"ସ୍ବଚ୍ଛତା ହିଁ ସେବା" ଅଭିଯାନର ସଫଳ ରୂପାୟନ ପାଇଁ ପ୍ରସ୍ତୁତି ବୈଠକ ।

ଯାଜପୁର ତା ୧୩,୦୯ :- ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କ ଓସୱାନ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ସ୍ବଚ୍ଛତା ହିଁ ସେବା ଅଭିଯାନର ସଫଳ ରୂପାୟନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପି. ଅନୁଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବଛତା ପକ୍ଷ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ଗାନ୍ଧିଜୟନ୍ତୀ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷର ବିଷୟବସ୍ତୁ "ସ୍ବଭାବ ସ୍ବଚ୍ଛତା ସଂସ୍କାର ସ୍ବଚ୍ଛତା"। ସ୍ବଚ୍ଛତା କାର୍ଯ୍ୟକ୍ରମରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ସାମିଲ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସ୍ବଚ୍ଛତା କାର୍ଯ୍ୟକ୍ରମରେ ସମସ୍ତଙ୍କର ଯୋଗଦାନ, ସଂମ୍ପୁର୍ଣ୍ଣ ସ୍ବଚ୍ଛତା, ସଫେଇ କର୍ମଚାରୀଙ୍କ ସୁରକ୍ଷା ପରି ବିଭାଗରେ ବିଭକ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ କାର୍ଯ୍ୟାଳୟ , ଜାତୀୟ ରାଜପଥ, ଜଙ୍କସନ, ବ୍ଳକ ମହକୁମା, ହାଟ, ମାର୍କେଟ କମ୍ପ୍ଲେକ୍ସ , ବସଷ୍ଟାଣ୍ଡ ଇତ୍ୟାଦି ସର୍ବସାଧାରଣ ସ୍ଥାନ ଓ ଅଳିଆ ଆବର୍ଜନା ପକାଯାଉଥ‌ିବା ସ୍ଥାନ (ଡମ୍ପିୟାର୍ଡ) ସଫା କରାଯିବ। ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରବନ୍ଧ,
ବକ୍ତୃତା, ସ୍ଲୋଗାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏତଦବ୍ୟତୀତ ୱାଲ ପେଣ୍ଟିଙ୍ଗ, ସଫେଇ କର୍ମଚାରୀଙ୍କ ସୁରକ୍ଷା
କାର୍ଯ୍ୟକ୍ରମ, ବୃକ୍ଷରୋପଣ, ଆଦି କାର୍ଯ୍ୟକ୍ରମ କରାଯିବ । ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ଚିକିତ୍ସାଳୟ ଇତ୍ୟାଦି ପରିଷ୍କାର ପରିଚ୍ଛନ କରାଯିବ । ସଫେଇ କର୍ମଚାରୀଙ୍କ ପାଇଁ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାଜ କଲ୍ୟାଣ ଯୋଜନାରେ ସୁବିଧା ପ୍ରଦାନ, ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆଦି ଆୟୋଜନ କରିବାକୁ ଜିଲ୍ଲାପାଳ ସମସ୍ତ ବିଡିଓ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା, ଜିଲ୍ଲା ଉନ୍ନୟନ ଓ ନିର୍ବାହୀ ଅଧିକାରୀ, ଶ୍ରୀ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ସମସ୍ତ ବ୍ଲକର ବି.ଡି.ଓ ନିର୍ବାହୀ ଅଧିକାରୀ ପୌର ପରିଷଦ, ବିଭାଗୀୟ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !