ନିରାଡ଼ମ୍ବର ଭାବରେ ପାଳିତ ହେଲା ସହିଦ୍ ଦିବସ, ୧୫ ବର୍ଷ ପରେ ବି ଆଦିବାସୀ ଙ୍କୁ ମିଳୁନାହିଁ ନ୍ୟାୟ I

ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଟାଟା ଷ୍ଟିଲ କାରଖାନା ତିଆରି ପାଇଁ ସରକାର ଓ ଜନତାଙ୍କ ଖଣ୍ଡଯୁଦ୍ଧ ମଧ୍ୟରେ ବଳି ପଡ଼ିଥିଲେ ନିରୀହ ଆଦିବାସୀ ଓ ତା ସହିତ ସହିଦ୍ ହୋଇଛନ୍ତି ପୋଲିସ୍ ଜାନୁଆରୀ ୨, ୨୦୦୬ ରେ ଘଟିଥିବା କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୫ବର୍ଷ ପୁରିଛି । ଏହି ହୃଦୟ ବିଦାରକ ଘଟଣାକୁ ମନେପକାଇବା ପାଇଁ ପ୍ରତ୍ୟେକ ବର୍ଷ ବିସ୍ଥାପନ ବିରୋଧି ଜନମଂଚ ପକ୍ଷରୁ ପାଳନ ହେଉଛି ସହିଦ ଦିବସ । କରୋନାକୁ ଆଖି ଆଗରେ ରଖି ଚଳିତ ବର୍ଷ ପାଳନ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ଜାରି କରିଥିଲେ ଗାଇଡଲାଇନ । ସହିଦ ଦିବସ ପାଳନ ହେବାକୁ ଥିବା ବୀର ଭୂମିରେ ସାନିଟାଇଜର ବ୍ୟବସ୍ଥା ସହ ମାକ୍ସକୁ ବାଧ୍ୟତାମୂଳକ କରାଯାଇଥିଲା । ଏହି ଅବସରରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି ସହିଦ୍ସା ଦିବସ I ମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଇଛି । ଚମ୍ପା କୋଇଲା ଠାରୁ ବୀର ଭୂମି ପର୍ଯ୍ୟନ୍ତ ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ଶୋଭାଯାତ୍ରାକୁ ଚଳିତ ବର୍ଷ ବନ୍ଦ କରାଯାଇଛି । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ନେଇ କଳିଙ୍ଗନଗର ଅତିରିକ୍ତ ଆରଖି ଅଧିକାରୀ କହିଛନ୍ତି । ଦୀର୍ଘ ବର୍ଷ ପରେ ବି ଆମେ ନ୍ୟାୟ ପାଇପାରିଲୁ ନାହିଁ ବୋଲି ଏବେବି କହନ୍ତି ସ୍ଥାନୀୟ ଅଞ୍ଚଳର ଆଦିବାସୀମାନେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !