Posts

ଏ ଆଇ ୟୁ ଟି ୟୁ ସି (AIUTUC) ର ୧ମ ଯାଜପୁର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ।

Image
  ବ୍ୟାସନଗର.ତା୧୫/୦୯ :- ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ କରିବା, ସର୍ବନିମ୍ନ ମଜୁରୀ ମାସିକ ୨୮ହଜାର ଟଙ୍କା, ରାଷ୍ଟ୍ରାୟତ ଉଦ୍ୟୋଗ ର ଘରୋଇକରଣ ବନ୍ଦ , ସ୍ଥାୟୀ କାମରେ ଠିକା ନିଯୁକ୍ତି ବନ୍ଦ, ମଧ୍ୟାହ୍ନ ଭୋଜନ, ପାଚିକା,ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଦେବା, ସୁକିନ୍ଦା ଖଣି ଅଞ୍ଚଳରେ ଛଟେଇ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ଦେବା ଆଦି ଦାବୀରେ ଆଜି ଏ ଆଇ ୟୁ ଟି ୟୁ ସି ୧ମ ଯାଜପୁର ଜିଲ୍ଲା ସମ୍ମିଳନୀ ଯାଜପୁର ରୋଡର ଧବଳଗିରି ଠାରେ ଶ୍ରମିକ ପ୍ରତିନିଧି ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ପାଚିକା, ଆଶା, ଅଙ୍ଗନୱାଡ଼ି ଏବଂ ସୁକିନ୍ଦାର ଖଣି ଅଞ୍ଚଳ, କଳିଙ୍ଗନଗର ଶିଳ୍ପାଞ୍ଚଳର ଶ୍ରମିକ ପ୍ରତିନିଧି ମାନେ ଯୋଗଦେଇ ଥିଲେ। ସଂଗଠନର ରକ୍ତ ପତାକା ଉତ୍ତୋଳନ ଓ ସହିଦ୍ ବେଦୀରେ ମାଲ୍ୟଦାନ କାର୍ଯ୍ୟକ୍ରମ ମଧ୍ୟଦେଇ ଏ ଆଇ ୟୁ ଟି ୟୁ ସି ର ଯାଜପୁର ଜିଲ୍ଲା ସାଂଗଠନିକ କମିଟିର ସଭାପତି ସୁଧାଂଶୁ ଦାସ ଙ୍କ ନେତୃତ୍ୱରେ ସୁରେନ୍ଦ୍ର ମଲ୍ଲିକ, ବୀରକିଶୋର ନାୟକ ଓ ଶଙ୍କର ସିଦ୍ଧୁ ଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଭାର ଆରମ୍ଭରେ ଜିଲ୍ଲାର ଉପ- ସଭାପତି ବୀରକିଶୋର ନାୟକ ବିଶ୍ଵ ତଥା ଆମ ଦେଶର ଶ୍ରମିକ ଆନ୍ଦୋଳନ ଓ ଗଣତାନ୍ତ୍ରିକ ଅନ୍ଦୋଳନର ସହିଦ୍ ମାନଙ୍କ ଉଦେଶ...

ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଜଖପୁରା ରେଲୱେ ଷ୍ଟେସନରେ ବନ୍ଦେ ଭାରତକୁ ସ୍ଵାଗତ l

Image
ଯାଜପୁର(କଳିଙ୍ଗନଗର) :- ରାଜ୍ୟରେ ଗଡିଲା ଆଉ ୨ଟି ବନ୍ଦେ ଭାରତ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ କୁ ଭର୍ଚୁଆଲ ରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଜଖପୁରା ଷ୍ଟେସନରେ ବନ୍ଦେ ଭାରତକୁ ଆନନ୍ଦ ଉତ୍ସାହ ର ସହ ସ୍ଵାଗତ କରାଯାଇଥିଲା । ଯାଜପୁର ଜିଲ୍ଲା ର ଜିଲ୍ଲାପାଳ ପି. ଅନେଶ୍ଵା ରେଡି ଏସ.ପି. ଯାଜପୁର ବିନୀତ ଅଗ୍ରଓ୍ବାଲ ଏବଂ ରେଳ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ଯାଜପୁର ସାଂସଦ ରବି ନାରାୟଣ ବେହେରା ଉପସ୍ଥିତ ରହି ବନ୍ଦେ ଭାରତ ଏକ୍ସପ୍ରେସ୍ କୁ ପତାକା ଦେଖାଇ ସ୍ଵାଗତ କରିଥିଲେ l ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍  ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼, ଭୁବନେଶ୍ଵର, କଟକ, ଜଖପୁରା,ହରିଚନ୍ଦନପୁର,କେନ୍ଦୁଝରଗଡ଼,ନୟାଗଡ଼, ବାଂଶପାଣି, ବଙ୍ଗୀର ପୋଷି,ଚାଇଁବସା ହୋଇ ଟାଟାନଗରରେ ପହଞ୍ଚିବ।   କଳିଙ୍ଗନଗରରେ  ବନ୍ଦେ ଭାରତ ଏକ୍ସପ୍ରେସ୍ ରହଣି କୁ  ନେଇ ଯାତ୍ରୀ ଓ ସ୍ଥାନୀୟ ଅଞ୍ଚଳବାସୀ  ବହୁତ ଖୁସିଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ସ୍ଥାନୀୟ ସମସ୍ତ ନେ...

"ସ୍ବଚ୍ଛତା ହିଁ ସେବା" ଅଭିଯାନର ସଫଳ ରୂପାୟନ ପାଇଁ ପ୍ରସ୍ତୁତି ବୈଠକ ।

Image
ଯାଜପୁର ତା ୧୩,୦୯ :- ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କ ଓସୱାନ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ସ୍ବଚ୍ଛତା ହିଁ ସେବା ଅଭିଯାନର ସଫଳ ରୂପାୟନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପି. ଅନୁଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବଛତା ପକ୍ଷ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ଗାନ୍ଧିଜୟନ୍ତୀ ପର୍ଯ୍ୟନ୍ତ  ଚାଲିବ । ଚଳିତ ବର୍ଷର ବିଷୟବସ୍ତୁ "ସ୍ବଭାବ ସ୍ବଚ୍ଛତା ସଂସ୍କାର ସ୍ବଚ୍ଛତା"। ସ୍ବଚ୍ଛତା କାର୍ଯ୍ୟକ୍ରମରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ସାମିଲ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସ୍ବଚ୍ଛତା କାର୍ଯ୍ୟକ୍ରମରେ ସମସ୍ତଙ୍କର ଯୋଗଦାନ, ସଂମ୍ପୁର୍ଣ୍ଣ ସ୍ବଚ୍ଛତା, ସଫେଇ କର୍ମଚାରୀଙ୍କ ସୁରକ୍ଷା ପରି ବିଭାଗରେ ବିଭକ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ କାର୍ଯ୍ୟାଳୟ , ଜାତୀୟ ରାଜପଥ, ଜଙ୍କସନ, ବ୍ଳକ ମହକୁମା, ହାଟ, ମାର୍କେଟ କମ୍ପ୍ଲେକ୍ସ , ବସଷ୍ଟାଣ୍ଡ ଇତ୍ୟାଦି ସର୍ବସାଧାରଣ ସ୍ଥାନ ଓ ଅଳିଆ ଆବର୍ଜନା ପକାଯାଉଥ‌ିବା ସ୍ଥାନ (ଡମ୍ପିୟାର୍ଡ) ସଫା କରାଯିବ। ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରବନ୍ଧ, ବକ୍ତୃତା, ସ୍ଲୋଗାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏତଦବ୍ୟତୀତ ୱାଲ ପେଣ୍ଟିଙ୍ଗ, ସଫେଇ କର୍ମଚାରୀଙ୍କ ସୁରକ୍ଷା କାର୍ଯ୍ୟକ୍ରମ, ବୃକ୍ଷରୋପଣ, ଆଦି କାର୍ଯ୍ୟକ୍ର...

ମା' ବିରଜାଙ୍କର ରଥଯାତ୍ରା ଏବଂ ଦଶହରା ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

Image
ଯାଜପୁର ତା ୧୩.୦୯ : - ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯାଜପୁର ସଦର ମହକୁମାରେ ମା' ବିରଜାଙ୍କ ରଥଯାତ୍ରା ଏବଂ ଦଶହରା ପର୍ବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଅଛି । ଏଥ‌ିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), ଶ୍ରୀ ନବକୃଷ୍ଣ ଜେନା ଆଗାମୀ ଦଶହରା ପୂଜା, ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅକ୍ଟୋବୋର ୧୪ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଯାଜପୁର ସହରର ସଂକୀର୍ଣ୍ଣ ରାସ୍ତାକୁ ଦୃଷ୍ଟିରେ ରଖି ଜନଗହଳି ପୂର୍ଣ୍ଣ ଛକ, ସୋରୁମ ମାନଙ୍କ ସାମ୍ନାରେ ଟ୍ରାଫିକ ବ୍ୟବସ୍ଥା କଡାକଡି ଭାବେ ନିୟନ୍ତ୍ରଣ କରିବା ସହିତ ଅଧ‌ିକ ସଂଖ୍ୟକ ପୁଲିସ ମୁତୟନ ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଗଲା । ମା' ବିରଜାଙ୍କ ରଥଟଣା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ବାରା ପ୍ରଦତ୍ତ କାର୍ଯ୍ୟ ସୂଚୀ ମୁତାବକ ସମ୍ପନ୍ନ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ସତପଥି ଜଣାଇଥିଲେ । ରଥଟଣା ପୂର୍ବରୁ ମନ୍ଦିର ଚତୁଃପାର୍ଶ୍ଵର ରାସ୍ତାକୁ ମରାମତି ପାଇଁ ଅଧ୍ୟକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଅନୁରୋଧ କରାଗଲା । ମନ୍ଦିର ନିକଟରେ ଏକ ପାଣି ଟ୍ୟାଙ୍କରର ବ୍ୟବସ୍ଥା କରିବା ପାଇଁ ଜନ ସ୍ବାସ୍ଥ୍ୟ  ବିଭାଗକୁ ଦାୟିତ୍ୱ ଦିଆଗଲା । ଦୂର୍ଗା ପୂଜାର ଅବ୍ୟବହିତ ପୂର୍ବରୁ ସମସ୍ତ ମଣ୍ଡପଗୁଡିକୁ ତନଖି କମି...

ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା !

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମୋହନ ସରକାର ଙ୍କ ବଡ ନିଷ୍ପତ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ଚଳିତ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ସୂଚନା ଦେଇଛନ୍ତି । କାମଧେନୁ ଯୋଜନା ପାଇଁ ଖର୍ଚ୍ଚ ହେବ ୧୪୨୪ କୋଟି ଟଙ୍କା। ଗାଈଗୋରୁଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସା ଲାଗି ଗୋ ମାତା ଯୋଜନା ହୋଇଛି। ସେହିପରି ବୁଲା ଗାଈଗୋରୁଙ୍କ ଲାଗି ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ପରି ଯୋଜନା ପ୍ରସ୍ତୁତ କରିଛନ୍ତି l ପଶୁ ସମ୍ପଦ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ରାଜ୍ୟ ଆଉ ଏକ ପାଦରେ l କୃଷକଙ୍କ ଜୀବନରେ ଖାଦ୍ୟ, ଆୟ ଓ ନିଯୁକ୍ତି ପ୍ରଦାନରେ ମୁଖ୍ୟ ଭୂମିକା ବହନ କରିଥାଏ। ରାଜ୍ୟରେ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ନୂତନ ଯୋଜନା 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା' ଆରମ୍ଭ କରାଯିବ। ଏହା ଅଧୀନରେ ପ୍ରତିବର୍ଷ ୨,୦୦୦ ହିତାଧିକାରୀଙ୍କୁ ୨ଟି କ୍ରସ୍‌ବ୍ରିଡ୍‌ ଗାଈ ରଖିବା ପାଇଁ ସହାୟତା ପ୍ରଦାନ କରାଯିବ ଏବଂ କ୍ଷୁଦ୍ର ଦୁଗ୍ଧ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏଥିସହ ୨୦ ହଜାର ଦୁଗ୍ଧ ଚାଷୀଙ୍କୁ ରିହାତିରେ ବାଛୁରୀ ଖାଦ୍ୟ ଯୋଗାଇ ଦିଆଯିବ। ୧ ଲକ୍ଷ ଚାଷୀ ଦୁଧିଆଳୀ ଗାଈର ବୀମା ପାଇଁ ସହାୟତା ପାଇବେ। ଏସବୁକୁ ଦୃଷ୍ଟିରେ ରଖି ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ମୋଟ ଆବଣ୍ଟନ ୬୯୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ମୁଖ୍ୟମ...

ଯାଜପୁର ଜିଲ୍ଲା ରେ ସୁଭଦ୍ରା ଯୋଜନା କାର୍ଯ୍ୟକରିତା ନେଇ ଜିଲ୍ଲାପାଳଙ୍କ ସମୀକ୍ଷା l

Image
ଯାଜପୁର ତା ୧୦.୦୯ :- ଅପରାହ୍ନରେ ଓସୱାନ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ, ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତାଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ମହିଳା ମାନଙ୍କୁ ସଶକ୍ତି କରଣ କରିବା ନିମନ୍ତେ ସରକାରଙ୍କ ଅଭିନବ ପ୍ରୟାସ "ସୁଭଦ୍ରା ଯୋଜନା" ର  ପଞ୍ଜୀକୃତ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାରେ ସୁଚାରରୁପେ ଆଗେଇ ଚାଲିଛି । ସରକାରଙ୍କ ବିଭିନ୍ନ ସୁଫଳ ପଦକ୍ଷେପ ମାଧ୍ଯମରେ ପଞ୍ଜିକରଣକୁ ସରଳ କରାଯାଇପାରିଛି ଯାହାଦ୍ବାରା ଲୋକମାନେ ସୁବିଧାରେ ପଞ୍ଜୀକରଣ କରିପାରୁଛନ୍ତି । ସରକାରଙ୍କ ଦ୍ବାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ଓଟିପି ଆଧାରିତ କିମ୍ବା ଇ-କେ ୱାଇ. ସି କୁ ପ୍ରାଧାନ୍ୟ ଦିଆଯାଇ ନାହିଁ । ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବରିଷ୍ଠ ଅଧିକାରୀମାନେ ଜିଲ୍ଲାରେ ଥିବା ସମସ୍ତ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଗୁଡିକ ପରିଦର୍ଶନ କରି ପଞ୍ଜୀକରଣ କାର୍ଯ୍ୟର ତଦାରଖ କରୁଛନ୍ତି । ଆଜି ଦିନ ୧୦ ଘଟିକା ସୁଧା ଜିଲ୍ଲାରେ ୨,୩୭,୮୦୭ ଜଣ ମହିଳା ହିତାଧ୍ୟାକାରୀ ପଞ୍ଜୀକରଣ କରିଛନ୍ତି, ତନ୍ମଧ୍ୟରୁ ବଡଚଣା ବ୍ଲକରେ ୨୮,୪୦୩, ବରି ବ୍ଲକରେ ୨୬,୦୪୨, ବିଞ୍ଝାରପୁର ବ୍ଲକରେ ୨୫,୦୧୩, ଧର୍ମଶାଳା ବ୍ଲକରେ ୨୯,୨୯୧, ଦାନଗଦି ବ୍ଲକରେ ୧୨,୨୨୭, ଦଶରଥପୁର ବ୍ଲକ...