Posts

ପ୍ରୟାସ ପକ୍ଷରୁ କମ୍ବଳ ବଣ୍ଟନ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
କୋରାପୁଟ (ବ୍ୟୁରୋ) - ସମଗ୍ର ରାଜ୍ୟରେ ଏବେ କୋହଲା ପାଗ ସହିତ ଥଣ୍ଡା ର ପ୍ରଭାବ ଅନେକ l ଏମିତିକି କୋରାପୁଟ, ଫୁଲବାଣୀ ଜିଲ୍ଲାର ତାପମାତ୍ରା ଦିନକୁ ଦିନ ଖସିବାକୁ ଲାଗିଛି l ଏହି ପରିପେକ୍ଷିରେ ପ୍ରୟାସ ଫାଉଣ୍ଡେସନ ଦାମନଯୋଡ଼ି ପକ୍ଷରୁ ସେମିଳିଗୁଡା - କାଙ୍ଗ୍ରା ଠାରେ ଗରିବ ଲୋକଙ୍କ ପାଇଁ ସହାୟତା ର ହାତ ବଢାଯାଇଛି l ଛାତ୍ର ମୁଖ୍ୟ ଆଶୁତୋଷ ରଥ ଓ ସାଇ ଜ୍ୟୋତି ପଣ୍ଡା ଙ୍କ ନେତୃତ୍ଵରେ ଦୁଇ ଶହ କମ୍ବଳ ଓ କିଛି ବସ୍ତ୍ର ପିନ୍ଧିବାକୁ ଗରିବ ଲୋକଙ୍କୁ ବଣ୍ଟନ କରାଯାଇଛି l ଏହିଭଳି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳର ଜନସାଧାରଣ ଧନ୍ୟବାଦ ଅର୍ପଣ କରିଥିଲେ l RITA vision News 

ଯାଜପୁର ଜିଲ୍ଲା ଯୁବା ମୋର୍ଚାର CAA ଏବଂ NRC ସମର୍ଥନ ପଦଯାତ୍ରା l

Image
ଯାଜପୁର /ସୁକିନ୍ଦା - କଳିଙ୍ଗ ନଗର, ଡୁବୁରି କପିଳେଶ୍ବର ଶିବ ପିଠ ଠାରୁ ସୁକିନ୍ଦା ଯୁବ ମୋର୍ଚା ପକ୍ଷରୁ ଯାଜପୁର ଜିଲ୍ଲା ଯୁବ ମୋର୍ଚା ଉପସଭାପତି ରବିନ୍ଦ୍ର କୁମାର ପୁହାଣ ଙ୍କ ନେତୃତ୍ଵରେ ଏକ ଯୁବ ମୋର୍ଚା ପଟୁଆରରେ ଆସି ଡୁବୁରି ଛକ ପର୍ଯ୍ୟନ୍ତ NRC ସପକ୍ଷରେ ଶୋଭାଯାତ୍ରା କରିଥିଲେ ।ଏହି ଅବସରରେ ମଣ୍ଡଳ ସଭାପତି ଅଜିତ୍ ଦାସ୍, ପୁଷ୍ପକ ମହାପାତ୍ର, ପଦ୍ମଲୋଚନ ବାରିକ୍, ସମ୍ବିତ୍ ନାୟକ, ଜନ୍ମେଜୟ ବେହୁରା, ଜିତେନ୍ଦ୍ର ବେହୁରା, ଜ୍ଞାନ ରଞ୍ଜନ ସାହୁ, ରାକେଶ ନାୟକ, ପ୍ରକାଶ ବେହୁରା, କୈଳାସ ନାୟକ, ମାନସ୍ ନାୟକ ଚିରଂଜିବି ବେହୁରା ପ୍ରମୁଖ we support #CAA          We demand # NRC ନାରାଦେଇ ସମର୍ଥନ ଜଣାଇଥିଲେ । Rita vision News 

ଟାଟାଷ୍ଟିଲ କଳିଙ୍ଗନଗର କୁ ମିଳିଲା ୨୦୧୯ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର l

Image
ଯାଜପୁର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଅବସ୍ଥିତ ଟାଟା ଷ୍ଟିଲ କୁ ମିଳିଛି ଜାତୀୟ ଶକ୍ତି ସଂରକ୍ଷଣ. ୨୦୧୯ ପୁରସ୍କାର l ଶିଳ୍ପ ଉତ୍ପାଦନ ର ତିନି ବର୍ଷ ମଧ୍ୟରେ ମିଳିଛି ଏହି ସମ୍ମାନଜନକ ପୁରସ୍କାର l ଟାଟାଷ୍ଟିଲ କଳିଙ୍ଗନଗର ଦେଶରେ ଦ୍ୱିତୀୟ ସମନ୍ଵିତ ଷ୍ଟିଲ କାରଖାନା ଭାବେ ମଧ୍ୟ ପୁରସ୍କୃତ ହୋଇଛି l ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟ ର ବ୍ୟୁରୋ ଚିପ୍ ଏନର୍ଜି ଏଫି ଏନ୍ସି ପକ୍ଷରୁ ନୂଆଦିଲ୍ଲୀରେ ବିଜ୍ଞାନ ଭବନ ଠାରେ ଡେସେମ୍ବର ୧୪ ତାରିଖ ଦିନ ଅନୁଷ୍ଠିତ କାଯ୍ୟକ୍ରମ ରେ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ (ସ୍ଵାଧୀନ ଦାୟିତ୍ବ) ଶ୍ରୀଯୁକ୍ତ ଆର୍. କେ. ସିଂହ ଏହି ପୁରସ୍କାର ପ୍ରଦାନ କରିଥିଲେ l ଏହି ଅବସରରେ ଦେଶର ମୋଟ ୧୪ ଟି ଇସ୍ପାତ କାରଖାନା ଭାଗ ନେଇଥିଲେ l ବିଗତ ୩ ବର୍ଷ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ୨୧୪ ନିୟୁତ ୟୁନିଟ୍ ଶକ୍ତି ସଞ୍ଚୟ କରି ରେକର୍ଡ ସୃଷ୍ଟି କରିପାରିଛି l ଟାଟା କମ୍ପାନୀ ପକ୍ଷରୁ ଶ୍ରୀଯୁକ୍ତ ଶଙ୍କର ବିଶ୍ୱାସ (ୟୁଟିଲିଟିସ ଆଣ୍ଡ୍ ପାୱାର ସିଷ୍ଟମ ଟାଟା ଷ୍ଟିଲ କଳିଙ୍ଗନଗର) ଶ୍ରୀଯୁକ୍ତ ମଙ୍ଗଲ୍ ଦେଓ ପଣ୍ଡିତ (ଇନ୍ଧନ ପରିଚାଳନା ମୁଖ୍ୟ) ଏହି ପୁରସ୍କାର ଗ୍ରହଣ କରିଥିଲେ l RITA vision News 

ଘାଟିରେ ଓଲଟିଲା ବସ୍, ଆଠ ଜଣ ଆହତ l

Image
ଜୟପୁର - ବୈପାରୀଗୁଡ଼ା ପୋଲିସ୍ ଥାନା ଅନ୍ତର୍ଗତ ଘଟିଛି ଏକ ଦୁର୍ଘଟଣା l ଚକାଡୋଳା ନାମକ ଏକ ଘରୋଇ ବସ୍ ୪୦ ଜଣ ଯାତ୍ରୀଙ୍କୁ ନେଇ ଗୁପ୍ତେଶ୍ଵର ଦର୍ଶନ ପାଇଁ ଯାଇଥିଲା l ଗତ କାଲି ସେଠାରୁ ଦର୍ଶନ ସାରି ଫେରୁଥିବା ବେଳେ ପାଖରେ ଥିବା ଡୋକରି ଘଟି ରେ ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l ସେଥିରେ ଥିବା ୪୦ ଜଣ ଯାତ୍ରୀ ଙ୍କ ମଧ୍ୟରୁ ୮ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି l ଆହାତ ମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି l  Rita vision News 

ଉପାନ୍ତ ଅଞ୍ଚଳରେ ସରକାରୀ ଶିକ୍ଷା ବ୍ୟବସ୍ଥା ର ନିଚ୍ଛକ ଉଦାହରଣ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
କୋରାପୁଟ (ବ୍ୟୁରୋ) - ଜିଲ୍ଲା ର ଉପାନ୍ତରେ ରହିଛି ମହାଦେଇପୁଟ ଗ୍ରାମପଞ୍ଚାୟତର ବିଲାପୁଟ ଗ୍ରାମ l ଗ୍ରାମରେ ବାସକରନ୍ତି ପାଞ୍ଚଶହ ଘର l ଏହି ଉପାନ୍ତ ଅଞ୍ଚଳରେ ସରକାରୀ ବିଦ୍ୟାଳୟ ଅଛି l ବିଦ୍ୟାଳୟର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ନାହିଁ କୌଣସି ସୁବିଧା l ଏହି ପ୍ରାଥମିକ ବିଦ୍ୟାଳୟ ରେ ପାଞ୍ଚଟି ଶ୍ରେଣୀରେ ମାତ୍ର ଜଣେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେ. ମନ୍ମଥ ରାଓ ସମ୍ଭାଳୁଥିବା ଦେଖିବାକୁ ମିଳିଛି l ତାଙ୍କ ସହିତ କୌଣସି ସହକାରୀ ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି l ବନ ପାହାଡ଼ ଘେରା ଏହି ବିଦ୍ୟାଳୟ କୁ ଯାତାୟାତ ପାଇଁ କୌଣସି ରାସ୍ତା ନିର୍ମାଣ ହୋଇନାହଁ, ତେଣୁ ଛାତ୍ରଛାତ୍ରୀମାନଙ୍କୁ ନାଳ ଉପରେ ଅସ୍ଥାୟୀଭାବେ ଥିବା କାଠ ସହାୟତା ରେ ଯିବାଆସିବା କରୁଛନ୍ତି l ସ୍କୁଲ କୋଠରୀ ଭିତରେ ପାଣି ଗଳୁଛି l ଏହି ଆମ ସରକାରଙ୍କ ସର୍ବଶିକ୍ଷା ଅଭିଯାନର ଜ୍ୱଳନ୍ତ ଉଦାହରଣ l ଏହିପରି ଏତେ ଅସୁବିଧା ରେ ପାଠ ପଢ଼ାରେ ପିଲାମାନେ କିପରି ବଢ଼ିବେ ତାହା ଜଳ ଜଳ ହୋଇ ଦେଖାଯାଉଛି l ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଗମନାଗମନ ଓ ସ୍କୁଲ ଗୃହକୁ ପୁନ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି ହେଉଛି l 

ଭାରତୀୟ ମହାକାଶ ଗବେଷଣା ସଂଥାନ ଯିବେ ଉପାନ୍ତ ଅଞ୍ଚଳର ଛାତ୍ର l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
କୋରାପୁଟ (ବ୍ୟୁରୋ) - ମାଲକାନଗିରି ଜିଲ୍ଲାର ଗୌରବ । ଉପାନ୍ତ ମାଓ ପ୍ରବଣ ଅଞ୍ଚଳର ଛାତ୍ର ଯିବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) । ନିଜର ଦୃଢ ଇଚ୍ଛାଶକ୍ତି ଏବଂ ପ୍ରତିଭା ବଳରେ ଏଭଳି ଅସମ୍ଭବକୁ ସମ୍ଭବ କରିଛନ୍ତି ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର 10ମ ଶ୍ରେଣୀ ଛାତ୍ର ଅବିନାଶ ବେହେରା ।ରାଜ୍ୟସ୍ତରୀୟ ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ବିଜେତା 20 ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସେ ।ଚଳିତବର୍ଷ ଟାଟା ଷ୍ଟିଲ୍ କମ୍ପାନୀ ପକ୍ଷରୁ ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଆୟୋଜିତ ହୋଇଥିଲା ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ । ଏଥିରେ ରାଜ୍ୟର ମୋଟ ୩୦୦ଟି ବିଦ୍ୟାଳୟରୁ 62 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ନିଜର ପ୍ରତିଭା ଦେଖାଇ ସଫଳ ହୋଇଥିବା 20 ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅବିନାଶ ।

ଲୋକ ଅସଲି ପରିଚୟ ନକଲି.. ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ l...

Image
ଯାଜପୁର (ବ୍ୟୁରୋ) - ପଶ୍ଚିମବଙ୍ଗ ରେ ସେକ ସୋଲେମାନ ଓଡ଼ିଶାରେ ବିଟୁ ବିଶ୍ୱାସ । ନଗରିକତା ସଂଶୋଧନ ଆଇନ କୁ ନେଇ ସାରା ଦେଶ ଗରମ ଥିବା ବେଳେ ଯାଜପୁର ରେ ଏକ ଯୁବକ ଦୁଇଟି ପରିଚୟ ପତ୍ର କୁ ନେଇ ଜିଲ୍ଲାରେ ଜନ ଆନ୍ଦୋଳନ ସୃଷ୍ଟି ପାଇଛି । ଯାହାକୁ ନେଇ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଘୋର ବିରୋଧ କରାଯାଇଛି । ସୋଲେମାନ ନିଜର ପରିଚୟ ପତ୍ର କୁ ହିନ୍ଦୁ ନାମରେ ପରିବର୍ତ୍ତନ କରି ଏକାଧିକ ହିନ୍ଦୁ ଝିଅ ମାନଙ୍କୁ ବିବାହ କରିଥିବା ସହିତ ବ୍ୟାଙ୍କ ବଲାନ୍ସ ଓ ଗଡି କିଣା ବିକା ରେ ବି ଚଂଚକତା କରିଥିବା ବଜରଙ୍ଗ ଦଳ ତରଫରୁ ଅଭିଯୋଗ ହୋଇଛି । ପ୍ରଶ୍ନ ଉଠୁଛି କି ଜଣେ ମୁସଲମାନ ରୁ ହିନ୍ଦୁ ହୋଇ ଓଡ଼ିଶାରେ ବ୍ୟାଙ୍କ ବଲାନ୍ସ,ଗାଡି ଓ ଜେଗା ବାଡ଼ି ହାତେଥିବା ବେଳେ ପଶ୍ଚିମବଙ୍ଗ ରେ ମୁସଲମାନ ନାମରେ ଜେଗା ବାଡ଼ି ,ବ୍ୟାଙ୍କ ବଲାନ୍ସ ,ଓ ଗାଡି କରି କିପରି ହେରଫେର କରି ଚାଲିଛି କିନ୍ତୁ ପ୍ରଶାସନ କିପରି ଜାଣିପାରୁନି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ବଜରଙ୍ଗ ଦଳ ର ଅଭିଯୋଗ କି ଏହି ମୁସଲମାନ ମନେ ଏହିପରି ନାମ ପରିବର୍ତ୍ତନ କରି ହିନ୍ଦୁ ଝିଅମାନଙ୍କୁ ବିବାହ କରି ଧର୍ମ ପରିବର୍ତ୍ତନ କରେଇ ଲଭ ଜିହାଡ଼ ର କାର୍ଯ୍ୟ ଦେଶ ରେ ବେ ଆଇନ ଭାବେ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