Posts

ଦାନଗଦି ବ୍ଲକ 8 ନମ୍ବର ଜିଲ୍ଲାପରିଷଦ ଜୋନ୍ ବିଜେଡି ହାତରେ l

Image
ଯାଜପୁର (ବ୍ୟୁରୋ) - ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଳକ ର ହେବାକୁ ଥିବା 8 ନମ୍ବର ଜିଲ୍ଲାପରିଷଦ ଜୋନ୍ ଭୋଟ୍ ଗ୍ରହଣ ଗତକାଲି ସାରିଥିଲା ବେଳେ ଆଜି ସରକାରୀ ବିଧିବଦ୍ଧ ଭାବରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଗଣତି ଫଳାଫଳ ଘୋଷଣା କରାଯାଇଛି l ଏହି ଅବସରରେ ବିଜେଡ଼ି ପକ୍ଷରୁ ପ୍ରଦୀପ କୁମାର ମହାନ୍ତି ୧୦୪୬୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି l ଏବଂ ଏହି ଅବସରରେ ବିଜେପି ପକ୍ଷରୁ ପ୍ରଦୀପ କୁମାର ଧିର ୮୨୩୬ ଖଣ୍ଡ ଭୋଟ୍ ପାଇ ଦିତୀୟ ସ୍ଥାନରେ ଅଛନ୍ତି l କଂଗ୍ରେସ୍ ଦଳ ପକ୍ଷରୁ ପ୍ରଭାତ କୁମାର ସାମନ୍ତ ୪୭୪ ଖଣ୍ଡ ଭୋଟ୍ ପାଇ ଥିଲେ l ଅବଶିଷ୍ଟ ଭୋଟ୍ ଅନ୍ୟ ଦଳକୁ ମିଳିଛି l RITA vision News 

ଗେଷ୍ଟ ହାଉସ୍ ରେ ଅନୈତିକ କାର୍ଯ୍ୟ ଚାଲୁଥିବା ବେଳେ, ଚଢ଼ାଉ କଲା ପୋଲିସ l

Image
ବ୍ୟୁରୋ - ଜଗତ୍ସିଂହପୁର ସହର ରେ ରହିଛି ବୃନ୍ଦାବନ ଗେଷ୍ଟ ହାଉସ୍ l ବିଭିନ୍ନ ସମୟରେ ଏହି ଗେଷ୍ଟ ହାଉସ୍ ରେ ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଆସୁଛି l କିନ୍ତୁ ପୋଲିସ୍ କୁ କୌଣସି ସୁରାକ୍ ମିଳୁନଥିବାରୁ ପୋଲିସ୍ ର ନଜରରେ ସବୁବେଳେ ରହୁଥିଲା ବୃନ୍ଦାବନ ଗେଷ୍ଟ ହାଉସ୍ l ଆଜି ପୋଲିସ କୁ କୌଣସି ସୂତ୍ରରୁ ଖବର ମିଳିଲା କି ଗେଷ୍ଟ ହାଉସ୍ ରେ ଅନୈତିକ କାର୍ଯ୍ୟ ଚାଲିଛି l ସ୍ଥାନୀୟ ପୋଲିସ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି l ପୋଲିସ୍ ଗେଷ୍ଟ ହାଉସ୍ ଉପରେ ଚଢ଼ାଉ କରି ସେଠାରୁ ୬ଜଣ ଛାତ୍ର ଓ ୬ଜଣ କଲେଜ୍ ଛାତ୍ରୀ ଙ୍କୁ ଅସଂଯୋଜିତ ଅବସ୍ଥାରେ ଥିବା ବେଳେ ଉଦ୍ଧାର କରିଛି l ଏହା ସହିତ ଗେଷ୍ଟ ହାଉସ୍ ର ଜଣେ କର୍ମଚାରୀ କୁ ବି ପୋଲିସ୍ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି l Rita vision News 

ଇସ୍ରୋ ଦ୍ଵାରା ଆଜି ନାନୋ ଉପଗ୍ରହକୁ କୁ ଉତକ୍ଷେପଣ କରାଯିବ l

Image
ବ୍ୟୁରୋ - ଆଜି ଦିନଟି ଭାରତ କୁ ଆଉ ଏକ ନୂତନ ସଫଳତା ହାସଲ କରିବାକୁ ସୁଯୋଗ ମିଳିଛି l ଏହି ଅବସରରେ ଇସ୍ରୋ ତାର cartosat-3 ଉପଗ୍ରହ ସହିତ ଆମେରିକାର 13 ଗୋଟି ନାନୋ ଉପଗ୍ରହକୁ ଉପଗ୍ରହ PSLV-C47 ଦ୍ଵାରା ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ ଜାରି ରଖିଛି l ଏହି ଉତକ୍ଷେପଣ 27 ନଭେମ୍ବର ସକାଳ 9.28 ମିନିଟ୍ ରେ ଲଞ୍ଚ ପ୍ୟାଡ ଶ୍ରୀହରିକୋଟା ରୁ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି l Rita vision News 

ଦାନଗଦି ବ୍ଲକ ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଘୋଟାଲା ଅଭିଯୋଗ l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ  ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଘୋଟାଲା ନେଇ ଗତ 17-07-2019 ରେ ଅଭିଭାବକ ଓ ଏସ୍ ଏମ୍ ସି ମେମ୍ବରଙ୍କ ଅଭିଯୋଗ କରିଥିଲେ ଓ ଏହା ଲିଖିତ ଆକାରରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଳକ ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ଫଳ ସ୍ବରୂପ ସେତେବେଳେ ର BEO ଓ ABEO ଏହି କାର୍ଯ୍ୟ କୁ ନେଇ ମଧ୍ୟାହ୍ନ ଭୋଜନ କୁ ନେଇ ଖୁଲାସା କରିଥିବା ପ୍ରଧାନ ଶିକ୍ଷକ ଙ୍କୁ ତୁରନ୍ତ ବଦଲାଇ ନୂତନ ପ୍ରଧାନ ଶିକ୍ଷକ ନିଯୁକ୍ତି ଦେଲେ କିନ୍ତୁ ଏ ସବୁ ଘଟଣା ମଧ୍ୟାହ୍ନ ଭୋଜନ ବଣ୍ଟନ କରୁଥିବା ମା ତାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀ ର ମୁଖ୍ୟ କାଞ୍ଚନବାଳା ପୃଷ୍ଟି କିଛି ମୁଷ୍ଟିମେୟ ଲୋକଙ୍କୁ ନେଇ ଓ BEO ଓ ABEO ଙ୍କୁ ସଲାସୁତରା କରି ବିନା ଦୋଷରେ ଅଭିଯୋଗ କରିଥିବା ପ୍ରଧାନ ଶିକ୍ଷକ ଙ୍କୁ ତୁରନ୍ତ ବଦଲାଇ ଦେଇଥିଲେ l କିନ୍ତୁ ଅଭିଯୋଗ ଅନୁଯାୟୀ ସ୍ଵୟଂ ସହାୟକ ଗୋଷ୍ଠୀ କୁ ପରିବର୍ତ୍ତନ ନ କରି ତା ବଦଳରେ ପ୍ରଧାନ ଶିକ୍ଷକ ଙ୍କୁ ବଦଳି କରିବା ର କଣ ମାନେ ଥାଇପାରେ l ସେହି ବିଦ୍ୟାଳୟ ରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଵୟଂ ସହାୟକ ଗୋଷ୍ଠୀ ଗୋଷ୍ଠୀ କୁ ଦୀର୍ଘ ବର୍ଷ ଧରି ମଧ୍ୟାହ୍ନ ଭୋଜନ ବଣ୍ଟନ ଦୟିତ୍ଵ ଦେବାର ଆବଶ୍ୟକତା କଣ ହୋଇପାରେ l ଏତେ ଅଭିଯୋଗ ପରେ ମଧ୍ୟ ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ହେଲାନାହ

ଜୟପୁର ସହର ପୋଲିସ୍ ଦ୍ଵାରା ଜୁଆ ଆଡ୍ଡା ଉପରେ ଚଢ଼ାଉ, ୮ ଜଣ ଜୁଆଡିଙ୍କୁ ଗିରଫ l

Image
କୋରାପୁଟ (ବ୍ୟୁରୋ) - ଜୟପୁର ସଦର ଥାନା ପୋଲିସ ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢାଉକରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛି। ପୋଲିସ୍ ଏସ୍ ଆଇ ଏମ୍. ଡି. ନାୟକ ବୈରାଗୀ ମଠ ପାଖରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ୮ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୪୪,୨୫୦ ଟଙ୍କା ୭ ଟି ମଟର ସାଇକେଲ, ୮ଟି ମୋବାଇଲ୍ ଫୋନ୍ ଓ ଚାରି ପ୍ୟାକେଟ୍ ତାସ୍ କୁ ଜବଦ କରିଛି। ଜୟପୁର ସଦର ଥାନା କେସ୍ ନଂ 215/19 u/s 3 OPG ରେ କେସ୍ ରୁଜୁ କରି କୋଟ୍ ଚାଲାଣ କରିଛି I Rita vision News 

ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ପରିଚୟପତ୍ର ବଣ୍ଟନ l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର କାଳିଆ ପାଣି ଥାନା ଅନ୍ତର୍ଗତ ଗରାମିଆଁ ଠାରେ, ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଙ୍କୁ ନେଇ ଏକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ କରାଯାଇଛି l ଏହି ଅବସରରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚରଣ ସିଂ ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଳିଆପାଣି ଥାନା ଅଞ୍ଚଳରେ ଥିବା ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଙ୍କୁ ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରିଥିଲେ l ଏହି କର୍ଯ୍ୟକ୍ରମ ରେ କାଳିଆପାଣି ଥାନା ର ଭାରପ୍ରାପ୍ତ ଅଧିକାରୀ ଙ୍କ ସହିତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ l ଏହି ଅବସରରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚରଣ ସିଂ ମୀନା ଙ୍କୁ ସୁକିନ୍ଦା ପ୍ରେସ ଫୋରମ ପକ୍ଷରୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା l RITA vision News 

ଟ୍ରେନ୍ ଧକ୍କାରେ ମାଆ ଝିଅ ର ମୃତ୍ଯୁ l

Image
ଯାଜପୁର /ବ୍ୟାସନଗର - ଆଜି ସକାଳ ପ୍ରାୟ ଏଗାରଟା ବେଳେ ହାଓଡ଼ା - ପୁରୀ ପାସେଞ୍ଜର ଟ୍ରେନ୍ ଆସୁଥିବା ବେଳେ କୌଣସି କାରଣରୁ ଦୁଇଜଣଙ୍କୁ ଧକ୍କା ଦେଇଥିଲା I ଫଳରରେ ଦୁଇ ମାଆ ଓ ଝିଅ ର ମୃତ୍ଯୁ ଘଟିଛି l ମୃତକ ଦୁଇଜଣ ବ୍ୟାସନଗର ଅଞ୍ଚଳର ଚାନ୍ଦମା କୁମ୍ଭାର ସାହି ର ବୋଲି ଜଣାଯାଇଛି l ରେଲୱେ ପୋଲିସ୍ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି l ମୃତ୍ୟୁ ର କାରଣ ଅସ୍ପଷ୍ଟ l Rita vision News