ସତାର ମେମୋରିଆଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ l

ଯାଜପୁର (ସୁକିନ୍ଦା) - ଲାୟନ୍ସ କ୍ଲୁବ କଳିଙ୍ଗନଗର ସହାୟତାରେ ସୁକିନ୍ଦାବ୍ଲକ ଅନ୍ତର୍ଗତ କାରିଟୋଲl(ବାଲିଆ)ର ଜେ. ଏ. ଆଦିବାସୀ କ୍ଲବ ପକ୍ଷରୁ ଆୟୋଜିତ ୧୭ତମ ସତ୍ତାର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୩୧ ତାରିଖରେ ଉଦଯାପିତ ହୋଇଯାଇଛି l କୋଭିଡ ୧୯ଫୁଟବଲ ଟିମ ଢେଙ୍କାନାଳ ଓ ନାକଦେଇ ଫୁଟବଲ ଟିମ ସୁକିନ୍ଦା ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ନିର୍ଦ୍ଧାରିତ ସମୟରେ ଗୋଲଶୂନ୍ୟ ଭାବେ ଶେଷ ହେବା ଫଳରେ ଟାଇ ବ୍ରେକର ଜରିଆରେ କୋଭିଡ ୧୯ ଟିମ ୨-୧ ଗୋଲରେ ନାକଦେଇ ଟିମକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା l ମ୍ୟାଚ ପରିଚାଳନା କରିଥିଲେ ଧନୁ ଟୁଡୁ l ଦୁଇଦିନିଆ ଏହି ଟୁର୍ଣ୍ଣାମେଣ୍ଟରେ ୪୦ଟି ଗ୍ରାମାଞ୍ଚଳ ଫୁଟବଲ ଟିମ ଅଂଶ ଗ୍ରହଣ କରିଥିଲେ l ଉଦଯାପନୀ ସଭାରେ ସମାଜସେବୀ ଇଂ ବିଶ୍ୱଜିତ ମହାନ୍ତି ମୁଖ୍ୟ ଅତିଥି,ଲାୟନ୍ସ କ୍ଲବ ସଭାପତି ଡ଼ ମଞ୍ଜୁର ଅଲ୍ଲୀ ପୂର୍ବତନ ସଭାପତି ଚିତ୍ତ ରଞ୍ଜନ ସ୍ୱାଇଁ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଓ ଶିକ୍ଷାବିତ ଧନୁ ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ରନର୍ସ ଅପ୍ ସମେତ ଟିମ୍ ୩ୟ, ୪ର୍ଥ ଓ ୫ମ ସ୍ଥାନ ଅଧିକାର କରିଥିବା ଟିମକୁ ପୁରସ୍କାର ପ୍ରଦାନ କରିଥିଲେ l କ୍ଲବ ପକ୍ଷରୁ ଶିବ ମୁର୍ମୁ, କୁଶଲ ବେସରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ l