯ ସରପଞ୍ଚ, ସମିତି, ବୁଦ୍ଧିଯିବି ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କର ଅନେକ ଅବଦାନ ରହିଛି ବୋଲି ପଞ୍ଚାୟତ ବାସିଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ପଞ୍ଚାୟତ କୁ ଆହୁରୀ ଶିର୍ଷକୁ ନେବାକୁ ମଧ୍ଯ ପଞ୍ଚାୟତ ବାସିଙ୍କ ଆପ୍ରାଣ ଉଦ୍ୟମ ଜାରି ରହିଛି । କିନ୍ତ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ତପନ ନାୟକ ଅନେକ ଉନ୍ନତି ମୂଳକ କାର୍ଯ୍ୟକୁ ଦଳୀୟ ଚିନ୍ତାଧାରାରେ ନେଇ ହିନ ରାଜନୀତି କରି ବିରୋଧ କରୁଛନ୍ତି । ସେ ଜଣେ ଲାଞ୍ଚୁଆ, ଦୁର୍ନୀତି ଖୋର ଓ ବିଶୃଙ୍ଖଳିତ ସରପଞ୍ଚ । ସେ ଜଣେ ନିମ୍ନ ମାନସିକତାର ପରିଚୟ ଦେଉଥିବା ବ୍ୟକ୍ତି ବୋଲି ଅଭିଯୋଗ ହେଉଛି । ଅନେକ ସମୟରେ ତାଙ୍କର ଜନବିରୋଧି କାର୍ଯ୍ଯ କଳାପ, ଅନେକ ଥର ବିଭିନ୍ନ ବିଭାଗର ଅଧିକାରୀମା...

ନଦୀରେ ଦୁଇ ଯୁବକ ଙ୍କ ସଲିଳ ସମାଧି l

Image
ଯାଜପୁର(ଧର୍ମଶାଳା):- ଧର୍ମଶାଳା ନିକଟସ୍ତ ବ୍ରାହ୍ମଣୀ ନଦୀକୁ ଗାଧୋଇ ବାକୁ ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି l ଖବର ରୁ ପ୍ରକାଶ ଯେ, ଜାରକା ବଜାର ଜଗଦୀଶ ଡ୍ରେସ ଦୋକାନ ରେ କାମକରୁଥିବା ଦେଓଦା ପଂଚାୟତ ଅର୍ନ୍ତଗତ ପରମାନନ୍ଦ ରଣା ଙ୍କ ପୁଅ ଗୋବିନ୍ଦ ରଣା(୨୦) ଏବଂ ଜାରକା ପଂଚାୟତର ରବୀନ୍ଦ୍ର ମହାରଣାଙ୍କ ପୁଅ ଦିବ୍ୟରଞ୍ଜନ ମହାରଣା (୧୭) ବୋଲି ଜଣା ପଡିଛି l ଆଜି ଦିପହରେ ନଦୀ କୁ ଗାଧୋଇବାକୁ ଯାଇ ନ ଫେରିବାରୁ ତାଙ୍କ ଘର ଲୋକ ଖୋଜି ବାରୁ ଦୋକାନମାଲିକ କହିଲା ଗାଧୋଇ ଯାଇଛନ୍ତି l ତାପରେ ଖୋଜା ଖୋଜି କରି ବାରୁ ନଦୀ ଭିତରୁ ଉଦ୍ଧାର କରି ୧୦୮ ଆମ୍ବଲାନ୍ସ ଧର୍ମଶାଳା ମେଡିକାଲ କୁ ଆଣି ଥିଲେ l ମେଡିକାଲ ରେ ଡାକ୍ତର ଦୁଇ ଜଣକୁ ମୃତ୍ୟୁ ଘୋଷଣା କରିଛି lଏହି ଦୁର୍ଘଟଣା ପାଇଁ ଧର୍ମଶାଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  l  

ଟାଟା ଷ୍ଟିଲ୍‌ କଳିଙ୍ଗନଗର ଓ ଜିଲ୍ଲା ପୁଲିସ ସହଯୋଗରେ ‘ସାଇବର ସୁରକ୍ଷା ଅଭିଯାନ’ ଅନୁଷ୍ଠିତ l

Image
ଯାଜପୁର (କଳିଙ୍ଗନଗର) :- ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ପକ୍ଷରୁ ଯାଜପୁର ପୁଲିସ ସହଯୋଗରେ ଏହାର ହାଉସିଂ କମ୍ପ୍ଲେକ୍ସରେ ସାଇବର ନିରାପତା ଉପରେ ଏକ ସଚେତନତା ଅଧିବେଶନ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧବେଶନରେ ବିଭିନ୍ନ ଶିଳ୍ପ, ସ୍ଥାନୀୟ ସମୁଦାୟ ଏବଂ ଟାଟା ଷ୍ଟିଲର ପରିବାର ସଦସ୍ୟଙ୍କ ସମେତ ପ୍ରାୟ ୨୦୦ ଲୋକ ଅଂଶଗ୍ରହଣ କରିଥିଲେ । ଏହି ଅଧିବେଶନରେ କଳିଙ୍ଗନଗର ଏଏସ୍‌ପି ଏସ୍ ଟପୋ , ଟିଏସ୍କେର ଏଚ୍ଆରବିପି ମୁଖ୍ୟ ୟଶବନ୍ତ ପାଣ୍ଡେ, ଯଖପୁରା ଆଇଆଇସି ରଞ୍ଜନ କୁମାର ପ୍ରଧାନ ଓ ଯାଜପୁର ସାଇବର୍ ସେଲ୍ ଟିମ୍ ସଦ୍ୟସ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିଏସ୍କେର ସୁରକ୍ଷା ବିଭାଗର ମୁଖ୍ୟ ମୁକୁଲ କୁମାର, ଟାଟା ଷ୍ଟିଲ୍‌ର ଅନ୍ୟ ଅଧିକାରୀ ଏବଂ ଜେଏସ୍‌ଡବ୍ଲୁ, ଜେଏସ୍ଏଲ,ଭିସା ଷ୍ଟିଲ, ଏନ୍‌ଆଇଏନ୍ଏଲ, ଏଫ୍ଏପି, ଯାଜପୁର ଏବଂ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅଧିବେଶନରେ ସାଇବର ଅପରାଧ ଘଟାଇବା ପାଇଁ ଠକମାନେ ବ୍ୟବହାର କରୁଥିବା କୌଶଳ, ଯେଉଁଥରେ ସୋସିଆଲ ମିଡିଆ ଠକେଇ, ୟୁପିଆଇ ଠକେଇ, ଏଟିଏମ୍ ଠକେଇ, ଅନଲାଇନ ବ୍ୟାଙ୍କି କାରବାର ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସାଇବର ଠକେଇ ରୋକିବା ପାଇଁ ବିଭିନ୍ନ ଉପାୟ ବୁଝାଇବା ପାଇଁ ଏକ ନୁକ୍‌ଡ୍ ନାଟକର ଆୟୋଜନ କରାଯାଇଥିଲା ।

ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଣ୍ଡିତ୍ ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l

Image
ବ୍ୟାସନଗରର(ବ୍ୟୁରୋ ରିପୋର୍ଟ ): - ଆଜି ଅକ୍ଟୋବର ୯ ତାରିଖ ଦେଶ ସାରା ପାଳନ କରାଯାଉଛି ଗୋପବନ୍ଧୁଙ୍କ ଜୟନ୍ତୀ l ଏହି ଅବସରରେ ସ୍ଥାନୀୟ ‘ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ’ରେ ପଣ୍ଡିତ୍ ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ କଲେଜ ପରିସରରେ ଥିବା ମହାପୁରୁଷ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧା ପୂର୍ବକ ମାଲ୍ୟାର୍ପଣ କରାଯାଇ ଧୂପଦୀପ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ l ଗୋପବନ୍ଧୁଙ୍କ ଆଦର୍ଶ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । 

ବିକେ ଉତ୍କଳ ଷ୍ଟିଲ ପ୍ରତିଷ୍ଠା ପାଇଁ ଜନଶୁଣାଣୀ ଅନୁଷ୍ଠିତ l(ସ୍ଥାନୀୟ ନିଯୁକ୍ତି ଓ ପାରିପାର୍ଶ୍ବିକ ଉନ୍ନତି କୁ ଫୋକସ୍)

Image
ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା ଜଖପୁରା ଥାନା ଅନ୍ତର୍ଗତ ମେସର୍ସ ବିକେ ଉତ୍କଳ ଷ୍ଟିଲ୍ ପ୍ରାଇଭେଟ ଲିମିଟେଡ କମ୍ପାନୀ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦାନଗଦି ଭବନଠାରେ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ କଳିଙ୍ଗ ନଗର ଶାଖାର ପ୍ରଦୂଷଣ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ କରିଥିଲେ । ପ୍ରସ୍ତାବିତ କାରଖାନା ରେ ୫ ଏମଟିପିଏ ରୋଲିଂମିଲ କ୍ଷମତା ବିଶିଷ୍ଟ ଟିଏମଟିରିବାର ଏବଂ ତାରଯୁକ୍ତ ରଡ଼ ଉତ୍ପାଦନ କାରଖାନା ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। କାରଖାନା ପ୍ରତିଷ୍ଠା ଯେଉଁଠି ବି ହୁଏ ଭାରତ ସରକାର ଙ୍କ ପକ୍ଷରୁ ପ୍ରଭାବିତ ଲୋକମାନଙ୍କୁ ନେଇ ଏକ ପରିବେଶ ମଞ୍ଜୁରୀ ଆବଶ୍ୟକ ହୁଏ l ଏହି ଜନ ଶୁଣାଣୀ ଆରମ୍ଭରେ ବିକେ ଉତ୍କଳ ଷ୍ଟିଲ କମ୍ପାନୀ ପକ୍ଷରୁ ଅଧିକାରୀ ମାନସ, ଗ୍ରାମବାସୀ, ବୁଦ୍ଧିଜୀବି ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନା କରିଥିଲେ, ସମୁଦାୟ ୩୨ ଜଣ ନିଜର ମତ ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ ଜଣ କାରଖାନା ସ୍ଥାପନ ସପକ୍ଷରେ ମତ ରଖିଥିବା ବେଳେ ବାକି ୩ ଜଣ ବିରୋଧ କରିଥିବା ଦେଖିବାକୁ ମିଳିଥିଲା ଉକ୍ତ ଜନଶୁଣାଣି ରେ ମୁଖ୍ୟତ ପ୍ରଦୂଷଣ,ବେକାରୀ, ସ୍ଥାନୀୟ ଠିକାଦାର, ପାରିପାର୍ଶ୍ବକ ଉନ୍ନୟନ ପାଇଁ ସମସ୍ତ ଦୃଷ୍ଟି ହେଉଥିବା...