ମା 'କୋଳରୁ ଶିଶୁପୁତ୍ରକୁ ଛଡ଼ାଇନେଲା ଦଲାଲ୍ l

ବାରିପଦା(ବ୍ୟୁରୋ ରିପୋର୍ଟ) :- ଟଙ୍କା ପାଇଁ ଜଣେ ଦଲାଲ୍ ବଡ଼ ନିର୍ଦ୍ଦୟ ଭାବେ ଜଣେ ମା’ର କୋଳରୁ ତା’ ମାସକର ଶିଶୁ ପୁତ୍ରକୁ ଛଡ଼ାଇ ନେଇ ବିକିଦେଇଛି । ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ଏମିତି ପିଲା ବିକ୍ରି ଅଭିଯୋଗ ଆସିବା ପରେ ପୋଲିସ ସକ୍ରିୟତା ଦେଖାଇ ସେହି ଶିଶୁ ପୁତ୍ର ଜବତ କରିଛି ଓ ତାକୁ କିଣିଥିବା ଦମ୍ପତି ଏବଂ ବିକିଥିବା ଦଲାଲକୁ ଗିରଫ କରିଛି । ଝାରପୋଖରିଆ ଥାନା ଅନ୍ତର୍ଗତ ଶଙ୍ଖଭଙ୍ଗା ଗାଁର ବାସିନ୍ଦା ମାଳତୀ ଦିଗାଲ ରବିବାର ଦିନ ନିଜ ମାସକର ଶିଶୁ ପୁତ୍ରକୁ ହସପିଟାଲକୁ ନେଇ ଯାଉଥିବା ବେଳେ ବାଟରେ ତପନ ଦଣ୍ଡପାଟ ନାମକ ଦଲାଲ୍ ତାଙ୍କଠାରୁ ଶିଶୁଟିକୁ ଛଡ଼େଇ ନେଇଥିଲା । କାନ୍ଦି କାନ୍ଦି ଖାଲି ହାତରେ ଥାନାରେ ପହଞ୍ଚି ଏହି ଘଟଣା ବଷୟରେ ଅଭିଯୋଗ କରିଥିଲେ ମାଳତୀ । ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଓ ଦଲାଲକୁ ଚିହ୍ନଟ କରି ରାଇରାଙ୍ଗପୁରରେ ସେହି ଶିଶୁଟିକୁ କିଣିଥିବା ଏକ ଦମ୍ପତିଙ୍କୁ ଠାବ କରି ଶିଶୁଟିକୁ ଉଦ୍ଧାର କରିଥିଲା । ଅଭିଯୁକ୍ତ ଦଲାଲ୍ ‘‘ମୋ’ ପୁଅ ଦେହ ଭଲ ନ ଥିବାରୁ ମୁଁ ତାକୁ ହସପିଟାଲକୁ (ଶିରସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର) ଆଣୁଥିଲି । ମୁଁ ତାକୁ ଧରି ଚାଲି ଚାଲି ଆସୁଥିବା ବେଳେ ସେ (ଦଲାଲ ତପନ ଦଣ୍ଡପାଟ) ମୋତେ ଅଟକାଇଲା ଓ ପିଲାଟିକୁ ତାକୁ ଦେଇଦେବାକୁ କହି...