କିରାସିନି ଚୋରା ଚାଲାଣ ବେଳେ ଗାଡ଼ି ସହ ଦୁଇ ଗିରଫ l

ଯାଜପୁର /ସୁକିନ୍ଦା - ସୁକିନ୍ଦା ଥାନା ପୋଲିସ ଗୋଟିଏ କିରାସିନି ବ୍ୟାରେଲ ବୋଝେଇ ପିକଅପ୍ ଯଦବ କରିବା ସହିତ ଦୁଇ ଜଣ କିରାସିନି ଚୋରାଚାଲାଣ କାରୀ କୁ ଗିରଫ କରିବାରେ ସକ୍ଷମ ହୋଇଛି l ଖବର ରୁ ପ୍ରକାଶିତ ଯେ ଯାଜପୁର - ଢେଙ୍କାନାଳ ଜିଲ୍ଲା ମଧ୍ୟରେ କିରାସିନି ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ସୁକିନ୍ଦା ପୋଲିସ୍ ପକ୍ଷରୁ ଯାଜପୁର - ଢେଙ୍କାନାଳ ସୀମାନ୍ତ ଗାଁ ରାଜଗୋଲା ଠାରେ ଯଗି ରହି ଥିଲେ l ଗୋଟିଏ ପିକଅପ୍ ଯାହାର ନମ୍ବର ଓଆର ୦୪ ଏଚ୍ ୮୫୧୨ ରେ କୋଡ଼ିଏ ବ୍ୟାରେଲ କିରାସିନି ନେଇ ମହୁଲପାଳ ଠାରୁ ରାଜଗୋଲା ଅଭିମୁଖେ ଆସୁଥିବା ବେଳେ ସୁକିନ୍ଦା ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠୀ ଓ ଏସ୍ ଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ ଗାଡ଼ିଟିକୁ ଜବଦ କରିବା ସହିତ ଚୋରାଚାଲାଣ କାରୀ ଜଗନ୍ନାଥ ସାହୁ ଓ ପବିତ୍ର ଖଟୁଆ କୁ ଗିରଫ କରିବାରେ ସକ୍ଷମ ହୋଇଛି l  ଏହା ବିଷୟରେ ପୋଲି ଅଧିକ ତଦନ୍ତ ଆରମ୍ଭ କରିଛି l ଆଗାମୀ ଦିନରେ ଆହୁରି ଅଧିକ ପଦକ୍ଷେପ ନେଇ ଚୋରାଚାଲାଣ କାରୀ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଯୋଜନା ହେଉଥିବା ସୁକିନ୍ଦା ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠୀ କହିଛନ୍ତି l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !