Posts

କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ନୂତନ ଦାୟିତ୍ୱ ଘୋଷଣା l

Image
ଯାଜପୁର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲାର ପାଣିକୋଇଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ଶରତ ପ୍ରଧାନ, ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ଉପସଭାପତି ପ୍ରଶାନ୍ତ ପଣ୍ଡା, ରାଜ୍ୟ ସହସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ରାଜ୍ୟ (ପଶ୍ଚିମ ପ୍ରାନ୍ତ )ବଜରଙ୍ଗ ଦଳ ଗୋରକ୍ଷା ପ୍ରମୁଖ ଅଶୋକ ବାରିକ l ରାଜ୍ୟ ଭାରତୀୟ ମଜଦୁର ସଙ୍ଘ ପ୍ରମୁଖ ଲକ୍ଷ୍ମଣ ଦାସ, ବଜରଙ୍ଗ ଦଳ ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର,  ଉପସ୍ଥିତ ରହି ଯାଜପୁର ଜିଲ୍ଲା ନୂତନ ସଂଗଠନ ଘୋଷଣା କରିଥିଲେ l ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସଭାପତି ସମୀର ନାୟକ, ଜିଲ୍ଲା ସମ୍ପାଦକ ରାଜକିଶୋର ମଲ୍ଲିକ, ଜିଲ୍ଲା ଉପସଭାପତି ମୃତୁଞ୍ଜୟ ମିଶ୍ର ଓ ଟିକିଲତା ବେହେରା, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସହ ସମ୍ପାଦକ ହିମାଂଶୁ ଶେଖର ବଳ ଓ ଚିତ୍ତରଞ୍ଜନ ବିନ୍ଧାଣି, ଜିଲ୍ଲା କୋଷଦକ୍ଷ ଯଶୋବନ୍ତ ଦାସ, ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହସଂଯୋଜକ ସାରଦା ପ୍ରସନ୍ନ ବଳ ଓ ଶରତ ସାହୁ, ଜିଲ୍ଲା ସମର ସଜ୍ଜା ପ୍ରମୁଖ ଚିତ୍ତରଞ୍ଜନ ପରିଡା, ଜିଲ୍ଲା ମାତୃଶକ୍ତି ପ୍ରମୁଖ ଗୀତାଞ୍ଜଳି ମିଶ୍ର, ଜିଲ୍ଲା ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି,...

ସୋସିଆଲ ମିଡ଼ିଆ ରେ ଅପପ୍ରଚାର ନେଇ ମୁହଁ ଖୋଲିଲେ ବିଶିଷ୍ଠ ବସ୍ତୁବାଦୀ ଓ ଜ୍ୟୋତିର୍ବିଦ୍ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଓଡ଼ିଶାର ବିଶିଷ୍ଟ ବାସ୍ତୁବିତ ତଥା ଜ୍ୟୋର୍ତିବିଦ୍ ଗଗନ ବିହାରୀ ଦାସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଭିଡିଓ ବାବଦରେ ଶ୍ରୀଯୁକ୍ତ ଦାସ ନିଜେ ଅବଗତ ନ ଥିବା ବେଳେ ନିର୍ବାଚନ ପ୍ରଚାର ସମୟରେ କେହି ତାଙ୍କ ଅଗୋଚରରେ ତାଙ୍କ ନିଜ ଘରକୁ ଆସି ଲୁଚାଣିଆ ଭିଡିଓ କରି ଏହାକୁ ଅପଭ୍ରଂଶ ଭାବେ ସଂପାଦିତ (ଏଡିଟିଂ) କରି ସୋସିଆଲ ମିଡିଆରେ ପକାଇ ତାଙ୍କୁ ଅଯଥା ବଦନାମ କରିବାର ଚକ୍ରାନ୍ତ କରିଛନ୍ତି ବୋଲି ସେ ନିଜ ପ୍ରତିକ୍ରିଆରେ କହିଛନ୍ତି । ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ଦାସ ଏକମାତ୍ର ଝିଅର ବିବାହ ପରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅର୍ନ୍ତଗତ ଦରକୁଣ୍ଡି ଗ୍ରାମରେ ବସବାସ କରନ୍ତି । ଜଣେ ବରିଷ୍ଠ ନାଗରିକ ଏବଂ ଅଂଚଳର ଜଣେ ମୁରବି ଭାବରେ ସେ ପରିଚିତ । ଓଡିଶାର ବିଭିନ୍ନ ପ୍ରାନ୍ତରରେ ତାଙ୍କର ଅଗଣିତ ପ୍ରଂଶସକ ଅଛନ୍ତି । ଜଣେ ସଫଳ ବାସ୍ତୁବିଦ୍ ହିସାବରେ ଅନେକଙ୍କୁ ଉଚିତ ମାର୍ଗରେ ଦିଗ୍‌ଦର୍ଶନ ଦେଇ ସଫଳ କରାଇଥିବାରୁ ତାଙ୍କ ପ୍ରତି ସମ୍ମାନ ବେଶ ଭଲ ରହିଛି । କୋରେଇ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକର ୦୯ଟି ପଂଚାୟତରେ ତାଙ୍କର ପ୍ରଭାବ ଭଲ ରହିଛି । କିନ୍ତୁ ଫୁଙ୍ଗୁଳା ଦେହରେ ଅପ୍ରସ୍ତୁତ ଭାବେ ଭିଡିଓ କରି ଭିଡିଓ ଟିକୁ ଏଡିଟିଂ କରି ତାଙ୍କୁ ଏକ ଦଳ ବିରୋଧରେ କହୁଥିବାର ବାର୍ତ୍ତା ପ୍ରଚାର କରାଇ ...

‘ଉଦୟବଟ’ ଓ ‘କଳିଙ୍ଗ ବିକାଶ ନିର୍ମାଣ ଶ୍ରମିକ ସଂଘ’ ତରଫରୁ ୧୩୯ତମ ‘ଆର୍ନ୍ତଜାତିକ ଶ୍ରମିକ ଦିବସ’ ପାଳିତ l

ଯାଜପୁର (ବ୍ୟାସନଗର) :- ସ୍ଥାନୀୟ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ ଠାରେ ‘ଉଦୟବଟ’ ଓ ‘କଳିଙ୍ଗ ବିକାଶ ନିର୍ମାଣ ଶ୍ରମିକ ସଂଘ’ ତରଫରୁ ୧୩୯ତମ ‘ଆର୍ନ୍ତଜାତିକ ଶ୍ରମିକ ଦିବସ’ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନାଚକ୍ରରେ ‘ଉଦୟବଟ’ର ସଂପାଦକ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ମୁଖ୍ୟ ଅତିଥି ଭାବେ ଏବଂ ସୁସାହିତ୍ୟିକ ତଥା ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ, ସମାଜସେବୀ ରାମଚନ୍ଦ୍ର ବାରିକ, ସାମ୍ବାଦିକ ଉମାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଶ୍ରମିକମାନଙ୍କ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରମିକମାନଙ୍କ ପାଇଁ ପ୍ରଣୟନ ହୋଇଥିବା ବିଭିନ୍ନ ଆଇନର କଡ଼ାକଡ଼ି ପାଳନ ଉପରେ ସେମାନେ ଯୋର ଦେଇଥିବା ବେଳେ ସଚ୍ଚା ଶ୍ରମିକ ନେତାଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବସନ୍ତ କୁମାର ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କଳିଙ୍ଗନଗର ଶିଳ୍ପାଂଚଳ ସମେତ ବ୍ୟାସନଗର ସହରରେ ବସବାସ କରୁଥିବା ଶ୍ରମିକମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ଉପରେ ଉଦ୍‌ବେଗ ପ୍ରକାଶ କରିବା ସହ ‘କରୋନା’ ମହାମାରୀ ସମୟରେ ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତଙ୍କ ମାର୍ଫତରେ ‘ଉଦୟବଟ’ ବହୁ ଶ୍ରମଜୀବୀ, ଅଭାବୀ ପରିବାରକୁ ଯଥାସମ୍ଭବ ସହଯୋଗ କରି ପ୍ରଶ...