ସୁକିନ୍ଦା ମହାବିଦ୍ୟାଳୟ ଅଧକ୍ଷଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା l

ଯାଜପୁର (ସୁକିନ୍ଦା): ସୁକିନ୍ଦା ମହାବିଦ୍ୟାଳୟ ଅଧ୍ୟକ୍ଷ କୃଷ୍ଣ ବଲ୍ଲଭ ଶତପଥି ଅବସର ଗ୍ରହଣ କରିଥିବାରୁ କଲେଜ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ଏଥିରେ କଲେଜରେ ପୂର୍ବତନ ଅଧ୍ୟକ୍ଷ ଦୋଳଗୋବିନ୍ଦ ବଳ ଦୁର୍ଯ୍ୟୋଧନ ବେହେରା ଓ ରମାକାନ୍ତ ସାହୁ ପୂର୍ବତନ ଅଧ୍ୟାପକ ହେମନ୍ତ ରାଉତ ଦୀନବନ୍ଧୁ ସେଠି ପଦ୍ମନାଭ ରାଉତ ଅତିଥିଭାବେ ମଞ୍ଚାସୀନ ହୋଇ କଲେଜ କଳେବର ବୃଦ୍ଧିରେ ବିଦାୟୀ ଅଧ୍ୟକ୍ଷଙ୍କ ଅବଦାନ ଅତୁଳନୀୟ ବୋଲି ଅବିହିତ କରିଥିଲେ l ପୂର୍ବତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଦେବେନ୍ଦ୍ର ନାଥ ପାଣିଗ୍ରାହୀ ସୁବାଷ ବାରିକ ବନମାଳୀ ନାୟକ ଶରତ ମହାନ୍ତି ଶିବରାମ ନନ୍ଦ ରାମଚନ୍ଦ୍ର ଧୀର ଡ. ପ୍ରସନ୍ନ ମହାପାତ୍ର ଓ ଅଧ୍ୟାପିକା ସୁନନ୍ଦା ମହାପାତ୍ରଙ୍କ ସମେତ କଲେଜ ଅଧ୍ୟାପକ ଅକ୍ଷୟ ନାୟକ ଡ. ଲକ୍ଷ୍ମୀକାନ୍ତ ଦାଶ ରାଜେନ୍ଦ୍ର ନାରାୟଣ ରାଉଳ ହାଡିବନ୍ଧୁ ଦାସ ରତ୍ନାକର ପହି ଅଧ୍ୟାପିକା ଜ୍ୟୋତିର୍ମୟୀ ସାହୁ, ଅଣଶିକ୍ଷକ କର୍ମଚାରୀ ଚିତ୍ତରଞ୍ଜନ ବେଜ ଉଦ୍ଧବ ବେହେରା ପ୍ରମୁଖ ବିଦାୟୀ ଅଧ୍ୟକ୍ଷ ଜଣେ ଉନ୍ନତିମୂଳକ ଚିନ୍ତାଧାରାର ବ୍ୟକ୍ତି ଥିଲେ ବୋଲି ଅବିହିତ କରି କଲେଜର କଳେବର ବୃଦ୍ଧିରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ l ବିଦାୟୀ ଅଧ୍ୟକ୍ଷ ଶ୍ରୀ ଶତପଥୀ ସମ୍ବର୍ଦ୍ଧନାର ଉତ୍ତର ଦେଇ କଲେଜ ସହିତ ତାଙ୍କର ଦୀର୍ଘ ଦିନର ସମ୍...