Posts

ଭୁବନେଶ୍ୱର କ୍ଲବ ନିର୍ବାଚନ, ସଭାପତି ଭାବେ ନିର୍ବାଚିତ ହେଲେ ଅସିତ୍ ତ୍ରିପାଠୀ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ବହୁ ଦିନରୁ ଖାଲିଥିବା ଭୁବନେଶ୍ବର କ୍ଲବ ର ଆସନ ପୂରଣ ହୋଇଛି l ଶେଷ ହୋଇଛି ଭୁବନେଶ୍ୱର କ୍ଲବର ନିର୍ବାଚନ । ଫଳାଫଳ ଘୋଷଣା ସରିଛି, ଯାହାର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ଅସିତ୍ ତ୍ରିପାଠୀ । ସେ ତାଙ୍କ ପ୍ରତିଯୋଗୀଙ୍କଠାରୁ ୨୭୮ ଭୋଟ୍ ଅଧିକ ପାଇଁ ଭୁବନେଶ୍ୱର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଅସିତ ତ୍ରିପାଠୀଙ୍କୁ ମୋଟ ୭୭୬ ଭୋଟ୍ ମିଳିଥିବାବେଳେ ତାଙ୍କ ପ୍ରତିଯୋଗୀ ବିଜୟ ପଟ୍ଟନାୟକଙ୍କୁ ୪୯୮ ଭୋଟ୍ ମିଳିଥିବା ସୂଚନା ମିଳିଛି । ଭୁବନେଶ୍ୱର କ୍ଲବର କର୍ମକର୍ତ୍ତା ନିର୍ବାଚନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା । ଯାହାକି ରବିବାର ଶେଷ ହୋଇଥିଲା । ଦୁଇ ଦିନରେ ମୋଟ୍ ୧୨୬୯ ଜଣ ମତଦାନ କରିଥିବା ବେଳେ ସୋମବାର ଅପରାହଣ ଭୋଟ୍‌ ଗଣତି ହୋଇଥିଲା । କ୍ଲବର ନିର୍ବାଚନ ପାଇଁ ୫ଟି ବୁଥ୍ ହୋଇଥିବା ବେଳେ ୫ଟି ଲେଖାଏଁ ବାଲାଟ୍ ପେପର୍ ହୋଇଥିଲା । ସଦସ୍ୟମାନେ ପ୍ରାର୍ଥୀଙ୍କ ନାମ ନିକଟରେ କ୍ରସ୍‌ ଚିହ୍ନ‌ ମାରି ଭୋଟ୍ ଦେଇଥିଲେ । ନିର୍ବାଚନ ସରିବା ପରେ ଜଉମୁଦ ଦେଇ ଭୋଟ୍‌ ବାକ୍ସଗୁଡ଼ିକୁ ସିଲ୍‌ କରାଯାଇଥିଲା । ଯାହାକୁ ଆଜି ଅପରାହଣ ଖୋଲାଯିବା ସହିତ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ଦୀର୍ଘ ବର୍ଷ ପରେ ସଭାପତି ପଦ ପାଇଁ ଭୋଟିଂ ହେବା ସହ ଅସିତ୍ ତ୍ରିପ

ତାଳଦଣ୍ଡା କେନାଲ ରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର l

Image
କଟକ(ବ୍ୟୁରୋ ରିପୋର୍ଟ ):- ଆଜି ସକାଳୁ ମାଲ ଗୋଦାମ ଥାନା ଅନ୍ତର୍ଗତ ତାଳଦଣ୍ଡା କେନାଲ ରେ ଜୈନକା ମହିଳା ଙ୍କ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ସୂଚନା ଦେଇଥିଲେ।ମାଲଗୋଦାମ ଥାନା ପୋଲିସ ଘଟଣା ସ୍ଥଳରେ ପହଁଛି ମୃତ ଦେହ କୁ ଜବଦ କରି କଟକ ବଡ଼ ମେଡିକାଲ (ଏସ ସି ବି)  କୁ  ପୋଷ୍ଟମର୍ଟମ କରିବାକୁ ପଠାଇ ତଦନ୍ତ ଆରମ୍ଭ କରିଛି।ମହିଳା ଙ୍କ ପରିଚୟ ମିଳି ପାରିନାହିଁ l

ଆଇ ପି ଏଲ୍ ଖେଳ କୁ ନେଇ ବେଟିଂ ଆଡ଼ା ଉପରେ ଚଢ଼ାଉ, ୬ ଜଣ ଗିରଫ l

Image
ଗଞ୍ଜାମ (ବ୍ୟୁରୋ ରିପୋର୍ଟ) :-  ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଠାରେ IPL କ୍ରିକେଟ ଖେଳ କୁ ନେଇ ବେଟିଂ ଆଡ଼ା ଚାଲିଥିବା  କୌଣସି ସୂତ୍ରରୁ ଖବର ପାଇ, ପାଟପୁର ଥାନା ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ୍ ଭାବେ ଟଙ୍କା କାରବାର ନେଇ ୬ ଜଣ ଯୁବକ ଙ୍କୁ ଗିରଫ କରାଯାଇଥିଲା l ଏବଂ ସେମାନଙ୍କ ଠାରୁ ନଗଦ ଅର୍ଥ ୧ ଲକ୍ଷ ୬୦ ହଜାର ୫୦୦ ଟଙ୍କା  ସହିତ ୮ ଗୋଟି ମୋବାଇଲ୍ ଫୋନ୍ କୁ ପୋଲିସ ଜବଦ କରିଛି l ଗିରଫ ଛଅ ଅଭିଯୁକ୍ତ ଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ୍ I 

ଓଡ଼ିଶା ସରକାର ଙ୍କ ପକ୍ଷରୁ ଲୋକପ୍ରିୟ ରିପୋର୍ଟର ସ୍ଵର୍ଗତ ଅରିନ୍ଦମ ଦାସ ଙ୍କ ପରିବାର କୁ ସହାୟତା ପ୍ରଦାନ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗତକାଲି ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭିର ଚିଫ ରିପୋଟର୍‌ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।  ତାଙ୍କ ପରଲୋକ ସମ୍ବାଦ ପାଇ ସୂଚନା ଓ ଲୋକସଂପର୍କ ବିଭାଗର ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଂଜନ ମଙ୍ଗରାଜ ଘୋର ବ୍ୟଥିତ ହୋଇଥିଲେ ଓ ଅରିନ୍ଦମ ଦାସଙ୍କ ପରିବାରକୁ ତୁରନ୍ତ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ପୂର୍ବାହ୍ନରେ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଅନୁକମ୍ପା ରାଶି ବାବଦରେ ୪ ଲକ୍ଷ ଟଙ୍କାର ଏକ ଚେକ୍‌ ମଞ୍ଜୁର କରାଯାଇ ତାଙ୍କ ପତ୍ନୀ ଶ୍ରୀମତୀ ସମୀକ୍ଷା ବେହେରାଙ୍କ ନିକଟକୁ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜ ପଠାଇଛନ୍ତି ।

ବୋଟ୍ ଓଲଟିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ ): - କଟକ ମୁଣ୍ଡଳିରେ ଗତକାଲି ରବର ବୋଟ୍ ଓଲଟି ପଡ଼ିବା ପରେ ନିଖୋଜ ଥିବା ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତଦେହଟି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ମୁଣ୍ଡଳି ସ୍ଥିତ ଓଡ୍ରାଫ୍ କ୍ୟାମ୍ପକୁ ନିଆଯାଇଥିବା ସୂଚନା ମିଳିଛି। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୁଣ୍ଡଳି ବ୍ରିଜ୍ ନିକଟରେ ମହାନଦୀରେ ଦନ୍ତା ହାତୀଟିଏ ଫସି ରହିଥିବା ବେଳେ ତାକୁ କୂଳକୁ ଘଉଡ଼ାଇ ଆଣିବା ପାଇଁ ଓଡ୍ରାଫ୍‌ର ଏକ ଟିମ୍ ରବର ବୋଟ୍ ସାହାଯ୍ୟରେ ସେଠାକୁ ଯାଇଥିଲା। ଖବର ପ୍ରସାରଣ ପାଇଁ ସେମାନଙ୍କ ସହିତ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ଯାଇଥିଲେ। ତେବେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବୋଟ୍‌ଟି ଓଲଟି ପଡ଼ିବା ପରେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ଅରିନ୍ଦମ ଓ ସୀତାରାମ ଭାସି ଯାଇଥିଲେ। ଅରିନ୍ଦମଙ୍କୁ ଉଦ୍ଧାର କରାଯାଇଥିଲା। ତେବେ କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ସୀତାରାମଙ୍କ ପତ୍ତା ମିଳୁ ନଥିଲା। ତାଙ୍କୁ ଖୋଜିବାକୁ ଗତକାଲିଠୁ ପ୍ରୟାସ ଜାରି ରହିଥିଲ

ଦୀର୍ଘ ଘଣ୍ଟା ହେଲା ଫସିଛି ହାତୀ, ଉଦ୍ଧାର କାର୍ଯ୍ୟ ଆରମ୍ଭ ବେଳେ ଏକାଧିକ ଆହାତ ଜଣେ ସାମ୍ବାଦିକ ଙ୍କ ମୃତ୍ୟୁ l

Image
କଟକ(ବ୍ୟୁରୋ ରିପୋର୍ଟ ): - ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର ଲାଗି ଆରମ୍ଭ ହେଲା  । ଚନ୍ଦକାରୁ ଆସିଥିବା ୧୦ ଜଣିଆ ବିଶେଷଜ୍ଞ ଦଳ ମୁଣ୍ଡଳୀରେ ପହଞ୍ଚିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ହାତୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳୁ ହାତୀ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରୟାସ ଜାରି ରହିଥିବା ବେଳେ ତାହା ଫେଲ୍‌ ମାରିଛି। ତେଣୁ କ୍ରେନ୍‌ ସାହାଯ୍ୟରେ ହାତୀକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ହାତୀଟି ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ୟା ଜଳର ପ୍ରଖର ସ୍ରୋତରେ ପାଣି ମଝିରେ ଅଟକି ରହିଥିବା ବେଳେ ବାହାରି ପାରୁନି। ଅପରପକ୍ଷେ, ହାତୀକୁ ଖାଇବାକୁ କଦଳୀ ଦିଆଯାଇଥିବା ବେଳେ ତାହାକୁ ସେ ଗ୍ରହଣ କରୁନି। ତେଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଭିତରେ ରହିଲେ ହାତୀର ଜୀବନ ପ୍ରତି ବିପଦ ଦେଖାଯାଇପାରେ। ତେଣୁ ହାତୀ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବନ ବିଭାଗର ବରିଷ୍ଠ ଅଧିକାରୀ, ଅଗ୍ନିଶମ ଅଧିକାରୀ, ଓଡ୍ରାଫ୍ ଟିମ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏନେଇ ରେଞ୍ଜର କହିଛନ୍ତି, ହାତୀଟି ଭୟଭୀତ ହୋଇଯାଇଥିବାରୁ ପାଣି ଅତିକ୍ରମ କରିପାରୁନି। ତଥାପି ସେ ନିଜ ଚେଷ୍ଟା ଅବ୍ୟାହତ ରଖିଛି। ଓଡ୍ରାଫର ସ୍ୱତନ୍ତ୍ର ଟିମ୍‌ ଆସି ପହଞ୍ଚିଛନ୍ତି। ରଶି ସାହାଯ୍ୟରେ, ଟାୟାର ସାହାଯ୍ୟରେ ହାତୀକୁ ଉଦ୍ଧାର ପାଇଁ ଚେଷ୍

ଭାଜପା ଯାଜପୁର ଜିଲ୍ଲା ଉପ ସଭାପତିଙ୍କ ଇସ୍ତଫା l

Image
ଯାଜପୁର : - ସୁକିନ୍ଦାର ଭାଜପା ନେତା ତଥା ଯାଜପୁର ଜିଲ୍ଲା ଭାଜପା ଉପ ସଭାପତି ପୁଷ୍ପକ ମହାପାତ୍ର ତାଙ୍କ ପଦ ଓ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି l ସେ ତାଙ୍କର ଇସ୍ତଫାପତ୍ର ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଇବା ସହ ତାହାର ନକଲ ରାଜ୍ୟ ସଭାପତି, ରାଜ୍ୟ ସଂଗଠନ ସମ୍ପାଦକ ଓ ଜିଲ୍ଲା ପ୍ରଭାରୀଙ୍କୁ ପ୍ରଦାନ କରିଥିବା ଏକ ବିବୃତିରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି l