ଏକ ବର୍ଷର ଶିଶୁ ପୁତ୍ର ମୃତ୍ୟୁ କୁ ନେଇ ବଡ଼ ଅଭିଯୋଗ ଆଣିଲେ ବାପା ମା l

ଯାଜପୁର(ବ୍ୟୁରୋ ରିପୋର୍ଟ) :- ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ବର୍ଷର ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ବାପା ମା l ସୂଚନା ଅନୁଯାୟୀ ଶଙ୍ଖଚିଲା ସ୍ଥିତ ବରେଇ ଗ୍ରାମର ଉଜ୍ଜଳ ପ୍ରଧାନ ଓ ତାଙ୍କ ସ୍ୱାମୀ ଆନନ୍ଦ ପ୍ରଧାନଙ୍କ କୌଣସି ପୁଅ ଝିଅ ନଥିବାରୁ ସେ ତାଙ୍କ ଶଳା ଦୟା ଦେହୁରୀଙ୍କ ୩ ମାସର ଶିଶୁ ପୁଅକୁ ପୌଷ୍ୟ ପୁତ୍ର ଭାବେ ରଖି ପାଳିଥିଲେ l ଶିଶୁ ପୁତ୍ରର ନାଁ ସାଇ ଦେହୁରୀ ହୋଇଥିବାବେଳେ ତାଙ୍କୁ ଦୀର୍ଘ ୭ ମାସ ଧରି ଲାଳନ ପାଳନ କରି ଚାଲିଥିଲେ, କିନ୍ତୁ ହଠାତ ଆଜି ସକାଳୁ ଶିଶୁଟିର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଚିକତ୍ସା ନିମନ୍ତେ ଯାଜପୁର ରୋଡ଼ ଗଣେଷ ମାର୍କେଟ ସ୍ଥିତ ଡାକ୍ତର ତାଜମୁଲ ହକ ହୋମିଓ କ୍ଲିନିକରେ ଚିକିତ୍ସା କରିଥିଲେ l ଡାକ୍ତର ତାଙ୍କୁ ଔଷଧ ଦେଇଥିଲେ କିନ୍ତୁ ଔଷଧ ଖାଇବାପରେ ଶିଶୁଟି ରକ୍ତ ବାନ୍ତି କରିବାରୁ ତୁରନ୍ତ ନିକଟସ୍ଥ ଯାଜପୁରରୋଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାକୁ ପ୍ରାଥମିକ ଚିକତ୍ସା ପରେ ମୃତ ଘୋଷଣା କରିଥିଲେ ବୋଲି କହନ୍ତି ମା ଉଜ୍ଜଳ ପ୍ରଧାନ l ଅନ୍ୟପଟେ ହୋମିଓ ଡାକ୍ତର ତାଜମୁଲ ହକ କୌଣସି ଭୁଲ ଔଷଧ ଦେଇନାହାଁନ୍ତି ବୋଲି ନିଜର ଚିକତ୍ସାକୁ ନେଇ ପ୍ରତିକ୍ରିୟା ରଖିଥିଲେ I 
ଏନେଇ ଯାଜପୁର ରୋଡ଼ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ସହ ଏସ.ଆଇ ନିର୍ମଳ ଚନ୍ଦ୍ର ସାହୁ ଓ ଏସ.ଆଇ ଜ୍ୟୋତିରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁର ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ନିକଟସ୍ଥ ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ I ତେବେ ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଯାଜପୁର ରୋଡ଼ ପୋଲିସ I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !