Posts

ସାଗର ସିମେଣ୍ଟ କାରଖାନା ଏଠାରୁ ବିଦା ହେବ, ବିକ୍ଷୋଭ କାରୀ ଙ୍କ ଚେତାବନୀ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

Image
ବିଭିନ୍ନ ସମସ୍ଯା ନେଇ ଜମିହରା କ୍ଷତିଗ୍ରସ୍ତ ମାନେ ସାଗର ସିମେଣ୍ଟ କାରଖାନା ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ l ଯାଜପୁର - ଜିଲ୍ଳା ର ଶିଳ୍ପ ରାଜଧାନୀ ମାନ୍ୟତା ପାଇଥିବା କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସ ଠାରେ ଯାଜପୁର ସିମେଣ୍ଟ ନାମରେ ଏକ ସିମେଣ୍ଟ କାରଖାନା ପକ୍ଷରୁ କାରଖାନା ତିଆରି କରିବା ପାଇଁ ଲୋକମାନଙ୍କ ଠାରୁ ଜମି ଅଧିଗ୍ରହଣ କରି ତାପରେ ମୂଳ ନାମକୁ ବଦଲାଇ ସାଗର ସିମେଣ୍ଟ ନାମରେ ପରିଚିତ ହେଲା l ଚାନ୍ଦିଆ, ପଙ୍କପାଳ ଓ ମାଣତୀରା ପଞ୍ଚାୟତ ର ଲୋକେ ଏଥିପାଇଁ ଜମି, ଭିଟାମାଟିକୁ ହରାଇଲେ l କିନ୍ତୁ କୌଣସି କ୍ଷତି ପୂରଣ ପାଇପାରିଲେ ନାହିଁ l ଏବେ କାରଖାନାରେ ପାଚେରୀ ନିର୍ମାଣ ଶେଷ ହୋଇଛି ଓ ଫାଟକ ମଧ୍ଯ ଲାଗଇ ଦିଆଗଲା I ତଥାପି ଲୋକମାନଙ୍କୁ ହରାଇଥିବା ଜମି ର ସମ୍ପୂର୍ଣ୍ଣ କ୍ଷତିପୂରଣ ଦିଆଯାଉ ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି l ଯାଜପୁର ସିମେଣ୍ଟ ନାମରେ ଜାଗା ଅଧିଗ୍ରହଣ କରିଥିବା ସାଗର ସିମେଣ୍ଟ ର କାର୍ଯ୍ୟକଳାପକୁ ସାଧାରଣରେ ଆଲୋଚନା ହେଉଥିବା ବେଳେ ଜମିହରାଇଥିବା ଲୋକମାନେ ଆଜି ସାଗର ସିମେଣ୍ଟ କାରଖାନା ସମ୍ମୁଖ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ତଥାପି ସାଗର ସିମେଣ୍ଟ ଏହାର କର୍ଣ୍ଣପାତ ନ କରିବା ଓ ଗୁଣ୍ଡା ଲଗାଇ ଆନ୍ଦୋଳନ କୁ ଭାଣ୍ଡରୁ କରିବାକୁ ଧମକ ଦେଲା l ଏହି ମାମଲାରେ ଜିଲ୍ଲାପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତ...

ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଜୈବିକ ଚାଷ ଉପରେ କର୍ମଶାଳା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲା କଳିଙ୍ଗନଗର ର ଟାଟାଷ୍ଟିଲ ର ସହଯୋଗୀ ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଜୈବିକ ପ୍ରକ୍ରିୟା ରେ ଚାଷ ଉପରେ ଚାଷୀ ମାନଙ୍କୁ ନେଇ ଏହି କର୍ମଶାଳାର ଆୟୋଜନ କରାଯାଇଛି l ଏହି ଅବସରରେ ପଙ୍କପାଲ୍ ଓ ବାରବାଙ୍କି ଗ୍ରାମପଞ୍ଚାୟତର ଉଭୟ ସ୍ତ୍ରୀ, ପୁରୁଷ ୬୦ ଜଣ ଚାଷୀଙ୍କୁ ଏହି କର୍ମଶାଳା ରେ କିପରି କମ୍ ଖର୍ଚ୍ଚରେ ଏବଂ ଜୈବିକ ପଦ୍ଧତିରେ ଅଧିକ ଉତ୍ପାଦନ ବୃଦ୍ଧି କରାଯାଇ ପାରିବ ସେ ବିଷୟରେ ସୂଚନା ଦେଇଥିଲେ l କଲିକତା କୃଷି ସାଧାନ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଆଶିଷ ଦାସ୍ ଉପସ୍ଥିତ ରହି ଏହା ବିଷୟରେ ଅଧିକ ସୂଚନା ଦେଇଥିଲେ l ଏବେ ଜୈବିକ ପ୍ରକ୍ରିୟା ରେ ଚାଷ ର ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ସଚେତନତା ଆବଶ୍ୟକ ଅଛି l ତେଣୁ ସବୁଜ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ଏବେ ସମୟ ଆସିଛି ବୋଲି ଶ୍ରୀ ଦାସ କହିଥିଲେ l ଏହି କର୍ମଶାଳା ରେ କିପରି ଜମି ର ମାଟି କୁ ରଖିବା, କିଭଲି ଭାବରେ ବିହନ ଚୟନ କରିବା, ଏବଂ ଜୈବିକ ପଦ୍ଧତିରେ କିପରି ସାର ପ୍ରସ୍ତୁତ କରିବା ଏହିସବୁ ବିଷୟରେ ଅଧିକ ସୂଚନା ଦିଆଯାଇଥିଲା l କର୍ମଶାଳା ରେ ଉପସ୍ଥିତ ଚାଷୀ ଦାମୁ ମାରାଣ୍ଡି କହିଥିଲେ ଯେ ଆମେ ବହୁଦିନରୁ ପରିବା ଚାଷ କରିଆସୁଛି ବର୍ତ୍ତମାନ ବିନା ରସାୟନିକ ସାର ପ୍ରୟୋଗ କରି ଚାଷ ଯେଉଁ ଉତ୍ପାଦନ ହେବ ତାହାର ବଜାରରେ ଚାହିଦା ରହିଛି ରହିବ ବୋଲି କହିଥିଲେ l ଆଗାମୀ ଦିନରେ ସାରା ଜିଲ୍ଲା ରେ ଏହି ...

ହେଲମେଟ ପିନ୍ଧି ରାଜରାସ୍ତାରେ ଶୋଇ ପ୍ରତିବାଦ କଲେ ସଚେତନ ନାଗରିକ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
ଯାଜପୁର - ଯାଜପୁର ଜିଲ୍ଲାର ଡ଼ୁବୁରୀ - ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ଉପରେ ସଚେତନ ନାଗରିକଙ୍କ ନିଆରା ଢଙ୍ଗରେ ପ୍ରତିବାଦ l ଏହି ପ୍ରତିବାଦରେ ସଚେତନ ନାଗରିକ ମାନେ ହେଲମେଟ ପିନ୍ଧି ରାଜରାସ୍ତାରେ ଶୋଇ ରହି ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଘଟଣା ଏହିଭଳି, ଡ଼ୁବୁରୀ - ଚଣ୍ଡିଖୋଲ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ମାଲବାହୀ ଟ୍ରକ୍ ଯାତାୟତ ଓ ଯାତ୍ରୀବାହୀ ଯାନ ଚଳାଚଳ କରିଥାନ୍ତି l ଏହି ରାସ୍ତା ରେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ ଘଟିଥାଏ l ରାଜପଥ କତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ l ଏହିଭଳି  ଦୁର୍ଘଟଣା ଘଟି ଜୀବନ ହାନି ଘଟୁଛି l ଏହାର ପ୍ରତିବାଦରେ ଆଜି ସଚେତନ ନାଗରିକ ପକ୍ଷରୁ ରାଜରାସ୍ତାରେ ନିଆରା ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l ସମ୍ପୃକ୍ତ କର୍ତ୍ତୃପକ୍ଷ ଏ ବିଷୟରେ କର୍ଣ୍ଣପାତ କରି ତୁରନ୍ତ ଏହାର ସମାଧାନର ପନ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l Rita vision News 

ନୀଳାଞ୍ଚଳ ଇସ୍ପାତ୍ କାରଖାନା କୁ ଘରୋଇକରଣ ରୁ ମୁକ୍ତ କରିବାକୁ ଭୁବନେଶ୍ବର ରେ ବିକ୍ଷୋଭ l

Image
ନୀଳାଞ୍ଚଳ ଇସ୍ପାତ କାରଖାନା କୁ ଘରୋଇକରଣ ନ କରିବାକୁ ଆନ୍ଦୋଳନ କୁ ଓହ୍ଲାଇଲେ ଶ୍ରମିକ ସଙ୍ଗଠନ l ଭୁବନେଶ୍ବର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଞ୍ଚଳ ଇସ୍ପାତ୍ କାରଖାନା ଆଜକୁ ପାଞ୍ଚ ମାସ ହେବ ବନ୍ଦ ପଡ଼ିଛି l ଏଥିପାଇଁ ହାଜର ହଜାର ଶ୍ରମିକ, କର୍ମଚାରୀଙ୍କ ଭାତ ହାଣ୍ଡିକୁ ଲାତ ମାରିବା ସହ ସମାନ l କାରଖାନା ପାଇଁ ଜମି ହରାଇଥିବା ଲୋକଙ୍କୁ କାମ କରିବାକୁ ସୁଯୋଗ ଦେବା ପରିବର୍ତ୍ତେ କାରଖାନା କୁ ବିଭିନ୍ନ ଆଳ ଦେଖାଇ ବନ୍ଦ କରି ଦିଆଯାଇଛି l ଏବଂ ସରକାରୀ ଉଦ୍ୟୋଗ କୁ ଘରୋଇକରଣ କରିବାକୁ ସରକାର ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ ହେଉଛି l ନୀଳାଞ୍ଚଳ ଇସ୍ପାତ୍ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଏକ କାରଖାନା ଯାହାକି ଏହା ୨୫୦୦ ଏକର ଜମିରେ ପ୍ରତିଷ୍ଠା କରାଯାଇଥିଲା l ଏବଂ ଏହାର ସବୁ ଭିତ୍ତିଭୁମି ଥାଇ ମଧ୍ୟ ସରକାର ଏହାକୁ ଘରୋଇ କମ୍ପାନୀ ହାତରେ ଟେକିଦେବା କୁ ଚକ୍ରାନ୍ତ କରୁଛନ୍ତି l ଏହି ପ୍ରତିବାଦରେ 16 ତାରିଖ ଦିନ ନୀଳାଞ୍ଚଳ ବଞ୍ଚାଅ ମିଳିତ ମଞ୍ଚ ଓ ବିଭିନ୍ନ ଟ୍ରେଡ଼ ୟୁନିଅନ୍ ମିଳିତ ଭାବେ ଭୁବନେଶ୍ବର ଗାନ୍ଧୀନଗର ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଞ୍ଚଳ କାରଖାନା କୁ ପୁନ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଥିଲେ l ଏହି ଅବସରରେ ରାଜ୍ୟର ଶିଳ୍ପ ମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦା...

ଜିଲ୍ଳା ସାମ୍ବାଦିକ ସଂଘଯାଜପୁର ର ରାଜ୍ୟସ୍ତରୀୟ ଆଲୋଚନା ଚକ୍ର,l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

Image
ଯାଜପୁର - ଯାଜପୁର ଜିଲ୍ଲାର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ କୈଳାସ ନାୟକ ଙ୍କ ନେତୃତ୍ବରେ ଆଜି କୁଆଖିଆ ଠାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ଆଲୋଚନା ଚକ୍ର l ଏହି ଆଲୋଚନା ଚକ୍ରରେ '' ସକାରାତ୍ମକ ଖବର ପରିବେଷଣ ର ଆବଶ୍ୟକତା '' ବିଷୟ ଉପରେ ଆଲୋଚନା କରିଥିଲେ ବିଶିଷ୍ଟ ବ୍ୟକ୍ତିମାନେ l ଏହି କର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ମାନନୀୟl ସାଂସଦ ଯାଜପୁର, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ମାନ୍ୟବର ବିଧାୟକ ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ, ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ କୋରେଇ ବିଧାୟକ ଶ୍ରୀଯୁକ୍ତ ଅଶୋକ ବଳ, ବିଶେଷ ଅତିଥି ଭାବେ ମାନନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚରଣ ସିଂ ମୀନା, ମୁଖ୍ୟବକ୍ତାଭାବେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ବିଭୂପ୍ରସାଦ ତ୍ରିପାଠୀ, ବରେଣ୍ୟ ଅତିଥି ଭାବେ ମାନନୀୟl ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ବରାଳ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସତପଥୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଏହି କର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l ଶିଶୁ ଭାଗବତ ପାଠକ ଗିରିଜା ଶଙ୍କର ପାଢୀ, ବର୍ଷିୟାନ୍ ସାମ୍ବାଦିକ ଶ୍ରୀଯୁକ୍ତ ସ...

ରାଜ୍ୟ ରେ ପୁଣି ନାବାଳିକା କୁ ବଳାତ୍କାର ପରେ ହତ୍ୟା l ଦେଖନ୍ତୁ ପୂରା ରିପୋର୍ଟ...

Image
କୋରାପୁଟ (ବ୍ୟୁରୋ) - ଏତେ ପ୍ରଚାର ଓ ପ୍ରସାର ପରେ ମଧ୍ୟ ରାଜ୍ୟରୁ ହଟୁନି କୁକର୍ମ l ସତେ ଯେମିତି ଏହା ଏକ ସଂକ୍ରାମକ ରୋଗ ନିୟନ୍ତ୍ରଣ ବାହାରେ ଥିବା ପରି ମନେ ହୁଏ l ଏହିପରି ଏକ ଘଟଣା ଘଟିଯାଇଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କୋଷାଗୁମୁଡା ଗ୍ରାମରେ l କୋଷାଗୁମୁଡ଼ା ର ୧୬ ବର୍ଷ ର ନାବାଳିକା କୁ ଅପହରଣ ପରେ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି l ନାବାଳିକା ଯୁବତୀ ଜଣକ ଗତକାଲି ୧୩ ତାରିଖ ରାତିରେ ପରିସ୍ରା ନିମନ୍ତେ ବାହାରକୁ ଆସିଥିବା ବେଳେ କେହି ଦୁର୍ବୃତ୍ତ ତାକୁ ଘରର କିଛି ଦୂରକୁ ଟେକିନେଲେ ଓ ବଳାତ୍କାର କରି ହତ୍ୟା କରିଥିଲେ l ଘରଲୋକେ ଝିଅକୁ ନ ପାଇ ଖୋଜଖୋଜି କରି ଘରର କିଛିଦୂର ରେ ଯୁବତୀଙ୍କ ମରଶରୀର ପଡିଥିବା ଦେଖି ପୋଲିସ୍ କୁ ଖବର୍ ଦେଇଥିଲେ l ସ୍ଥାନୀୟ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛି l ପାରିପାର୍ଶିକ ଅବସ୍ଥା ରୁ ବଳାତ୍କାର ପରେ ହତ୍ୟାକାଣ୍ଡ ଘଟିଥିବା ପୁଲିସ ଅନୁମାନ କରୁଛି l RITA vision News 

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ପାଳିତ ହେଲା ବାର୍ଷିକ କ୍ରୀଡା ଉତ୍ସବ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଗହିରପାଟୁଳୀ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ବାବାଜୀ ଚରଣ ସାହୁ l ଏହି ବିଦ୍ୟାଳୟରେ ୬ଷ୍ଠ ରୁ ୯ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି କ୍ରୀଡ଼ା ଦିବସ ପାଳନ କରାଯାଇଛି l ମୋଟ ଉପରେ ୨୫୦ ଜଣ ପ୍ରତିଯୋଗୀ ୨୬ ଟି ଖେଳରେ ଭାଗ ନେଇଥିଲେ l ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅଭିଭାବକ ପରମାନନ୍ଦ ଦାସ ଓ ସମସ୍ତ ଅଭିଭାବକ ମାନେ ଉପସ୍ଥିତ ଥିଲେ l ଏହି କ୍ରୀଡ଼ା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ପ୍ରଧାନ l କ୍ରୀଡ଼ା  ପରିଚାଳନା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l RITA vision News