ଝାଡ଼ଖଣ୍ଡ ର ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନଙ୍କ ସପଥ ଗ୍ରହଣ l

   ବ୍ୟୁରୋ ରିପୋର୍ଟ :- ତୃତୀୟ ଥର ପାଇଁ ଝାରଖଣ୍ତର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ରାଜ୍ୟପାଳ ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ୩୧ ଜାନୁଆରୀ ୨୦୨୪ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜେଲରୁ ମୁକୁଳିବା ପରେ ସେ ପୁଣିଥରେ ସିଏମ୍ ଭାବେ ଶପଥ ନେଇଛନ୍ତି ।ଝାରଖଣ୍ତ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ହେମନ୍ତ ସୋରେନଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତୃତୀୟ ଥର ପାଇଁ ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବୁଧବାର ଦିନ ଚମ୍ପାଇ ସୋରେନ ସିଏମ ପଦରୁ ଇସ୍ତଫା ଦେଇଥିଲେ । ନିକଟରେ ହେମନ୍ତ ସୋରେନଙ୍କୁ ହାଇକୋର୍ଟ ଜମି ସମ୍ବନ୍ଧୀୟ ଅର୍ଥ ହେରଫେର ମାମଲାରେ ଜାମିନ ପ୍ରଦାନ କରିଥିଲେ। ଏହା ପରେ ବୁଧବାର ଇଣ୍ଡିଆ ଆଲାଇନ୍ସର ବୈଠକରେ ଚମ୍ପାଇ ସୋରେନଙ୍କ ସ୍ଥାନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସହମତି ପ୍ରକାଶ ପାଇଥିଲା ।ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଜାନୁଆରୀ ୩୧ ରେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ସେ ଇଡି ହେପାଜତରେ ଥିବାବେଳେ ସିଏମ ପଦରୁ ଇସ୍ତଫା ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ । ଜୁନ ୨୮ ରେ ହେମନ୍ତ ସୋରେନଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଜାମିନରେ ଆସିବା ପରଠାରୁ ସୋରେନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଏହାରି ମଧ୍ୟରେ ଗତକାଲି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ । ଗତକାଲି ସଂନ୍ଧ୍ୟାରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ଭେଟି ନିଜର ଇସ୍ତଫାପତ୍ର ଦେଇଥିଲେ ।ସୂଚନାଥାଉ ଯେ, ୨୦୦୦ ମସିହା ନଭେମ୍ବର ୧୫ରେ ବିହାରରୁ ଅଲଗା ହୋଇ ଝାଡଖଣ୍ଡ ରାଜ୍ୟ ଗଠନ କରାଯାଇଥିଲା । ୨୪ ବର୍ଷ ରେ ଏବେ ଯାଏଁ ୧୨ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ହେମନ୍ତଙ୍କ ନୂଆ ସରକାରରେ ଝାଡଖଣ୍ଡରେ ୧୨ଜଣ ମନ୍ତ୍ରୀ ହୋଇଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !