ନୀଳାଚଳ ଇସ୍ପାତ କାରଖାନା ଦ୍ଵାରା ନୂତନ ଶ୍ରେଣୀଗୃହ ଉଦଘାଟିତ l
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଚଳିତ ମାସ ୭ ତାରିଖରେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଓଲ୍ଲଳ ଗ୍ରାମରେ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଲ୍ଲଳ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଦ୍ୱାରା ନିର୍ମିତ ନୂତନ ଶ୍ରେଣୀଗୃହ କୁ (ଏନ୍ଆଇଏନ୍ଏଲ୍)ର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର କୁମାର ମେହେଟ୍ଟା ଉଦଘାଟନ କରିଛନ୍ତି। ଏହି ଅବସରରେ ଓଲ୍ଲଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା ଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସ୍ଥାନୀୟ କମ୍ୟୁନିଟି ସଦସ୍ୟ ଏବଂ ବିଦ୍ୟାଳୟ ପରିଚାଳନା ସମିତି (ଏସ୍ଏମ୍ସି) ସଦସ୍ୟମାନେ ସାମିଲ ହୋଇଥିଲେ। ଏହି ଅବସରରେ ଏନଆଇଏନଏଲ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ, ଫୁଟ ବଲ, ଫ୍ଲାଇଂଡିଶ, ଦଉଡି ଡିଆଁ ଏବଂ ବ୍ୟାଟ ଭଳି ବିଭିନ୍ନ କ୍ରିଡା ଉପକରଣ ଆଦି ପ୍ରଦାନ କରିଥିଲେ।
୧୬୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ଏହି ଶ୍ରେଣୀଗୃହ କାରଖାନାର ଆଖପାଖ ଗ୍ରାମାଞ୍ଚଳ ଓ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ପାଇଁ ଶିକ୍ଷାଦାନ ରେ ସକାରାତ୍ମକ ବାତାବରଣ ସୃଷ୍ଟି କରିବ । ଏନ୍ଆଇଏନ୍ଏଲ୍ ସହଯୋଗରେ ଏହା ହୋଇପାରିଛି। ଏହା ଆଖପାଖ ଗାଁର ପ୍ରାୟ ୧୯୦ ଜଣ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାଦାନ ବାତାବରଣ ପ୍ରଦାନ କରିବ।
ଉଦଘାଟନୀ ଉତ୍ସବରେ ସୁଧୀର କୁମାର ମେହେଟ୍ଟା କହିଛନ୍ତି, କଳିଙ୍ଗନଗର ବାସୀଙ୍କ ପାଇଁ ତୃଣମୂଳ ସ୍ତରରେ ଶିକ୍ଷାର ସଶକ୍ତୀକରଣ ପାଇଁ ଆମର ମିଳିତ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଏହି ନୂତନ ଶ୍ରେଣୀଗୃହ ନିର୍ମାଣ କରାଯାଇଛି। ଏହା ଏକ ସୁରକ୍ଷିତ ଏବଂ ଶୈକ୍ଷିକ ବାତାବରଣ ପ୍ରଦାନ କରି, ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବ, ପ୍ରତ୍ୟେକ ପିଲାଙ୍କ ଶିକ୍ଷା ଆବଶ୍ୟକତାକୁ ପୂରଣ କରିବ। ଏହି ନୂତନ ଶ୍ରେଣୀଗୃହ ଛାତ୍ରଛାତ୍ରୀମାନଙ୍କ ଦୀର୍ଘକାଳୀନ ଅଭିବୃଦ୍ଧିରେ ସହାୟକ ହେବ। ପିଲାମାନଙ୍କୁ ସେମାନଙ୍କ ଜୀବନର ଲକ୍ଷ ସ୍ଥଳରେ ପହଞ୍ଚାଇବ ପାଇଁ ପଥପ୍ରଦର୍ଶନ କରିବ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.