Posts

एकलव्य इंस्टिट्यूट में विश्व हृदय दिवस मनाया.

Image
हरियाणा (ब्यूरो रिपोर्ट) :-  29 सितंबर 2021 को अखिल भारतीय मानव कल्याण ट्रस्ट ने सेक्टर 21 स्थित एकलव्य इंस्टिट्यूट में विश्व हृदय दिवस मनाया जिसमें हृदय रोग विशेषज्ञ डॉ पंकज मोहन शर्मा ने 50 लोगों की निशुल्क जांच की और दवाई दी इस अवसर पर चीफ वार्डन सिविल डिफेंस व प्राथमिक सहायता के ऑथराइज्ड प्रवक्ता डॉ एमपी सिंह ने एक सेमिनार सेमिनार का आयोजन किया ताकि अधिक से अधिक लोग जागरूक हो सके और भविष्य में होने वाले नुकसान से बचा जा सके डॉ एमपी सिंह ने बताया कि पीठ के ऊपरी हिस्से में दर्द होना सांस का फूलना सीने में दर्द होना भूख कम लगना दिल का तेज धड़कना दाढ़ दांत में दर्द होना आदि हृदय आघात के चिन्ह और लक्षण है हृदय आघात से बचने के लिए अखरोट बादाम  अलसी सोयाबीन खाना चाहिए नियमित रूप से योग व व्यायाम करना चाहिए धूम्रपान नहीं करना चाहिए नशा आदि से दूर रहना चाहिए वजन को नियंत्रण में रखना चाहिए तला तेज मिर्च मसाले व बासी भोजन नहीं करना चाहिए स्वास्थ्यवर्धक भोजन खाना चाहिए प्रतिदिन 4 से 5 किलोमीटर की तेज गति से मॉर्निंग या इवनिंग वॉक करनी चाहिए सीजन के फल और सब्जी ज्यादा बे

କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l  ଏହି ସଭା ରେ ନୂତନ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ୩ ଜଣ ଜିଲ୍ଲା ସ୍ତରୀୟ ପଦାଧିକାରୀ ଯଥା ଶ୍ରୀ ପ୍ରଦୀପ ଦାସ ଜିଲ୍ଲା ଉପସଭାପତି, ଶ୍ରୀ ବିଶ୍ୱଜିତ୍ ପ୍ରଧାନ ଜିଲ୍ଲା ସମ୍ପାଦକ, ଶ୍ରୀ ପ୍ରଦୀପ ସାହୁ ଜିଲ୍ଲା ସହ ପ୍ରଭାରୀ ଙ୍କୁ ସ୍ଵାଗତ କରାଯିବା ସହ ସମ୍ବର୍ଦ୍ଧନା ଦିଆଗଲା।  ଏହି ସଭାକୁ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ ଭୋଳ, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ସୁଶିଲ ସାହୁ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ, ନଗର ସୂଚନା ପ୍ରମୁଖ ଗଣେଶ୍ୱର ରଥ, ସୈଲେନନ୍ଦ୍ର ନାଏକ, ରାଜୁ ନାଏକ, ଅଶୋକ ସିଂ, ଶରତ ସାହୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ନୂତନ ସଦସ୍ୟ ମାନେ ନିଜ ନିଜ ଅଭିଭାଷଣ ରେ ଆଗାମୀ ଦିନ ରେ ସମସ୍ତେ ସଂଗଠିତ ହୋଇ ଏକ ତ୍ରୀତ ହୋଇ ଏକ ମନ ଏକ ପ୍ରାଣ ସହ ଏକ ପରିବାର ଭଳି କାମ କରି ସଂଗଠନ କୁ ଆହୁରି ସୁଦୃଢ କରିବା ନେଇ ମତବ୍ୟକ୍ତ କରିଥିଲେ।

ବିଦ୍ୟୁତ ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବଲାଙ୍ଗୀର ଜିଲ୍ଲା ବିଦ୍ୟୁତ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଘେରାଉ ଓ ଦାବୀପତ୍ର ପ୍ରଦାନ l

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ରାଜ୍ୟରେ ମାତ୍ରାଧିକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଏବଂ ବଲାଙ୍ଗୀର ସହର ତଥା ଏହାର ଆଖପାଖ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦ ରେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଆଜି ତାରିଖ ୨୮/୦୯/୨୦୨୧ ମଙ୍ଗଳବାର ଦିନ ସକାଳ ୧୧ ଟା ସମୟରେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ରେ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଙ୍କ ଉପସ୍ଥିତି ରେ ପେଳେସ୍ ଲାଇନ୍ ସ୍ଥିତ ବିଦ୍ୟୁତ୍ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।  ଓଡ଼ିଶା ସରକାର TPWODL ସହିତ ଚୁକ୍ତିବଦ୍ଧ କଲାପରେ ସାରା ରାଜ୍ୟ ରେ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟେକ ସ୍ଲାବ୍ ରେ ଏବଂ ପ୍ରତ୍ୟେକ ୟୁନିଟ୍ ରେ ୫୦ ପଇସା ବୃଦ୍ଧି କରିଛନ୍ତି ଯେଉଁଥି ପାଇଁ ସାଧାରଣ ଲୋକଙ୍କୁ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ତତ୍ ସହିତ ରାଜ୍ୟ ର ବିଭିନ୍ନ ଜାଗାରେ ଏବଂ ମୁଖ୍ୟତଃ ବଲାଙ୍ଗୀର ସହର ଓ ଏହାର ପାଖାପାଖି ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଲୋକ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ସମ୍ପର୍କ କରି ଜଣାଇଲେ ମଧ୍ୟ ଅସୁବିଧା ର ସମାଧାନ ହୋଇପାରୁନାହିଁ କିମ୍ବା କୌଣସି ଫଳପ୍ରଦ ହୋଇପାରୁନାହିଁ।  ବରଂ ଅଭିଯୋଗକାରୀ ଙ୍କ ବିରୁଦ୍ଧ ରେ ଆକ୍ରୋଶମୂଳକ ଭାବେ ପଦକ୍ଷେପ ନେଉଛନ୍ତି ଏବଂ ତାଙ୍କ ଘରର

ଭୁବନେଶ୍ୱର କ୍ଲବ ନିର୍ବାଚନ, ସଭାପତି ଭାବେ ନିର୍ବାଚିତ ହେଲେ ଅସିତ୍ ତ୍ରିପାଠୀ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ବହୁ ଦିନରୁ ଖାଲିଥିବା ଭୁବନେଶ୍ବର କ୍ଲବ ର ଆସନ ପୂରଣ ହୋଇଛି l ଶେଷ ହୋଇଛି ଭୁବନେଶ୍ୱର କ୍ଲବର ନିର୍ବାଚନ । ଫଳାଫଳ ଘୋଷଣା ସରିଛି, ଯାହାର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ଅସିତ୍ ତ୍ରିପାଠୀ । ସେ ତାଙ୍କ ପ୍ରତିଯୋଗୀଙ୍କଠାରୁ ୨୭୮ ଭୋଟ୍ ଅଧିକ ପାଇଁ ଭୁବନେଶ୍ୱର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଅସିତ ତ୍ରିପାଠୀଙ୍କୁ ମୋଟ ୭୭୬ ଭୋଟ୍ ମିଳିଥିବାବେଳେ ତାଙ୍କ ପ୍ରତିଯୋଗୀ ବିଜୟ ପଟ୍ଟନାୟକଙ୍କୁ ୪୯୮ ଭୋଟ୍ ମିଳିଥିବା ସୂଚନା ମିଳିଛି । ଭୁବନେଶ୍ୱର କ୍ଲବର କର୍ମକର୍ତ୍ତା ନିର୍ବାଚନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା । ଯାହାକି ରବିବାର ଶେଷ ହୋଇଥିଲା । ଦୁଇ ଦିନରେ ମୋଟ୍ ୧୨୬୯ ଜଣ ମତଦାନ କରିଥିବା ବେଳେ ସୋମବାର ଅପରାହଣ ଭୋଟ୍‌ ଗଣତି ହୋଇଥିଲା । କ୍ଲବର ନିର୍ବାଚନ ପାଇଁ ୫ଟି ବୁଥ୍ ହୋଇଥିବା ବେଳେ ୫ଟି ଲେଖାଏଁ ବାଲାଟ୍ ପେପର୍ ହୋଇଥିଲା । ସଦସ୍ୟମାନେ ପ୍ରାର୍ଥୀଙ୍କ ନାମ ନିକଟରେ କ୍ରସ୍‌ ଚିହ୍ନ‌ ମାରି ଭୋଟ୍ ଦେଇଥିଲେ । ନିର୍ବାଚନ ସରିବା ପରେ ଜଉମୁଦ ଦେଇ ଭୋଟ୍‌ ବାକ୍ସଗୁଡ଼ିକୁ ସିଲ୍‌ କରାଯାଇଥିଲା । ଯାହାକୁ ଆଜି ଅପରାହଣ ଖୋଲାଯିବା ସହିତ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ଦୀର୍ଘ ବର୍ଷ ପରେ ସଭାପତି ପଦ ପାଇଁ ଭୋଟିଂ ହେବା ସହ ଅସିତ୍ ତ୍ରିପ

ତାଳଦଣ୍ଡା କେନାଲ ରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର l

Image
କଟକ(ବ୍ୟୁରୋ ରିପୋର୍ଟ ):- ଆଜି ସକାଳୁ ମାଲ ଗୋଦାମ ଥାନା ଅନ୍ତର୍ଗତ ତାଳଦଣ୍ଡା କେନାଲ ରେ ଜୈନକା ମହିଳା ଙ୍କ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ସୂଚନା ଦେଇଥିଲେ।ମାଲଗୋଦାମ ଥାନା ପୋଲିସ ଘଟଣା ସ୍ଥଳରେ ପହଁଛି ମୃତ ଦେହ କୁ ଜବଦ କରି କଟକ ବଡ଼ ମେଡିକାଲ (ଏସ ସି ବି)  କୁ  ପୋଷ୍ଟମର୍ଟମ କରିବାକୁ ପଠାଇ ତଦନ୍ତ ଆରମ୍ଭ କରିଛି।ମହିଳା ଙ୍କ ପରିଚୟ ମିଳି ପାରିନାହିଁ l

ଆଇ ପି ଏଲ୍ ଖେଳ କୁ ନେଇ ବେଟିଂ ଆଡ଼ା ଉପରେ ଚଢ଼ାଉ, ୬ ଜଣ ଗିରଫ l

Image
ଗଞ୍ଜାମ (ବ୍ୟୁରୋ ରିପୋର୍ଟ) :-  ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଠାରେ IPL କ୍ରିକେଟ ଖେଳ କୁ ନେଇ ବେଟିଂ ଆଡ଼ା ଚାଲିଥିବା  କୌଣସି ସୂତ୍ରରୁ ଖବର ପାଇ, ପାଟପୁର ଥାନା ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ୍ ଭାବେ ଟଙ୍କା କାରବାର ନେଇ ୬ ଜଣ ଯୁବକ ଙ୍କୁ ଗିରଫ କରାଯାଇଥିଲା l ଏବଂ ସେମାନଙ୍କ ଠାରୁ ନଗଦ ଅର୍ଥ ୧ ଲକ୍ଷ ୬୦ ହଜାର ୫୦୦ ଟଙ୍କା  ସହିତ ୮ ଗୋଟି ମୋବାଇଲ୍ ଫୋନ୍ କୁ ପୋଲିସ ଜବଦ କରିଛି l ଗିରଫ ଛଅ ଅଭିଯୁକ୍ତ ଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ୍ I 

ଓଡ଼ିଶା ସରକାର ଙ୍କ ପକ୍ଷରୁ ଲୋକପ୍ରିୟ ରିପୋର୍ଟର ସ୍ଵର୍ଗତ ଅରିନ୍ଦମ ଦାସ ଙ୍କ ପରିବାର କୁ ସହାୟତା ପ୍ରଦାନ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗତକାଲି ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭିର ଚିଫ ରିପୋଟର୍‌ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।  ତାଙ୍କ ପରଲୋକ ସମ୍ବାଦ ପାଇ ସୂଚନା ଓ ଲୋକସଂପର୍କ ବିଭାଗର ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଂଜନ ମଙ୍ଗରାଜ ଘୋର ବ୍ୟଥିତ ହୋଇଥିଲେ ଓ ଅରିନ୍ଦମ ଦାସଙ୍କ ପରିବାରକୁ ତୁରନ୍ତ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ପୂର୍ବାହ୍ନରେ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଅନୁକମ୍ପା ରାଶି ବାବଦରେ ୪ ଲକ୍ଷ ଟଙ୍କାର ଏକ ଚେକ୍‌ ମଞ୍ଜୁର କରାଯାଇ ତାଙ୍କ ପତ୍ନୀ ଶ୍ରୀମତୀ ସମୀକ୍ଷା ବେହେରାଙ୍କ ନିକଟକୁ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜ ପଠାଇଛନ୍ତି ।