Posts

Showing posts from September, 2020

ଏବେ ବି ଲୋକଙ୍କ ଠାରେ ରହିଛି ଆଧ୍ୟାତ୍ମିକ ଭାବନା, କରୋନା ମହାମରୀ ପାଇଁ ପୂଜାର୍ଚ୍ଚନା I

Image
             ଅଧିଷ୍ଠାତୀ ଦେବୀ ମା ଖଣ୍ଡୁରୀ  ଯାଜପୁର (କଳିଙ୍ଗନଗର) - ମହାମାରୀ କରୋନା ଦାଉରୁ ରକ୍ଷା ପାଇବାକୁ ତଥା ଗ୍ରାମ ରେ ଶାନ୍ତିର ବାତାବରଣ ସୃଷ୍ଟି କାରିବାକୁ ପ୍ରୟାସ ଜାରି ରଖିଛନ୍ତି ଗ୍ରାମବାସୀ I ଆଧ୍ୟାତ୍ମିକ ଚେତନାର ବିକାଶ ତଥା ପୁରାଣ ଅନୁସାରେ ଗ୍ରାମର ରକ୍ଷା ଦାତ୍ରୀ କୁ ଲୋକମାନେ ଏବେବି ବିଶ୍ବାସ କରିଛନ୍ତି l  ପୂଜାର୍ଚ୍ଚନା କରିବା ଦ୍ୱାରା ଗ୍ରାମ ବାସିନ୍ଦା ଙ୍କ ମଙ୍ଗଳ ହୋଇଥାଏ ବୋଲି ଏବେବି ବିଶ୍ବାସ କରନ୍ତି ଲୋକମାନେ l ଏହିଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ଗ୍ରାମରେ I ଗ୍ରାମର କିଛି ପୁରୁଖା ଲୋକ ଏବଂ ଯୁବକମାନଙ୍କ ଦ୍ୱାରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଖଣ୍ଡୁରୀ ଙ୍କ ପୂଜାର୍ଚ୍ଚନା କରିଛନ୍ତି l କରୋନା ନିୟମ ଅନୁସାରେ ଏଠାରେ କରାଯାଇଛି ପୂଜାଅର୍ଚ୍ଚନା l ଗ୍ରାମର ପୂର୍ବତନ ସରପଞ୍ଚ ବସନ୍ତ କୁମାର ରଣା ଙ୍କ ସହ ଅରୁଣ କୁମାର ପୃଷ୍ଟି ଙ୍କ ଦ୍ଵାରା ଏହା ଆୟୋଜନ କରାଯାଇଥିଲା l (Rita vision News)

ବଲାଙ୍ଗୀର ଜିଲ୍ଲା କେଶରୀଆ ହିନ୍ଦୁ ବାହିନୀ ପକ୍ଷରୁ କରୋନା ସଚେତନତା ସହ ମାକ୍ସ ଓ ସାନିଟାଇଜର ବଣ୍ଟନ I

Image
ବ୍ୟୁରୋ ରିପୋର୍ଟ (Rita vision News) ବଲାଙ୍ଗିର ଜିଲ୍ଲା କେଶରିଆ ହିନ୍ଦୁ ବାହିନୀ ପକ୍ଷରୁ ସ୍ଥାନୀୟ ଦୈନିକ ବଜାର ଠାରେ ମାସ୍କ, ସାନିଟାଇଜର ବଣ୍ଟନ କରାଯାଇଥିଲା। ଜିଲ୍ଲା ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ସଦସ୍ୟମାନେ ଦୈନିକବଜାର ସ୍ଥିତ ରାମ ମନ୍ଦିରଠାରୁ ବାହାରି ବଜାରର ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ। ଏହାସହିତ କରୋନା ସଂପର୍କିତ ସଚେତନତା ପତ୍ର ବାଣ୍ଟି ଲୋକଙ୍କୁ ସାମାଜିକ ଦୂରତା ପାଳନ କରିବା, ଅତି ଜରୁରୀ ନହେଲେ ବାହାରକୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି। ପ୍ରଥମେ ସହରରେ ଓ ପରେ ଗାଁ ମାନଙ୍କରେ ମଧ୍ୟ ଏହି ସଚେତନତା କାର୍ୟ୍ୟକ୍ରମ କରାଯିବ ବୋଲି ସଭାପତି ଶ୍ରୀ ଭୋଳ ସୂଚନା ଦେଇଛନ୍ତି। ଏହା ସହ ବଲାଙ୍ଗୀର ଜିଲ୍ଲା ର ସମସ୍ତ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କୁ କରୋନା ସଚେତନତା ସୃଷ୍ଟି କରିବା ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି l 

ଯାଜପୁର ରୋଡ଼ ଥାନା ପୋଲିସ କୁ ମିଳିଛି ବଡ ସଫଳତା I

Image
                  ଗିରଫ ଡକାୟତ  ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ଥାନା ପୋଲିସ କୁ ମିଳିଛି ବଡ ସଫଳତା l ଏକ କୁଖ୍ୟାତ ଡକାୟତ ଦଳ କୁ କାବୁ କରିବାରେ ସଫଳ ହୋଇଛି ଯାଜପୁର ରୋଡ଼ ପୋଲିସ୍ I              ଜବଦ ଦୁଇ ମଟର ସାଇକେଲ  ଏହି ଗ୍ୟାଙ୍ଗ ର ୪ ଜଣ ଙ୍କୁ ଗିରଫ କରି ସେମାନଙ୍କ ପାଖରୁ ଦୁଇଟି ମଟର ସାଇକେଲ, ଗୋଟିଏ ନମ୍ବର ବିହୀନ କଳା ରଙ୍ଗର ପଲସର୍ 220,ଗୋଟିଏ ଲାଲ ରଙ୍ଗର Victor OD04D - 6564 ମଟର ସାଇକେଲ, ଦୁଇଟି ଜୀବନ୍ତ ବୋମା, ଗୋଟିଏ ଲୁହା ରଡ଼, ଭୁଜାଲି, ଦୁଇଟି ସାମସଙ୍ଗ ଓ ଲେନୋଭୋ ଟ୍ୟାବଲେଟ୍, ୭ଟି ମୋବାଇଲ ଫୋନ, ଗୋଟିଏ micromax ଡଙ୍ଗଲ ଏବଂ ଗୋଟିଏ wireless ସ୍ପିକର ଜବଦ କରିଛି l           ଜବଦ ହୋଇଥିବା ମାରଣାସ୍ତ୍ର, ବମ୍ ଓ                 ମୋବାଇଲ୍ l  ସେମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଜାଗାରେ ଡକାୟତି କରିବାକୁ ଯୋଜନା କରୁଥିବା ପୋଲିସ୍ ସୂତ୍ରରୁ ଜଣାପଡିଛି l ଯାଜପୁର ରୋଡ଼ ଥାନା କେସ୍ ନଂ U/S 399/402 IPC/ 4 ES Act ରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

ହଜି ଯାଇଛି ମାନବିକତା, ପୁରୁଣା ଶତ୍ରୁତା କୁ କେନ୍ଦ୍ର କରି ଦଳିତ ଙ୍କ ଘର ପୋଡ଼ିଲେ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ହଜି ଯାଇଛି ମାନବିକତା, ଜମିବାଡ଼ି ବିବାଦ କୁ ନେଇ ଏକ ନିରୀହ ଦଳିତ ପରିବାର ଘର ପୋଡ଼ି ଦେଇ ନିରାଶ୍ରୟ ଅସହାୟ କରିଛନ୍ତି ଏକ ସବର୍ଣ୍ଣ ପରିବାର l ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଦାନଗଦି ବ୍ଲକ ବାଙ୍ଗରକୋଟା ପଞ୍ଚାୟତର, ଟମକା ଥାନା ଅନ୍ତର୍ଗତ ଦିଅପାଳ ଗ୍ରାମରେ l ଏହି ଗ୍ରାମର ବାସିନ୍ଦା ଆନନ୍ଦ ଦଳାଇ( ୩୮) ପିତା ସ୍ଵର୍ଗତ ଅରୁଣ ଦଳାଇ ବାସ କରୁଥିବା ବେଳେ, ତାଙ୍କର ପଡ଼ିଶା ସେହି ଗ୍ରାମର ସୁମନ୍ତ ଖୁଣ୍ଟିଆ ଏବଂ ତାଙ୍କର ଦୁଇ ପୁତ୍ର ବାରମ୍ବାର ଧମକ ଦେଉଥିବା ଅଭିଯୋଗ ହୋଇଛି l  ଏହି ପରିପ୍ରେକ୍ଷୀରେ ଗତ ଶୁକ୍ରବାର ତା ୧୮/୯/୨୦୨୦ ରିଖ ରାତ୍ର ଗୋଟାଏ ସମୟରେ ସୁମନ୍ତ ଖୁଣ୍ଟିଆ ଏହି ଏହି ଦଳିତ ପରିବାର କୁ ଧମକ ଦେଇ କହିଲେ ଯେ '' ତୁମେ ଏ ଘର ଜାଗା ଛାଡି ଚାଲି ଯାଅ ନଚେତ୍ ଘରେ ନିଆଁ ଲଗାଇ ସପରିବାର କୁ ମାରିଦେବି '' l ସେହି ଦିନ ରାତି ପ୍ରାୟ ୩ ଟା ସମୟରେ ଘରେ ସପରିବାର ଶୋଇଥିବା ଅବସ୍ଥାରେ ସୁମନ୍ତ ଖୁଣ୍ଟିଆ ଏବଂ ତାଙ୍କର ଦୁଇ ପୁଅ ରମେଶ ଓ କୁନୁ ଆସି ଆନନ୍ଦ ଦଳାଇ ର ଘରକୁ ପେଟ୍ରୋଲ ପକାଇ ପୋଡ଼ି ଦେଇଥିବା ଟମକା ଥାନା ରେ ଏତଲା ଦେଇଥିଲେ ଥିଲେ I ଦଳିତ ପରିବାର ଦିନମଜୁରି କରି ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଟଙ୍କା, ସୁନା ରୂପା ଓ ଆସବାବପତ୍ର ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା I ପରେ ଦମକଳବାହିନୀ ନିଆଁ ଲିଭାଇ ଥିଲେ l

'' କିଛି କଥା କିଛି ଅନୁଭୂତି ''

Image
ପ୍ରକୃତିରେ ବନ୍ଧା ଏ ଜୀବନ ----------------------------------------------------------- କାହିଁ କେତେ କାଳରୁ ସେ ବିଷୟରେ ସୂଚନା ସଂଗ୍ରହ କରୁ କରୁ ଆମେ ଆମର ପିଲା ଦିନର ଅଧିକ କିଛି ସ୍ମୃତି କିଛି ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରୟାସ ଜାରି ରଖିଛୁ l ଆମେ ସେସବୁକୁ ସାଇତି ରଖିପାରିନଥିଲେ ମଧ୍ୟ ହୃଦୟ ରେ ସେ ସବୁ ଦେଖି ହେଉଛି l ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ନିଜର କର୍ମମୟ ଜୀବନକୁ ହାଲକା ଫୁଲକା କରିନିଅନ୍ତୁ l ପିଲାଦିନର କିଛି ସ୍ମୃତି କିଛି ଅନୁଭୂତି ପ୍ରଦାନ ଆମେ ଫଟୋ ମାଧ୍ୟମରେ ଦେଖିବାର ସୁଯୋଗ ରହିଛି, ଯାହା କିଛି ସମୟ ପାଇଁ ଆମେ ଫେରିଯିବା ସେହି ଦିନକୁ l           ସେହି ସମୟରେ ଆଲୋକ ବ୍ୟବସ୍ଥା .         ଶୂନଗାଡି କି ମଜା ନେଇଥିଲେ .              ହଳା ରେ ବେଙ୍ଗଳା                ମନୋରଞ୍ଜନ ମାଧ୍ୟମ                ମାଛ ଧରିବା ନିଶା                     ଗୋଟେ ଖୁସି ଆଉ...                     ସକାଳ ଜଳଖିଆ                            ଖେଳ କୁଦ                  ପରିବହନ ବ୍ୟବସ୍ଥା                    ଆମ ଜାଳ କାଠ     ଟିକେ ସିନେମା ଜଗତରେ ପ୍ରବେଶ କରିବା  

ରାସ୍ତା ଦୁରାବସ୍ଥା ପାଇଁ ଅଭିଯୋଗ ଆଣିଲେ ବେଙ୍ଗପାଟିଆ ଗ୍ରାମବାସୀ l

Image
          ରାସ୍ତା ଦୁରାବସ୍ଥା  ର ଦୃଶ୍ୟ  ଯାଜପୁର (କଳିଙ୍ଗନଗର) :- ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ଗ୍ରାମପଞ୍ଚାୟତର ୧ନଂ ୱାର୍ଡ ବେଙ୍ଗପାଟିଆ ଗ୍ରାମ l ଗ୍ରାମରେ ବାସକରନ୍ତି କରନ୍ତି ୨୧୦ ପରିବାର, ଭୋଟର ସଂଖ୍ୟା ୪୩୮ l ଗାଁ ରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ , ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଅଛି l ଗାଁ ର ପ୍ରତ୍ୟେକ ଲୋକ ପନିପରିବା ଚାଷ ଉପରେ ନିର୍ଭର କରି ଚଳନ୍ତି l ଏହି ଗାଁ କୁ ଯାତାୟତ ପାଇଁ ମାନଗୋବିନ୍ଦ ପୁର ଗ୍ରାମରୁ ଗୋଟିଏ ମାତ୍ର  ୨ କିଲୋମିଟର ରାସ୍ତା ଅଛି l ସେହି ରାସ୍ତାଦେଇ ପ୍ରତ୍ୟେକ ଦିନ ସ୍କୁଲ ପିଲା ଚାଷୀମାନେ ଯାତାୟାତ କରିଥାନ୍ତି I ରାସ୍ତାଟି ପ୍ରଥମେ ମାଟି ରାସ୍ତା ଥିଲା ଏବଂ ମଝିରେ ଏକ ଗଣ୍ଡା ନାଳ ଉପରେ ଏକ ସଂକୀର୍ଣ ପୋଲ ଅଛି I ବିଗତ ଦିନ ପରେ ଆଜକୁ ୮ ବର୍ଷ ତଳେ ମାନଗୋବିନ୍ଦ ପୁର ଗ୍ରାମରୁ  ରାସ୍ତା ର କିଛି ଭାଗ ପଞ୍ଚାୟତ ତରଫରୁ କଙ୍କ୍ରିଟ୍ ରାସ୍ତା ନିର୍ମାଣ ହୋଇଛି l ଆଉ ପ୍ରାୟ ଏକ କିଲୋମିଟର ବ୍ୟାପୀ ରାସ୍ତା ପୂର୍ବପରି ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିଛି l ଗଣ୍ଡା ନାଳ ପାଖରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଅସଳାଏ ବର୍ଷା ହେଲେ ମାନଗୋବିନ୍ଦ ପୁର ରୁ ବେଙ୍ଗପାଟିଆ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି l ଗୋଟିଏ ଗାଁ ରୁ ଆଉ ଗୋଟେ ଗାଁ ଯାତାୟତ ବନ୍ଦ ହୋଇଗଲେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଗ୍ରାମବାସୀ ଙ୍କ ଯାତାୟତ ସୁବିଧ

ସରକାରୀ ଯୋଜନା ରୁ ବଞ୍ଚିତ ଦାନଗଦି ବ୍ଲକ ର ମୂଳା ସାର ଗ୍ରାମ l ଅଧୁରା କାର୍ଯ୍ଯକୁ ପୁରା କରିବା କୁ ଦାବି l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ରାଣୀପଡା ପଞ୍ଚାୟତର ମୂଳାସାର ଗ୍ରାମ ରେ ସରକାରୀ ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଛି l ଏହି ଗ୍ରାମର ଭୌଗୋଳିକ ଅବସ୍ଥିତି ହେଉଛି ଏହି ଗ୍ରାମଟି ୩ ଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ଘର ସଂଖ୍ୟା ୧୬୦ ଓ ଲୋକସଂଖ୍ୟା ପ୍ରାୟ ୨୪୦୦ ସମସ୍ତ ହରିଜନ ପରିବାର l ବାଉଁଶ ଖୁଣ୍ଟ ରେ ବିଦ୍ୟୁତ ତାର  ଏହି ଗ୍ରାମ ରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି l ଗାଁ ରେ ସମସ୍ୟା କହିଲେ ବହୁତ୍ କିଛି I ଗାଁ ରେ ବିଜୁଳି ସେବା ଅଛି କିନ୍ତୁ ତାହା ବିପଦ ସଂକୁଳ ଅବସ୍ଥାରେ, ଛୋଟ ଛୋଟ ପିଲାମାନେ ପାଠ ପଢିବାକୁ ଆସୁଥିବା ବିଦ୍ୟାଳୟ ନିକଟରେ ହାତ ପାହାନ୍ତାରେ ଝୁଲୁଛି ବିଜୁଳି ତାର l ଗାଁ ମଧ୍ୟରେ ବିଦ୍ୟୁତ ତାର କାହା ଚାଳ କୁଡିଆ ଉପରେ ଯାଇଛି ତ କେଉଁଠି ବାଉଁଶ ଖୁଣ୍ଟ ଦ୍ଵାରା ସେବା ଯୋଗାଇ ଦିଆଯାଇଛି l  ବିଦ୍ୟାଳୟ ଉପରେ ହାତ ପାହାନ୍ତାରେ ବିଦ୍ୟୁତ ତାର l କେତେବେଳେ ଯେ ବିପଦ ଆସିବ ତାହା ଜଳ ଜଳ ହୋଇ ଦେଖାଯାଉଛି l ଗାଁ ଲୋକେ କେତେଥର ଯେ ଅଭିଯୋଗ କରିଛନ୍ତି କିନ୍ତୁ ବିଦ୍ୟୁତ ଯୋଗାଣ କରି ସଂସ୍ଥା କର୍ଣ୍ଣପାତ କରୁନାହିଁ l ଜିଦି ଭବିଷ୍ୟତ ରେ କୌଣସି ଅଘଟଣ ଘଟେ ସେଥିପାଇଁ ଦାୟୀ ରହିବ କିଏ?   ଅଧୁରା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଦୃଶ୍ୟ  ନିର୍ବାଚନ ସମୟରେ ନେତାମାନେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ

କଳିଙ୍ଗନଗର ରେ ଶ୍ରମିକ ଅଶାନ୍ତି, ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ଗଣଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ନୀଳାଚଳ ଇସ୍ପାତ କାରଖାନା ବନ୍ଦ ହେବା ପୂର୍ବରୁ ଶ୍ରମିକମାନଙ୍କ ଦରମା ପ୍ରଦାନ ନ କରିବା, କାରଖାନା ର ନିଜସ୍ୱ ଖଣିକୁ ଚାଲୁକରିବା, କାରଖାନାକୁ ତୁରନ୍ତ ଚାଲୁ କରିବାରେ ସରକାର ଶୀଘ୍ର ନିଷ୍ପତ୍ତି ନିଅନ୍ତୁ!  ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସେମାନଙ୍କ ମୌଳିକ ଅଧିକାର ତୁରନ୍ତ ପ୍ରଦାନ କରିବାକୁ ଆଗରୁ ମିଳିତ ମଞ୍ଚ ପକ୍ଷରୁ ଲିଖିତ ଅଭିଯୋଗ କରିଛନ୍ତି ରାଜ୍ୟସରକାର ଓ କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, କୌଣସି ସୂତ୍ରରୁ କିଛି ବି ନିଷ୍ପତ୍ତି ଗ୍ରହଣ କରାଯାଇନଥିଲା l ଆର୍ଥିକ ଅନାଟନ କାରଣରୁ ଦୁଇ ଦୁଇ ଜଣ ଙ୍କ ଜୀବନ ଗଲା କିନ୍ତୁ ସରକାର ଅଣଦେଖା କରି ଚାଲିଛନ୍ତି l ଏହି ସବୁ ଦାବିରେ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ସପରିବାର  ଡ଼ୁବୁରୀ ଛକ ଠାରେ ଆଜି ଗଣଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ କରାଯାଇଥିଲା l ସ୍ଥାନୀୟ ବିଧାୟକ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆସିଲେ ନାହିଁ l ଏଥିରୁ ସ୍ପଷ୍ଟ ହୋଇଯାଇଛି ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ଭାରି ଡର! ଏହି ଅଭିଯୋଗ ଆଣିଛନ୍ତି ଆନ୍ଦୋଳନ କାରୀ ମାନେ l କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ରାଜରାସ୍ତାରେ ଶ୍ରମିକ I କୌଣସି ଶ୍ରମିକ ସଂଘ କିମ୍ବା ଇଉନିୟନ୍ ସେମାନଙ୍କ ପାଇଁ ସ୍ଵର ଉଠାଉ ନାହାନ୍ତି ବୋଲି କହିଛନ୍ତି

ବେସାହାରା ଏବଂ ଭୋକିଲା ପିଲାଙ୍କୁ ମିଳିଲା ଥଇଥାନ, '' ରୀତା ଭିଜନ୍ ନ୍ୟୁଜ୍ '' ରେ ଖବର ପ୍ରସାରିତ ପରେ...

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଓଲଳ ଗ୍ରାମପଞ୍ଚାୟତର ଆଦିବାସୀ ସାହି ର ଘଟଣା l ଏହି ସାହି ର ଅସହାୟ ଓ ଭୋକିଲା ପିଲାଙ୍କ ଦୁଃଖଦ ଘଟଣା କୁ ନେଇ ଗତ ତାରିଖ ୭ ସେପଟେମ୍ବର ମାସରେ ଆମେ ଖବର ପ୍ରସାରିତ କରିଥିଲୁ l ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପହଞ୍ଚି ପାରିଛି ଉକ୍ତ ସାହିରେ l ଏହି ସାହିର ଶୁରୁ ମୁଣ୍ଡା ଓ ତାଙ୍କର ସ୍ୱାମୀ ସହିତ ୬ ଟି ପିଲା ବାସକରନ୍ତି l କିଛିଦିନ ତଳେ ସ୍ୱାମୀ ଆରପାରିକୁ ଚାଲିଗଲେ l ତାର ଗୋଟିଏଦିନ ପରେ ପାଞ୍ଚଜଣ ଛୋଟ ପିଲା ଙ୍କୁ ଛାଡି ମାନସିକ ବିକୃତ ମା ' ଶୁରୁ କେଉଁଆଡେ ଚାଲିଯାଇଥିଲା l ଭଙ୍ଗା କୁଡ଼ିଆ ରେ ନା ଖାଇ ପଡିରହିଥିବା ପିଲାଙ୍କ ବିଷୟରେ ଖବର ପ୍ରସାରଣ ପରେ ସ୍ଥାନୀୟ ବିଧାୟକ ସୁକିନ୍ଦା ଓ ଯାଜପୁର ଜିଲ୍ଲା ପ୍ରଶାସନର ନଜରରେ ଆସିଥିଲା l ଯାଜପୁର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ସୁରକ୍ଷା କମିଟି ଆଜି ଏହି ସାହିରେ ପହଞ୍ଚି ଶିଶୁ ମାନଙ୍କୁ ନିଜ ଦାୟିତ୍ଵରେ ନେଇଛନ୍ତି l ଏହି କର୍ଯ୍ୟ ପାଇଁ ଆମ RITA VISION NEWS( Disital News Potal) ଟିମ୍ ତରଫରୁ ଧନ୍ୟବାଦ ଜଣାଉଛୁ l ଏହିଭଳି ଦୁର୍ଦିନ ରେ ରହୁଥିବା ଲୋକଙ୍କ  ଓ ଲୋକମାନେ ସାମାଜିକ ଅଧିକାର ରୁ ବଞ୍ଚିତ ରହୁଥିବା ଖବର ପ୍ରସାରିତ କରି ପ୍ରଶାସନ ର ଦୃଷ୍ଟିକୁ ଆଣିବାକୁ ଆମେ ଯଥା ସମ୍ଭବ ପ୍ରୟାସ କରିବୁ l Umakanta Mohapatra (Rita vision News