ସପ୍ତାହର ୫ ଦିନ ଖୋଲାରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ।

ବାରଙ୍ଗ (ବ୍ୟୁରୋ ରିପୋର୍ଟ) : - ସପ୍ତାହର ୫ ଦିନ ଖୋଲାରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ । କରୋନା ସଂକ୍ରମଣ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଦୀର୍ଘ ୩ ମାସ ପରେ ଚିଡିଆଖାନା ବୁଲିଥିଲେ ପର୍ଯ୍ୟଟକ। ତେବେ କରୋନା କଟକଣା ମଧ୍ୟରେ ପର୍ଯ୍ୟଟକକୁ ସୀମିତ ସଂଖ୍ୟାରେ ପ୍ରବେଶ କରିବାକୁ ଅନୁମତି ମିଳିଥିଲା ।
ଉଲ୍ଲେଖଯୋଗ୍ୟ ଯେ, ଗତ ୩ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ । କୋଭିଡ କଟକଣା ଭିତରେ ପର୍ଯ୍ୟଟକ ବୁଲିପାରିବେ ପ୍ରାଣୀ ଉଦ୍ୟାନ । ତେବେ ୧୦ ବର୍ଷରୁ କମ ଓ ୬୫ ବର୍ଷରୁ ବୟସ୍କ ବ୍ୟକ୍ତିଙ୍କୁ ପ୍ରବେଶ ନିଷେଧ କରାଯାଇଛି । ଏହା ସହିତ ଥଣ୍ଡା କାଶ ଥିଲେ ପ୍ରବେଶ ନିଷେଧ କରାଯାଇଛି । ଚିଡିଆଖାନା ଭିତରେ ବୁଲିବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ିକୁ ଅନୁମତି ମିଳିନାହିଁ । ଏମିତି କି ବୋଟିଂ ପାଇଁ ମଧ୍ୟ ଅନୁମତି ଦିଆଯାଇନାହିଁ । ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯାଉଛି । ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡ୍ ଲାଇନ୍ ରେ ଅନୁମତି ମିଳିଥିଲା ।
ମୁଖ୍ୟ ଗେଟରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟଟକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ରଖିବାକୁ ନିର୍ଦ୍ଦେଶ ରହିଛି । ସେହିପରି ବଟାନିକାଲ ଗାର୍ଡେନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ କରୋନା କଟକଣା ମାନିବେ । ତେବେ ବର୍ତ୍ତମାନ ବଟାନିକାଲ ଗାର୍ଡେନରେ ବଣଭୋଜିକୁ ବନ୍ଦ ରଖାଯାଇଛି ।
The Nandankanan Zoo will be open five days a week.
Baranga (Beuro Report) : - The Nandankanan Zoo will be open 5 days a week. Nandankanan will be closed on Saturday and Sunday. Nandankanan authorities have made such a decision due to the corona infection. Tourists toured the zoo after a long 3 months. However, a limited number of tourists were allowed to enter the area.
 Nandankanan Zoo and Botanical Gardens have been open to tourists since March 3. Zoos can be visited by zoos within the Kovid cut. However, people under the age of 10 and those over the age of 45 are not allowed to enter. In addition, access is prohibited if there is a cold cough. Battery-operated vehicles are not allowed to roam inside the zoo. Even boating is not allowed. A small number of spectators are being allowed into Nandankanan. The state government had given permission for the opening of Nandankanan in the August guidelines.
 Thermal screening and sanitation have been made mandatory at the main gate. Tourists are instructed to wear social masks and keep social distance. Tourists visiting the Botanical Gardens will also be rewarded. The Botanical Gardens are now closed to the public.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !