ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ମା ଓ ଚାରିବର୍ଷ ର ଶିଶୁ ଗୁରୁତର l ଉତ୍ତ୍ଯେକ୍ତ ଲୋକେ କାର୍ ପୋଡ଼ିଦେଲେ l

ଯାଜପୁର (କଳିଙ୍ଗନଗର)ତା ୦୮/୧ :- ଡୁବୁରୀ - ଚଣ୍ଡିଖୋଲ ଜାତୀୟ ରାଜପଥର ଗୋଲାଗାଁ, ବାଇସାହି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ ସନ୍ଧ୍ୟା ପାଖାପାଖି ୬ ଟା ସମୟରେ ଡୁବୁରୀ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ କାର୍ (OD04N 8167) ଅପର ପକ୍ଷରୁ ଆସୁଥିବା ଏକ ମୋଟରସାଇକଲ୍ ସହିତ ମୁହାମୁହିଁ ଧକ୍କା ଦେଇଥିଲା I ଫଳରେ ମୋଟରସାଇକଲ୍ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଶିଶୁ ପୁତ୍ର ଗୁରୁତର ଭାବେ ଆହତ ହୋଇଥିଲେ l ସ୍ଥାନୀୟ ଲୋକେ କ୍ରୋଧାନ୍ବିତ ହୋଇ ଧକ୍କା ଦେଇଥିବା କାର୍ ଟିରେ ନିଆଁ ଲଗାଇ ଦେଇଥିଲେ l କାର ରେ ଥିବା ଦୁଇଜଣଙ୍କୁ ପ୍ରବଳ ମାଡ ମାରିଥିବା ଜଣା ପଡିଛି l ମୃତ ବ୍ୟକ୍ତି ଜଣକ ଦାନଗଦୀ ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ଅଙ୍କୁରାପାଳଗାଁ ର ଗୁଲୁ ରାମେୟ (୪୦) ବୋଲି ଜଣାପଡିଛି Iମୃତ ଗୁଲୁ ର ସ୍ତ୍ରୀ ଓ ୪ ବର୍ଷର ଶିଶୁ ପୁତ୍ର କୁ ଗୁରୁତର ଅବସ୍ଥାରେ ଟାଟା ମେଡିକା ହସ୍ପିଟାଲ କୁ ନିଆଯାଇଛି I କଳିଙ୍ଗନଗର ପୋଲିସ୍ ଖବର ପାଇ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି କୁ ପଂଚନାମା ପାଇଁ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଛି I ଜଳନ୍ତା କାର୍ ଟିକୁ ଲିଭାଇବା ପରେ କାର୍ ଚାଳକ ଏବଂ ଅନ୍ୟଜଣେ ମୋଟ ଦୁଇଜଣଙ୍କୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !