ଢେଙ୍କାନାଳ, ଚଳିତ ବର୍ଷ ୧୪୨୦୩୦ ମେଟ୍ରିକ ଟନ୍ ଧାନ କିଣିବାକୁ ସ୍ଥିର....

ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ରେ ଚାଷୀମାନେ ବିଭିନ୍ନ ସମୟରେ ନିଜର ଉତ୍ପାଦିତ ଧାନକୁ ବିକ୍ରି କରିବା ପାଇଁ ଓ ଧାର୍ଯ୍ୟ ସମୟ ରେ ଉଚିତ୍ ମୂଲ୍ୟ ପାଇବାକୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ କିନ୍ତୁ ଚଳିତ ବର୍ଷ ସରକାରଙ୍କ ତରଫରୁ ଚାଷୀ ଭାଇ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ପ୍ରୟାସ ପ୍ରସ୍ତୁତ କରିଛନ୍ତି ଜିଲ୍ଳା ପ୍ରଶାସନ l ଚଳିତ ମାସ ୨୯ତାରିଖରୁ  ମୋଟ ଉପରେ ୮୦ ଟି ସେବା ସମବାୟ ସମିତି ମାଧ୍ୟମରେ ଏହି ଧାନ କ୍ରୟ କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୂମେଶ ଚନ୍ଦ୍ର ବେହେରା ଗ୍ରାମ ଉନ୍ନୟନ ସଭା ଗୃହରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନେଇଛନ୍ତି l ଢେଙ୍କାନାଳ ଜିଲ୍ଲା ର ୩୯୫୦୩ ଚାଷୀ ଧାନ ଫସଲ ବିକ୍ରୀ କରିବା ପାଇଁ ଆବେଦନ କରିଥିବା ଜଣାପଡ଼ିଛି l ସରକାର କୁଇଣ୍ଟାଲ ୧୮୧୫ ଟଙ୍କାରେ ଗୁଣାତ୍ମକ ମାନର ଧାନ କିଣିବେ l ଏବଂ ଜଣେ ଚାଷୀ ୫୦ କୁଇଣ୍ଟାଲ ଧାନ ବିକି ପାରିବେ, ଧାନର ଉଚିତ୍ ମୂଲ୍ୟ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମାହେବ l ଜିଲ୍ଲାର ୧୪ ଗୋଟି ରାଇସ୍ ମିଲ୍ ଧାନ କିଣିବାକୁ ମଧ୍ୟ ଧାର୍ଯ୍ୟ କରାଯାଇଛି l ଏହି ବୈଠକରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏବଂ ବିଭିନ୍ନ ଲୋକପ୍ରତିନିଧିଙ୍କ ପ୍ରତିନିଧି ଓ ସମବାୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !