ତୁରା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୨ତମ ବାର୍ଷିକ ସାଂସ୍କୃତିକ ଉତ୍ସବ ରେ ଯୋଗଦେଲେ ମନ୍ତ୍ରୀ l

ଯାଜପୁର :- ଦାନଗଦୀ ବ୍ଳକ୍ ଉଚ୍ଚବାଲି ପଞ୍ଚାୟତର ତୁରା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୨ତମ ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍
ଘନଶ୍ୟାମ ଜେନାଙ୍କ ପରିଚାଳନାରେ
ଆୟୋଜିତ ସଭାରେ ମୁଖ୍ୟଅତିଥ୍ ଭାବେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ଯୋଗଦେଇ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟର ସମସ୍ ଛାତ୍ରଛାତ୍ରୀ ବିବେକାନନ୍ଦଙ୍କ ପରି ଯଶସ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ବ୍ରାହ୍ମଣୀପାଳସ୍ଥ ଟାଟା ଷ୍ଟିଲ ମ୍ୟାନେଜର ଅନୁପ ସିଂ,ଦାନଗଦୀ ବ୍ଲକ୍ ଶିକ୍ଷାଧ୍ୟାକାରୀ ଶୁଭ୍ରାଂଶୁ ପୁହାଣ, ପ୍ରାକ୍ତନ ଶିକ୍ଷାଧିକାରୀ ଶରତ ରାଉତ, ଯୁବ ରାଜନେତା ତଥା ସମାଜସେବୀ ପ୍ରତାପ ଚନ୍ଦ୍ର ଧିର , ଦାନଗଦୀ ବ୍ଳକ ସାଂସଦଙ୍କ ପ୍ରତିନିଧି ରବୀନ୍ଦ୍ର ମୋହନ ଜେନା ପ୍ରମୁଖ ସମ୍ମାନିତ
ଅତିଥ୍ୟ ଭାବେ ଯୋଗଦେଇ ଏହି ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳ ପାଇଁ ଯଥେଷ୍ଠ ସୁନାମ ଆଣିଦେଇଛି ବୋଲି କହିଥିଲେ।ଶିକ୍ଷକ ବିଜୟ ସାହୁ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଅଧ୍ୟାପକ ଅଜୟ ସାହୁ ମଞ୍ଚ ପରିଚାଳନାରେ ସହଯୋଗ
କରିଥିଲେ। ବିଦ୍ୟାଳୟ ପକ୍ଷରୁ ଦୁଇ କୃତି ଶିକ୍ଷକ ଅଧିକାରୀ ନାୟକ ଓ ବିଜୟ ସାହୁଙ୍କୁ ଚଳିତ ବର୍ଷର ବିବେକାନନ୍ଦ ସମ୍ମାନ ପ୍ରଦାନ କରାଯାଇଥିଲା। ବ୍ଲକ୍ ଓ ରାଜ୍ୟ ସ୍ତରରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।