Posts

ଡିଭାଇଡରରେ ପିଟିହୋଇ ଓଲଟିଲା ବସ୍, ୧୦ ଶ୍ରମିକ ଆହତ ହୋଇଥିବା ସୂଚନା!

Image
ଭୁବନେଶ୍ଵର(ବ୍ୟୁରୋ ରିପୋର୍ଟ) ୦୮/୦୪ :- ଭୁବନେଶ୍ଵର ଜୟଦେବ ବିହାର ଓଭର ବ୍ରିଜ୍ ତଳେ ଦୁର୍ଘଟଣା। ଡିଭାଇଡରରେ ପିଟିହୋଇ ଓଲଟିଲା ଯାତ୍ରୀବାହୀ ବସ୍। ଅଳ୍ପକେ ବର୍ତ୍ତିଲେ ୩୦ ଜଣ ଶ୍ରମିକ। ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ବସ୍‌ଟି ୩୦ ଜଣ ଶ୍ରମିକଙ୍କୁ ନେଇ ନୟାପଲ୍ଲୀରୁ ପଟିଆ ଯାଉଥିଲା। ଏହି ସମୟରେ ଜୟଦେବ ବିହାର ଓଭର ବ୍ରିଜ୍ ତଳେ ଡିଭାଇଡର ସହ ପିଟି ହୋଇ ବସ୍‌ଟି ଓଲଟି ପଡ଼ିଛି। ଫଳରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତ ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଓଭୋରଲୋଡିଂ ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ସାମ୍ବାଦିକଙ୍କୁ ମାଡ଼ ମାରିଲା ନୀଳଗିରି ପୁଲିସ, ଚିକିତ୍ସା ବେ‌ଳେ ଗୋଡ଼ରେ ପକାଇଲା ବେଡି I

Image
 ବାଲେଶ୍ବର(ବ୍ୟୁରୋ ରିପୋର୍ଟ) : - ସବୁ ସୀମା ଟପିଗଲା ବାଲେଶ୍ବର ଜିଲ୍ଲା ନୀଳଗିରି ପୁଲିସର ବର୍ବରତା। ପୁରୁଣା ରାଗ ଝାଡ଼ିବାକୁ ଯାଇ ‘ସମ୍ବାଦ’ ତଥା ‘କନକ ଟିଭି’ର ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ଅମାନବୀୟ ଅତ୍ୟାଚାର କରିଛି। ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା, ଆନ୍ଦୋଳନ ପାଇଁ ସାମ୍ବାଦିକଙ୍କ ସଜବାଜ l ସୂଚନା ଅନୁସାରେ ନୀଳଗିରି ବଜାରରେ ଗାଡ଼ି ପିର୍କିଂକୁ ନେଇ ଲୋକନାଥ ଏବଂ ନୀଳଗିରି ଥାନାର ଜଣେ କନ୍‌ଷ୍ଟେବଲଙ୍କ ସହ ଗତ ୪ ତାରିଖ ଦିନ କଥା କଟାକଟି ହୋଇଥିଲା। ଲୋକନାଥ ନୀଳଗିରି ପୁଲିସର ମନମୁଖି କାମ ତଥା ଡ୍ରଗ୍‌ସ କାରବାର ନେଇ ଏକାଧିକ ଖବର ପ୍ରକାଶ କରିଥିବାରୁ ସେ ଟାର୍ଗେଟ୍‌ରେ ଥିଲେ। କନ୍‌ଷ୍ଟେବଲଙ୍କ ସହ ଯୁକ୍ତିତର୍କ ପରେ ନୀଳଗିରିି ପୁଲିସକୁ ପ୍ରତି‌େଶାଧ ନେବାର ସୁଯୋଗ ମିଳିଥିଲା। ଗତକାଲି ଲୋକନାଥଙ୍କ ନାମରେ ମିଛ ମାମଲା ରୁଜୁ ସହ ତାଙ୍କୁ ଗିରଫ କରାଯାଇଥିଲା। ଏମିତି କି ଥାନାରେ ତାଙ୍କୁ ମାଡ଼ ମରାଯାଇଥିଲା। ଏପରି ସମୟରେ ଲୋକନାଥ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ପୁଲିସ ବାଧ୍ୟ ହୋଇ ତାଙ୍କୁ ପ୍ରଥମେ ନୀଳଗିରି ଏବଂ ସେଠାରୁ ବାଲେଶ୍ବର ଡାକ୍ତରଖାନା ନେଇଥିଲା। ତେବେ ଡାକ୍ତରଖାନାରେ ବି ପୁଲିସ ବହପ ଦେଖାଇଥିଲା। ବେଡ୍‌ରେ ଚିକିତ୍ସିତ ହେଉଥିବା ଲୋକନାଥଙ୍କ ଗୋଡ଼ରେ ବେଡ଼ି ପକାଇ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସେହି

WCCB ଓ ବନବିଭାଗ ପଞ୍ଝାରେ ବାଘ ଛାଲ ବେପାରୀ, ୭ ଗିରଫ I

Image
କରଞ୍ଜିଆ, (ବ୍ୟୁରୋ ରିପୋର୍ଟ ) : - WCCB (ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ସଂସ୍ଥା) ଓ ବନବିଭାଗ ପଞ୍ଝାରେ ବାଘ ଛାଲ ବେପାରୀ । ୭ ବାଘଛାଲ ବେପାରୀ ଗିରଫ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ କାରବାର ଚାଲିଥିବା ବେଳେ ମାଡି ବସିଲା WCCB ଓ ବନବିଭାଗ। ସୂଚନାନୁଯାୟୀ , କେନ୍ଦୁଝର ବନଖଣ୍ଡ ଅଞ୍ଚଳରୁ ଏକ କଲରା ପତରିଆ ବାଘ ଛାଲ ଆଣି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ ବୁଧବାର ରାତିରେ ଡିଲ୍ ଚାଲିଥିଲା । ଏହି ସମୟରେ ଦୁଧିଆଣି ରେଞ୍ଜର ବନ କର୍ମଚାରୀ, କେନ୍ଦୁଝର ବନବିଭାଗ ଓ WCCB ମିଳିତ ଭାବେ ଚଢ଼ାଉ କରିଥିଲା । ଏହି ଚଢାଉରେ ୭ ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଏହା ସହିତ ବାଘ ଛାଲ ଓ ଏକ ଅଲ୍ଟୋ କାର ଜବତ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଦୁଧିଆଣି ରେଞ୍ଜ ଅଫିସକୁ ଆଣି ଅଧିକ ପଚରାଉଚୁରା କରୁଛି ବନବିଭାଗ । ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ଯଶୀପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୫ ଜଣ କେନ୍ଦୁଝର ଜିଲ୍ଲାର ବୋଲି ଜଣା ପଡ଼ିଛି ।

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ I

Image
ଭଞ୍ଜନଗର (ବ୍ୟୁରୋ ରିପୋର୍ଟ ) :- ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଭଞ୍ଜନଗର ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ । ଭଞ୍ଜନଗରସ୍ଥିତ ଅଫିସ, ଭଞ୍ଜନଗରସ୍ଥିତ ସରକାରୀ କ୍ୱାର୍ଟର, ଗଞ୍ଜାମ ଖଲ୍ଲିକୋଟ ଲଙ୍ଗଳେଶ୍ବରରେ ଥିବା ପୈତୃକ ଘର, ଭୁବନେଶ୍ବର ଖଣ୍ଡଗିରିସ୍ଥିତ ଫ୍ଲାଟ୍ ଭୁବନେଶ୍ବର କସ୍ମୋପଲିସ ରେସିଡେନ୍ସିରେ ଥିବା ଫ୍ଲାଟ, ଖଣ୍ଡଗିରି ଜାଗମରାରେ ଥିବା ୩ ମହଲା ବିଲ୍ଡିଂରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ବର ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଭିଜିଲାନ୍ସ ରେଡ୍ କରାଯାଇଛି । ଚଢାଉରେ ୫ ଜଣ ଡିଏସ୍ପି, ୧୧ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

ସମାଜସେବୀ ଓ ଧର୍ମ ପରାୟଣ ବ୍ୟକ୍ତି ମଦନ ମୋହନ ପଣ୍ଡା ଙ୍କ ପରଲୋକ l

Image
  ଯାଜପୁର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଦାମୋଦର ପୁର ଗ୍ରାମ ର ବିଶିଷ୍ଟ ସମାଜ ସେବୀ ଧର୍ମ ପରାୟଣ ବ୍ୟକ୍ତି ମଦନ ମୋହନ ପଣ୍ଡା ଙ୍କ ର, ୯୫ବର୍ଷ ବୟସ ରେ ଗତ ୨୭ତାରିଖ ରେ ପର ଲୋକ ହୋଇ ଯାଇଛି l ପୁରୀ ସ୍ୱର୍ଗ ଦ୍ଵାର ଠାରେ ତାଙ୍କର ପାର୍ଥିବ ଶରୀର ଯାଥା ବିଧି ରୀତିରେ ସଂସ୍କାର କରା ଯାଇଛି l ତାଙ୍କର ତୃତୀୟ ପୁତ୍ର ରାଧାକାନ୍ତ ପଣ୍ଡା ମୁଖାଗ୍ନି ଦେଇ ଥିଲେ, ସ୍ୱର୍ଗ ଦ୍ଵାର ଠାରେ ସ୍ଵର୍ଗତ ପଣ୍ଡା ଙ୍କର ଆତ୍ମୀୟସ୍ବଜନ  ମାନେ ଉପସ୍ଥିତ ଥିଲେ l ସ୍ଵର୍ଗତ ପଣ୍ଡା ନିଜ ଅଞ୍ଚଳ ରେ ଦୀର୍ଘ ଦଶନ୍ଧି ଧରି ସମାଜ ସେବା କରି ସୁନାମ ଅର୍ଜନ କରି ଆସିଥିଲେ, ଗୋଟିଏ ସଂଭ୍ରାନ୍ତ ଜମିଦାର ପରିବାର ରେ ଜନ୍ମ ହୋଇ ମଧ୍ୟ ତତ୍କାଳୀନ ସମୟ ରେ ଜାତିଭେଦ ଓ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ କରି ଆସିଥିଲେ l ସମାଜ ସେବା କ୍ଷତ୍ର ରେ ସେ ବିଭିନ୍ନ ଗଠନମୂଳକ କାର୍ଯ୍ୟ ସହ ଅନେକ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ସମସ୍ତ ଙ୍କୁ ପ୍ରେରଣା ଯୋଗାଇ ଆସୁଥିଲେ l ତାଙ୍କର ବିୟୋଗ ରେ ଯାଜପୁର ଅଞ୍ଚଳ ରେ ଶୋକର ଛାୟା ଖଳି ଯାଇଛି I 

ଭାରତକୁ ସର୍ବଶ୍ରେଷ୍ଠ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଖିବାକୁ ଚାହିଁବା -ରାଜ୍ୟପାଳ

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :-୨୬ ମାର୍ଚ୍ଚ-ଆମର ସଂସ୍କୁତିରେ ପ୍ରକୃତି ଓ ପରିବେଶକୁ ପୂଜା କରାଯାଏ । ପ୍ରକୃତି ଆମକୁ ବହୁତ କିଛି ଦେଇଛି । ତେଣୁ ଦେଶର ଆଗାମୀ ପୀଢି ଆମର ପ୍ରକୃତିକୁ ବୁଝିବାର ଆବଶ୍ୟକତା ରହିଛି । ଭାରତକୁ ସର୍ବଶ୍ରେଷ୍ଠ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଖିବାକୁ ଚାହିଁବା ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଶନିବାର ଦିନ ହୋଟେଲେ ତାଜ୍ ବିଭାନ୍ତରେ ଅର୍ଗସ ନ୍ୟୁଜ ପକ୍ଷରୁ ଆୟୋଜିତ ଚଲୋ ଦେଖେଁ ଅପନା ଦେଶ ଟୁରିଜିମ୍ କନକ୍ଲେଭର ଉଦଯାପନ ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ, ପର୍ଯ୍ୟଟନ କ୍ଷେତ୍ରରେ ଏବେ ଦେଶ ବିକାଶ ଆଡକୁ ଗତି କରୁଛି ।ପ୍ରଧାନମନ୍ତ୍ରୀ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଦେଶର ରାଜସ୍ୱ କ୍ଷେତ୍ରରେ ପର୍ଯ୍ୟଟନ ବିଭାଗର ବିଶେଷ ଗୁରୁତ୍ୱ ରହିଛି । ମନ୍ଦିର ମାଳିନୀ ଓଡିଶାରେ ମଧ୍ୟ ବହୁ ପର୍ଯ୍ୟଟନ କ୍ଷେତ୍ର ରହିଛି । ମହାପ୍ରଭୁ ଜଗନ୍ନାଥଙ୍କ ଆସ୍ଥାସ୍ଥଳୀ ରହିଛି । ପର୍ଯ୍ୟଟକ ମାନଙ୍କର ଚେତନାକୁ ଜାଗ୍ରତ କରିଥିବା ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ରହିଛି । ପର୍ଯ୍ୟଟନ ଗୁଡିକର ବିକାଶ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ସହ ଆମର ଐତିହ ପରମ୍ପରା ଉପରେ ଲୋକେ ଅଧିକ ଅବଗତ ହୋଇ ପାରିବେ । ସେଥିପାଇଁ ପର୍ଯ୍ୟଟନ ଶିଳ୍ପର ବିକାଶ ଆବଶ୍ୟକତା ରହିଛି ବୋଲି ରାଜ୍ୟ ପାଳ କହିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି ଆ

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଶିଶୁ ବିକାଶ ଓ ସୁରକ୍ଷା ଯୋଜନା ବିଫଳ!

Image
  ବ୍ୟୁରୋ ରିପୋର୍ଟ :- ସରକାର ସମାଜର କଲ୍ୟାଣ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି l ଏହା ଭିତରେ ଅଛି ଶିଶୁ ସୁରକ୍ଷା ଓ ସମୃଦ୍ଧି କ୍ଷେତ୍ରରେ ଯୋଜନା I ଏହି ଯୋଜନାକୁ ତ୍ୱରାନ୍ୱିତ କରିବାକୁ ସରକାରୀ ସ୍ତରରେ କିଛି ଏନ୍.ଜୀ.ଓ .( non-governmental organization ) କୁ ଦାୟିତ୍ଵ ଦିଆଯାଇଛି l  ପ୍ରକୃତରେ ଏହା କିପରି କାର୍ଯ୍ୟକାରୀ ହେଉଛି ତାହା ସର୍ବସାଧାରଣ ରେ ଜଳ ଜଳ ଦେଖାଯାଉଛି I ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ପ୍ରାୟ ୬୦% ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଛି! ଆଖିରେ ନ ଦେଖିଲେ ବିଶ୍ବାସ ହେବନି I ତେଣୁ ଯେଉଁ NGO ମାନେ ଏହି ଅଞ୍ଚଳରେ ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ଏହା କେତେଦୂର ସଫଳତା ହାସଲ କରିଛି ତାହା ଆମେ ଆପଣମାନଙ୍କୁ ଆମ ପାଖାରେ ଥିବା କିଛି ତଥ୍ଯ ପ୍ରଦାନ କରୁଛୁ ତାପରେ ବିଚାର ଆପଣମାନଙ୍କର l ଦାନଗଦି ବ୍ଲକ ଠାରୁ ସୁକିନ୍ଦା ବ୍ଲକ ମଧ୍ୟରେ ପ୍ରତିଦିନ କିଛି ନା କିଛି ନଜରରେ ଆସେ ଏହିସବୁ ଚିତ୍ର... ସାଧାରଣ ଲୋକଙ୍କ ଅଭିଯୋଗ, ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବା ରେ ବିଫଳ ହୋଇଛନ୍ତି ସଂପୃକ୍ତ NGO ମାନେ!  ତା ୨୧/୩/୨୦୨୨ ରେ ଯଖପୁରା ପଂଚାୟତ କାର୍ଯ୍ୟାଳୟ ଠାରେ ଚାଇଲଡ ଲାଇନ ଯାଜପୁର ଓ ଶିଶୁ ଅଧିକାର ସୁରକ୍ଷା ମଞ୍ଚ ମିଳିତ ସହଯୋଗ ଏକ କର୍ମଶାଳା ଆୟୋଜନ ହୋଇଥିଲା l ଏହି କର୍ମଶାଳା ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପରାମର୍ଶ ଦାତା ତ