Posts

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସ୍ଥିରିକୃତ ।

Image
  ଯାଜପୁର, ତା ୩୧/୦୮ :- ଚଳିତ ବର୍ଷ ୨୦୨୪ ସେପ୍ଟେମ୍ବର ମାସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ପି. ଅନ୍ଵେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଛି । ଜନ ସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକୁ ଜିଲ୍ଲାର ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଅଧ୍ୟକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଆରକ୍ଷୀ ଅଧିକ୍ଷକ ମିଳିତ ଭାବେ ଅଭିଯୋଗ ଗୁଡିକର ତତ୍କାଳ ସମାଧାନ କରିବେ । ଚଳିତ ସେପ୍ଟେମ୍ବର ମାସରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଗୁଡିକର କାର୍ଯ୍ୟସୂଚୀ ଅନୁଯାୟୀ ତା ୦୨. ୦୯. ୨୦୨୪ ରିଖ (ସୋମବାର) ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି, ତା ୧୦.୦୯.୨୦୨୪ ରିଖ (ମଙ୍ଗଳବାର) ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହ,ତା ୧୭. ୦୯.୨୦୨୪ ରିଖ(ମଙ୍ଗଳବାର) କେ. ଏନ. ଡି. ଏ ସମ୍ମିଳନୀ ଗୃହ, ତା୨୩.୦୯.୨୦୨୪ରିଖ (ସୋମବାର) ଦଶରଥପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ଏବଂ ତା ୩୦.୦୯.୨୦୨୪ ରିଖ (ସୋମବାର) ବରୀ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଯଥାକ୍ରମେ ପୂର୍ବାହ୍ନ ୧୦ ଘଟିକା ସମୟରୁ ଅପରାହ୍ନ ୨ଘଟିକା ସମୟ ପର୍ଯ୍ୟନ୍ତ ଅଭିଯୋଗ ଶୁଣା...

ସରକାରଙ୍କ ନୂଆ ଅବକାରୀ ନୀତି l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମୋହନ ସରକାରଙ୍କ ନୂଆ ଅବକାରୀ ନୀତି । ଗ୍ରାମାଞ୍ଚଳରେ ଆଉ ଖୋଲିବ ନାହିଁ ନୂଆ ମଦ ଦୋକାନ। ଶୁକ୍ରବାର ନୂଆ ଅବକାରୀ ନୀତି ଆଣିଛନ୍ତି ଓଡିଶା ସରକାର। ଆସନ୍ତା ସେପ୍ଟେମ୍ବର ୧ରୁ ରାଜ୍ୟରେ ଏହି ନୂଆ ଆଇନ ଲାଗୁହେବ। ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନୂଆ ଆଇନ ବଳରେ ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ। କେବଳ ଥ୍ରୀ ଷ୍ଟାର୍‌ ହୋଟେଲ୍‌କୁ ନୂଆ ବାର୍ ଲାଇସେନ୍ସ ମିଳିବ। ଏହା ବ୍ୟତୀତ ଭାଙ୍ଗ, ତାଡ଼ି, ପୋଚ ପାଇଁ ମଧ୍ୟ ନିୟମ ଲାଗୁ ହେବ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ରାଜ୍ୟରେ ଆଉ ଡ୍ୟାନ୍ସ ବାର୍ ଚାଲିବ ନାହିଁ। ବାର୍‌ ଗୁଡ଼ିକରେ ଅନୁମତି ନେଇ କରିପାରିବେ ସଂଗୀତ ପରିବେଷଣ । କୌଣସି ପରିସ୍ଥିତିରେ ବାର୍‌ରେ ନୃତ୍ୟ ପରିବେଷଣ ଅନୁମତି ମିଳିବନି। ବିଚ୍‌ରେ ମଦ ଶ୍ୟାକ୍ସ ବା କ୍ୟାବିନ୍ ଖୋଲିବା ଅନୁମତି ପର୍ଯ୍ୟଟନ ବିଭାଗର ଦାୟିତ୍ୱ । ଏବେ ଗାଁ ନୂହେଁ ବରଂ ପର୍ଯ୍ୟଟନ ସ୍ଥାଳୀ ରେ ଖୋଲି ପାରିବ ମଦ ଦୋକାନ l ଥ୍ରୀ ଷ୍ଟାର୍ ହୋଟେଲ ଗୁଡିକୁ ମିଳିବ ମଦ ବାର ଲାଇସେନ୍ l ସହରର ସୁରକ୍ଷା, ଅପରାଧ କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଙ୍କ ଏହା ବଡ଼ ନିଷ୍ପତ୍ତି l

