Posts

ଆଞ୍ଚଳିକ ଖବର

୫ଟି ବିଭାଗର ୯୬୪ଟି ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ l

Image
ଭୁବନେଶ୍ବର ତା୧୬/୦୬(ବ୍ୟୁରୋ ରିପୋର୍ଟ) :- ମୋହନ ସରକାର ରେ ବେକାରୀ ସମସ୍ୟା ଦୂରୀକରଣ ପାଇଁ ପ୍ରୟାସ ଜାରିରହିଛି l ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିବିନ୍ନ ବିଭାଗ ରେ ନିଯୁକ୍ତିକୁ ଗୁରୁତ୍ବ ଦେଉଥିବା ବେଳେ ଆଜି ମଧ୍ଯ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା l "ଯୁବ ଶକ୍ତି ହେଉଛନ୍ତି ଆମ ରାଜ୍ୟର ବିକାଶ ରଥର ସାରଥୀ। ଯୁବ ଶକ୍ତିଙ୍କ ଭିତରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜ କଲ୍ୟାଣରେ ଉପଯୋଗ କରିବା ଦିଗରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳାରେ ଯୋଗ ଦେଇ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ କହିଛନ୍ତି"।  ଏହି ଅବସରରେ ୫ଟି ବିଭାଗର ୯୬୪ଟି ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ନିଜକୁ ଜନସାଧାରଣଙ୍କ ସେବକ ଭାବି ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସମାଜ ଓ ରାଜ୍ୟର ବିକାଶ ପାଇଁ ସମସ୍ତେ ଦୁର୍ନୀତିରୁ ଉର୍ଦ୍ଧ୍ୱରେ ରହି ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ଦୃଢ ପ୍ରତିବଦ୍ଧ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱା...

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ l

Image
ଯାଜପୁର ତା ୧୫/୦୬ : - ଦୀର୍ଘ ତିନିଦିନ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ଡାଇରିଆ ଆତଙ୍କ ଦେଖାଦେଇଛି l ଏହି ପରିପ୍ରେକ୍ଷୀରେ ଆଜି ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଯାଜପୁର ଜିଲ୍ଲାର ବଡ଼ଚଣା, ଧର୍ମଶାଳା, ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିଥିଲେ।  ଏହି ଦିନିକିଆ ଗସ୍ତ ଅବସରରେ ଡାଇରିଆରେ ଆକ୍ରାନ୍ତ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ମାନ୍ୟବର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ପ୍ରଭାବିତ ଅଞ୍ଚଳ ଗୁଡିକରେ ସଂକ୍ରମଣ ରୋକିବା ନିମନ୍ତେ ଜନସଚେତନତା, ଜଳଉତ୍ସଗୁଡ଼ିକୁ ଜୀବାଣୁମୁକ୍ତ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ ।  ଏହା ସହିତ ଯଦି କୌଣସି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ତେବେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ଆଶା, ଅଙ୍ଗନୱାଡ଼ି କର୍ମୀଙ୍କୁ ଜଣେଇବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଶେଷରେ ମାନ୍ୟବର ମନ୍ତ୍ରୀ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଯାଜପୁର ରୋଡ୍ ଗସ୍ତ କରିଥିଲେ।

ରଥଯାତ୍ରା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୁର୍ଣ ବୈଠକ l

Image
ଭୁବନେଶ୍ବର, ତା୧୫/୦୬ (ବ୍ୟୁରୋ ରିପୋର୍ଟ) :- ଆସନ୍ତା ଜୁନ ମାସ ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟIଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା I  ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସଦା ସର୍ବଦା ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ, ରଥଯାତ୍ରା, ବାହୁଡା଼ ଯାତ୍ରା, ସୁନା ବେଶ ଆଦି ନୀତି କାନ୍ତି ସମୟରେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବେ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା I  ଆଜି ସନ୍ଧ୍ୟା ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନା ଅଞ୍ଚଳରେ ସ୍ଵତନ୍ତ୍ର ଡ୍ରାଇଭ ଆରମ୍ଭ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ହୋଟେଲ, ଲଜ, ମଠ, ମନ୍ଦିର, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ଶ୍ରମିକଙ୍କ ରହଣି ସ୍ଥଳ, ଧର୍ମଶାଳା ଆଦି ସ୍ଥାନ ଗୁଡିକରେ ତନ୍ନ ତନ୍ନ...

ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ରକ୍ତଦାନ ଶିବିରର ଆୟୋଜିତ l

Image
କଳିଙ୍ଗନଗର, ତା୧୩/୦୬ :- ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍, କଳିଙ୍ଗନଗର ଏବଂ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (ଡିଏଚଏଚ) ର ରକ୍ତ କେନ୍ଦ୍ର ସହ ମିଳିତ ସହଯୋଗରେ ଅସୋସିଏସନ୍ ଅଫ୍ ସର୍ଜନସ ଅଫ୍ ଇଣ୍ଡିଆ (ଏଏସଆଇ) ଓଡ଼ିଶା ଶାଖା ଦ୍ୱାରା ଶୁକ୍ରବାର ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ଏକ ସ୍ୱେଚ୍ଛାସେବୀ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲର ସିଇଓ ଡ. ସନ୍ତୋଷ କୁମାର ଉଦଘାଟନ କରିଥିଲେ ,ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଶିବିରରେ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା, ଯାହା ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କ ସେବାରେ ବ୍ୟବହୃତ ହେବ । ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍,ଏଏସଆଇ ଓଡ଼ିଶା ଶାଖା ଏବଂ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍ ରକ୍ତ କେନ୍ଦ୍ରକୁ ଏହି ଜୀବନରକ୍ଷାକାରୀ ପ୍ରୟାସରେ ସେମାନଙ୍କ ସହଯୋଗ ପାଇଁ ଏବଂ ସମସ୍ତ ରକ୍ତଦାତାଙ୍କୁ ସେମାନଙ୍କର ଅମୂଲ୍ୟ ଅବଦାନ ପାଇଁ ହୃଦୟପୂର୍ବକ କୃତଜ୍ଞତା ଜଣାଇଛି । 

ଯାଜପୁର ଜିଲ୍ଲାର କୋରେଇ ବ୍ଲକର ଦିବ୍ୟାଙ୍ଗ ପ୍ରଫୁଲ୍ଲ ଦାସଙ୍କ ସମସ୍ୟା ବିଷୟରେ ଗଣମାଧ୍ୟମରୁ ଖବର ପାଇଲେ ମୁଖ୍ୟମନ୍ତ୍ରୀ ତୁରନ୍ତ ଘର ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ l

Image
ଭୁବନେଶ୍ୱର ତା୧୨/୦୬(ବ୍ୟୁରୋ ରିପୋର୍ଟ) :- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ଅନ୍ଧାରୀ ଗ୍ରାମର ୪୧ ବର୍ଷୀୟ ଜଣେ ଶତ ପ୍ରତିଶତ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ଶ୍ରୀ ପ୍ରଫୁଲ୍ଲ କୁମାର ଦାସଙ୍କ ସମସ୍ୟା ବିଷୟରେ ଗଣମାଧ୍ୟମରୁ ଖବର ପାଇ ତାଙ୍କୁ ଘର ଯୋଗାଇଦେବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶ୍ରୀ ଦାସଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଏକ ବାସଗୃହ ଯୋଗାଇ ଦିଆଯିବ । ଏହା ସହିତ ତାଙ୍କୁ ରେଡକ୍ରସ ପାଣ୍ଠିରୁ ତୁରନ୍ତ ୫ ହଜାର ଟଙ୍କା ଯୋଗାଇ ଦିଆଯିବ। ସୂଚନା ଅନୁଯାୟୀ ଶ୍ରୀ ଦାସଙ୍କୁ ଭିନ୍ନକ୍ଷମ ଭତ୍ତା ବାବଦରେ ମାସକୁ ୩୫୦୦ ଟଙ୍କା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ୫ କିଲୋଗ୍ରାମ ଚାଉଳ ଦିଆଯାଉଥିବା ବେଳେ, ଯିବା ଆସିବା ପାଇଁ ଏକ ଧଳା ବାଡି (Blind Stick) ଦିଆଯାଇଛି। 

ଯାଜପୁର ଠାରେ ଧରତିଆବା ଜନଜାତି ଅଭିଯାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର :- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠତ ହୋଇଯାଇଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଲେ ଧରତିଆବା ଜନ ଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା, ଦାନଗଦି, କୋରେଇ, ଧର୍ମଶାଳା ଓ ବଡ଼ଚଣା ବ୍ଲକ୍ ର ୬୭ ଟି ଆଦିବାସୀ ବହୁଳ ଗ୍ରାମରେ ଆରମ୍ଭ କରାଯାଇଅଛି। ଏହି ଗ୍ରାମ ମାନଙ୍କ ମଧ୍ୟରୁ ସୁକିନ୍ଦା ବ୍ଲକରେ ୩୪ ଟି ଗ୍ରାମ, ଦାନଗଦି ବ୍ଲକରେ ୧୬ ଟି ଗ୍ରାମ, କୋରେଇ ବ୍ଲକରେ ୫ ଟି ଗ୍ରାମ, ଧର୍ମଶାଳା ବ୍ଲକରେ ୫ ଟି ଗ୍ରାମ ଓ ବଡ଼ଚଣା ବ୍ଲକରେ ୭ ଟି ଗ୍ରାମ ଅନ୍ତର୍ଭୁକ୍ତ ଅଟେ। ଏହି ଗ୍ରାମ ମାନଙ୍କରେ ୧୩ ଟି ବିଭାଗ ଓ ୧୭ ଗୋଟି ମନ୍ତ୍ରଣାଳୟର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବା ସହିତ ସମସ୍ତ ଆଦିବାସୀ ଲୋକ ମାନଙ୍କର ଅର୍ଥନୈତିକ, ସାମାଜିକ ଏବଂ ବୌଦ୍ଧିକ ବିକାଶ କରାଯିବା ପାଇଁ ଲକ୍ଷ ରଖାଯାଇଛି। ଏହାର ସଫଳ ରୂପାୟନ ପାଇଁ ଆସନ୍ତା ତା ୧୨.୦୬.୨୦୨୫ ରିଖ ରୁ ତା ୨୭.୦୬.୨୦୨୫ ରିଖ ପଯ୍ୟନ୍ତ ଉପରୋକ୍ତ ୬୭ ଗୋଟି ଆଦିବାସୀ ବହୁଳ ଗ୍ରାମ ମାନଙ୍କରେ ଧରତିଆବା ଜନ ଭାଗିଦାରୀ ଅଭିଯାନ ଆରମ୍ଭ କରାଯାଉଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାରେ ପାଇବାରୁ ବଞ୍ଚିତ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ଵାରା ଚିହ୍ନଟ କ...

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂରଣ ଅବସରରେମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) ତା ୧୦/୦୬ :- ବନ୍ଧୁଗଣ, ଆଜିର ଏହି କାର୍ଯ୍ୟକ୍ରମକୁ ମୁଁ ଆପଣ ମାନଙ୍କୁ ସ୍ୱାଗତ କରୁଛି।  ଜୁନ ୯, ୨୦୨୪ ସ୍ଵାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ଏହି ଦିନ, ଦେଶର ସବୁଠାରୁ ଲୋକପ୍ରିୟ ଜନନାୟକ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ଗତକାଲି ମୋଦୀ ଜୀଙ୍କ ଦ୍ଵାରା ନେତୃତ୍ଵାଧୀନ ସରକାର ସଫଳତାର ସହିତ ୧୧ ବର୍ଷ ପୁରା କରିବା ସହିତ ତୃତୀୟ ପାଳିର ପ୍ରଥମ ବାର୍ଷିକୀ ପୂରଣ କରିଥିଲା। ତାରିଖ ୨୬, ମେ’ ୨୦୧୪ରେ ପ୍ରଥମ ଥର ପାଇଁ ଶପଥ ନେଇଥିବା ମୋଦୀ ସରକାରଙ୍କ ସଫଳତା ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ରଚିତ ହୋଇରହିବ। ଏକ ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ସାରା ଦେଶରେ ଖେଳିଯାଇଥିବା ନକରାତ୍ମକ ଭାବନା ବଦଳରେ ଆଶାର ଆଲୋକ ଖେଳିଯାଇଥିଲା।  ଲୋକଙ୍କ ଆଶା ଭରସାକୁ ମୋଦୀ ସରକାର ଅତୁଟ ରଖିବାରେ ସମର୍ଥ ହୋଇଥିଲା, ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ମାନନୀୟ ମୋଦୀ ଜୀ ସମର୍ଥ ହୋଇଥିଲେ।  ଏହି ୧୧ ବର୍ଷର ସଫଳତାର ତାଲିକା ଅନେକ। କିନ୍ତୁ, ସଂକ୍ଷେପରେ କହିଲେ ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାରେ ଅଭୁତପୂର୍ବ ପରିବର୍ତ୍ତନ ଆସିଥିଲା, ଦେଶ ପାଇଁ ତଥା ବ୍ୟକ୍ତିଗତ ସ୍ତରରେ। ଆମ ପାଇଁ ଦେଶ ହେଉଛି ସର୍ବୋପରି। ତେଣୁ, ଦେଶ କ...