ଢେଙ୍କାନାଳ, ମାନବିକତା ଦେଖାଇଲେ ଗଁଦିଆ ଥାନା ଅଧିକାରୀ

ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅଞ୍ଚଳର ବିଷ୍ଣୁ ଚରଣ ସାହୁ( ୭୨)ବର୍ଷ କୌଣସି କାରଣ ରୁ ଆଜକୁ କୋଡ଼ିଏ ବର୍ଷ ହେବ ନିଜ ଘର ଛାଡି ଯାଜପୁର ଜିଲ୍ଲା ଜେନାପୁର ଅଞ୍ଚଳରେ ଗନ୍ଧର୍ବ ପରିଡା ଙ୍କ ଘରେ ଆଶ୍ରୟ ନେଇଥିଲେ l ପରିଣତ ବୟସରେ ସେ ତାଙ୍କର ବାସ ସ୍ଥାନ ଗଁଦିଆ ଯିବାକୁ ମନବଳାଇ ଥିଲେ, କିନ୍ତୁ ବିଡ଼ମ୍ବନା ର ବିଷୟ ତାଙ୍କର ଗୋଟିଏ ବୋଲି ପୁଅ ତାଙ୍କୁ ଘରକୁ ଫେରାଇ ଆଣିବାକୁ ମନା କରିଥିଲେ l ଏହି ଖବର ଗଁଦିଆ ଥାନା ଅଧିକାରୀ ଙ୍କ ଲୋଚନ କୁ ଆସିଥିଲା, ଗଁଦିଆ ଥାନା ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ ମାନବିକତା ଦେଖାଇ ବିଷ୍ଣୁ ଚରଣ ସାହୁ ଙ୍କ ଭାଇ କାବୁଲା ସାହୁଙ୍କୁ ଡାକି ପରିସ୍ଥିତିର ସମୀକ୍ଷା କରି ବିଷ୍ଣୁ ଙ୍କୁ ତାଙ୍କର ଭାଇ ସହିତ ନିଜର ବାସ ସ୍ଥାନକୁ ପଠାଇଲେ l ଏହିପରି ମହାନ୍ କାର୍ଯ୍ୟ ପାଇଁ ଅଞ୍ଚଳର ଜନସାଧାରଣ ଥାନା ଅଧିକାରୀ ଶ୍ରୀଯୁକ୍ତ ସାହୁଙ୍କୁ ଧନ୍ୟବାଦ ଦେବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି l ପୋଲିସ୍ ଅଧିକାରୀଙ୍କ ଏହି ମହାନୀୟତା କାର୍ଯ୍ୟ ନିଶ୍ଚିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ l RITA vision 

Comments

nihar said…
Bhala lagila bhai

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।