ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ନିର୍ମାଣ ହୋଇଛି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର l

ଢେଙ୍କାନାଳ(ଭୁବନ) : - ଗଳିକନ୍ଦିରେ ଠୁଳ ହୋଇ ରହୁଥିଲା ଆବର୍ଜନା। ବିଗାଡୁଥିଲା ସହର ସୌନ୍ଦର୍ଯ୍ୟ। ସୃଷ୍ଟି ହେଉଥିଲା ଗନ୍ଧ ମୟ ପ୍ରବେଶ । ବଢୁଥିବା ମଶାବଂଶ ସାଜୁଥିଲା ସଂକ୍ରାମକ ରୋଗର କାରଣ। ହେଲେ ସେହି ଅଦରକାରୀ ବର୍ଜ୍ୟ ଏବେ ଅନେକଙ୍କୁ କରିଛି ସ୍ବାବଲମ୍ବୀ। ସେଥିରୁ ପ୍ରସ୍ତୁତ ହେଉଥିବା ଜୈବଖତରୁ ସ୍ବଚ୍ଛଳ ହୋଇଛି ଅନେକ ପରିବାରର ଆର୍ଥତ୍କ ସ୍ଥିତି। ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ନିର୍ମାଣ ହୋଇଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ୧୬ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାଙ୍କ ମୁହଁରେ ହସ ଫୁଟାଇଥିବାବେଳେ ଆଗାମୀ ଦିନରେ ଏହାର ସମ୍ପ୍ରସାରଣ କରିବାକୁ ଯୋଜନା ରହିଛି।
ଫସଲରେ ବଢୁଛି କୀଟନାଶକ, ରାସାୟନିକ ସାର ବ୍ୟବହାର। ଏହାଦ୍ୱାରା ଯଦିଓ ଉତ୍ପାଦନ ବୃଦ୍ଧି ପାଉଛି, ତଥାପି ଶରୀର ଉପରେ ପଡୁଛି ଏହାର ପ୍ରତିକୂଳ ପ୍ରଭାବ। ତେଣୁ ସମନ୍ବିତ କୃଷିରେ ଜୈବିକ ସାର ପ୍ରୟୋଗ ଉପରେ ଏବେ ଦିଆଯାଉଛି ପ୍ରାଥମିକତା। ସହରାଞ୍ଚଳରୁ ଦୈନିକ ବାହାରୁଥିବା ବର୍ଜ୍ୟରୁ ଉନ୍ନତମାନର କମ୍ପୋଷ୍ଟ ପ୍ରସ୍ତୁତ କରି ଏହାକୁ କୃଷିକ୍ଷେତ୍ରରେ ବ୍ୟବହାର କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏନ୍‌ଏସି, ପୌରାଞ୍ଚଳ ଏବଂ ମହାନଗର ନିଗମରେ ୨୦୧୯ରୁ ଆରମ୍ଭ ହୋଇଛି ‘ମୋ ଖତ’ ଯୋଜନା। ତଦନୁଯାୟୀ ଭୁବନ ଏନ୍‌ଏସିରେ ୨୦୨୦ରୁ ସ୍ଥାପନ କରାଯାଇଛି ୨ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି)। ଏନ୍‌ଏସିର ୧୪ନଂ. ଓ୍ବାର୍ଡ ରଗଡ଼ି ନାଳ ଏବଂ ୨ନଂ. ଓ୍ବାର୍ଡ ଅଧୀନ ମହିଳା କଲେଜ ନିକଟରେ ଏହି ଦୁଇ ଏମ୍‌ସିସି ରହିଛି। ଏହାର ପରିଚାଳନା ଦାୟିତ୍ୱ ନେଇଛି ସ୍ଥାନୀୟ ଗୋରଖନାଥ ସ୍ବୟଂ ସହାୟକ ଗୋଷ୍ଠୀ। ଖତ ଉତ୍ପାଦନରେ ଏସ୍‌ଏଚ୍‌ଜିର ୧୬ ଜଣ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି। ଏନ୍‌ଏସି ଅନ୍ତର୍ଗତ ୧୫ ଓ୍ବାର୍ଡର ଆବର୍ଜନା ସଂଗୃହୀତ ହୋଇ ଏମ୍‌ସିସିକୁ ଆସୁଛି। ସେଠାରେ ଖତଯୋଗ୍ୟ ବର୍ଜ୍ୟକୁ ପୃଥକୀକରଣ କରାଯିବା ପରେ କମ୍ପୋଷ୍ଟ ପ୍ରସ୍ତୁତ କରାଯାଉଛି। ଅଦ୍ୟାବଧି ଉଭୟ ଏମ୍‌ସିସିରୁ ୧୦୦୦ କେ.ଜି.ରୁ ଊର୍ଦ୍ଧ୍ୱ ଖତ ଉତ୍ପାଦନ ହୋଇସାରିଲାଣି। କେଜି ପ୍ରତି ୨୦ ଟଙ୍କା ଦରରେ ୬୦୦ କେ.ଜି. ବିକ୍ରି ସରିଲାଣି। ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ଏହାର ଲାଭାଂଶ ଦିଆଯାଉଛି। ଆଞ୍ଚଳିକ ବଜାରରେ ‘ମୋ ଖତ’ର ଚାହିଦା ବଢ଼ିବାରେ ଲାଗିଛି। କିଚେନ ଗାର୍ଡେନ, ଫୁଲଚାଷ ଏବଂ ଘରେ ଲଗାଯାଇଥିବା ସୌଖୀନ ଗଛରେ ଏହାକୁ ବ୍ୟବହାର କରାଯାଉଛି। ଆଗାମୀ ଦିନରେ ଏମ୍‌ସିସି ସମ୍ପ୍ରସାରଣ କରିବା ଲାଗି ଯୋଜନା ରହିଛି। ଖତ ଉତ୍ପାଦନ ବଢ଼ିଲେ ବନ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗକୁ ସିଧାସଳଖ ବିକ୍ରି କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।
The Dhenkanal District Bhuban NAC has been set up as a micro-composting center. 
Dhenkanal (Bhuban) : - Garbage was piling up in the alleys. The beauty of the city was deteriorating. A smelly environment was created. The growing mosquito population was responsible for infectious diseases. But that waste has now made many self-sufficient. The financial situation of many families is clear from the biofuels produced from it. The Dhenkanal District Bhuban NAC, built at the Micro Composting Center (M4CC), has a smile on the faces of 14 SHG members, with plans to expand it in the coming days.
 The use of pesticides and chemical fertilizers is increasing in the crop. Although this increases productivity, it still has adverse effects on the body. Therefore, the emphasis is now on the application of organic fertilizers in integrated agriculture. The ‘Mo Fertilizer’ scheme has been launched in NAC, Urban and Metropolitan Corporation under the direction of the state government with the aim of making high quality compost from the daily waste coming out of urban areas and using it in agriculture. Accordingly, two micro-composting centers (MCCs) have been set up in Bhubaneswar NAC since 2020. No. 16 of the NAC. Ward Ragdi Canal and No. 2. The two MCCs are located near the Women's College under the ward. The local Gorakhnath self-help group is responsible for its management. Sixteen SHHG workers are employed in the production of manure. Garbage from 15 wards under the NAC is being collected and coming to the MCC. Compost is being made after the waste is isolated. To date, more than 1,000 kg of manure has been produced from both MCCs. 400 kg at a price of Rs 20 per kg. Sold out. SHHG members are being paid dividends. Demand for this specialty has grown significantly as a result of recent corporate scandals. It is used in kitchen gardens, floriculture, and home-grown luxury plants. There are plans to expand the MCC in the coming days. "If the fertilizer production increases, it will be sold directly to the forest department, the horticulture department and the agriculture department," he said.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !