ମା' ବିରଜାଙ୍କର ରଥଯାତ୍ରା ଏବଂ ଦଶହରା ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

ଯାଜପୁର ତା ୧୩.୦୯ : - ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯାଜପୁର ସଦର ମହକୁମାରେ ମା' ବିରଜାଙ୍କ ରଥଯାତ୍ରା ଏବଂ ଦଶହରା ପର୍ବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଅଛି । ଏଥ‌ିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), ଶ୍ରୀ ନବକୃଷ୍ଣ ଜେନା ଆଗାମୀ ଦଶହରା ପୂଜା, ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅକ୍ଟୋବୋର ୧୪ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଯାଜପୁର ସହରର ସଂକୀର୍ଣ୍ଣ ରାସ୍ତାକୁ ଦୃଷ୍ଟିରେ ରଖି ଜନଗହଳି ପୂର୍ଣ୍ଣ ଛକ, ସୋରୁମ ମାନଙ୍କ ସାମ୍ନାରେ ଟ୍ରାଫିକ ବ୍ୟବସ୍ଥା କଡାକଡି ଭାବେ ନିୟନ୍ତ୍ରଣ କରିବା ସହିତ ଅଧ‌ିକ ସଂଖ୍ୟକ ପୁଲିସ ମୁତୟନ ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଗଲା । ମା' ବିରଜାଙ୍କ ରଥଟଣା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ବାରା ପ୍ରଦତ୍ତ କାର୍ଯ୍ୟ ସୂଚୀ ମୁତାବକ ସମ୍ପନ୍ନ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ସତପଥି ଜଣାଇଥିଲେ ।
ରଥଟଣା ପୂର୍ବରୁ ମନ୍ଦିର ଚତୁଃପାର୍ଶ୍ଵର ରାସ୍ତାକୁ ମରାମତି ପାଇଁ ଅଧ୍ୟକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଅନୁରୋଧ କରାଗଲା । ମନ୍ଦିର ନିକଟରେ ଏକ ପାଣି ଟ୍ୟାଙ୍କରର ବ୍ୟବସ୍ଥା କରିବା ପାଇଁ ଜନ ସ୍ବାସ୍ଥ୍ୟ ବିଭାଗକୁ ଦାୟିତ୍ୱ ଦିଆଗଲା । ଦୂର୍ଗା ପୂଜାର ଅବ୍ୟବହିତ ପୂର୍ବରୁ ସମସ୍ତ ମଣ୍ଡପଗୁଡିକୁ ତନଖି କମିଟିର ଦରଖାସ୍ତ କୁ ବିଚାରକୁ ନେଇ ଯଥାଶୀଘ୍ର ମଣ୍ଡପ ଗୁଡିକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ବିଭାଗୀୟ କର୍ମକର୍ତ୍ତା କୁ ନିର୍ଦ୍ଦେଶ ଦିଆଗଲା । ସହରର ଗ୍ରାମ୍ୟ ରାସ୍ତାରେ ଝୁଲି ରହିଥ‌ିବା ଏଲ. ଟି. ଲାଇନ ତାର ଗୁଡିକର ମରାମତି ଓ ବିପଦପୂର୍ଣ୍ଣ ବିଦ୍ୟୁତ ଖୁଣ୍ଡ ଗୁଡିକର ଅପସାରଣ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ପୂଜା ତଥା ଭସାଣି ସମୟରେ ଡି. ଜେ. ବ୍ୟବହାର କୁ ସଂପୂର୍ଣ୍ଣରୂପେ ବନ୍ଦ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଗଲା । ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଙ୍କ ଅନୁସାରେ ୬୫ ଡେସିବେଲ ରୁ ଅଧିକ ସାଉଣ୍ଡ ରେ ବାଦ୍ୟଯନ୍ତ୍ର ନ ବଜେଇବାକୁ ଉପଜିଲ୍ଲାପାଳ ସମସ୍ତ ପୂଜା କମିଟି କୁ
ଅନୁରୋଧ କରିଥିଲେ । ରାତ୍ର ୧୦ ଘଟିକା ପରେ ଡାକବାଜି ଯନ୍ତ୍ରର ବ୍ୟବାହାର କୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଗଲା । ପୂଜା ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଏବଂ ରାସ୍ତାରେ ପାଇପ ଲାଇନ ଲିକେଜ କୁ ସଂପୂର୍ଣ୍ଣ ବନ୍ଦ କରିବା ଓ ମନ୍ଦିର ପରିସର ରେ ଥିବା ଜଳ ଉତ୍ସ ଗୁଡିକୁ ମରାମତି କରିବାକୁ ଜନ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଗଲା l ଅଧିକ ଜନସମାଗମ ହେତୁ ଆଲୋକ ଓ ପରିମଳ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କରିବା ପାଇଁ ନିର୍ବାହୀ ଅଧିକାରୀ ପୌରପାଳିକା ଙ୍କୁ ଅନୁରୋଧ କରାଗଲା । ଦଶହରା ସମୟରେ ମା' ଙ୍କ ମନ୍ଦିର ନିକଟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରାଗଲା । ଦୂର୍ଗା ପୂଜା ପୂର୍ବରୁ ସହରର ମୁଖ୍ୟ ରାସ୍ତା ମରାମତି କରିବାକୁ ରାସ୍ତା ଓ ଗୃହ ନିର୍ମାଣ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମକର୍ତ୍ତାଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଦଶହରା ଏବଂ ଭସାଣି ଦିନ ସମସ୍ତ ମଦ ଦୋକାନ ଗୁଡିକ ବନ୍ଦ ରଖୁବାକୁ ନିଷ୍ପତି ନିଆଗଲା । ସମସ୍ତ ପୂଜା ମଣ୍ଡପ ଗୁଡିକୁ ତଦାରଖ କରି କୌଣସି ଅଘଟଣର ତତ୍କାଳ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଗ୍ନିଶ୍ରମ ବିଭାଗକୁ ଅନୁରୋଧ କରାଗଲା । ପୂର୍ବ ବର୍ଷ ଭଳି ଦେବୀ ବିସର୍ଜନ ପାଇଁ ବୈତରଣୀ ନଦୀର ନିର୍ଦ୍ଧାରିତ ସ୍ଥାନରେ ଏକ କୃତ୍ରିମ ପୋଖରୀ ଖୋଳିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦିଆଗଲା । ପ୍ରଦ୍ୟୁଷଣ ସମ୍ବନ୍ଧୀୟ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ନିର୍ବାହୀ ଅଧିକାରୀ ଯାଜପୁର ପୌରପାଳିକାଙ୍କୁ ନିର୍ଦ୍ଦେଶ ଦିଆଗଲା । ପ୍ରସେଶନ ଏବଂ ସାଉଣ୍ଡ ପାଇଁ ଅନୁମତି ନବାକୁ ପଡିବ । ବୈଠକରେ ନିଆଯାଇଥିବା ସମସ୍ତ ନିଷ୍ପତି ଗୁଡିକୁ ଯଥାସମ୍ଭବ ବାସ୍ତବ ରୂପ ଦେଇ ଚଳିତ ବର୍ଷ ଦୁର୍ଗାପୂଜା କୁ ନିର୍ଭିଘ୍ନରେ ସଂପୂର୍ଣ୍ଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଶ୍ରୀ ଅନିରୁଦ୍ଧ ରାଉତରାୟ ଏବଂ ଉପଖଣ୍ଡ
ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଲେଙ୍କା, ସହକାରୀ ଜିଲ୍ଲାପାଳ ଶ୍ରୀମତୀ ନିବେଦିତା ପ୍ରଧାନ, ବିଭିନ୍ନ ପୂଜା କମିଟିର ବରିଷ୍ଠ ସଦସ୍ୟ, ମା' ବିରଜାଙ୍କ ମୁଖ୍ୟ ସେବାୟତ ଓ ବିଭାଗୀୟ ଅଧିକାରୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !