Posts

ଢେଙ୍କାନାଳ ଜିଲ୍ଲାରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା..

Image
ଢେଙ୍କାନାଳ - (ବ୍ୟୁରୋ) ଜିଲ୍ଲାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉତ୍ସବ ପାଳନ ଅବସରରେ, ଢେଙ୍କାନାଳର ସହର ଉତ୍ସବମୁଖର ରହିଛି, ଏବଂ ଭକ୍ତମାନେ ଦର୍ଶନ ଓ ମେଳାର ମଜା ବି ନେଇଛନ୍ତି l ଓଡିଶା ରେ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ପ୍ରସିଦ୍ଧ, ତେଣୁ ଜନସାଧାରଣ ଅପେକ୍ଷା କରିଥାନ୍ତି ଏହି ଦିନକୁ l ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ ଦେଖିବାକୁ ମିଳିଥାଏ l ବାସ୍ତବରେ ଏହା ନିଆରା ପରମ୍ପରା, ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ହେଭିୱେଟ୍ ନେତାମାନେ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ l ମା ଲକ୍ଷ୍ମୀ ଙ୍କୁ ଦର୍ଶନ କରିବା ସହିତ ଅଞ୍ଚଳରେ ସାଂଗଠନିକ ସମ୍ପର୍କରେ ଯୋଡିହୋଇ ଜନସାଧାରଣଙ୍କ ନିକଟତର ହୋଇଥାନ୍ତି l ଗତ ୧୬ ତାରିଖ ଦିନ ସନ୍ଧ୍ୟାରେ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ପୂର୍ବତନ  ସାଂସଦ ଶ୍ରୀଯୁକ୍ତ ରୁଦ୍ର ପାଣି, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ପାତ୍ର, ଜିଲ୍ଳା ସଭାପତି ବିଭୂତି ପ୍ରଧାନ, ରାମଚନ୍ଦ୍ର ପାତ୍ର, ପୂର୍ବତନ ସରପଞ୍ଚ ପ୍ରଦୀପ ଦାସଙ୍କ ସମେତ ଜିଲ୍ଲା ସମ୍ପାଦକ ବିଷ୍ଣୁ ଲେଙ୍କା ଓ ରତିକାନ୍ତ ସାହୁ, ସହ ସହ ସଂଖ୍ୟାରେ ସମର୍ଥକ ମାନେ ବିଭିନ୍ନ ପୂଜାମଣ୍ଡପ ବୁଲିଦେଖିଥିଲେ l RITA VISION 

ଗଜପତି ଜିଲ୍ଲାର Nalsa'smela

Image
ଗଜପତି - (ବ୍ୟୁରୋ) ଜିଲ୍ଲାର ପ୍ରସିଦ୍ଧ ନାଳସା ପାଇଁ ଅଞ୍ଚଳ ଚଳଚଂଚଳ ନମସ୍ତେ ମେଳାର ମଜା ନେବା ସହିତ ବିଭିନ୍ନ ସରକାରୀ ସେବା ବାବଦରେ ଅବଗତ କରାଇବା ପାଇଁ ଏକ ସ୍ଵତନ୍ତ୍ର ପ୍ରୟାସ l ପ୍ରଶାସନର ଆୟୋଜନ ରେ ଏଠରେ ଦେଖିବାକୁ ମିଳିବ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଜିନିଷ l ଏହି ଅବସରରେ ଆମେ ଆପଣଙ୍କୁ କିଛି ଝଲକ ଦେଖିବାକୁ ସୁଯୋଗ ଦେଉଛୁ l ବିଭିନ୍ନ ସରକାରୀ ବିଭାଗ ଓ ସ୍ବୟଂସହାୟକ ଗୋଷ୍ଠୀ ମାନଙ୍କର ଷ୍ଟଲ୍ ର ବ୍ୟବସ୍ଥା କରାଯାଇଛି l ଗଜପତି ଜିଲ୍ଲାର ବାସିନ୍ଦା ଏହାର ଭରପୂର ମଜା ନେବେ ବୋଲି ଆଶା କରାଯାଉଛି l RITA VISION 

ନୀଳାଚଳ ସାହିତ୍ୟ ସଂସଦ, ଧବଳଗିରି, ଯାଜପୁର

Image
ଯାଜପୁର - ଯାଜପୁର ରୋଡ଼ :ଯାଜପୁର ଜିଲ୍ଲାର ଏକ ସାହିତ୍ୟିକ ଅନୁଷ୍ଠାନ ନୀଳାଚଳ ସାହିତ୍ୟ ସଂସଦ ରହିଛି l ଏହି ଅନୁଷ୍ଠାନ ବିଭିନ୍ନ ପ୍ରକାରର ସାହିତ୍ୟ୍, କବିତା ସଙ୍କଳନ, ଓ ସାମାଜିକ ବିକାଶ କଳା ସାହିତ୍ୟ ଚଳଣି କୁ ଅନୁସରଣ କରିବା ସହିତ ଶାଶ୍ୱତ ସାହିତ୍ୟକୁ ଉପସ୍ଥାପନା କରାଇଥିବାରୁ ଓଡିଶା ବାସୀଙ୍କୁ ସ୍ଵାଗତ ଜାଣୁଛନ୍ତି l ଏହି  ଗଠନମୂଳକ ସାହିତ୍ୟ, କବିତା ସଙ୍କଳନ ପ୍ରକାଶିତ ପୁସ୍ତିକା ଆଲେଖ୍ୟ ସମାଜରେ ପରିବର୍ତ୍ତନ କରିବା ପାଇଁ ପ୍ରୟାସ ଜାରି ରଖିଛି l ଏହି ନୀଳାଚଳ ସାହିତ୍ୟ ସଂସଦ ତାର ବାର୍ଷିକୋତ୍ସବ ଆସନ୍ତା ଡିସେମ୍ବର ୨୮ ତାରିଖରେ ପାଳନ କରିବା ପାଇଁ ପ୍ରସ୍ତୁତ କରୁଅଛି l ସମାଜର ସମସ୍ତ ସାହିତ୍ୟପ୍ରେମୀ ଓ ସାହିତ୍ୟକ ଏହାର ସହଯୋଗୀ ହେବାକୁ ଓ ପ୍ରୋତ୍ସାହନ ଦେବା ନିମନ୍ତେ ସଂଶ୍ଲିଷ୍ଟ ରହିବାକୁ ନିବେଦନ କରାଯାଇଛି l ଏହି ଅନୁଷ୍ଠାନ ରେ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ ଓ ଔପନ୍ୟାସିକ ମାନଙ୍କୁ ନେଇ ଗଠିତ ହୋଇଥିବା ବେଳେ ସାମାଜ କୁ ସୁବାର୍ତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ଧନ୍ୟବାଦ l RITA VISION 

ପ୍ରକୃତ ଦେବୀଙ୍କର କାର୍ଯ୍ୟକ୍ରମରେ...

Image
ବ୍ୟୁରୋ - ପାର୍ବଣ ର ମାସ ଆସିବା ପୂର୍ବରୁ ଆମେ ପାରମ୍ପରିକ ରୀତିରେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ରେ ହିଁ କରିଥାଉ l କିନ୍ତୁ ଆପଣମାନଙ୍କ ଅଗୋଚରରେ ଦେବୀଙ୍କ ପ୍ରକୃତ ରୂପ ଧାରଣ ର କିଛି ଦୃଶ୍ୟକୁ ଆମେ ଏଠାରେ ଦୃଶ୍ୟମାନ କରାଇବୁ l ପ୍ରକୃତରେ ନାରୀ ନୁହେଁ ତୁ ନାରାୟଣୀ, ଏହାକୁ ଆମେ ସମସ୍ତେ ସଠିକ୍ ଭାବେ ବୁଝିବା ପାଇଁ ସବୁବେଳ ଚେଷ୍ଟା କରିବା ଉଚିତ୍ l ଆମେ ସମସ୍ତେ ଏହି ନାରୀ ରୂପିଣୀ ଦେବୀ ଦୁର୍ଗାଙ୍କ ପୂଜା କରନ୍ତି l ମାତ୍ର ୯ ଦିନ ଧରି ବହୁ ରୀତି ନୀତି ନେଇ ପୂଜାକରନ୍ତି l ସେହି ଦିନଠାରୁ ବାକି ୧୨ ମାସ ସେ ଦେବୀ ରୂପକ ନାରୀ କେମିତି ଜୀବନଶୈଳୀ ରେ ବଞ୍ଚି ରହେ ଓ ପରିବାର କଲ୍ୟାଣ ପାଇଁ କଣ ପଦକ୍ଷେପ ନିଏ ଫଟୋ ଉପରେ ନଜର ପକାନ୍ତୁ l Rita vision 

RITA VISION : ଢେଙ୍କାନାଳ - ବାଲୁକା ଶିଳ୍ପୀ ସୁବ୍ରତ ମହାରଣା କମାଲ Rit...

RITA VISION : ଢେଙ୍କାନାଳ - ବାଲୁକା ଶିଳ୍ପୀ ସୁବ୍ରତ ମହାରଣା କମାଲ Rit... : ଢେଙ୍କାନାଳ - ବାଲୁକା ଶିଳ୍ପୀ ସୁବ୍ରତ ମହାରଣା ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ଗାଆଁ ସିମିନାଇ ଗ୍ରାମର ସୁବ୍ରତ ମହାରଣା l ବାଲି ଉପରେ କରନ୍ତି ତାଙ୍କର କାରୁକାର୍ଯ୍ୟ...

ଢେଙ୍କାନାଳ - ବାଲୁକା ଶିଳ୍ପୀ ସୁବ୍ରତ ମହାରଣା କମାଲ Rita vision

Image
ଢେଙ୍କାନାଳ - ବାଲୁକା ଶିଳ୍ପୀ ସୁବ୍ରତ ମହାରଣା ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ଗାଆଁ ସିମିନାଇ ଗ୍ରାମର ସୁବ୍ରତ ମହାରଣା l ବାଲି ଉପରେ କରନ୍ତି ତାଙ୍କର କାରୁକାର୍ଯ୍ୟ ପୂର୍ଣ୍ଣ ଜୀବନ୍ତ ପ୍ରତିମା ନିର୍ମାଣ l ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଉତ୍ସବ ପାଳନ ଅବସରରେ ଢେଙ୍କାନାଳର ଷ୍ଟାଡିୟମ ପରିସରରେ କରିଛନ୍ତି ଏହି ବାଲୁକା କଳା ପ୍ରଦର୍ଶନ l ଗୋଟିଏ ଗୋଟିଏ ବାଲୁକା ଶିଳ୍ପ ପାଇଁ ଦରକାର କରନ୍ତି ୪ ଟନ ବାଲି ସମୟ ଲାଗିଥାଏ ୧୦ ଘଣ୍ଟା l ଅକ୍ଲାନ୍ତ ପରିଶ୍ରମ କରି ସେ ହାତେଇ ନେବାରେ ସଫଳ ହୋଇଛନ୍ତି ଅନେକ ସମ୍ମାନ l 

ଯାଜପୁର - ଚାଷୀମାନଙ୍କ ବିକ୍ଷୋଭ

Image
ଯାଜପୁର /ଦାନଗଦି - ୧୮/୧୦/୨୦୧୯ ଦାନଗଦି ତହସିଲ ଅନ୍ତର୍ଗତ ବାଲିଆପାଳ, ବାଘୁଆପାଳ ଓ ମଣ୍ଡପଡା ମୌଜାର ଶତାଧିକ ଚାଷୀ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ବିଗତ ଦିନ ଧରି ଡୁବୁରୀ - ସୁକିନ୍ଦା - ଅନୁଗୁଳ ନୂତନ ରେଳପଥର ନିର୍ମାଣ କାର୍ଯ୍ୟ ଚାଲିଛି ଏହାଦ୍ୱାରା ପାର୍ଶ୍ୱ ର ସହ ସହ ଏକର ଜମି ର କ୍ଷତି ହେଉଛି l ଏବେ ଚାଷଜମିରେ ପାଣି ନାହିଁ, ଜମି ଫାଟି ଯାଇଛି l ଚାଷୀ ମୁଣ୍ଡରେ ଚଡକ ପଡିଛି ଏହି ପ୍ରସଙ୍ଗରେ ଆଜି ଚାଷୀ ପରିବାର ସମୂହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ପ୍ରଶାସନର ଦୃଷ୍ଟି ପଡୁ ଚାଷୀ ମାନଙ୍କ ସମସ୍ୟା ସୁଧାରିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ଏହା ସାଧାରଣରେ ଦାବି ହେଉଛି l