Posts

ଶୁଭଦୀପ ଆମଗାଁ -ଡ଼ୁବୁରୀ ପୁସ୍ତିକା ଉନ୍ନ୍ମୋଚିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର ): - ଶୁଭଦୀପ ଆମଗାଁ -ଡ଼ୁବୁରୀ ପୁସ୍ତିକା ଉନ୍ନ୍ମୋଚିତ ହୋଇଯାଇଛି l ଡ଼ୁବୁରୀ ଗ୍ରାମର ସମାଜସେବୀ, ସାହିତ୍ୟlନୁରାଗୀ ଓ ଆଧ୍ୟାତ୍ମିକବାଦୀ ପୂର୍ଣଚନ୍ଦ୍ର ସାହୁଙ୍କ ରଚିତ ଶୁଭଦୀପ ଆମଗାଁ - ଡ଼ୁବୁରୀ ପୁସ୍ତିକା ଉନ୍ନ୍ମୋଚନ ଉପଲକ୍ଷେ ଡ଼ୁବୁରୀ ପଥପ୍ରାନ୍ତ ସେବା କେନ୍ଦ୍ରଠାରେ କୋଭିଡ ନିୟମ ପାଳନ କରାଯାଇ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଡ଼ୁବୁରୀ କପିଳେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଯତୀନ କୁମାର ତ୍ରିପାଠୀ ମୁଖ୍ୟଅତିଥି, ଶିକ୍ଷାବିତ ଅଲେଖ ପ୍ରସାଦ ଯେନା ଓ ଯୁବନେତା ଜୟନ୍ତ କୁମାର ରାଉତ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁସ୍ତିକାକୁ ଉନ୍ନ୍ମୋଚନ କରିଥିଲେ l ପୁସ୍ତିକାର ରଚୟିତା ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ l କଳିଙ୍ଗନଗର ବଣିକ ସଙ୍ଘ ସଭାପତି ସୁଧାଂଶୁ ରାଉତ୍ , ସମ୍ପାଦକ ସୁକୁମାର ଜେନା, ସାମ୍ବାଦିକ ବିଶ୍ୱନାଥ ସାହୁ ଓ ସଂଜୀବ ମହାନ୍ତ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ l କଳିଙ୍ଗନଗର ଶିଳ୍ପାଞ୍ଚଳର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ବହୁ ପୁରାତନ ଡ଼ୁବୁରୀ ଗ୍ରାମର ଉତ୍ପତ୍ତି, ସ୍ୱତନ୍ତ୍ରତା, ଗ୍ରାମ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବ୍ୟକ୍ତିବିଶେଷ, ବିଭିନ୍ନ ସାହିର ପ୍ରତିଷ୍ଠl, ଗ୍ରାମର ବିଭିନ୍ନ ଅନୁଷ୍ଠାନ

କର୍ପୋରେଟ୍‌ ଢାଞ୍ଚାରେ ନିର୍ମାଣ ହେବ ବିଜୁ ଜନତା ଦଳ ର ମୁଖ୍ୟ କାର୍ଯ୍ୟାଳୟ l

Image
ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) : - ନବକଳେବର ହେବ ବିଜୁ ଜନତା ଦଳର ମୁଖ୍ୟାଳୟ। କର୍ପୋରେଟ୍‌ ଢାଞ୍ଚାରେ ନିର୍ମାଣ ହେବ ନୂଆ କୋଠା। ଏଥିପାଇଁ ପବିତ୍ର ରଥଯାତ୍ରା ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ ରାଜ୍ୟ ମୁଖ୍ୟାଳୟ ଭୂମି ପୂଜନ ଉତ୍ସବରେ ଯୋଗ ଦେଇଛନ୍ତି। କୋଭିଡ ପ୍ରଟୋକଲରେ ସମସ୍ତ କାର୍ଯ୍ୟ ହୋଇଥିବା ବେଳେ ବିଜେଡିର ବରିଷ୍ଠ ଓ କିଛି ଟାଣୁଆ ନେତା ଭୂମି ପୂଜନ ସମାରୋହରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି।  ମିଳିଥିବା ସୂଚନା ମୁତାବିକ, ଆଇଆର୍-୩ କ୍ବାର୍ଟର୍ସ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ପାଇଁ ଆବଣ୍ଟନ ହୋଇଥିବା ବେଳେ ବିଜେଡି ତାର ମୁଖ୍ୟାଳୟ ସମ୍ପ୍ରସାରଣ ଓ ନୂଆ କାର୍ଯ୍ୟାଳୟ ପାଇଁ ୟୁନିଟ-୬ରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଆବଣ୍ଟନ ହେଉଥିବା କ୍ବାର୍ଟର୍ସ ଭି ୨/୧ ଏବଂ ଭି ୨/୨କୁ ନେଇଛି। ଏହି ଦୁଇଟି କ୍ବାର୍ଟର୍ସର ଜମି ବିଜେଡିକୁ ଲିଜ୍ ଆକାରରେ ଦିଆଯିବା ପରେ ବିଜେଡି ଏହାକୁ ଫ୍ରି ହୋଲ୍ଡ କରି ନେଇଥିବା ସୂଚନା ରହିଛି।  ଅର୍ଥାତ୍ ଏହି କ୍ବାର୍ଟର୍ସ ଯେଉଁ ଜମିରେ ନିର୍ମାଣ ହୋଇଛି ତାହାକୁ ବିଜେଡି ସରକାରୀ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟଙ୍କା ଜମା କରି କିଣି ନେଇଛି। ଏବେ ଏଠାରେ ନୂ୍ଆ କୋଠା ନିର୍ମାଣ ହେବ। ଏଥିପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି। The Biju Janata Dal's headquarters will be set up in a corporate structure. 

ରାତି ପାହିଲେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା l

Image
ପୁରୀ(ବ୍ୟୁରୋ ରିପୋର୍ଟ) :- ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଆଜି ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳ ରଥ ଖଳାକୁ ବିଜେ ହୋଇଛି। ତିନି ବାଡ଼ରେ ପୂଜାପଣ୍ଡା ସେବକ ମାନେ ଏହି ଆଜ୍ଞା ମାଳ ବିଜେ କରାଇଛନ୍ତି। ଆଜ୍ଞାମାଳ ବିଜେ ପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖରେ ରଖାଯାଇଛି। ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବ ଦଳନ ରଥ ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଛି। ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି । ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ୧୦ ଜଣ ଅତିରିକ୍ତ ଏସପି, ୨୧ଜଣ ଡିଏସପି, ୬୪ ଜଣ ଇନସପେକ୍ଟର, ୨୨୨ ଏଏସ୍ଆଇ ଏବଂ ଏସ୍ଆଇଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ। At nightfall, the world-famous chariot ride.  Puri(Beuro Report) : - The world famous declaration tomorrow. According to tradition today, after the morning i

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦାନଗଦୀ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ l

Image
ଯାଜପୁର(କଳିଙ୍ଗନଗର): - ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ମହାମାରୀ କରୋନା ସମୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବୁଧବାର ଦାନଗଦୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ସେଠାରେ ଆୟୋଜିତ ପ୍ରତିବାଦ ସଭାରେ କଂଗ୍ରେସ ନେତାମାନେ ଉଦବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ତୀବ୍ର ସମାଲୋଚନା କରି ଦରଦାମ ନିୟନ୍ତ୍ରଣରେ ଉଭୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଥିଲେ l ବ୍ଲକ କଂଗ୍ରେସ କମିଟି ସଭାପତି ବିଭୁ ଭୂଷଣ ରାଉତ ଓ ସୁକିନ୍ଦା ଯୁବ କଂଗ୍ରେସ ସଭାପତି କୃପାସିନ୍ଧୁ ସାମନ୍ତରାୟଙ୍କ ନେତୃତ୍ୱରେ ନାରାୟଣ ଚନ୍ଦ୍ର ଧୀର, ମଧୁସୂଦନ ସାହୁ, ମହେନ୍ଦ୍ର ଦାସ, ଦୟାନିଧି ପଲାଇ, ସୁରଜିତ ରାଉତ, ଉମାକାନ୍ତ ଯେନlମଣୀ, ସୁବାଷ ଚନ୍ଦ୍ର ବଳସାମନ୍ତ, ପ୍ରତିମା ସାହୁ, ରେଣୁବାଳା ଜେନା, କାନ୍ହୁ ଦାସ, ରମେଶ ଚନ୍ଦ୍ର ଧୀର,ରବି ଜାରିକା, ରଞ୍ଜନ ଧୀର, ଭବାନୀ ଦେଓ, ବୀର ସାହୁ, ଲିଟନ ଯେନାମଣୀ, ବlଙ୍କବିହାରୀ ଯେନା, ସମୀର ପାତ୍ର, ସୁମନ୍ତ ଯେନା, ରାଜେଶ ନlଟିଆ, ଅଜିତ ନାୟକ, କଳ୍ପତରୁ ଧଳ, ଡlବର ସାମାଡ଼, ଲମ୍ବୋଦର ମହାନ୍ତ, ନିଲୁ ଦେଓ, ପ୍ରଦୀପ ମଲ

ମୁଖ୍ୟମନ୍ତ୍ରୀଙ୍କ ଭିଜନ୍‌ ୨୦୩୦ ଅନ୍ତର୍ଗତ ରେ ୫ଟି ବଡ଼ ଶିଳ୍ପ ପ୍ରକଳ୍ପକୁ ନୀତିଗତ ମଞ୍ଜୁରି ମିଳିଛି । ଓଡ଼ିଶାରେ ସ୍ରୁଷ୍ଟି ହେବ ୨୬,୯୫୯ ନିଯୁକ୍ତି I

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ଦେଶର ଅନ୍ୟତମ ଶ୍ରେଷ୍ଠ ନିବେଶ ସ୍ଥଳ ପାଲଟିଛି ଓଡ଼ିଶା । କୋଭିଡ୍‌ ମହାମାରୀ ସତ୍ତେ୍ୱ ୨୦୨୦-୨୧ରେ ୨.୯୬ ଲକ୍ଷ କୋଟିର ନିବେଶ ସାଉଁଟିଛି ରାଜ୍ୟ । ଆଜି ଏ ଦିଗରେ ସଫଳତାର ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଓଡ଼ିଶାକୁ ଭାରତର ଇସ୍ପାତ ହବ୍‌ରେ ରୁପାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଜନ୍‌ ୨୦୩୦ ଅନ୍ତର୍ଗତ ରେ ୫ଟି ବଡ଼ ଶିଳ୍ପ ପ୍ରକଳ୍ପକୁ ନୀତିଗତ ମଞ୍ଜୁରି ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୨୬ ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ଏସବୁ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।   ମଞ୍ଜୁରି ପାଇଥିବା ୫ଟି ପ୍ରକଳ୍ପ ମଧ୍ୟରେ ଭୂଷଣ ପାୱାର ଆଣ୍ଡ୍‌ ଷ୍ଟିଲ ଲିମିଟେଡ୍‌ର ଏକ ସମ୍ପ୍ରସାରଣ ପ୍ରକଳ୍ପ ସାମିଲ ଅଛି । କମ୍ପାନି ୫୫,୦୦୦ କୋଟି ଟଙ୍କା ନିବେଶରେ ସମ୍ବଲପୁରର ରେଙ୍ଗାଲିରେ ଥିବା ଏହାର ସମନ୍ୱିତ ଇସ୍ପାତ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତାକୁ ୫ ନିୟୁତ ଟନ୍‌ରୁ ୧୫ ନିୟୁତ ଟନ୍‌କୁ ବଢ଼ାଇବ । ଏହା ମାଧ୍ୟମରେ ୧୦,୦୦୦ରୁ ଊର୍ଦ୍ଧ୍ୱ ନୂଆ ନିଯୁକ୍ତି ସୃଷ୍ଟି ହେବ । ଟାଟା ଷ୍ଟିଲ ଲିମିଟେଡ୍‌ର ଏକ ସମ୍ପ୍ରସାରଣ ପ୍ରକଳ୍ପକୁ ବି ମଞ୍ଜୁରି ମିଳିଛି । ଯାଜପୁରର କଳିଙ୍ଗନଗରଠାରେ କମ୍ପାନି ୪୭,୫୯୯ କୋଟି ଟଙ୍କା ନିବେଶରେ ଏହାର ବାର୍ଷିକ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତାକୁ ୩ ଏମ୍‌ଟିପି

ଖାକିରେ ଲାଗିଛି କଳଙ୍କର ଛିଟା ।

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଖାକିରେ ଲାଗିଛି କଳଙ୍କର ଛିଟା । ପୋଲିସ କର୍ମଚାରୀଙ୍କ ନାଁରେ ଲଭ ସେକ୍ସ ଧୋକା ଅଭିଯୋଗ । ସୁରକ୍ଷା ଦାୟିତ୍ୱ ବହନ କରୁଥିବା ପୋଲିସ ବିଭାଗର ଜଣେ କର୍ମଚାରୀ ବିଧବା ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଭଳି ଘଟଣା ଧର୍ମଶାଳା ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଧର୍ମଶାଳା ଥାନା ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମର ଜଣେ ବିଧବା ମହିଳାଙ୍କ ସହିତ ଓଏପିଏଫ କର୍ମଚାରୀ ଶ୍ୟାମସୁନ୍ଦର କିସ୍କୋଙ୍କ ପ୍ରେମସମ୍ପର୍କ ଗଢି ଉଠିଥିଲା । ଓଏପିଏଫ କର୍ମଚାରୀ ଜଣକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ । ହେଲେ ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିଦେଇଥିଲେ । ଏପରିକି ଗର୍ଭ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ପରେ ଏକ ଫାଉଣ୍ଡେସନର ମାଧ୍ୟମରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ତେବେ ବିବାହରେ ଅରାଜି ହେବାରୁ ଯୁବତୀ ଜଣକ ଏସମ୍ପର୍କରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଧର୍ମଶାଳା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ୟାମସୁନ୍ଦରଙ୍କୁ ଗିରଫ କରିଥିଲା । ଉଭୟଙ୍କ ଡାକ୍ତରୀମାଇନା କରାଯିବା ସହ ପୀଡିତାର ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୪ ଧାରାରେ ବୟାନ ରେକର୍ଡ

'' ଉଦୟବଟ '' ପକ୍ଷରୁ ୭୨ ତମ ବନ ମହୋତ୍ସବ ପାଳିତ l

Image
ଯାଜପୁର( ବ୍ୟାସନଗର ): - ବୃକ୍ଷ ହିଁ ଜୀବନ, ଦାରୁ ବ୍ରହ୍ମ, ପ୍ରକୃତି ମାତାର ଶ୍ରେଷ୍ଠତମ ସୃଷ୍ଟି । କରୋନା ସମୟରେ ବୃକ୍ଷର ଉପକାରିତାକୁ ଆମ୍ଭେ ଅନୁଭବ କରିଛେ । ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ବୃଦ୍ଧି ପାଇଁ ବୃକ୍ଷର ଭୂମିକା ଅପରିହାର୍ଯ୍ୟ । କରୋନାର କରାଳ ଦାଉରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ରୋଗ ପ୍ରତିରୋଧକ ଶକ୍ତି ହିଁ ପରୋକ୍ଷରେ ବୃକ୍ଷରୁ ମିଳିଥାଏ । ବୃକ୍ଷ ଏକାଧାରାରେ ସମଗ୍ର ଜୀବଜଗତକୁ ଖାଦ୍ୟ ଯୋଗାଇବାରେ, ଫଳ ପୁଷ୍ପ ପ୍ରଦାନ କରିବାରେ, ବାସ ସ୍ଥାନ ଯୋଗାଡରେ, ନିର୍ମାଣ କାର୍ଯ୍ୟରେ, ଅମ୍ଳଜାନ ଯୋଗାଇବାରେ, ଔଷଧ ତିଆରିରେ, ଗୋପାଳନ ପାଇଁ, ମୂଲ୍ୟବାନ କାଠ ଉତ୍ପାଦନ କରି ଅର୍ଥ ଉପାର୍ଜ୍ଜନରେ, ତାପମାତ୍ରାକୁ ସୁନିୟନ୍ତ୍ରିତ କରିବାରେ, ବାଟୋଇଙ୍କୁ ଛାୟା ଓ ଆଶ୍ରୟ ପ୍ରଦାନ କରିବାରେ ସର୍ବୋପରି ପରିବେଶ ସନ୍ତୁଳନରେ ଆଦି ଭଳି ବିବିଧ କାର୍ଯ୍ୟରେ ବୃକ୍ଷ ସହାୟକ ହୋଇ ଚାଲିଛି । ଏହି ଅବସରରେ'' ଉଦୟବଟ'' ପକ୍ଷରୁ ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଙ୍କ ତତ୍ତ୍ଵାବଧାନରେ ଏବଂ '' ''ଉଦୟବଟ'' ର ଯାଜପୁର ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ପାତ୍ର ଙ୍କ ସହଯୋଗରେ ବ୍ୟାସନଗର ପୌରପରିଷଦ ର ମୁଣ୍ଡମାଳ ହନୁମାନ ବାଟିକା ଠାରେ ୪୦ ରୁ ଉର୍ଦ୍ଧ ଔଷଧିୟ ଓ ଫଳ ବୃକ୍ଷ ରୋପଣ କରାଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ କ