Posts

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ l

Image
ଯାଜପୁର /ଦାନଗଦି - ଆଜି ପୂର୍ବାହ୍ନ ରେ ଦାନଗଦି ବ୍ଲକ ଅନ୍ତର୍ଗତ ରାଛିପୁର୍ ଗ୍ରାମ ର ଯୁଝପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ର ଉଦଘାଟନ ଉଛବ ଅନୁଷ୍ଠିତ ହୋଇ ଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ରବୀନ୍ଦ୍ର କୁମାର ବିଶ୍ଵାଳ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପଦ୍ମନାଭ ମଲ୍ଲ ମୁଖ୍ୟବକ୍ତା ଭାବେ ଫକିର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ନିହାର ରଞ୍ଜନ ଜେନା ଅନ୍ୟତମ ଅତିଥି ଭାବେ ରଛିପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ କବିତା ସାହୁ ପୁରାତନ ଛାତ୍ର ସଂସଦ ଉପ ସଭାପତି ଦୁର୍ଯ୍ୟୋଧନ ରାଉତ ଯୋଗ ଦେଇ ଏହି ସୁବର୍ଣ୍ଣ ଜୟନ୍ତୀ ମାଧ୍ୟମ ରେ ଏହି ବିଦ୍ୟାଳୟ ରୁ ଅଧ୍ୟୟନ କରିଥିବା ଛାତ୍ର ଓ ଏହି ବିଦ୍ୟାଳୟ ରେ ଶିକ୍ଷାଦାନ କରିଥିବା ଶିକ୍ଷକ ମାନ ଙ୍କୁ ଗୋଟିଏ ସ୍ଥାନ ରେ ଦେଖିବାର ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତି ରଙ୍କ ନାଥ ବିଶ୍ଵାଳ ଓ ପୂର୍ବତନ ସମ୍ପାଦକ ଦୀନବନ୍ଧୁ ବିଶ୍ଵାଳ ସୁଦର୍ଶନ ରାଉତ ପୂର୍ବତନ ପ୍ରଧାନ ଶିକ୍ଷକ ଅରୁଣ କୁମାର ପାଲ ପୂର୍ବତନ ଶିକ୍ଷକ ଗିରିଧାରୀ ବାରିକ୍ ରାମ ଚନ୍ଦ୍ର ଜେନା କାର୍ଯ୍ୟଳୟ ସହାୟକ ଦଶରଥ ପ୍ରଧାନ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତା ଏପ୍ରିଲ ମାସରେ ଉଦଯାପନ ଉଚ୍ଛବ

କଳିଙ୍ଗନଗର ଗୁଳିକାଣ୍ଡ, ୧୪ ତମ ସହିଦ୍ ଦିବସ ପାଳିତ. ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ l

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ୨୦୦୬ ମସିହାରେ ଟାଟା କାରଖାନା ପ୍ରତିଷ୍ଠିତ ହେବାପାଇଁ ସ୍ଥାନୀୟ ଆଦିବାସୀଙ୍କ ଙ୍କ ହକ୍ କୁ ଜୋର୍ ଜବରଦସ୍ତ କରି ସରକାର ଛଡ଼ାଇ ନେଇଛନ୍ତି ତା ସହିତ ଅକାରଣରେ ଯାଇଥିଲା ୧୪ ଆଦିବାସୀଙ୍କ ଜୀବନ l ଟାଟାଷ୍ଟିଲ କଳିଙ୍ଗନଗର କାରଖାନା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଏବଂ ଆଦିବାସୀ ମାନଙ୍କର ଅଧିକାର ଆଇନ କୁ ଫୁ କରି ଥିଲେ ସରକାର l ନିଜର ଅଧିକାର ପାଇଁ ଲଢ଼େଇ କରିବାକୁ ଆଗେଇ ଆସିଥିବା ଲୋକ ସରକାରଙ୍କ ଦ୍ୱାରା ପୋଲିସ୍ ପ୍ରଶାସନ ର ଗୁଳି ରେ ଶିକାର ହୋଇଥିଲେ ଏବଂ ଏହାପରେ ଏହି ଗୁଳିକାଣ୍ଡ ଘଟଣା ସାରା ଦେଶରେ ଚର୍ଚ୍ଚା ହୋଇଥିଲା l ଯେନତେନ ପ୍ରକାରେ କମ୍ପାନୀର ସ୍ୱାର୍ଥ ରକ୍ଷା କରିବା ପାଇଁ ସରକାର ମଣିଷ ମରିବାକୁ ବି ପଛାଇନଥିଲେ l ଏହି ଘଟଣା ପରେ ସରକାର ଆଦିବାସୀଙ୍କୁ ଭୁଆଁ ବୁଲେଇବା ପାଇଁ ଯୋଜନା ପ୍ରସ୍ତୁତ କରିଲେ l କମିଶନଙ୍କ ଦ୍ୱାରା ଦୀର୍ଘ ବର୍ଷ ଧରି ଏହାର ତଦନ୍ତ କରିବା ଶେଷରେ ୧୨ ବର୍ଷ ପରେ ରିପୋର୍ଟ ପ୍ରଦାନ କରିଥିଲେ ନିଜର ଅଧିକାର ପାଇଁ ଲଢ଼େଇ କରିଥିବା ଆଦିବାସୀ ହିଁ ଏଥିପାଇଁ ଦାୟୀ l ବିଚିତ୍ର ଥିଲା ଏହି ତଦନ୍ତ ପ୍ରକ୍ରିୟା, ତାହା ସହିତ ମୃତ ଆଦିବାସୀଙ୍କ ହାତ ପାପୁଲି ମଧ୍ୟ କାଟି ଦିଆଯାଇଥିଲା l ସେହି କଟା ପାପୁଲି ଏବେ ମଧ୍ୟ ସୁରକ୍ଷିତ ରଖିଛି ଜନମଞ୍ଚ l ଏହାର ଡି ଏନ୍ ଏ ପରୀକ୍ଷା ଏବେବି ହୋଇ ନ

ପୋଲିସ୍ ଓ ଯାତ୍ରା କଳାକାର ଙ୍କ ଦ୍ଵାରା ସଡ଼କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା କୁନ୍ଦୁରା ପୋଲିସ୍ ର ଏକ ଭିନ୍ନ ଧରଣର ପ୍ରୟାସ ଦେଖିବାକୁ ମିଳିଛି l କୁନ୍ଦୁରା ପୋଲିସ୍ ଦ୍ଵାରା ନୂତନ ଟ୍ରାଫିକ୍ ନିୟମକୁ ନେଇ ଏକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି, ଏକ ସଚେତନତା ରାଲି ଆୟୋଜିତ କରାଯାଇ ଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏବଂ ସେହିଠାରେ ପରିବେଷଣ ହେଉଥିବା ବାଘାଯତୀନ ଲୋକନାଟ୍ଯ ଯାତ୍ରା ଅନୁଷ୍ଠାନ ର କଳାକାରମାନେ ଏହି ଅବସରରେ ଉପସ୍ଥିତ ରହି ସହଯୋଗ କରିଥିଲେ l ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟ ପ୍ରକାଶ ନାୟକ ଙ୍କ ନେତୃତ୍ବରେ ଏହି ସଚେତନତା ଅଭିଯାନ ଆରମ୍ଭ ହୋଇଛି l ଜନସାଧାରଣ ଙ୍କୁ ପୁଲ ଓ ଚକଲେଟ୍ ଦେଇ ଯାତ୍ରା କଳାକାରମାନେ, ପୋଲିସ୍ ପ୍ରଶାସନ ପକ୍ଷରୁ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ସ୍ଥାନୀୟ ଜନସାଧାରଣ ପ୍ରସଂଶା କରିଛନ୍ତି l Rita vision News 

ରାଜ୍ଯ ରେ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ସୀମା ଟପିଲା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
ଭୁବନେଶ୍ବର (ବ୍ୟୁରୋ) - ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗୁଣ୍ଡାଗିରି, ରାହାଜାନୀ, ଅଶ୍ଳୀଳ ବ୍ୟବହାର, ବଳାତ୍କାର l ସରକାରଙ୍କ 5T କୁ ନେଇ ସାଧାରଣରେ ଆଲୋଚନା ହେଉଛି, ସରକାର ଯେଉଁ 5T ଓ ମୋ ସରକାର ନିୟମ କରିଛନ୍ତି, ରାଜ୍ୟର ଲୋକମାନଙ୍କ ପାଖରେ ଏହି 5T ର କଣ କାର୍ଯ୍ୟ କାହିକିଁ ସରକାର ଏହାକୁ ଲାଗୁ କରିଛନ୍ତି ତାହା ଅଗୋଚର l କାଲି ଆଇନ୍ ଓ ହାଇକୋର୍ଟ ଙ୍କ ନିୟମ କୁ ଖୁଲମଖୁଲା ଉଲ୍ଲଙ୍ଘନ କରି ବେଆଇନ୍ ପାର୍କିଂ ଫି ଆଦାୟ କରୁଥିବା ଭୁବନେଶ୍ବର ରସୁଲଗଡ଼ ରେ ଥିବା ନାମି ମଲ୍ ଏସପ୍ଲାନେଡ଼ ର ମହିଳା ସାମ୍ବାଦିକ ସ୍ଵାତି ଜେନା ଙ୍କୁ ଯେଭଳି ଭାବରେ ମାଡ ମାରିବା, ଦୁର୍ବ୍ୟବହାର କରିବା ଘଟିଗଲା ତାହା ସାରା ଦେଶରେ ଚର୍ଚ୍ଚା ଚାଲିଛି l ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ରାଜ୍ୟରେ ଥିବା ସ୍ମାର୍ଟ ସିଟି ରାଜଧାନୀରେ ଘରୋଇ ଡାକ୍ତରଖାନା ଓ ଘରୋଇ ସପିଂ ମଲ ସବୁ ସରକାରୀ କାର୍ଯ୍ୟାଳୟ ଓ ପୋଲିସ୍ ପ୍ରଶାସନ କୁ କିଣିକି ରଖିଛନ୍ତି l ଯାହାଦ୍ୱାରା ସେମାନେ ଆଇନ୍ ର ଉର୍ଦ୍ଧ ରେ ରହି ଏହି ସବୁ ଘୃଣ୍ୟ କାମ କରିବା ସହିତ ଆଇନ୍ କୁ ହାତକୁ ନେବାକୁ ପଛାଉ ନାହାଁନ୍ତି l ଯଦି ଓଡିଶା ସରକାର 5T ର ନାରା ଦେଇଛନ୍ତି ଏହାର ସୁଫଳ ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରନ୍ତୁ l ନଚେତ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଆଉ କି ଆଇନ୍ ଅଛି ତାହା ଆଣନ୍ତୁ, ଯାହାଦ୍ବାରା ରାଜ୍ଯ ର ଜନସାଧାରଣ ଠିକ୍ ନ୍ୟାୟ ପାଇପାରିବେ l ଗଣତାନ୍ତ୍ରିକ ରାଷ୍ଟ୍

ପ୍ରୟାସ ପକ୍ଷରୁ କମ୍ବଳ ବଣ୍ଟନ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
କୋରାପୁଟ (ବ୍ୟୁରୋ) - ସମଗ୍ର ରାଜ୍ୟରେ ଏବେ କୋହଲା ପାଗ ସହିତ ଥଣ୍ଡା ର ପ୍ରଭାବ ଅନେକ l ଏମିତିକି କୋରାପୁଟ, ଫୁଲବାଣୀ ଜିଲ୍ଲାର ତାପମାତ୍ରା ଦିନକୁ ଦିନ ଖସିବାକୁ ଲାଗିଛି l ଏହି ପରିପେକ୍ଷିରେ ପ୍ରୟାସ ଫାଉଣ୍ଡେସନ ଦାମନଯୋଡ଼ି ପକ୍ଷରୁ ସେମିଳିଗୁଡା - କାଙ୍ଗ୍ରା ଠାରେ ଗରିବ ଲୋକଙ୍କ ପାଇଁ ସହାୟତା ର ହାତ ବଢାଯାଇଛି l ଛାତ୍ର ମୁଖ୍ୟ ଆଶୁତୋଷ ରଥ ଓ ସାଇ ଜ୍ୟୋତି ପଣ୍ଡା ଙ୍କ ନେତୃତ୍ଵରେ ଦୁଇ ଶହ କମ୍ବଳ ଓ କିଛି ବସ୍ତ୍ର ପିନ୍ଧିବାକୁ ଗରିବ ଲୋକଙ୍କୁ ବଣ୍ଟନ କରାଯାଇଛି l ଏହିଭଳି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳର ଜନସାଧାରଣ ଧନ୍ୟବାଦ ଅର୍ପଣ କରିଥିଲେ l RITA vision News 

ଯାଜପୁର ଜିଲ୍ଲା ଯୁବା ମୋର୍ଚାର CAA ଏବଂ NRC ସମର୍ଥନ ପଦଯାତ୍ରା l

Image
ଯାଜପୁର /ସୁକିନ୍ଦା - କଳିଙ୍ଗ ନଗର, ଡୁବୁରି କପିଳେଶ୍ବର ଶିବ ପିଠ ଠାରୁ ସୁକିନ୍ଦା ଯୁବ ମୋର୍ଚା ପକ୍ଷରୁ ଯାଜପୁର ଜିଲ୍ଲା ଯୁବ ମୋର୍ଚା ଉପସଭାପତି ରବିନ୍ଦ୍ର କୁମାର ପୁହାଣ ଙ୍କ ନେତୃତ୍ଵରେ ଏକ ଯୁବ ମୋର୍ଚା ପଟୁଆରରେ ଆସି ଡୁବୁରି ଛକ ପର୍ଯ୍ୟନ୍ତ NRC ସପକ୍ଷରେ ଶୋଭାଯାତ୍ରା କରିଥିଲେ ।ଏହି ଅବସରରେ ମଣ୍ଡଳ ସଭାପତି ଅଜିତ୍ ଦାସ୍, ପୁଷ୍ପକ ମହାପାତ୍ର, ପଦ୍ମଲୋଚନ ବାରିକ୍, ସମ୍ବିତ୍ ନାୟକ, ଜନ୍ମେଜୟ ବେହୁରା, ଜିତେନ୍ଦ୍ର ବେହୁରା, ଜ୍ଞାନ ରଞ୍ଜନ ସାହୁ, ରାକେଶ ନାୟକ, ପ୍ରକାଶ ବେହୁରା, କୈଳାସ ନାୟକ, ମାନସ୍ ନାୟକ ଚିରଂଜିବି ବେହୁରା ପ୍ରମୁଖ we support #CAA          We demand # NRC ନାରାଦେଇ ସମର୍ଥନ ଜଣାଇଥିଲେ । Rita vision News 

ଟାଟାଷ୍ଟିଲ କଳିଙ୍ଗନଗର କୁ ମିଳିଲା ୨୦୧୯ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର l

Image
ଯାଜପୁର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଅବସ୍ଥିତ ଟାଟା ଷ୍ଟିଲ କୁ ମିଳିଛି ଜାତୀୟ ଶକ୍ତି ସଂରକ୍ଷଣ. ୨୦୧୯ ପୁରସ୍କାର l ଶିଳ୍ପ ଉତ୍ପାଦନ ର ତିନି ବର୍ଷ ମଧ୍ୟରେ ମିଳିଛି ଏହି ସମ୍ମାନଜନକ ପୁରସ୍କାର l ଟାଟାଷ୍ଟିଲ କଳିଙ୍ଗନଗର ଦେଶରେ ଦ୍ୱିତୀୟ ସମନ୍ଵିତ ଷ୍ଟିଲ କାରଖାନା ଭାବେ ମଧ୍ୟ ପୁରସ୍କୃତ ହୋଇଛି l ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟ ର ବ୍ୟୁରୋ ଚିପ୍ ଏନର୍ଜି ଏଫି ଏନ୍ସି ପକ୍ଷରୁ ନୂଆଦିଲ୍ଲୀରେ ବିଜ୍ଞାନ ଭବନ ଠାରେ ଡେସେମ୍ବର ୧୪ ତାରିଖ ଦିନ ଅନୁଷ୍ଠିତ କାଯ୍ୟକ୍ରମ ରେ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ (ସ୍ଵାଧୀନ ଦାୟିତ୍ବ) ଶ୍ରୀଯୁକ୍ତ ଆର୍. କେ. ସିଂହ ଏହି ପୁରସ୍କାର ପ୍ରଦାନ କରିଥିଲେ l ଏହି ଅବସରରେ ଦେଶର ମୋଟ ୧୪ ଟି ଇସ୍ପାତ କାରଖାନା ଭାଗ ନେଇଥିଲେ l ବିଗତ ୩ ବର୍ଷ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ୨୧୪ ନିୟୁତ ୟୁନିଟ୍ ଶକ୍ତି ସଞ୍ଚୟ କରି ରେକର୍ଡ ସୃଷ୍ଟି କରିପାରିଛି l ଟାଟା କମ୍ପାନୀ ପକ୍ଷରୁ ଶ୍ରୀଯୁକ୍ତ ଶଙ୍କର ବିଶ୍ୱାସ (ୟୁଟିଲିଟିସ ଆଣ୍ଡ୍ ପାୱାର ସିଷ୍ଟମ ଟାଟା ଷ୍ଟିଲ କଳିଙ୍ଗନଗର) ଶ୍ରୀଯୁକ୍ତ ମଙ୍ଗଲ୍ ଦେଓ ପଣ୍ଡିତ (ଇନ୍ଧନ ପରିଚାଳନା ମୁଖ୍ୟ) ଏହି ପୁରସ୍କାର ଗ୍ରହଣ କରିଥିଲେ l RITA vision News