କଲେଜରେ ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ l
ଯାଜପୁର /ଦାନଗଦୀ ୧୩/୧ : - ଦାନଗଦୀ ବ୍ଲକ ଅନ୍ତର୍ଗତ ଟୋଲକାନୀସ୍ଥିତ ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ୧୩ ତାରିଖରୁ ଆରମ୍ଭ ହୋଇ ୨୨ତାରିଖରେ ଉଦଯାପିତ ହେବାକୁଥିବା ଏହି ଶିବିରକୁ ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଡ.କ୍ଷିରୋଦ ଚନ୍ଦ୍ର ବେହେରା, ଅଧ୍ୟାପିକା ମୀରାମ୍ବିକା ସାହୁ, ପାରିଜାତ ମହାନ୍ତି, ଅଧ୍ୟାପକ ରଞ୍ଜନ କୁମାର ସାହୁ, ଗୋବର୍ଦ୍ଧନ ସାହୁ, ବାଇଧର ସାହୁ, ଶ୍ରୀମନ୍ତ ନାୟକ ପ୍ରମୁଖ ଯୋଗଦେଇ ଏହି ପ୍ରଶିକ୍ଷଣ ପିଲାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଶିକ୍ଷିକା ମିନତୀ ନାୟକ ଓ ରୂପଶ୍ରୀ ଲେଙ୍କା ଯୋଗଦେଇ ୧୬୦ଜଣ ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପିଲାମାନଙ୍କ ଦ୍ଵାରା ବନ୍ଦେ ଉତ୍କଳଜନନୀ ଗାନ କରାଯାଇଥିଲା। ଏହାକୁ ନୋଡାଲ ଅଫିସର ଅଧ୍ୟାପକ ରଞ୍ଜନ କୁମାର ଖଣ୍ଡା ପରିଚାଳନା କରିଥିଲା ବେଳେ ସଂଯୋଜିକା ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ।
ପରେ ପିଲାମାନଙ୍କୁ ଆତ୍ମସୁରକ୍ଷା ର ବିଭିନ୍ନ କୌଶଳ ସମ୍ପର୍କରେ ପ୍ରଶିକ୍ଷକ ଦ୍ବୟ ପ୍ରଶିକ୍ଷଣ ଦେଇଥିଲେ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.