Posts

ଉପାନ୍ତ ଅଞ୍ଚଳରେ ଏହିପରି କର୍ଯ୍ୟ କୁ ଲୋକଙ୍କ ପ୍ରସଂଶା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
                                                                                                                                                                       ମାଲାକନଗିରି (ବ୍ୟୁରୋ) - ପୋଲିସ, ଏସ୍ଓଜି, ବି ଏସଏଫ ତିଆରି କଲେ:      ହନ୍ତାଳଗୁଡାରୁ ଯୋଡ଼ାମ୍ବକୁ ରାସ୍ତା l ଉପାନ୍ତ ଅଞ୍ଚଳରେ ଉନ୍ନୟନ କାମ କରିବାକୁ ପ୍ରୟାସ ଜାରୀ l   ମାଲକାନଗିରି ଜିଲ୍ଲା ମାଓ ପ୍ରବଣ ଅଂଚଳରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ବିଚ୍ଛିନାଞ୍ଚଳକୁ ପାହାଡ଼, ନଦୀ ଓ ଝରଣା ଘେରି ରହିଛି। ଉକ୍ତ ଅଞ୍ଚଳକୁ ରାସ୍ତା ନ ଥିବାରୁ ଯାତାୟାତ ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଜିଲା ପ୍ରଶାସନ ନିକଟରେ ଯାତାୟାତ ପାଇଁ ରାସ୍ତା କରିଛି। ତେବେ ଓଡିଶା ପୋଲିସ,ଏସଓଜି ଓ ବିଏସଏଫଙ୍କ ମିଳିତ ଉଦ୍ୟମରେ ହନ୍ତାଳଗୁଡାଠାରୁ ଯୋଡ଼ାମ୍ବ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଛି। ମାଲକାନଗିରି ଏସପି ଋଷିକେଶ ଡି. ଖିଲlରୀଙ୍କ ନିର୍ଦ୍ଦେଶରେ ପାପରମେଟଲା ଓଆଇସି ଲକ୍ଷ୍ମୀ ନାରାୟଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ୪ଟି ଜେସିବି ମେଶିନ ସହାୟତାରେ ପାହାଡ଼ କାଟି ରାସ୍ତା ଫିଟାଯାଉଛି। ପୋଲିସ୍ ର ଏଭଳି କାମ ସତରେ ପ୍ରଶଂସନୀୟ ।

ଜଗସିଂପୁର ପୁସ୍ତକ ମେଳା ରେ ମହାମହିମ ରାଜ୍ୟପାଳ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ଜଗତସିଂହପୁର ଠାରେ ଅନୁଷ୍ଠିତ ଏକବିଂଶତମ ଜଗତସିଂହପୁର ପୁସ୍ତକ ମେଳା ରେ ଯୋଗଦେଲେ ଓଡିଶା ରାଜ୍ୟର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ମୁଦୁଲି, ପାରାଦ୍ୱୀପ ନିର୍ବାଚନମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଗଣ।

ବସ୍ ଓଲଟିଲା, ବସ୍ ଯାତ୍ରୀଙ୍କୁ ଶାହା ହେଲେ ଇଶ୍ଵର l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
 କଟକ (ବ୍ୟୁରୋ) - ୬୫ ନମ୍ବର ରାଜ୍ୟ ରାଜପଥ ଆଠଗଡ ଥାନା ଅନ୍ତର୍ଗତ ଉଦୟପୁର ନିକଟରେ ବସର ବେରିଙ୍ଗ ଭାଙ୍ଗି ଯିବାରୁ ଭାରସାମ୍ଯ ହରାଇ ରାସ୍ତା କଡକୁ ଲେଉଟିଲା ଯାତ୍ରୀବାହୀ ବସ '' ମହାବୀର'' ୩୦  ରୁ ଉର୍ଦ୍ଧ ଯାତ୍ରୀ ଆହାତ ସମସ୍ତ ଯାତ୍ରୀ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି।୧୩ ତାରିଖ ଅପରାହ୍ନ ୪.୩୦ ସଯୟରେ କଟକରୁ ଢେଙ୍କାନାଳ ଜିଲ୍ଲାର ଭାପୁରକୁ ଯାଉଥିବା ଯାତ୍ରୀବାହୀ ବସର ବେରିଙ୍ଗ ଭାଙ୍ଗି ଯିବାରୁ ୬୫ ନମ୍ବର ରାଜ୍ଯ ରାଜପଥର ଉଦୟପୁର ନିକଟରେ ଭାରସାମ୍ଯ ହରାଇ ରାସ୍ତା କଡକୁ ବସଟି ୨ ଗଡା ପଲଟା ମାରି ଓଲଟିବାରୁ ସେଥିରେ ଆସୁଥିବା ୩୦ ଉର୍ଧ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି। ତେବେ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ ମାନେ ।ତେବେ ଖବରପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଅଗ୍ନିଶମ ବିଭାଗ ୧୦୮ ଆମ୍ବୁଲାନ୍ସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହାତ ମାନଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ସେମାନଙ୍କ ମଧ୍ୟରୁ ୪ ଜଣ ଉଲ୍ଲାସ ନାୟକ ଓ ମାନି ନାୟକ,ପ୍ରଶାନ୍ତ ପ୍ରଧାନ,ତବସୁନ ଖାଁ ଙ୍କ ଅବସ୍ଥା ଗୁରତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।ଅନ୍ଯ ୨୨ ଜଣଙ୍କର ଆଠଗଡ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ସମସ୍ତଙ୍କ ର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।ଡାକ୍ତରଖାନାରେ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ ,ସହକାରୀ ଜିଲ୍ଲାପ

ମାନବିକତା ଥିଲେ ମଣିଷ ସବୁ ସ୍ଥାନରେ ସମ୍ମାନ ର ପାତ୍ର ହୋଇପାରେ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
କୋରାପୁଟ (ବ୍ୟୁରୋ) - ପୁଣିଥରେ ମାନବିକତାର ଦୃଷ୍ଟାନ୍ତ ଦେଇଛନ୍ତି କୋରାପୁଟର ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ଅନୁଗୁଳିଆ । ଗତକାଲି ମାଲକାନଗିରି ଜିଲ୍ଲାର ବାଲିମେଳାର ଯୁବକ ସନିଆ ଦିସାରୀ ଭାଇଙ୍କୁ କୃତ୍ରିମ ଗୋଡ ଲଗାଇବାକୁ ତାଙ୍କୁ ଭୂବନେଶ୍ୱର ମେଡିକାଲକୁ ପଠାଇଲେ । ତାଙ୍କର ସମସ୍ତ ପ୍ରକାରର ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ନିଜେ ବହନ କରିବା ସହିତ କିଛି ସରକାରୀ ସହାୟତା ମଧ୍ଯ ଯୋଗାଇ ଦେଇଛନ୍ତି । ତତ୍ ସହିତ ତାଙ୍କର ସମସ୍ତ ଦେଖାଶୁଣା କରିବା ଦାୟିତ୍ବ ନିଜର ସାନଭାଇ ଶ୍ରୀମାନ୍ କିରଣ କୁମାର ଅନୁଗୁଳିଆ ଙ୍କୁ ସମର୍ପଣ କରିଛନ୍ତି ଏବଂ ଉକ୍ତ ସନିଆ ଭାଇଙ୍କ ସହିତ ଲବ ପାତ୍ର ଯାଇଛନ୍ତି ।    ସୂଚନା ଅନୁଯାୟୀ ବିଗତ  ୨୦୧୭ ମସିହା ରେ ବାଇକରେ ଯାଉଥିବା ସମୟରେ ଅକସ୍ମାତ ଭାରସାମ୍ଯ ହରାଇ ମହାବାହୁ ବସ ସହିତ ଦୁର୍ଘଟଣାର ଶିକାର ହୋଇଥିଲେ । ସେହି ଘଟଣା ପରେ ତାଙ୍କୁ ଅସ୍ତ୍ରୋପଚାର କରି ଆଣ୍ଠୁ ପର୍ଯ୍ୟନ୍ତ କାଟି ଦିଆଯାଇଥିଲା । କିଛିଦିନ ପୂର୍ବରୁ ଶ୍ରୀଯୁକ୍ତ ଆଲୋକ କୁମାର ଅନୁଗୁଳିଆ ସାର୍ ଉକ୍ତ ଖବର ପାଇ ତାଙ୍କୁ ଏକ କୃତ୍ରିମ ଗୋଡ ଲଗାଇବାର ବ୍ୟବସ୍ଥା କରିଛନ୍ତି । ବିଗତ ବର୍ଷ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମାଝୀଗୁଡାର ସନିଆ ଗୁଟାଙ୍କର ସଫଳ ଚିକିତ୍ସା ପରେ ଶ୍ରୀଯୁକ୍ତ ଆଲୋକ କୁମାର ଅନୁଗୁଳିଆ ସାର୍ ପୁଣିଥରେ ଏହି ପଦକ୍ଷେପ ନେଲେ । ଅନେକ ଲୋକଙ୍କୁ ଅନ୍ଧକାରରୁ ଆଲୋକ ପ୍ରଦାନ କରୁଥିବା ଆଲ

କଲେଜ୍ ରେ ଘଟିଲା ଏହିପରି କାଣ୍ଡ ଆପଣ ସମ୍ପୂର୍ଣ୍ଣ ରିପୋର୍ଟ ପଢିଲେ ଜାଣିପାରିବେ l

Image
ସୁକିନ୍ଦା ବ୍ଲକ ର ହରିପୁର ପଞ୍ଚାୟତ ର ଭାରତୀ ବିହାର ମହାବିଦ୍ୟାଳୟ ରେ ପୂର୍ବ ଘଟଣା କୁ ନେଇ ଛାତ୍ର ଶିକ୍ଷକ ମୁଁହା ମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା ।ପୂର୍ବ ଶନିବାର ଦିନ ମହାବିଦ୍ୟାଳୟ ରେ ଛାତ୍ର ଅଶାନ୍ତି ଦେଖା ଦେବାରୁ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ବିଭାଗର ଅଧକ୍ଷ,ଦୀନବନ୍ଧୁ ସେଠି ଜଣେ ଛାତ୍ର ଦେବବ୍ରତ ଦେବ ଙ୍କ ନାମରେ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଫଳରେ ଛାତ୍ର ଦେବବ୍ରତ ଦେବ କୁ ସେହିଦିନ ସ୍ଥାନୀୟ ପୋଲିସ ସହାୟତାରେ ଜିଲ୍ଲା କାରାଗାରକୁ ପଠାଇଦିଆଯାଇଥିଲା । ଆଜି ସେହି ଛାତ୍ର କୋର୍ଟ ରୁ ବେଲ ହୋଇ ଫେରିବା ପରେ ମହାବିଦ୍ୟାଳୟ ରେ ଛାତ୍ର ମାନଙ୍କ ମଧ୍ୟରେ ଅଶାନ୍ତ ସୃଷ୍ଟି ହୋଇ କୋର୍ଟ ଚାଲାଣ ଛାତ୍ର କୁ ସମର୍ଥନ କରି ବହୁ ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ର ଗେଟ କୁ ତାଲା ପକାଇ ଗେଟ ସାମ୍ନାରେ ବସିଥିଲେ ଦୀର୍ଘ ସମୟ ବସି ଶିକ୍ଷକଙ୍କ ବିରୁଦ୍ଧରେ ନାରାବାଜି ଦେବା ପରେ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ବିଭାଗ ର ଅଧକ୍ଷ ଦୀନବନ୍ଧୁ ସେଠିସ୍ଥାନୀୟ ପ୍ରଶାସନ କୁ ସୂଚନା ଦେବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଓ ଆଡିସନାଲ ତହସିଲଦାର ଅସିତ ମହାନ୍ତି ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କୁ ବୁଝେଇବା ପରେ ଛାତ୍ର ଛାତ୍ରୀ ମାନେ ଗେଟ ଆଗରୁ ଉଠିଥିଲେ ପରେ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କୋର କମିଟି ର ସମସ୍ତ ସଦସ୍ୟ ବ୍ଲକ ଉପଧକ୍ଷ ଦିବ୍ୟରଞ୍ଜନ

ପୋଲିସ୍ କବଜା ରେ ଗଞ୍ଜେଇ ମାଫିଆ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ନନ୍ଦପୁରବ୍ଲକ ଅନ୍ତର୍ଗତ ପିତାଗୁଡା ଚେକଗେଟ ଠ।ରେ ନନ୍ଦପୁର ପୋଲିସ ଖବର ପାଇ ପ୍ରାୟ ୪୦୫କେଜି ୫୩୦ଗ୍ରାମ ଗଞ୍ଜେଇ ଜବତ କରିଛି ନନ୍ଦପୁର ପୋଲିସ। ସୂଚନା ମୁତାବକ ପୋଲିସ ପେଟ୍ରୋଲିଙ୍ଗ କରିବା ସମୟରେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଝଲାପୁଟ ଠାରୁ ଏକ ପିକଅପ୍ ଭ୍ଯାନ (ଓଆର୧୦ଡି୪୫୦୮)ରେ ଗଞ୍ଜେଇ ଜୟପୁରକୁ ଚାଲାଣ ହେଉଥିଲା ତେଣୁ ଏସ୍ ଡି ପିଓ ତପନ କୁମାର ମହାନନ୍ଦିଆଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ପୋଲିସ ଓ ଆଇଆଇସି କପିଳାସ ବେହେରା ପିତାଗୁଡା ଗେଟ ଠାରେ ପଚାର ଉଚାର କରି ଏହି ପିକଅପ୍ ଭ୍ଯାନ ଜବତ କରି ଗଞ୍ଜେଇ ସହ ୩୭୦ଟଙ୍କା ଓ ତିନୋଟି ମୋବାଇଲ ଫୋନ ଜବତ କରିଛି ନନ୍ଦପୁରପୋଲିସ।ଗଞ୍ଜେଇର ଦାମ ୬ଲକ୍ଷ ରୁ ଉର୍ଦ୍ଧ ବୋଲି ଜଣାପଡିଅଛି I ସମସ୍ତ ଗିରଫ ମାନଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି l 

ସରକାରୀ ବାବୁଙ୍କ ମହାନୀୟତା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ଯାଜପୁର - ସରକାରୀ ସ୍ତରରେ ସେବା ଯୋଗାଇ ଆସୁଛନ୍ତି ସେ, ସରକାରୀ କର୍ମଚାରୀ ଭାବେ ସବୁବେଳେ କର୍ମ ତତ୍ପରତା ଭିତରେ ମନ ଭିତରେ ଥାଏ ଆଉ ଏକ ପ୍ରଶ୍ନ, କେତେବେଳେ ସମୟ ମିଳିଲେ ସାଧାରଣ ନିରାଶ୍ରୟ ଅସହାୟ ଏବଂ ନିହାତି ଦରିଦ୍ର ଶ୍ରେଣୀ ପାଇଁ କିଛି ସମୟ ତାଙ୍କରି ସେବାରେ ନିଜକୁ ନିୟୋଜିତ କରି ଥାଆନ୍ତି ଏହି ବ୍ୟକ୍ତି l ସେ ହେଉଛନ୍ତି ଯାଜପୁର ଜିଲ୍ଲାର କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ମହାଶୟ l ଏହି କର୍ଯ୍ୟକ୍ରମ ସେ କେବେଠୁ କରିଚାଲିଛନ୍ତି l ତାଙ୍କର ପ୍ରଚେଷ୍ଟାରେ ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ସହର ସାହି ଓ ମୁଣ୍ଡା ସାହି ର ପ୍ରାୟ ୫୦ ଜଣ ନିରାଶ୍ରୟ ଅସହାୟ ଏବଂ ନିହାତି ଦରିଦ୍ର ଲୋକଙ୍କୁ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ମହୋଦୟ ପହଞ୍ଚି ଶୀତ ବସ୍ତ୍ର (କମ୍ବଳ) ବଣ୍ଟନ କରିଥିଲେ l ସାଧାରଣ ଲୋକଙ୍କ ନିକଟରେ କିଛି ସମୟ କଟାଇ ସେମାନଙ୍କ ଭଲମନ୍ଦ ବୁଝି ଥିଲେ l ଏହି ଅବସରରେ କଳିଙ୍ଗନଗର ପ୍ରେସ୍ ଫୋରମ ର ସାମ୍ବାଦିକ ଶ୍ରୀଯୁକ୍ତ ରଙ୍ଗବଲ୍ଲଭ ସାହୁ, ପରମାନନ୍ଦ ଦାସ, ଉମାକାନ୍ତ ମହାପାତ୍ର ଓ ଦୁଷ୍ମନ୍ତ କୁମାର ଘଡାଇ ସହଯୋଗ କରିଥିଲେ l ଆଗାମୀ ଦିନରେ ଆହୁରି ବିସ୍ତୃତ ଭାବରେ ଲୋକମାନଙ୍କୁ ଏହି ସେବା ଯୋଗାଇଦେବା ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ସୂଚନା ଦେଇଛନ୍ତି l ଏହିଭଳି ମହତ୍ ଓ ମ