ସାରା ରାଜ୍ୟ ପାଳୁଛି ସ୍ୱାୟତ୍ତ ଶାସନ ଦିବସ।

Image
ବ୍ୟୁରୋ ରିପୋର୍ଟ :- ଆଜି ସାରା ରାଜ୍ୟ ପାଳୁଛି ସ୍ୱାୟତ୍ତ ଶାସନ ଦିବସ। ରାଜ୍ୟସ୍ତରରେ ଏହାକୁ ପାଳନ କରିବାକୁ ହୋଇଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ବିଜେପିର ନୂଆ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ସ୍ୱାୟତ୍ତ ଶାସନ ଦିବସ ପାଳନ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୦ ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏଥିରେ ୧୩୬ଟି ଲୋକାଭିମୁଖୀ ପ୍ରକଳ୍ପ ରହିଛି। ୨୭ ଜଣ ଓଡ଼ିଶା ପୌର ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବି ପ୍ରଦାନ କରାଯିବ।ସେହିପରି ସିଏମସି ପକ୍ଷରୁ ମଧ୍ୟ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ୱାର୍ଡ଼ରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେବେ। ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଡ଼ିଆ ବଜାରସ ସ୍ଥିତ ନେତାଜୀ ସ୍ମାରକୀ ପ୍ରତିଷ୍ଠାନ, ବକ୍ସିବଜାର ଛକରେ ବକ୍ସି ଜଗବନ୍ଧୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ, ଟାଉନହଲ ନିକଟରେ ଆର୍ଟ ଗ୍ୟାଲେରୀ, ଖାନନଗର ସ୍ମଶାନରେ ସିଏନଜି ଗ୍ୟାସ ଚୁଲା ସହ ବିଭିନ୍ନ ୱାର୍ଡ଼ରେ ସ୍ମାର୍ଟ ପାର୍କ, ପୋଖରୀ ପୁନରୁଦ୍ଧାର, ମିଶନଶକ୍ତି ଗୃହ ପ୍ରମୁଖ ଉଦଘ...

ଯାଜପୁର ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଜନଜାତି ଅଦିବାସୀ ନ୍ୟାୟ ମହା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ l. (ପିଏମ - ଜନମନ)

Image
ଯାଜପୁର, ତା ୨୩/୦୮ :- ପୂର୍ବାହ୍ନ ଘ ୧୧.୩୦ ଟିକା ସମୟରେ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣଳୟ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଯାଜପୁର ଙ୍କ ଦ୍ବାରା ପ୍ରଧାନ ମନ୍ତ୍ରୀ ଜନଜାତି, ଅଦିବାସୀ ମହା ଅଭିଯାନ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର  ସୁକିନ୍ଦା ବ୍ଲକ ଅନ୍ତର୍ଗତ ୩ ଗୋଟି ଗ୍ରାମ ପଞ୍ଚାୟତ ଅଧୁନସ୍ଥ ୧୩ ଗୋଟି ଗ୍ରାମରେ ବସବାସ କରୁଥିବା ବିଶେଷ ରୂପେ ଦୁର୍ବଳ ଜନଜାତି ସମୂହ (PVTG) ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଅଛି । ଏହି କାର୍ଯ୍ୟାକ୍ରମ ତା  ୨୩ ୦୮.୨୦୨୪ ଠାରୁ ୧୦.୦୯.୨୦୨୪ ରିଖ ପର୍ଯ୍ୟନ୍ତ ଉପରୋକୁ ଗ୍ରାମ ମାନଙ୍କରେ ସଚେତନତା ସହିତ ଜୀବନ ଧାରଣ ପାଇଁ ଆବଶ୍ୟକ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅଶୋକ କୁମାର ବେହୁରିଆ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶ...

ଏକ ଦିବସୀୟ ପ୍ରାକୃତିକ ବିପର୍ଯ୍ୟୟ କର୍ମଶାଳା ଅନୁଷ୍ଠିତ ।

Image
ଯାଜପୁର, ତା ୨୩/୦୮ :- ପୂର୍ବାହ୍ନ ରେ ଯାଜପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏକ ଦିବସୀୟ ପ୍ରାକୃତିକ ବିପର୍ଯ୍ୟୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀ ଶ୍ରୀ ମେଘନାଦ ବେହେରା ଯୋଗ ଦେଇଥିଲେ । ପ୍ରାରମ୍ଭରେ ମା' ବିରଜା ଙ୍କ ଫଟୋରେ ମାଲ୍ୟାର୍ପଣ  ଓ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମେଘନାଦ ବେହେରା ତାଙ୍କ ଅଭିଭାଷଣରେ କହିଲେ ଯେ  ବାତ୍ୟା ବନ୍ୟା ସମୟରେ ଲୋକମାନେ ଭୟଭୀତ ନ ହୋଇ ନିଜ ନିଜ ଭିତରେ ସହଯୋଗର ହାତ ବଢାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । କର୍ମଶାଳାର ସଭାପତି ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏହି କର୍ମଶାଳାରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବରିଷ୍ଠ  ଅଧିକାରୀ ସୁଦେଷ୍ଠ କୁମାର ସେଠୀ ଯୋଗ ଦେଇ କହିଥିଲେ ଯେ ଜିଲ୍ଲାରେ ଥ‌ିବା ୨୯ ଗୋଟି ବାତ୍ୟା ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପରିଷ୍କାର ପରିଚ୍ଛନ୍ନ ରଖିବା ସମସ୍ତଙ୍କ ଦାୟିତ୍ୱ । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀର ଦାୟିତ୍ୱରେ ଥିବା ସଭାପତି ଓ ସମ୍ପାଦକଙ୍କୁ ଅନୁରୋଧ କରିଥିଲେ ଯେ ଠିକ ସମୟରେ ଉକ୍ତ ଆଶ୍ରୟସ୍ଥଳୀର ଉପଯୋଗ ଓ ଭବିଷ୍ୟତ ନିମନ...

ମାଆ ପାଇଁ ଗଛ ଟିଏ ବନୀ କରଣ କାର୍ଯ୍ୟରେ ସାମିଲ ହେଲେ ସାଂସଦ ।

Image
ଯାଜପୁର, ତା ୨୨/୦୮ : - ଆଜି ପୂର୍ବାହ୍ନରେ ମାଆ ପାଇଁ ଗଛଟିଏ ଲଗାଇବା ବନୀ କରଣ  କାର୍ଯ୍ୟରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରବିନ୍ଦ୍ର ନାରାୟଣ ବେହେରା କୋରେଇ ବ୍ଲକ ଅଧୂନ ଓଉପଦା ଠାରେ ପାଣିକୋଇଲି ଓ ସୁକିନ୍ଦା ଜାତୀୟ ରାଜପଥ ରେ ଏକଲକ୍ଷ ବୃକ୍ଷ ରୋପଣ ବନୀକରଣ କାର୍ଯ୍ୟର ଶୁଭାରମ୍ଭ କରି ଜିଲ୍ଲାରେ ବୃକ୍ଷ ରୋପଣ ବନୀକରଣ କାର୍ଯ୍ୟର ଏକ ସାମାଜିକ ଆନ୍ଦୋଳନ ସୃଷ୍ଟି କରିବାକୁ ଆହ୍ବାନ ଦେବା ସହ ଏକ ଲକ୍ଷ ବୃକ୍ଷ ତଥା ଆମ୍ବ, ପଣସ, ସାଗୁଆନ ଇତ୍ୟାଦି ପାଣିକୋଇଲି ରୁ ସୁକିନ୍ଦା ଜାତୀୟ ରାଜପଥ କଡରେ ରୋପଣ କରିବାକୁ ଧାର୍ଯ୍ୟ କରିଛନ୍ତି । ଆଧୁନିକ ସଭ୍ୟତା ଆପନେଇବାଦ୍ୱାରା ପରିବେଶ ବ୍ୟାପକ ଭାବେ ପ୍ରଦ୍ୟୁଷଣ ହେବାରେ ଲାଗିଛି। ବାୟୁମଣ୍ଡଳ ଦୂଷିତ ହୋଇ ଅଙ୍ଗାରକାମ୍ଳ ଗ୍ୟାସ ବଢିବା,ତାପମାତ୍ରାରେ ତାରତମ୍ୟ, ବଜ୍ର ପାତର ତାରତମ୍ୟ, ବୃଷ୍ଟି ପାତର ତାରତମ୍ୟ ଆଦି ଭୁଲ ସମସ୍ୟା ଉପୁଜୁଥ‌ିବା ବେଳେ ଏ ସମସ୍ତ ସମସ୍ୟାକୁ ପ୍ରତିହତ କରିବାକୁ ହେଲେ ପିଲାଠାରୁ ବୃଦ୍ଧ ବୃଦ୍ଧା ସମସ୍ତେ ଆମ ଧରିତ୍ରୀ ମା ପାଇଁ ଗଛଟିଏ ଲଗାଇବା ଆବଶ୍ୟକ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପି.ଅନ୍ଵେଷା ରେଡୀ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୂକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ  ଅଧୁକାରୀ ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ,ବ ଡି ଓ କୋର...

ମମତା ମହନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ମମତାଙ୍କ ନାଁ ମଧ୍ୟ ସାମିଲ ରହିଛି । ନିକଟରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଏପିରିକି ରାଜ୍ୟସଭା ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ରାଜ୍ୟସଭା ଉପ-ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ୮ ଟି ରାଜ୍ୟରେ ୯ଟି ରାଜ୍ୟସଭା ଆସନ ପାଇଁ ବିଜେପି ଏହି ତାଲିକା ପ୍ରକାଶ କରିଛି। କିରଣ ଚୌଧୁରୀଙ୍କୁ ହରିୟାଣାରୁ ପ୍ରାର୍ଥୀ କରାଯାଇଛି ଏବଂ ରବନିତ ସିଂହଙ୍କୁ ରାଜସ୍ଥାନରୁ ପ୍ରାର୍ଥୀ କରାଯାଇଛି । ସେହିପରି ଓଡ଼ିଶାରୁ ମମତାଙ୍କ ନାଁରେ ମୋହର ମାରିଛି ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ସଂଖ୍ୟା ଦୃଷ୍ଟିରୁ ବିଜେପି ଆବଶ୍ୟକ ସଦସ୍ୟ ଥିବାରୁ ମମତା ମହନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇସାରିଛି ।