ଯାଜପୁର - ସୁକିନ୍ଦା ଜଗନ୍ନାଥ ମନ୍ଦିର ରୁ ଚୋରୀ ମୃର୍ତ୍ତି ଉଦ୍ଧାର

ଯାଜପୁର /ସୁକିନ୍ଦା - ବିଗତ ଦୁଇ ଶହ ବର୍ଷର ପୁରୁଣା ସୁକିନ୍ଦା ଜଗନ୍ନାଥ ମନ୍ଦିର ରୁ କୋଣସି ଦୁର୍ବୃତ୍ତ ଗତ ଅକ୍ଟୋବର ୨୭ ତାରିଖ ରାତିରେ ମନ୍ଦିରରୁ ମୂର୍ତ୍ତିକୁ ନେଇଯାଇଥିବା,  ଜଗନ୍ନାଥ ମନ୍ଦିର ର ପୂଜକ ସୁକିନ୍ଦା ତହସିଲଦାର ଙ୍କୁ ଏ ବିଷୟରେ ଜଣାଇଥିଲେ l ଏହାପରେ ତହସିଲଦାର ଙ୍କ ପକ୍ଷରୁ ସୁକିନ୍ଦା ଥାନା ରେ ଏତଲା ଦେଇଥିଲେ l ସୁକିନ୍ଦା ଥାନା ରେ ଏନେଇ ଏକ କେଶ୍ ୨୫୮/୧୯ ରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ସୁକିନ୍ଦା ପୋଲିସ୍ l ପରବର୍ତ୍ତୀ ସମୟରେ ଗତକାଲି ସୁକିନ୍ଦା ସ୍ଵସ୍ତି ପ୍ଲାଜା ଢାବା ରେ ସ୍ଥାନୀୟ ଏକ ମାନସିକ ବିକୃତି ଯୁବକ ଢାବା ରେ ଥିବା ସାଇ ମୃର୍ତ୍ତି କୁ ଭାଙ୍ଗି ଦେଇଥିବାରୁ ଢାବା ମାଲିକ ଥାନାରେ ଅଭିଯୋଗ କରିବା ପରେ ଉକ୍ତ ଯୁବକ କୁ ପୋଲିସ ପକ୍ଷରୁ ଅଟକ ରଖି ପଚରାଉଚରା ପରେ ସେ ଜଗନ୍ନାଥ ମନ୍ଦିର ରୁ ମୃର୍ତ୍ତି ଚୋରୀ କରି ମନ୍ଦିର ପରିସରରେ ଥିବା କୂଅ ରେ ପକାଇଥିବା କହିଥିଲା l ଏ ବିଷୟରେ ସୁକିନ୍ଦା ଥାନା ପକ୍ଷରୁ ଦମକଳବାହିନୀ ସହଯୋଗ ରେ ମୃର୍ତ୍ତି ଟିକୁ ଉଦ୍ଧାର କରାଯାଇଛି l ମୃର୍ତ୍ତି କୁ ସୁକିନ୍ଦା ପୋଲିସ୍ ମନ୍ଦିର ପ୍ରଶାସନ କୁ ହସ୍ତାନ୍ତର କରିଛି l Rita vision 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !