Posts

ବ୍ରିଜ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍ ଡ୍ରାଇଭର ମୃତ l

Image
    ଢେଙ୍କାନାଳ :- ଜିଲ୍ଲା ର ପରଜଙ୍ଗ ଥାନା ଜଟିଆ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜ ରେ ଭାରସ୍ୟାମ ହରାଇ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍ OD 09P 0122 ଡ୍ରାଇଭ ମୃତ I ମୃତକ ଜଣକ ହେଉଛନ୍ତି କେଉଁଝର ଜିଲ୍ଲାର ମାନସ ରଞ୍ଜନ ଧିବର। ସୂଚନ ମୁତାବକ ଟ୍ରକଟି ଆଇରନ୍ ନେଇ କେନ୍ଦୁଝର ପଟୁ ତାଳଚେର ଅଭିମୁଖେ  ସକାଳ ପ୍ରାୟ ୫:୩୦ ମି. ସମୟରେ ଯାଉଥିବା  ବେଳେ ଜଟିଆ ନିକଟସ୍ଥ ଜଟିଆ ବ୍ରାହ୍ମଣୀ ବ୍ରିଜ ତଳକୁ ଭାରସ୍ୟାମ ହରାଇ ଖସି ପଡ଼ିଥିଲା। ତେବେ ସ୍ଥାନୀୟ ଲୋକ ଦେଖିବା ପରେ ପରଜଙ୍ଗ ପୋଲିସ କୁ ଖବର  ଦେଇଥିଲେ। ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି kunal counstruction ର jcb ସହାୟତାରେ ଟ୍ରକ୍ ରେ ଥିବା ଡ୍ରାଇଭର କୁ ମୃତ ଭାବେ ଉଦ୍ଧାର କରିଛନ୍ତି।

ପାଢେଲ ଗ୍ରାମ ରେ ଜଗନ୍ନାଥ ମନ୍ଦିର ରତ୍ନମୁଦ ସ୍ଥାପନ ଉତ୍ସବ ସହ ଷୋଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ସମ୍ପନ୍ନ।

Image
ପାଟଣାଗଡ :- ବଲାଙ୍ଗୀରପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ପାଢେଲ ଗ୍ରାମ ର ନବ ନିର୍ମିତ ଜଗନ୍ନାଥ ମନ୍ଦିର ର ରତ୍ନ ମୁଦ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ରତ୍ନ ମୁଦ ସ୍ଥାପନ ସହ ଷୋଳପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତା ୮ .୧୨ .୨୦୨୧.ବୁଧବାର ରୁ ୧୧.୧୨ .୨୦୨୧ ଶନିବାର ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେଉଥିବା ରତ୍ନ ମୂଦ ଉତ୍ସବ ରେ ସ୍ଥାନୀୟ ପୋଖରୀ କୁ ଯାଇ ପୂଜାର୍ଚ୍ଚନା ସହ ଇନ୍ଦ୍ର ଇନ୍ଦ୍ରାଣୀ ଓ ଗଙ୍ଗା ନିମନ୍ତ୍ରଣ କରିବା ସହ ପୂର୍ଣ୍ଣ କଳଶ ଆଣି ପୂଜା ନାମ ଯଜ୍ଞ ଓ ପୂଜା ମଣ୍ଡପ ରେ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହାର ପରଦିନ ତା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋମ ଯଜ୍ଞ କରି ନଗର ପରିକ୍ରମା କରି ରତ୍ନ ମୁଦ ଆରମ୍ଭ ହୋଇଥିଲା ।  ଏଥିରେ ମୂଖ୍ୟ ଯଜ୍ଞ କର୍ତ୍ତା କାର୍ତ୍ତିକ ସରାଫ ଓ ତାଙ୍କ ଧର୍ମପତ୍ନୀ ଅଞ୍ଜଳି ସରାଫ ଙ୍କ ସହ ଷୋଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ର ୧୬ ଜଣ ଯଜ୍ଞ କର୍ତ୍ତା ଭାବେ ଭାଗିରଥି ପଟେଲ ତାଙ୍କ ଧର୍ମପତ୍ନୀ ତୃଷ୍ଣାମୟୀ ପଟେଲ ,ଟଙ୍ଗଧରଭୁଏ ତାଙ୍କ ଧର୍ମପତ୍ନୀ ରାମ୍ଭା ଭୂଏ, ଭଗବାନ ମେହେର ଓ ଧର୍ମପତ୍ନୀ ସରୋଜିନୀ ମେହେର , ଦିଲିପ ରଣା , ମିଥୁନ ସାହୁ ଧର୍ମପତ୍ନୀ ହିମାନ୍ଦ୍ରୀ , ଲକ୍ଷ୍ମୀ ନାରାୟଣ ସରାଫ,ଟିକୁ ବନଛୋର,ଭିକ ବନଛୋର, ଲୋକନାଥ ସରାଫ, ଶେଷ ବନଛୋର , ମନୋରଞ୍ଜନ ମେହେର,ମଣ୍ଟୁ ସରାଫ,ସୁଦାମ ସରାଫ ପ୍ରମୁଖ ଙ୍କ ସହ ତାଙ୍କ

ଚର୍ଚ୍ଚା ରେ ଶ୍ୟାମଜୀ ରାଇସ ମିଲ, ତଦନ୍ତ ବେଳେ ବନ୍ଦ କୋଠରୀ ରେ ଅଧିକାରୀ ଙ୍କୁ ଆପାଇତ କରିବାର ଭିଡିଓ ଭାଇରାଲ I

Image
  ଖପ୍ରାଖୋଲ :- ବଲାଙ୍ଗିର ଜିଲ୍ଲା ର ମଣ୍ଡି ପୂର୍ବରୁ ଜିଲ୍ଲା ରେ ଥିବା ରାଇସ ମିଲ୍ ଗୁଡିକୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଥିଲା l ଯାଞ୍ଚ ସମୟରେ ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ସଲଣ୍ଡି ନିକଟରେ ଥିବା ଶ୍ୟାମଜୀ ରାଇସ ମିଲ୍ ରେ ମିଲ୍ ର ଷ୍ଟକ ରେଜିଷ୍ଟର ଠାରୁ ଅଧିକ ପରିମାଣ ର ଧାନ ଓ ଚାଉଳ ଗଛିତ ଥିବା ଜଣାପଡିଥିଲା l ଯାହାକୁ ନେଇ ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ମିଲ୍ କୁ ଘନ ଘନ ଗସ୍ତ କରି ପୁଙ୍ଖାନୁ ପୁଙ୍ଖା ତଦନ୍ତ କରୁଛନ୍ତି l  ତଦନ୍ତ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବି ଗେଟ ଭିତର କୁ ପ୍ରବେଶ କରିବାକୁ ଦେଇନଥିଲେ l ବାହାରେ ଗେଟ ବନ୍ଦ କରି ଭିତରେ ଖୋଳତାଳ ଆରମ୍ଭ କରିଥିଲେ ତଦନ୍ତ ଅଧିକାରୀ I ଅପରାହ୍ନ ୩ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଗେଟ ଭିତରେ ଅଧିକାରୀ ମାନେ ଉପସ୍ଥିତ ରହି ଯାଞ୍ଚ କରିଥିଲେ |  ଅନ୍ୟପଟେ ଯାଞ୍ଚ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମ ରେ ଭାଇରଲ ହେବାକୁ ଲାଗିଛି | ତଦନ୍ତ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ମିଲ୍ ମାଲିକ ଙ୍କ ସହ ଏକ କୋଠରୀ ରେ ବସି ଚା ପାଣି ନାସ୍ତା କରୁଥୁବାର ଦୃଶ୍ୟ ଦେଖିବାକୁ ମିଳୁଛି l  ଯାହାକୁ ନେଇ ସମ୍ପୃକ୍ତ ମିଲ୍ ମାଲିକ ଏବଂ ତଦନ୍ତ ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ସଂଗଠନ ର କର୍ମକର୍ତ୍ତା l ଏ ସମ୍ପର୍କରେ କୌଣସି ପ୍ରଶାସନିକ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଲପାରିନା

ଦେଶ ର ସୁରକ୍ଷା ସହିତ ସ୍ଵଚ୍ଛତା ଉପର ଜବାନ ଙ୍କ ଗୁରୁତ୍ୱ l

Image
ବଲାଙ୍ଗୀର :- ଓଡ଼ିଶା ର ମାଓ ପ୍ରବଣ ବଲାଙ୍ଗୀର ଜିଲ୍ଲା ର ଆଇନ ଶୃଙ୍ଖଲା ରକ୍ଷା ତଥା ସାଧାରଣ ଜନତା ଙ୍କ ସୁରକ୍ଷା ପାଇଁ ନିୟୋଜିତ 189ବାଟାଲିୟନ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଅସାଜିକ କାର୍ଯ୍ୟ କଳାପ ବିରୁଦ୍ଧରେ ଅଭିଯାନ ଚଳାଇବା ସହିତ ଦେଶକୁ ସୁରକ୍ଷିତ ଏବଂ ପରିବେଶକୁ ସ୍ଵଚ୍ଛତା ରଖିବାରେ ମଧ୍ୟ ଅମୁଲ୍ୟ ଅବଦନ ରହିଛି I  ଏକ ସ୍ଵଚ୍ଛତା କାର୍ଯ୍ୟକ୍ରମ ରେ ଶ୍ରୀ ପବନ କୁମାର ତିୱାରୀ କମାଣ୍ଡୋ 189ବାଟାଲିୟନ ନିର୍ଦ୍ଦେଶନାରେ ଡି /ଆସିଷ୍ଟାଣ୍ଟ କମାଣ୍ଡୋ ଶ୍ରୀ ଓ଼ମପ୍ରକାଶ ଯାଦବ ଏବଂ ବି 189ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡୋ ଶ୍ରୀ ଲକ୍ଷିଣ୍ଡର ସିଂ, ଶ୍ରୀ ବିଜୟ କୁମାର, ପି. ଲିମସନ ଏବଂ ଯବାନ ମାନେ ଯୋଗ ଦେଇ ବଲାଙ୍ଗୀର ଜିଲ୍ଲା ର ଏୈତିହାସିକ ବିଶ୍ୱ ପ୍ରସିଦ୍ଧ ହରିଶଙ୍କର ପୀଠ ଠାରେ ଥିବା ମନ୍ଦିର ପ୍ରାଙ୍ଗଣ, ପାର୍କ ସ୍ଥାନ, ବସଷ୍ଟାଣ୍ଡ ଆଦି ବିଭିନ୍ନ ଜାଗାରେ ସ୍ଵଚ୍ଛତା ଅଭିଯାନ ର ଅଯୋଜନ କରିଥିଲେ l  ଏହି ଅଭିଯାନ ସମୟରେ କମାଣ୍ଡୋ ଶ୍ରୀ ଓ଼ମପ୍ରକାଶ ଯାଦବ ଜନସାଧାରଣ ଙ୍କୁ ସୋମଧିତ କରି ଆମ ଦେଶକୁ ପରିଷ୍କାର ଏବଂ ସବୁଜ ସୁନ୍ଦର କାରିବକୁ ପଡିବ ତଥା ଆମ ଆଗାମୀ ପିଢ଼ୀକୁ ଏକ ସୁସ୍ଥ ଏବଂ ସୁନ୍ଦର ଭାରତ ଦେବା କୁ ପଡିବ ବୋଲି କହିଥିଲେ l  ଏଥିସହ ସେ କହିଛନ୍ତି ସର୍ବସାଧାରଣ ସ୍ଥାନରେ ପରିଷ୍କାର କରବା ପ୍ରତି ଧ୍ୟାନ ଦେବା ଆବଶ୍ୟକ l ଏହି ଅବସର ରେ ଗାଁ ନାନ୍ଦୁ

ଯୁବତୀଙ୍କୁ ଅଶାଳୀନ ବ୍ୟବହାର କୁ କେନ୍ଦ୍ର କରି ଉତ୍ତେଜନା l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ ):- କ୍ୟାପିଟାଲ ଥାନା ଅନ୍ତର୍ଗତ ମାଷ୍ଟର କ୍ୟାଣ୍ଟିନ ଛକରେ ବସ ରୁ ଓଲ୍ହାଇବା ସମୟରେ ସେଠାରେ ଉପସ୍ଥିତ ଥିବା ଜୈନକ ନିଶାଗ୍ରସ୍ତ ବ୍ୟକ୍ତି ଯୁବତୀଙ୍କ ଶରୀର ସ୍ପର୍ଶ କରିବା ସହ ଅଶାଳୀନ ବ୍ୟବହାର କରିବା ରୁ ଯୁବତୀ ଜଣକ ଏହାର ପ୍ରତିବାଦ କରି ଚିତ୍କାର କରିଥଲେ। ଏହି ସମୟରେ ଅଭିଯୁକ୍ତ ଜଣକ ଦୌଡ଼ି ପଳାଇ ଯାଉଥିବା ସମୟରେ ସେଠାରେ ଉପସ୍ଥିତ ଥିବା କେତେକ ସ୍ଥାନୀୟ ଯୁବକ ଓ ଉଠା ଦୋକାନୀ ଗୋଡ଼ାଇ ଗୋଡ଼ାଇ" ମୋ ବସ ଟର୍ମିନାଲ" ନିକଟରୁ ଅଭିଯୁକ୍ତ କୁ କାବୁ କରି  ନିକଟରେ ଥିବା ଆରକ୍ଷୀ ସହାୟତା କେନ୍ଦ୍ର ରେ ଜିମା ଦେଇଥିଲେ। ପରେ କ୍ୟାପିଟାଲ ଥାନା ମହିଳା ଆଇ ଆଇ ସି ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କ ଠାରୁ ଏତଲା ଗ୍ରହଣ କରି ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିଜ ହେପାଯତ କୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

କଟକ ରେଳ ସୁରକ୍ଷା ବଳ ଦ୍ବାରା ଟଙ୍କା ଭର୍ତ୍ତି ବ୍ୟାଗ୍ ଜବଦ l

Image
କଟକ(ବ୍ୟୁରୋ ରିପୋର୍ଟ) :-କଟକ ରେଳ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ ହୋଇଛି । ଜବତ ହୋଇଥିବା ୪ଟି ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ମିଳିଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷରୁ ଅଧିକ । ୪ଟି ବ୍ୟାଗରେ ଭର୍ତ୍ତି ହୋଇ ରହିଛି କେବଳ ୧୦ ଓ ୨୦ ଟଙ୍କିଆ ନୋଟ୍ । ଭୁବନେଶ୍ୱରରୁ ଦିଲ୍ଲୀ ଗଲା ବେଳେ ବ୍ୟାଗ୍ ଜବତ କରିଛି ଆରପିଏଫ୍ । ରାଜଧାନୀ ଏକ୍ସପ୍ରେସରେ ଗଲା ବେଳେ ଆରପିଏଫ୍ ଧରିଥିବା ସୂଚନା ମିଳିଛି । ଟଙ୍କା ବ୍ୟାଗ୍ ଧରି ଦିଲ୍ଲୀ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା ଚାଲିଛି । ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଟଙ୍କା ନେଇ ଯାଉଥିବା ବ୍ୟକ୍ତିଙ୍କ ନାଁ ଏ.କେ. ସ୍ୱାଇଁ ବୋଲି ଜଣାପଡିଛି ।  କାହା ପାଖକୁ ଟଙ୍କା ପଠାଯାଉ ଥିଲା ବୋଲି ପ୍ରଶ୍ନ ପଚାରିବାରୁ ଏ.କେ. ସ୍ୱାଇଁ କୌଣସି ଉତ୍ତର ଦେଇ ନାହାନ୍ତିି । ଘଟଣାରେ ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି ।

ଆମ୍ବେଦକରଙ୍କ ୬୫ତମ ତିରୋଧାନ ଦିବସ ପାଳିତ।

Image
ଢେଙ୍କାନାଳ :ଚଳିତ ମାସ ୬ ତାରିଖ ପୁର୍ବାହ୍ନ ରେ ଢେଙ୍କାନାଳ ଜିଲ୍ଲାର ସଦରମହକୁମା ରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡକ୍ଟର ଭି. ଆର. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ତାଙ୍କର ୬୫ତମ ତିରୋଧାନ ଦିବସ ଉପଲକ୍ଷେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।  ଆଜିର ଏହି ପୁଷ୍ପମାଲ୍ୟ ଅର୍ପଣ ଉସ୍ଛବରେ ଢେଙ୍କାନାଳର ସାଂସଦ ମହେଶ ସାହୁ,ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ,ହିନ୍ଦୋଳ ବ୍ଲକ ଅଧକ୍ଷ ପ୍ରିୟ ରଞ୍ଜନ ମହାନ୍ତି,ପୂର୍ବତନ ନଗରପାଳ ଶ୍ରୀ ସୁଧାଂଶୁ କୁମାର ଦଳେଇ ଓ ଇନ୍ଦ୍ରମଣି ବେହେରା,ଜିଲ୍ଲା କଂଗ୍ରେସ ସଭାପତି ସରୋଜ କୁମାର ପଟ୍ଟନାୟକ,ଶାନ୍ତିଭୂଷଣ ପଣ୍ଡା,ସମାଜସେବୀ ସରୋଜ କୁମାର ଶତପଥୀ,ଆମ୍ବେଦକର ସୋସାଇଟି ର ସଭ୍ୟ ସଭ୍ୟା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।ମାନ୍ୟବର ସାଂସଦ ଆମ୍ବେଦକର ଙ୍କର ସ୍ମୃତିଚାରଣ କରିଥିଲେ । ଅଗାମୀପିଢି ଆମ୍ବେଦକରଙ୍କର ମାର୍ଗଦର୍ଶନ କଲେ ଦେଶ ଓ ରାଜ୍ୟର ଶାନ୍ତି ଓ ସଁହତି ବଜାୟ ରହିପାରିବ ବୋଲି ମତବ୍ୟକ୍ତ କରିଥିଲେ ।