ଜଖପୁରା ପଞ୍ଚାୟତରେ ଖୋଲିଲା ଧାନ ମଣ୍ଡି l

ଯାଜପୁର (କଳିଙ୍ଗନଗର)୦୯/୧ :- ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ପଞ୍ଚାୟତ ରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ରେ ସୋମବାର ଦିବା ୧୧ ଘଟିକା ରେ ସମବାୟ ସମିତି ର ସମସ୍ତ ସଭ୍ଯ ଓ ଚାଷୀ ଙ୍କ ଉପସ୍ଥିତ ରେ ଧାନମଣ୍ଡି ପାଇଁ ବ୍ଯବହାର ହେବାକୁ ଥିବା କଣ୍ଟା କୁ ପୂଜାଅର୍ଚ୍ଚନା କରି ମଣ୍ଡି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଜଖପୁରା ପ୍ରାଥମିକ ସମବାୟ ସମିତି ଲିଃ ର ୨୭୯ ଜଣ ଚାଷୀ ୬୪୦୦ କୁଇଣ୍ଟାଲ ଧାନ ଦେବାପାଇଁ ଟୁକନ ପାଇଥିବା ବେଳେ ୨ ଜଣ ମିଲର ଙ୍କ ଦ୍ବାରା ଏହି ଧାନ କୁ ନେବା ପାଇଁ ବ୍ଯବସ୍ଥା କରାଯାଇଛି। ଆଶୀର୍ବାଦ ଆର୍ଗୋ ଓ ଏଜିଏସ ଆର୍ଗୋ ଏହି ଦୁଇ ମିଲର ଚାଷୀଙ୍କଠାରୁ ଟୁକନ୍ ଧାର୍ଯ୍ୟ ଅନୁଯାୟୀ ଧାନ କିଣିବେ I ଆଶୀର୍ବାଦ କୁ ଏକହଜାର କୁଇଣ୍ଟାଲ ଧାନ ନେବା ବେଳେ ଏଜିଏସ ୪୪୦୦ କୁଇଣ୍ଟାଲ ଧାନ ନେବା ପାଇଁ ସରକାର ଙ୍କ ସହିତ ଅନୁବନ୍ଧିତ ହୋଇଥିବା ସୂଚନା ମିଲିଛି । ଏହି ଉଦଘାଟନ ଉତ୍ସବ ରେ ସମବାୟ ସମିତି ର କାର୍ଯ୍ୟକାରୀ ସଭାପତି ସୋନାଲି ପହି ବିଧି ଅନୁସାରେ ନଡିଆ ବାଡେଇ ଧାନ କଣ୍ଟା କୁ ଉଦଘାଟନ କରିଥିଲେ l ସମବାୟ ସମିତି ର ସମସ୍ତ ସଭ୍ଯ ସଭ୍ଯା ଯଥା କାଳନ୍ଦୀ ସେଠୀ, ଦେବେନ୍ଦ୍ର ପଣ୍ଡା,ପଦ୍ମନାଭ ପହି,ଅରୁଣ ସାମଲ,ସ୍ମୁତିରଞ୍ଜନ ନାୟକ,ଉଦୟ ରାଉତ, ଲକ୍ଷ୍ମୀ ପ୍ରିୟା ବ୍ରହ୍ମ,ଦୟାନିଧୀ ସାହୁ, ପଦ୍ମନାଭ ବେହେରା,ଶରତ ସେଠୀ, ପ୍ରଶାନ୍ତ ନାୟକ, ସମବାୟ ସମିତି ର ସମ୍ପାଦକ ହୂର୍ଷିକେଷ ପୂଷ୍ଟି ଓ ବହୁ ଚାଷୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !