Posts

ନିଆରା ରୂପରେ ଦୀପାବଳି ଉତ୍ସବ ପାଳନ କଲେ ସଂଗଠନ ର କର୍ମକର୍ତ୍ତା l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଅନାଥଆଶ୍ରମର ଅନ୍ତେବାସୀ ମାନଙ୍କ ସହ ମିଶି ଦୀପାବଳି ପାଳିଲେ" ଆଶା ଅଭିଳାଷା" ସ୍ଵେଚ୍ଛା ସେବୀ ସଂଗଠନ ର କର୍ମକର୍ତ୍ତା l  ବାଣ ନୁହେଁ ହସ ଫୁଟାଇବାର ଆଶ ରଖି , ଆଶା ଅଭିଳାଷା ଅନୁଷ୍ଠାନର କର୍ମକର୍ତ୍ତା ବ୍ୟାସ ସରୋବର ସ୍ଥିତ ବ୍ୟାସଭୂମି ଅନାଥ ଆଶ୍ରମ ରେ ଆଜି ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ ଦୀପାବଳି ର ମଜା ନେଇଥିଲେ , କୁନି କୁନି ପିଲାମାନେ l ପିଲାମାନଙ୍କୁ ମିଠା ଖୁଆଇ ମହମବତୀ ଜଳାଇ ଏକ ନିଆରା ଢଙ୍ଗରେ ଆଲୋକ ର ପର୍ବ ଦୀପାବଳି କୁ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟ ପଟେ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଉପହାର ସ୍ୱରୂପ ପିଲା ମାନଙ୍କୁ ପାଠ୍ଯକ୍ରମ ସ୍ଵରୂପ କଲମ ମଧ୍ୟ ପ୍ରଦାନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ଆଶା ଅଭିଳାଷା ସଂଗଠନ ର ସମସ୍ତେ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ଟାଟା ଷ୍ଟିଲ୍‌ କଳିଙ୍ଗନଗରରେ ମାସବ୍ୟାପୀ ‘କ୍ବାଲିଟି ମାସ’ ଉତ୍ସବ ଆରମ୍ଭ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ ) : - ‘ ଗୁଣବତା’ କେବଳ କୌଣସି ଉତ୍ପାଦ, ପ୍ରକ୍ରିୟା କିମ୍ବା ବ୍ୟବସ୍ଥାରେ ସୀମିତ ନୁହେଁ ବରଂ ପ୍ରତ୍ୟେକ କାର୍ଯ୍ୟରେ ପ୍ରଦର୍ଶିତ ହେଉଥିବା ବିଶ୍ଵାସକୁ ଦୃଢ଼ କରିବା ପାଇଁ ଯାଜପୁର ଜିଲ୍ଲା ଡୁବୁରି ନିକଟସ୍ଥ ଟାଟା ଷ୍ଟିଲ୍‌ କଳିଙ୍ଗ ନଗରଠାରେ ମାସବ୍ୟାପୀ ‘ କ୍ବାଲିଟି ମାସ’ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର(ଟିଏସ୍‌)ର ଉପାଧ୍ୟକ୍ଷ (ଅପରେସନ) ରାଜୀବ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଏସ୍‌ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କର୍ମଚାରୀମାନଙ୍କୁ ସମ୍ବୋଧୃତ କରି ରାଜୀବ କୁମାର ସିଧାସଳଖ କାର୍ଯ୍ୟସ୍ଥଳୀରେ ସମୀକ୍ଷା ବା ‘ଗେମ୍ବା’ ସଂସ୍କୃତି ଉପରେ ଗୁରୁତ୍ବାରୋପ କରିବା ସହ ଗୁଣାତ୍ମକ ମାସ କାର୍ଯ୍ୟକ୍ରମରେ କର୍ମଚାରୀମାନଙ୍କୁ ଅଂଶଗ୍ରହଣ ପାଇଁ ଅନୁରୋଧ କରିଥିଲେ । ଟାଟା ଷ୍ଟିଲ୍‌ର କ୍ଵାଲିଟି ଏକ୍ସଲେନ୍ସର ଚମତ୍କାର ଅଭିବୃଦ୍ଧି ଯାତ୍ରା ପ୍ରତ୍ୟେକ ସ୍ତରରେ କର୍ମଚାରୀଙ୍କ ସମ୍ପୃକ୍ତି ସଂସ୍କୃତିର ଏକ ମଜଭୁତ ଭିତ୍ତିଭୂମି ଉପରେ ନିର୍ମିତ ହୋଇଛି । ଏକାଧୂକ ଡିଜିଟାଲ ପଦକ୍ଷେପର ଅଟୋମେସନ୍ ଏବଂ କାର୍ଯ୍ୟକାରିତା ଶପ୍-ଫ୍ଲୋର ସ୍ତରରେ ମଧ୍ୟ କାର୍ଯ୍ୟର ଦକ୍ଷତା ବୃଦ୍ଧି କରିଛି । ଏହି ଦିଗଉପରେ ଅଧିକ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଗୁଣାତ୍ମକ ମାସର ବିଷୟବସ୍ତୁ ‘ଗେମ୍ବା କେନ୍ଦ୍ରିତ ଉତ୍କର୍ଷତା

ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟସ୍ୱୟଂ ସେବକ ସଙ୍ଘ ମିଳିତ ସହଯୋଗରେ ପାଳିତ ହେଲା ବିଜୟା ଦଶମୀ l

Image
ଯାଜପୁର :- ବଡ଼ଚଣା ପ୍ରଖଣ୍ଡ ର ବାଲିଚନ୍ଦ୍ରପୁର ଠାରେ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି l ଏଥିରେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟସ୍ୱୟଂ ସେବକ ସଙ୍ଘ ମିଳିତ ସହଯୋଗରେ ଏକ ଶୋଭା ଯାତ୍ରା ହନୁମାନ ମନ୍ଦିର ଠାରୁ ବାହାରି ବାଲିଚନ୍ଦ୍ରପୁର ବଜାର ପରିକ୍ରମା କରି ସରସ୍ବତୀ ଶିଶୁମନ୍ଦିର ଠାରେ ପହଂଚି ଥିଲେ l ଏହି ଶୋଭାଯାତ୍ରାରେ ୩୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l କାର୍ଯ୍ୟକ୍ରମ ରେ ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ ଅମ୍ବିକା ପ୍ରସାଦ ଦାସ ଓ ବଜରଙ୍ଗ ଦଳର ରାଜ୍ୟ ସହ ସଂଯୋଜକ ପ୍ରଭାତ ତ୍ରିପାଠୀ, ପୂର୍ବତନ ରାଜ୍ୟ ଗୋରକ୍ଷା ପ୍ରମୁଖ ତଥା ବରିଷ୍ଠ ଆଇନ ଯିବି ସୁବାସ ଚନ୍ଦ୍ର ନନ୍ଦ,  ଭିଡିଓ ଦେଖନ୍ତୁ https://youtu.be/-VWgLp9yi2s ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଜିଲ୍ଲା ସଙ୍ଘ ଚାଳକ ବଟକୃଷ୍ଣ ଜେନା,ପୂର୍ବତନ ବିଜେପି ଜିଲ୍ଲା ସଭାପତି ଅଶୋକ ସାମଲ, ପୂର୍ବତନ ବିଜେପି ଜିଲ୍ଲା ସମ୍ପାଦକ ବରିଷ୍ଟ ଆଇନ ଯିବି ଗୋପାଳ ଚନ୍ଦ୍ର ପଣ୍ଡା, ପୂର୍ବତନ ରାଜ୍ୟ ବଜରଙ୍ଗ ଦଳ ଶାରୀରିକ ପ୍ରମୁଖ ଧର୍ଯ୍ୟଧର ଦାସ ପ୍ରମୁଖ ଯୋଗଦେଇ, ଯାଜପୁର ଜିଲ୍ଲାରେ ସଂଗଠନ କୁ ସୁଧୁଡ଼ କରାଯିବ ସେ ବିଷୟରେ ପ୍ରେରଣା ଦେଇଥିଲେ l ପୂର୍ବତନ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସହ ସମ୍ପାଦକ ହିମାଂଶୁ ଶେଖର ବଳ, ପୂର୍ବତନ ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ଚିତ୍ତରଞ୍ଜନ ବିନ୍ଧାଣି, ପୂର୍ବତନ ଜିଲ୍ଲା ସାହ ସଂଯୋଜକ ବସନ୍

ସୁକିନ୍ଦାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ୩ ଦିନିଆ ‘ସାଥୁଆ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ଶେଷ l

Image
ଯାଜପୁର (କଳିଙ୍ଗନଗର) :- ସୁକିନ୍ଦା ବ୍ଲକ ସମ୍ମିଳନୀ କକ୍ଷରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ରିସ୍ତା ପ୍ରକଳ୍ପ ପକ୍ଷରୁ ତିନି ଦିନିଆ ‘ସାଥୁଅ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଲ୍ୟ ବିବାହ ହାର ହ୍ରାସ ଏବଂ କିଶୋର ପ୍ରଜନନ ଯୌନ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଇଚ୍ଛୁକ ଥିବା ସ୍ଥାନୀୟ ଯୁବବର୍ଗଙ୍କୁ ନେଇ ଗଠିତ ସାଥୀ ମାନଙ୍କ ପାଇଁ ଆୟୋଜନ କରାଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦାଗଡ଼, ଅମ୍ପଲୋବା ଓ ସନସାଇଲୋ ଗ୍ରାମ ପଂଚାୟତର ୩୫ ଜଣ କିଶୋର ଓ କିଶୋରୀ ଅଂଶଗ୍ରହଣ କରିଥିଲେ । ସହକର୍ମୀଙ୍କ ମଧ୍ୟରେ ବାତାବରଣ ସୃଷ୍ଟି କରି ସେମାନଙ୍କ ଅଂଚଳରେ ବାଲ୍ୟ ବିବାହ ହ୍ରାସ କରିବାରେ ସକ୍ଷମ କରିବା ପାଇଁ ସାଥୁଆମାନଙ୍କୁ ଟିଏସଏଫ ଦ୍ଵାରା ପ୍ରସ୍ତୁତ କରାଯାଏ । ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ରେକୋନା ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କର, କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ (ଡବ୍ଲ୍ୟୁଇଓ) ଶ୍ଵେତାଲିନା ରଥ, ସୁକିନ୍ଦା ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ନମ୍ରତା ମୋଦୀ ଓ ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଦକ୍ଷେପକୁ ପ୍ରଶଂସା କରି ଗ୍ରାମସ୍ତରରେ ଜ୍ଞାନର ପ୍ର

ଭିସିଆଇ କେମିକାଲ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଜନଶୁଣାଣି କୁ ବିରୋଧ l ଜନଶୁଣାଣି ଠପ୍!

Image
ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବିଭିନ୍ନ କାରଖାନା l ଏହି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସରକାରୀ ନିୟମ ଅନୁସାରେ ସର୍ବସାଧାରଣଙ୍କ ଅନୁମତି ନିମନ୍ତେ ଏକ ଜନଶୁଣାଣି ହୋଇଥାଏ l କିନ୍ତୁ ବିଡ଼ମ୍ବନା ର ଘଟଣା ଜନସାଧାରଣ ଏହି କେମିକାଲ ପ୍ଲାଣ୍ଟ କୁ ଘୋର ବିରୋଧ କରିଥିଲେ l ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପୂର୍ବରୁ ଗଢ଼ିଉଠିଥିବା ଶିଳ୍ପ ସଂସ୍ଥା ଗୁଡିକ ଜନସାଧାରଣଙ୍କ ସହଯୋଗ ରେ ଶିଳ୍ପ ପ୍ରତିଷ୍ଠା କରିବା ପରେ ଜନସାଧାରଣଙ୍କ ମୌଳିକ ଅଧିକାର କୁ କ୍ଷୁର୍ଣ୍ଣ କରିବାକୁ ପଛାନ୍ତି ନାହିଁ l କଳିଙ୍ଗନଗର ର ସଚେତନ ନାଗରିକ ଏହାର ସଠିକ୍ ଜାବାବ ଦେଇଛନ୍ତି l ତେଣୁ ଦାନଗଦି ଭବନ ଠାରେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ହେଉଥିବା ଜନଶୁଣାଣି କୁ ସ୍ଥାନୀୟ ଲୋକେ ବିରୋଧ କରି ବନ୍ଦ କରିଦେଲେ l ଜନଶୁଣାଣି ରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀ କଳିଙ୍ଗନଗର ଅତିତିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଅଧିକାରୀ ପ୍ରମୋଦ କୁମାର ବେହେରା ଏହି ପରିବେଶ ମଞ୍ଜୁରୀ କାର୍ଯ୍ୟକ୍ରମ କୁ ବନ୍ଦ କରାଯିବା ପାଇଁ ପଦକ୍ଷେପ ନେଇଥିଲେ l

ସରପଞ୍ଚ ବହିଷ୍କୃତ ଉଦ୍ଦେଶ୍ଯରେ ଯାଜପୁର ଜିଲ୍ଲାପାଳ ଙ୍କୁ ଦାବିପତ୍ର ।

Image
    ଯାଜପୁର (ସୁକିନ୍ଦା ) :- ସୁକିନ୍ଦା ବ୍ଲକ ନୂହେଁ ଯାଜପୁର ଜିଲ୍ଲାରେ ମଧ୍ଯ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ପିମ୍ପୁଡିଆ ପଞ୍ଚାୟତ। ପଞ୍ଚାୟତ ଗଠନ ହେଲା କାଳରୁ ହାଇସ୍କୁଲ, ସାପ୍ତାହିକ ହାଟ, କମ୍ୟୁନିକେସନ ପାଇଁ ରାସ୍ତା , ଅନେକ ଚାଷି ମାନଙ୍କପାଇଁ ପୋଖରୀ , ସର୍ବସାଧାରଣ ପାଇଁ ଗାଧୁଆ ତୁଠ , ମାର୍କେଟ ବିଲ୍ଡିଙ୍ଗ୍ , ଯାତ୍ରୀ ବିଶ୍ରାମଗାର , କୋଠଘର, କ୍ଳବ୍ ଘର , ମିଶନ ଶକ୍ତି ଘର , ଆମ ଗାଁ ଆମ ବିକାଶ ଘର, ସ୍ମସାନ ପାଚେରୀ, ପିଠ, ମନ୍ଦିର, ପୋଖରୀ , ପାର୍କ, ଚାଷିଙ୍କ କ୍ଷେତକୁ ଜଳସେଚନ, ବୃକ୍ଷରୋପଣ, ସବୁ ଗାଁ କୁ ରାସ୍ତା ସଂଯୋଗ ଆଦି ଅନେକ ଗୁଡିଏ କାର୍ଯ୍ଯ ସରପଞ୍ଚ, ସମିତି, ବୁଦ୍ଧିଯିବି ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କର ଅନେକ ଅବଦାନ ରହିଛି ବୋଲି ପଞ୍ଚାୟତ ବାସିଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ପଞ୍ଚାୟତ କୁ ଆହୁରୀ ଶିର୍ଷକୁ ନେବାକୁ ମଧ୍ଯ ପଞ୍ଚାୟତ ବାସିଙ୍କ ଆପ୍ରାଣ ଉଦ୍ୟମ ଜାରି ରହିଛି । କିନ୍ତ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ତପନ ନାୟକ ଅନେକ ଉନ୍ନତି ମୂଳକ କାର୍ଯ୍ୟକୁ ଦଳୀୟ ଚିନ୍ତାଧାରାରେ ନେଇ ହିନ ରାଜନୀତି କରି ବିରୋଧ କରୁଛନ୍ତି । ସେ ଜଣେ ଲାଞ୍ଚୁଆ, ଦୁର୍ନୀତି ଖୋର ଓ ବିଶୃଙ୍ଖଳିତ ସରପଞ୍ଚ । ସେ ଜଣେ ନିମ୍ନ ମାନସିକତାର ପରିଚୟ ଦେଉଥିବା ବ୍ୟକ୍ତି ବୋଲି ଅଭିଯୋଗ ହେଉଛି । ଅନେକ ସମୟରେ ତାଙ୍କର ଜନବିରୋଧି କାର୍ଯ୍ଯ କଳାପ, ଅନେକ ଥର ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଅପଦ

ନଦୀରେ ଦୁଇ ଯୁବକ ଙ୍କ ସଲିଳ ସମାଧି l

Image
ଯାଜପୁର(ଧର୍ମଶାଳା):- ଧର୍ମଶାଳା ନିକଟସ୍ତ ବ୍ରାହ୍ମଣୀ ନଦୀକୁ ଗାଧୋଇ ବାକୁ ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି l ଖବର ରୁ ପ୍ରକାଶ ଯେ, ଜାରକା ବଜାର ଜଗଦୀଶ ଡ୍ରେସ ଦୋକାନ ରେ କାମକରୁଥିବା ଦେଓଦା ପଂଚାୟତ ଅର୍ନ୍ତଗତ ପରମାନନ୍ଦ ରଣା ଙ୍କ ପୁଅ ଗୋବିନ୍ଦ ରଣା(୨୦) ଏବଂ ଜାରକା ପଂଚାୟତର ରବୀନ୍ଦ୍ର ମହାରଣାଙ୍କ ପୁଅ ଦିବ୍ୟରଞ୍ଜନ ମହାରଣା (୧୭) ବୋଲି ଜଣା ପଡିଛି l ଆଜି ଦିପହରେ ନଦୀ କୁ ଗାଧୋଇବାକୁ ଯାଇ ନ ଫେରିବାରୁ ତାଙ୍କ ଘର ଲୋକ ଖୋଜି ବାରୁ ଦୋକାନମାଲିକ କହିଲା ଗାଧୋଇ ଯାଇଛନ୍ତି l ତାପରେ ଖୋଜା ଖୋଜି କରି ବାରୁ ନଦୀ ଭିତରୁ ଉଦ୍ଧାର କରି ୧୦୮ ଆମ୍ବଲାନ୍ସ ଧର୍ମଶାଳା ମେଡିକାଲ କୁ ଆଣି ଥିଲେ l ମେଡିକାଲ ରେ ଡାକ୍ତର ଦୁଇ ଜଣକୁ ମୃତ୍ୟୁ ଘୋଷଣା କରିଛି lଏହି ଦୁର୍ଘଟଣା ପାଇଁ ଧର୍ମଶାଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  l