କଳିଙ୍ଗନଗର ମଜଦୁର ଇଉନିୟନ୍ ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି!
ଯାଜପୁର (କଳିଙ୍ଗନଗର) :- ସାରା ଦେଶରେ ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲ କରିବାକୁ ମେ ପହିଲା କୁ ଶ୍ରମିକ ଦିବସ ରୂପେ ପାଳନ କରାଯାଏ l ୧୯୨୩ ମସିହା ରେ ମାଡ୍ରାସ୍ ରେ ପ୍ରଥମେ ଶ୍ରମିକ ଚାଷୀ ଅଫ ହିନ୍ଦୁସ୍ଥାନ ଏହି ଦିବସ ପାଳନ କରି ଆସୁଛି l ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବି ହାସଲ କରିବାକୁ ଏହି ଦିବସକୁ ସଚେତନତା ର ବାର୍ତ୍ତା ବାଣ୍ଟିବା ଉଦ୍ଦ୍ୟେଶରେ ପାଳନ କରାଯାଏ l ଯାହାଦ୍ୱାରା ଶ୍ରମିକମାନେ ପୁଞ୍ଜିପତି ଓ ଠିକାଦାର ମାନଙ୍କ ଠାରୁ ନିଜକୁ ଅତ୍ୟାଚାରରୁ ମୁକ୍ତ କରି ପାରିବେ l ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଠାରେ କଳିଙ୍ଗନଗର ମଜଦୁର ଇଉନିୟନ୍ ପକ୍ଷରୁ ଆୟୋଜିତ ଶ୍ରମିକ ଦିବସ ରେ ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତ ସଭା ଭଳି ଅନୁଭବ ହୋଇଛି l ବିଭିନ୍ନ ସ୍ଥାନରେ ଉନ୍ନତି ମୂଳକ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ତରଫରୁ ଲଗାଯାଇଥିବା ଫଳକ ଉପରେ ନିର୍ବାଚନ ଆଚରଣ ବିଧି ପାଇଁ ବର୍ତ୍ତମାନ କଳା ଜରି ଓ ଅଖା ରେ ବିଲୁପ୍ତପ୍ରାୟ ପରିପ୍ରକାଶ ଦେଖାଯାଉଥିବା ବେଳେ କଳିଙ୍ଗନଗର ମଜଦୁର ଇଉନିୟନ୍ ଖୁଲମଖୁଲା ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ, ସାଂସଦ ଙ୍କ ବ୍ୟାନର ଲଗାଇ ଦାନଗଦି ଭବନ ଠାରେ ପାଳନ କରିଛି ଶ୍ରମିକ ଦିବସ l ଏହା କେତେଦୂର ଠିକ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ଶ୍ରମିକ ଦିବସ ପାଳନ ଆଳରେ ନିର୍ବାଚନ ପ୍ରଚାର, ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ...